୪୨ ବର୍ଷରେ ଫେରିଲା ଠାକୁରଙ୍କ ଚୋରି ସୁନା ଗହଣା

ସାକ୍ଷୀଗୋପାଳ,୨୧ା୫(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଭଣ୍ଡାରରୁ ୧୯୮୦ ମସିହାରେ ଚୋରି ହୋଇଥିବା ଗୋଟିଏ ସୁନାହାର ଓ ଦୁଇଟି କଟକି ଖଡୁ ଦୀର୍ଘ ୪୨ ବର୍ଷରେ ଶନିବାର ମନ୍ଦିରକୁ ଫେରିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତ ପ୍ରଧାନ ଏହି ଅଳଙ୍କାର ପୁରୀ ସିଜେଏମ୍‌ଙ୍କ କୋର୍ଟରୁ ସଂଗ୍ରହ କରିବା ପରେ ମୋଟ୍‌ ୬୩. ୩୪ ଗ୍ରାମ ଓଜନର ଅଳଙ୍କାର ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ରଙ୍କ ଜରିଆରେ ପାଳିଆ ଭଣ୍ଡାର ମେକାପ ଦୁର୍ଗା ମେକାପଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଠାକୁରଙ୍କ ଭଣ୍ଡାର ଦାୟିତ୍ୱରେ ରହୁଥିବା ପାଳିଆ ଭଣ୍ଡାର ମେକାପ ସେବକଙ୍କ ଦାୟିତ୍ୱ ହସ୍ତାନ୍ତର ସମୟରେ ଉକ୍ତ ଅଳଙ୍କାର ଚୋରି ହୋଇଥିବା ଘଟଣା ପ୍ରଥମେ ନଜରକୁ ଆସିଥିଲା। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସେହି ସମୟର ଭଣ୍ଡାର ମେକାପ ସ୍ବର୍ଗତ କାଶୀନାଥ ମେକାପଙ୍କୁ ଦାୟୀ କରାଯାଇ ମାମଲା ରୁଜୁ କରାଯାଇଥିଲା। ଏନେଇ କେସ୍‌ ନଂ ୧୨୩୪/ ୧୯୮୦ ବିଚାର ଚାଲିଥିଲେ ମଧ୍ୟ ଚୋରି ଅଳଙ୍କାର ପତ୍ତା ମିଳି ନ ଥିଲା। ସେତେବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପ୍ରଥମେ ଠାକୁରଙ୍କ ଚୋରି ଗହଣା ସାକ୍ଷୀଗୋପାଳ ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ବନ୍ଧା ପଡ଼ିଥିବା ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ମାମଲାର ତଦନ୍ତ ନୂଆମୋଡ଼ ନେଇଥିଲା। ପୂବର୍ରୁ ସନ୍ଦେହଘେରରେ ରହିଥିବା ଅନ୍ୟ ଜଣେ ମେକାପ ସେବକ ସ୍ବର୍ଗତ ବଳଭଦ୍ର ମେକାପ ବ୍ୟାଙ୍କରେ ଅଳଙ୍କାର ବନ୍ଧା ପକାଇଥିବା କାରଣରୁ ତାଙ୍କୁ ମାମଲାରେ ଛନ୍ଦି ହୋକୁ ପଡ଼ିଥିଲା। ପୋଲିସ ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କରୁ ଅଳଙ୍କାର ଜବତ କରି କୋର୍ଟରେ ଜିମା ଦେଇଥିଲେ। ଏପରିକି ସିଂହାରୀ ଓ ଅନ୍ୟ ମେକାପ ସେବକ କୋର୍ଟରେ ଠାକୁରଙ୍କ ଅଳଙ୍କାର ଚିହ୍ନଟ କରିବା ପରେ ମଧ୍ୟ ପ୍ରାଥମିକ ଅଭିଯୋଗ ଏବଂ ଜବତ ଅଳଙ୍କାର ପରିମାଣରେ ବ୍ୟତିକ୍ରମ ରହିଥିବା ଦୃଷ୍ଟିକୁ ଆସିଥିଲା। ମାନ୍ୟବର କୋର୍ଟ ଅଭିଯୁକ୍ତ ସେବକ ଦ୍ବୟଙ୍କୁ ଦଣ୍ଡବିଧାନ କରିଥିଲେ। ମାତ୍ର ଅଭିଯୁକ୍ତମାନେ ପୁରୀ ଜିଲା ଜଜ୍‌ଙ୍କ ନିକଟରେ ପୁନର୍ବିଚାର ପାଇଁ ଆବେଦନ କରି ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସରକାରଙ୍କ ପକ୍ଷରୁ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ମାନ୍ୟବର ଉଚ୍ଚ ନ୍ୟାୟାଳୟ ୧୯. ୦୩. ୨୦୦୯ ରେ ନିମ୍ନ ଅଦାଲତଙ୍କ ଆଦେଶ ବଳବତ୍ତର ରଖି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ କହିଥିଲେ। ସାକ୍ଷୀଗୋପାଳଙ୍କ ଜବତ ଅଳଙ୍କାର ଠାକୁରଙ୍କୁ ଫେରାଇ ଦେବାକୁ ଆଦେଶ ପ୍ରଦାନ କରିଥିଲେ। ଶନିବାର ମନ୍ଦିରକୁ ଅଳଙ୍କାର ଫେରାଇବା ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ, ସୁପରଭାଇଜର, ମନ୍ଦିର ସ୍ବର୍ଣ୍ଣକାର କୃଷ୍ଣଚନ୍ଦ୍ର ମହାପାତ୍ର, ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ, ସେବାୟତ ରାମଚନ୍ଦ୍ର ମହାପାତ୍ର, ଜିତେନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?