୪୨ ବର୍ଷରେ ଫେରିଲା ଠାକୁରଙ୍କ ଚୋରି ସୁନା ଗହଣା

ସାକ୍ଷୀଗୋପାଳ,୨୧ା୫(ଡି.ଏନ୍‌.ଏ.): ପୁରୀ ଜିଲା ସାକ୍ଷୀଗୋପାଳ ମନ୍ଦିର ଭଣ୍ଡାରରୁ ୧୯୮୦ ମସିହାରେ ଚୋରି ହୋଇଥିବା ଗୋଟିଏ ସୁନାହାର ଓ ଦୁଇଟି କଟକି ଖଡୁ ଦୀର୍ଘ ୪୨ ବର୍ଷରେ ଶନିବାର ମନ୍ଦିରକୁ ଫେରିଛି। ମନ୍ଦିର କାର୍ଯ୍ୟନିର୍ବାହୀ ଅଧିକାରୀ ସନ୍ତ ପ୍ରଧାନ ଏହି ଅଳଙ୍କାର ପୁରୀ ସିଜେଏମ୍‌ଙ୍କ କୋର୍ଟରୁ ସଂଗ୍ରହ କରିବା ପରେ ମୋଟ୍‌ ୬୩. ୩୪ ଗ୍ରାମ ଓଜନର ଅଳଙ୍କାର ମନ୍ଦିର ସୁପରଭାଇଜର ବିଶ୍ବନାଥ ମହାପାତ୍ରଙ୍କ ଜରିଆରେ ପାଳିଆ ଭଣ୍ଡାର ମେକାପ ଦୁର୍ଗା ମେକାପଙ୍କୁ ହସ୍ତାନ୍ତର କରାଯାଇଛି।

ସୂଚନାଯୋଗ୍ୟ, ଠାକୁରଙ୍କ ଭଣ୍ଡାର ଦାୟିତ୍ୱରେ ରହୁଥିବା ପାଳିଆ ଭଣ୍ଡାର ମେକାପ ସେବକଙ୍କ ଦାୟିତ୍ୱ ହସ୍ତାନ୍ତର ସମୟରେ ଉକ୍ତ ଅଳଙ୍କାର ଚୋରି ହୋଇଥିବା ଘଟଣା ପ୍ରଥମେ ନଜରକୁ ଆସିଥିଲା। ସାକ୍ଷୀଗୋପାଳ ମନ୍ଦିର ପ୍ରଶାସନ ପକ୍ଷରୁ ସେହି ସମୟର ଭଣ୍ଡାର ମେକାପ ସ୍ବର୍ଗତ କାଶୀନାଥ ମେକାପଙ୍କୁ ଦାୟୀ କରାଯାଇ ମାମଲା ରୁଜୁ କରାଯାଇଥିଲା। ଏନେଇ କେସ୍‌ ନଂ ୧୨୩୪/ ୧୯୮୦ ବିଚାର ଚାଲିଥିଲେ ମଧ୍ୟ ଚୋରି ଅଳଙ୍କାର ପତ୍ତା ମିଳି ନ ଥିଲା। ସେତେବେଳେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ପ୍ରଥମେ ଠାକୁରଙ୍କ ଚୋରି ଗହଣା ସାକ୍ଷୀଗୋପାଳ ଷ୍ଟେଟ୍‌ବ୍ୟାଙ୍କ ଶାଖାରେ ବନ୍ଧା ପଡ଼ିଥିବା ଖବର ‘ଧରିତ୍ରୀ’ରେ ପ୍ରକାଶ ପାଇଥିଲା। ଯାହାକୁ ନେଇ ମାମଲାର ତଦନ୍ତ ନୂଆମୋଡ଼ ନେଇଥିଲା। ପୂବର୍ରୁ ସନ୍ଦେହଘେରରେ ରହିଥିବା ଅନ୍ୟ ଜଣେ ମେକାପ ସେବକ ସ୍ବର୍ଗତ ବଳଭଦ୍ର ମେକାପ ବ୍ୟାଙ୍କରେ ଅଳଙ୍କାର ବନ୍ଧା ପକାଇଥିବା କାରଣରୁ ତାଙ୍କୁ ମାମଲାରେ ଛନ୍ଦି ହୋକୁ ପଡ଼ିଥିଲା। ପୋଲିସ ସାକ୍ଷୀଗୋପାଳ ଷ୍ଟେଟବ୍ୟାଙ୍କରୁ ଅଳଙ୍କାର ଜବତ କରି କୋର୍ଟରେ ଜିମା ଦେଇଥିଲେ। ଏପରିକି ସିଂହାରୀ ଓ ଅନ୍ୟ ମେକାପ ସେବକ କୋର୍ଟରେ ଠାକୁରଙ୍କ ଅଳଙ୍କାର ଚିହ୍ନଟ କରିବା ପରେ ମଧ୍ୟ ପ୍ରାଥମିକ ଅଭିଯୋଗ ଏବଂ ଜବତ ଅଳଙ୍କାର ପରିମାଣରେ ବ୍ୟତିକ୍ରମ ରହିଥିବା ଦୃଷ୍ଟିକୁ ଆସିଥିଲା। ମାନ୍ୟବର କୋର୍ଟ ଅଭିଯୁକ୍ତ ସେବକ ଦ୍ବୟଙ୍କୁ ଦଣ୍ଡବିଧାନ କରିଥିଲେ। ମାତ୍ର ଅଭିଯୁକ୍ତମାନେ ପୁରୀ ଜିଲା ଜଜ୍‌ଙ୍କ ନିକଟରେ ପୁନର୍ବିଚାର ପାଇଁ ଆବେଦନ କରି ନିର୍ଦ୍ଦୋଷରେ ଖଲାସ ହୋଇଥିଲେ। ସରକାରଙ୍କ ପକ୍ଷରୁ ମାମଲା ଉଚ୍ଚ ନ୍ୟାୟାଳୟକୁ ଯାଇଥିଲା। ମାନ୍ୟବର ଉଚ୍ଚ ନ୍ୟାୟାଳୟ ୧୯. ୦୩. ୨୦୦୯ ରେ ନିମ୍ନ ଅଦାଲତଙ୍କ ଆଦେଶ ବଳବତ୍ତର ରଖି ଅଭିଯୁକ୍ତଙ୍କୁ ନିର୍ଦ୍ଦୋଷ କହିଥିଲେ। ସାକ୍ଷୀଗୋପାଳଙ୍କ ଜବତ ଅଳଙ୍କାର ଠାକୁରଙ୍କୁ ଫେରାଇ ଦେବାକୁ ଆଦେଶ ପ୍ରଦାନ କରିଥିଲେ। ଶନିବାର ମନ୍ଦିରକୁ ଅଳଙ୍କାର ଫେରାଇବା ସମୟରେ କାର୍ଯ୍ୟନିର୍ବାହୀ ଅଧିକାରୀ, ସୁପରଭାଇଜର, ମନ୍ଦିର ସ୍ବର୍ଣ୍ଣକାର କୃଷ୍ଣଚନ୍ଦ୍ର ମହାପାତ୍ର, ସେବାୟତ ସଂଘ ସମ୍ପାଦକ ବିଜୟ କୁମାର ନନ୍ଦ, ସେବାୟତ ରାମଚନ୍ଦ୍ର ମହାପାତ୍ର, ଜିତେନ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବଡ଼ ନିଷ୍ପତ୍ତି : ଏଣିକି ହେବ…

ଭୁବନେଶ୍ୱର,୨୯।୮: ଯୁକ୍ତ ୨ ପରୀକ୍ଷାକୁ ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ବଡ଼ ନିଷ୍ପତ୍ତି ନେଇଛି। ଏଣିକି ଏକ୍ସ ରେଗୁଲାର ପରୀକ୍ଷାର୍ଥୀ ଦେବେ ଇଣ୍ଟରନାଲ ପରୀକ୍ଷା। ଥରେ…

ଆସନ୍ତା ୩ରେ ହାଇକୋର୍ଟରେ ହାଜର ହେବେ କଟକ ଜିଲାପାଳ

କଟକ, ବିଜୁ ପଟ୍ଟନାୟକ ପାର୍କ ସୌନ୍ଦର୍ଯ୍ୟକରଣ ମାମଲାକୁ ନେଇ ଆସନ୍ତା ସେପ୍ଟେମ୍ବର ୩ ତାରିଖରେ ହାଇକୋର୍ଟରେ ହାଜର ହେବେ କଟକ ଜିପାଳ। ପାର୍କର ବିଭିନ୍ନ କାମର ଅଗ୍ରଗତି…

ବୁର୍ଲାରେ ଫୁଟିଲା ଗୁଳି: ମାଂସ ବ୍ୟବସାୟୀଙ୍କ ଚାଲିଗଲା ଜୀବନ, ପରକୀୟା ପ୍ରୀତି …

ସମ୍ବଲପୁର,୨୯ା୮(ପ୍ରମୋଦ ବହିଦାର): ବୁର୍ଲା ଥାନା ଅନ୍ତର୍ଗତ ଅତ୍ୟନ୍ତ ବ୍ୟସ୍ତ ବହୁଳ ଅଞ୍ଚଳ କିର୍ବା ଛକରେ ଶନିବାର ପୂର୍ବାହ୍ନରେ ଦିନଦ୍ୱିପ୍ରହରରେ ଗୁଳିକାଣ୍ଡ ଘଟିଛି। ଏଥିରେ କିର୍ବା ଛକରେ ମାଂସ…

କାମରେ ଆସୁନି ଆଧାର କାର୍ଡ, ନିୟମଗିରିରେ ବଢୁଛି ଡଙ୍ଗରିଆଙ୍କ ଅସନ୍ତୋଷ

କଲ୍ୟାଣସିଂହପୁର,୨୯ା୮(ଦୀପକ କୁମାର ପରିଡ଼ା): ସରକାରୀ ସୁବିଧା ସୁଯୋଗ ଯୋଗାଇବା ପାଇଁ ପ୍ରଶାସନ ପକ୍ଷରୁ କରାଯାଇଥିବା ଆଧାର ଶିବିର ଏବେ ନିୟମଗିରିର ଡଙ୍ଗରିଆ କନ୍ଧମାନଙ୍କ ପାଇଁ ନୂଆ ସମସ୍ୟା…

କୋହଲିଙ୍କଠାରୁ ଶ୍ରେଷ୍ଠ ବୁମ୍‌ରା: କହୁ କହୁ ଏମିତି କହିଦେଲେ ଅଶ୍ୱିନ

ନୂଆଦିଲ୍ଲୀ,୨୯।୮: ପୂର୍ବତନ ଭାରତୀୟ କ୍ରିକେଟର ରବିଚନ୍ଦ୍ରନ ଅଶ୍ୱିନ ମନ୍ତବ୍ୟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ତାଙ୍କୁ ସମସ୍ତ ଫର୍ମାଟରେ ସର୍ବଶ୍ରେଷ୍ଠ ଭାରତୀୟ ଖେଳାଳିଙ୍କୁ ଚୟନ କରିବାକୁ…

ଆର୍‌ଟିଓ ଅଫିସରେ ଲାଗିଲା ନିଆଁ, ହୁତୁହୁତୁ ହୋଇ ଜଳିଗଲା ସବୁ

ଗଜପତି,୨୯ା୮(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡିସ୍ଥିତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ଅଗ୍ନିକାଣ୍ଡ ଘଟିଛି। ହୁତୁହୁତୁ ହୋଇ ଜଳିଯାଇଛି କମ୍ପ୍ୟୁଟର ପ୍ରକୋଷ୍ଠ। ଅଗ୍ନିକାଣ୍ଡର କାରଣ ଏବେବି ଅସ୍ପଷ୍ଟ…

ଆନ୍ଧ୍ରରେ ଅଟୋ ଓଲଟି ଓଡ଼ିଆ ଶ୍ରମିକଙ୍କ ଜୀବନ ଗଲା

ରାଇକିଆ,୨୯ା୮(ପ୍ରଦୀପ କୁମାର ବେହେରା): ଦାଦନ ଖଟିବାକୁ ଯାଇ ପୁଣି ଜଣେ କନ୍ଧମାଳ ଶ୍ରମିକ ପ୍ରାଣ ହରାଇଛନ୍ତି। ଆନ୍ଧ୍ରପ୍ରଦେଶର ଅଙ୍ଗୁଲୁ ଜିଲା ଅନ୍ତର୍ଗତ ମେଜରମେଣ୍ଟାଠାରେ ଚଳିତ ମାସ ୨୪…

ଆଜି ରାତି ୯:୩୮ ରେ ଚନ୍ଦ୍ର ନିଜର ସ୍ଥାନ ପରିବର୍ତ୍ତନ କରିବେ! ଗୋଟିଏ ରାଶିର ଫିଟିଯିବ ଭାଗ୍ୟ…

ମେଷ : ଆଜି ଆକସ୍ମିକ ଧନ ଲାଭ ଯୋଗ ରହିଛି । ସାହାଯ୍ୟ ପାଇଁ ଆପଣଙ୍କ ପରିବାର ଓ ସମ୍ପର୍କୀୟ ମାନେ ଉପସ୍ଥିତ ହେବା ଯୋଗୁଁ ଆନନ୍ଦିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri