ଜେଲ ପରିସରରେ ମିଳିଲେ ଜୀବନସାଥୀ

ଚୌଦ୍ୱାର,୨୬।୨(ଡି.ଏନ.ଏ.): ଚୌଦ୍ୱାର ଜେଲ୍‌ ପ୍ରତୀକ୍ଷାଳୟ ଗୃହରେ ନବବଧୂ ବେଶରେ ସଜେଇ ହୋଇ ବସିଥିଲେ ମଞ୍ଜୁ ଚାତାର(୧୮)। କାଖରେ ଧରିଥିଲେ ୩ ମାସ ୪ଦିନର ଶିଶୁପୁତ୍ର। ସାଙ୍ଗରେ ଥିଲେ ପରିବାର ଲୋକେ। ପ୍ରତୀକ୍ଷାଳୟକୁ ଆସୁଥିବା ଲୋକମାନେ ମଞ୍ଜୁଙ୍କୁ ପଚାରୁଥିଲେ କ’ଣ ହୋଇଛି। ଏଭଳି ବେଶରେ କାହିଁକି ଏଠି ବସିଛ। ଖୁସିରେ ଆତ୍ମହରା ହୋଇ ମଞ୍ଜୁ କହିଥିଲେ, ଆଜି ମୋର ବାହାଘର ହେବ ଓ  ମୁଁ ଶାଶୁଘରକୁ ଯିବି। ଏମିତି ଏକ ଅପ୍ରତ୍ୟାଶିତ ଘଟଣା ଗୁରୁବାର ଦେଖିବାକୁ ମିଳିଥିଲା ଚୌଦ୍ୱାର ସର୍କଲ ଜେଲରେ।
କଟକ ଜିଲା ଗୁରୁଡିଝାଟିଆ ଥାନା ଅଧୀନ କିରିକିଆ ଗ୍ରାମର ସନାତନ ଚାତାରଙ୍କ ଝିଅ ମଞ୍ଜୁ ନବମ ଶ୍ରେଣୀରେ ପଢୁଥିବାବେଳେ ନିକଟସ୍ଥ ଭରୁଙ୍ଗାବାଡି ଗ୍ରାମର ରାଜେଶ ସିଂଙ୍କ ସହିତ ମୋବାଇଲରେ କଥା ହୋଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ଫଳରେ ମଞ୍ଜୁ ୮ମାସର ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ସେ ଜାଣିବା ପରେ ରାଜେଶଙ୍କୁ ଜଣାଇବା ସହ ବିବାହ କରିବା ପାଇଁ କହିଥିଲେ। ହେଲେ ରାଜେଶ ଏହାକୁ ପ୍ରତ୍ୟାଖ୍ୟାନ କରି ଧରାଛୁଆଁ ଦେଉ ନ ଥିଲେ। ପରେ ଏ ନେଇ ମଞ୍ଜୁ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହିତ ରାଜେଶଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ପରେ ମଞ୍ଜୁଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମରେ ବୈଠକ କରାଇଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ। ଇତିମଧ୍ୟରେ ରାଜେଶଙ୍କ ପରିବାର ଲୋକେ ତାଙ୍କ ବିବାହ ପାଇଁ ଅନ୍ୟତ୍ର ଝିଅ ଖୋଜିବା ଆରମ୍ଭ କରିଥିଲେ ା ଏ ସମ୍ପର୍କରେ ଜାଣିବା ପରେ ମଞ୍ଜୁଙ୍କ ପରିବାର ଲୋକେ ଗତ ନଭେମ୍ବର ୧୨ ତାରିଖରେ ଗୁରୁଡିଝାଟିଆ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ମଞ୍ଜୁ ନାବାଳିକା ଥିବା ହେତୁ ସ୍ପେଶାଲ ପୋକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଇତିମଧ୍ୟରେ ମଞ୍ଜୁ ସାବାଳିକା ହୋଇସାରିଛନ୍ତି। ରାଜେଶ ମଧ୍ୟ ଅନୁତାପ କରି ମଞ୍ଜୁଙ୍କୁ ବିବାହ କରିବା ପାଇଁ ପରିବାର ସଦସ୍ୟ ଓ ଜେଲ୍‌ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଜେଲ ଅଧିକାରୀ ଏନେଇ କୋର୍ଟକୁ ଜଣାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗୁରୁବାର ଉଭୟଙ୍କ ପରିବାର ସଦସ୍ୟ, ଜେଲ ଡିଆଇଜି (ପ୍ରିଜନ) କୁଳମଣି ବେହେରା ଓ ଜେଲ୍‌ କର୍ମଚାରୀଙ୍କ ଉପସ୍ଥିତିରେ ଜେଲ ପରିସରରେ ମଞ୍ଜୁ ଓ ରାଜେଶଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏଥିପାଇଁ ଜେଲ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜେଲର ଅବିନାଶ ବେହେରା କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶମତେ ଏହି କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେଶନର କର୍ମକର୍ତ୍ତା ସହେଯାଗ କରିଥିଲେ। ବିବାହ ପରେ ମଞ୍ଜୁ ଶାଶୁଘରକୁ ଯାଇଥିଲେ। ରାଜେଶଙ୍କୁ କେବେ ବେଲ୍‌ ମିଳିବ ଓ ସେ କେବେ ଘରକୁ ଫେରିବେ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ଦିନ କାଟିବେ ବୋଲି ମଞ୍ଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

ଭାଜପାରୁ ପ୍ରାର୍ଥୀ ହେବେ ସୌମ୍ୟରଞ୍ଜନ!

ଘସିପୁରା(ନିରଞ୍ଜନ ସାହୁ)/ରାମଚନ୍ଦ୍ରପୁର (ଗଣେଶ୍ୱର ସା),୨୫।୪: କେନ୍ଦୁଝର ଜିଲା ଘଷିପୁରା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ବଦ୍ରି ନାରାୟଣ ପାତ୍ରଙ୍କୁ ପ୍ରାର୍ଥୀ କରିଥିବା...

ଖେଳିବା ବୟସରେ ହାତରେ ଭିକ୍ଷାଥାଳ

ରାଉରକେଲା,୨୫ା୪(ବିପ୍ଲବ ରଞ୍ଜନ ଦାଶ)ରାଉରକେଲାର ପ୍ରସିଦ୍ଧ ବେଦବ୍ୟାସ ପୀଠରେ କୋମଳମତି ପିଲାମାନେ ଭିକ୍ଷାଥାଳ ଧରି ଭିକ୍ଷାବୃତ୍ତି କରୁଛନ୍ତି। ଚିନ୍ତାର ବିଷୟ, ଯେଉଁ କୋମଳମତି ଶିଶୁମାନେ ଭିକ୍ଷାବୃତ୍ତି କରୁଛନ୍ତି...

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri