ଆମ ଜିଲା ଖବର

ଆଜି ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ, ୩୩୭୦୧୮ରେ ପହଞ୍ଚିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର,୨୬।୨(ବ୍ୟୁରୋ): ଶୁକ୍ରବାର ରାଜ୍ୟରୁ ୯୪ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ବର୍ତ୍ତମାନ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୭,୦୧୮ରେ ପହଞ୍ଚିଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ସୂଚନା ଦେଇଛି। ଏଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ରୁ ୫୬ ଜଣ...

କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ: ଭଦ୍ରକରୁ ନବୀନ ନିବାସ…

ଭଦ୍ରକ ଅଫିସ,୨୬।୨: ଚାକିରିରେ ପୁନଃ ନିଯୁକ୍ତି ଦାବି କରି କୋଭିଡ ଯୋଦ୍ଧାଙ୍କ ଅଭିନବ ପ୍ରତିବାଦ। ପ୍ରଥମେ ଦୋକାନ ଦୋକାନ ବୁଲି ଭିକ ମାଗିବା ପରେ ଏବେ ନିଜର ଅଭିଯୋଗ ଜଣାଇବା ପାଇଁ ଆରମ୍ଭ କରିଛନ୍ତି ପଦଯାତ୍ରା। ସରକାରଙ୍କ ଦୃଷ୍ଟି ଆକର୍ଷଣ...

ବେଲ୍‌ଭ୍ୟୁରେ ସ୍ଥାପନ ହେବ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୨୬।୨: ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ନିମନ୍ତେ କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି ଭର୍ତ୍ତୃହରି ମହତାବ ଯୋଗଦେଇ କହିଥିଲେ, ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ...

ଜେଲ ପରିସରରେ ମିଳିଲେ ଜୀବନସାଥୀ

ଚୌଦ୍ୱାର,୨୬।୨(ଡି.ଏନ.ଏ.): ଚୌଦ୍ୱାର ଜେଲ୍‌ ପ୍ରତୀକ୍ଷାଳୟ ଗୃହରେ ନବବଧୂ ବେଶରେ ସଜେଇ ହୋଇ ବସିଥିଲେ ମଞ୍ଜୁ ଚାତାର(୧୮)। କାଖରେ ଧରିଥିଲେ ୩ ମାସ ୪ଦିନର ଶିଶୁପୁତ୍ର। ସାଙ୍ଗରେ ଥିଲେ ପରିବାର ଲୋକେ। ପ୍ରତୀକ୍ଷାଳୟକୁ ଆସୁଥିବା ଲୋକମାନେ ମଞ୍ଜୁଙ୍କୁ ପଚାରୁଥିଲେ କ’ଣ ହୋଇଛି।...

କେନ୍ଦୁଝରରେ ବନ୍ଦ ଡାକରା ଶାନ୍ତିପୂର୍ଣ୍ଣ

କେନ୍ଦୁଝର,୨୬।୨(ସ୍ବ.ପ୍ର.) : ଜିଏସ୍‌ଟି ସରଳୀକରଣ ଦାବିରେ ଭାରତ ବ୍ୟବସାୟ ବନ୍ଦ ଡାକରା କେନ୍ଦୁଝର ଜିଲାରେ ଶାନ୍ତିପୂର୍ଣ୍ଣ ଭାବରେ ଆରମ୍ଭ ହୋଇଛି। କେନ୍ଦୁଝର ଜିଲା ବ୍ୟବସାୟୀ ସଂଘ ଏହି ଆନ୍ଦୋଳନ ସାମିଲ ହୋଇଛି। ଫଳରେ କେନ୍ଦୁଝରରେ ସମସ୍ତ ବ୍ୟବସାୟିକ ଦୋକାନ, ବଜାର,...

ବଲାଙ୍ଗୀରରେ ବନ୍ଦ୍‌ର ପ୍ରଭାବ

ବଲାଙ୍ଗୀର ଅଫିସ,୨୬।୨: ସର୍ବଭାରତୀୟ ବନ୍ଦ ଡାକରା ପରିପ୍ରେକ୍ଷୀରେ ବଲାଙ୍ଗୀରରେ ଶୁକ୍ରବାର ବନ୍ଦ ପାଳନ ଯୋଗୁ ଜନଜୀବନ ଠପ୍‌ ହୋଇଯାଇଛି । ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଛି । ବଲାଙ୍ଗୀର ଜିଲା ବଣିକ ସଂଘ ପକ୍ଷରୁ ସକାଳ ୬ଟାରୁ...

୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା

ନୟାଗଡ଼ ଅଫିସ,୨୬।୨: ନୟାଗଡ ଜିଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ ଦାବିରେ ଦଶପଲ୍ଲାର ମହାବୀର ମନ୍ଦିରରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୟାଗଡରେ ଗୁରୁବାର ଉଦ୍‌ଯାପିତ ହୋଇଛି । ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆନ୍ଦୋଳନକାରୀ...

ବତିଘର ଅଞ୍ଚଳ ଉଚ୍ଛେଦ ଜଙ୍ଗଲ ଜମିରେ ଚିଙ୍ଗୁଡ଼ିଘେରି

ମହାକାଳପଡା,୨୬।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ବତିଘର ଫରେଷ୍ଟ ସେକ୍‌ଶନ ଅଧୀନ ଯୋଗୀଧନକୁଦ ଓ ହଷିଣାକନ୍ଧା ଜଙ୍ଗଲ ଜମି ଅଞ୍ଚଳରେ କିଛିମାସ ପୂର୍ବରୁ ବନ ବିଭାଗ, ରାଜସ୍ବ ଓ ପୋଲିସ ପକ୍ଷରୁ ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଥିଲା। ପରେ ଏହି ଜଙ୍ଗଲ ଜମିରେ...

କାଗଜକଲମରେ ବାହ୍ୟ ମଳମୁକ୍ତ ବ୍ଲକ

ନାଉଗାଁ,୨୬।୨(ସ୍ବ.ପ୍ର): କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ୨୦୧୫ରୁ ହିତାଧିକାରୀଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳରେ ସମସ୍ତଙ୍କ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ବାହାରେ ମଳତ୍ୟାଗ ନ କରି ଗ୍ରାମାଞ୍ଚଳ ପରିବେଶକୁ ସଫା ରଖିବାକୁ ଲୋକଙ୍କୁ ଗ୍ରାମ୍ୟ...

ଚାଷକରି ଫସିଗଲେ ଆଳୁଚାଷୀ

କେନ୍ଦ୍ରାପଡ଼ା ଅଫିସ,୨୬।୨: କେନ୍ଦ୍ରାପଡ଼ା ଜିଲାରେ ଦୁଇମାସ ପୂର୍ବେ ଆଳୁ କିଗ୍ରା ପ୍ରତି ୪୦ ଟଙ୍କାରେ ବିକ୍ରି ହେଉଥିଲା। ଏବେ କିଗ୍ରା ପ୍ରତି ମାତ୍ର ୩ ଟଙ୍କାରେ କ୍ଷେତରୁ ଚାଷୀ ବେପାରୀଙ୍କୁ ବିକୁଛନ୍ତି। ଜିଲାରେ ସଂରକ୍ଷଣ ବ୍ୟବସ୍ଥା ଓ ସରକାରୀ ମଣ୍ଡି...

ଛତିଶଗଡ଼ କବ୍‌ଜାରେ ମହୁଲପାହାଡ଼

ଲଖନପୁର,୨୬।୨(ଡି.ଏନ୍‌.ଏ.): ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲା କୋଟିଆ ପଞ୍ଚାୟତକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦେଖାଦେଇଛି ସୀମା ବିବାଦ। ଏ ନେଇ ଚଳିତ ବିଧାନସଭାରେ ବିରୋଧୀ ଦଳଗୁଡିକ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଫଳରେ ରାଜ୍ୟ ସୀମାରେ ଥିବା ସୀମାନ୍ତବର୍ତ୍ତୀ...

ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା ମାମଲା: ଅଧ୍ୟାପକଙ୍କୁ ୭ ବର୍ଷ ଜେଲ

ଯାଜପୁର ଟାଉନ,୨୬।୨(ଡି.ଏନ.ଏ.): ଜଣେ ଛାତ୍ରୀଙ୍କୁ ଅନ୍ତଃସତ୍ତ୍ୱା କରିବା ମାମଲାର ରାୟ ଗୁରୁବାର ପ୍ରକାଶ ପାଇଛି। ଯାଜପୁର ଜିଲା ଦୌରାଜଜ୍‌ ଶ୍ରୀକାନ୍ତ ମିଶ୍ର ମାମଲାର ବିଚାର କରି ଦୋଷୀ ଅଧ୍ୟାପକଙ୍କୁ ୭ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିବା ସହ ୧୦ ହଜାର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri