ଜେଲ ପରିସରରେ ମିଳିଲେ ଜୀବନସାଥୀ

ଚୌଦ୍ୱାର,୨୬।୨(ଡି.ଏନ.ଏ.): ଚୌଦ୍ୱାର ଜେଲ୍‌ ପ୍ରତୀକ୍ଷାଳୟ ଗୃହରେ ନବବଧୂ ବେଶରେ ସଜେଇ ହୋଇ ବସିଥିଲେ ମଞ୍ଜୁ ଚାତାର(୧୮)। କାଖରେ ଧରିଥିଲେ ୩ ମାସ ୪ଦିନର ଶିଶୁପୁତ୍ର। ସାଙ୍ଗରେ ଥିଲେ ପରିବାର ଲୋକେ। ପ୍ରତୀକ୍ଷାଳୟକୁ ଆସୁଥିବା ଲୋକମାନେ ମଞ୍ଜୁଙ୍କୁ ପଚାରୁଥିଲେ କ’ଣ ହୋଇଛି। ଏଭଳି ବେଶରେ କାହିଁକି ଏଠି ବସିଛ। ଖୁସିରେ ଆତ୍ମହରା ହୋଇ ମଞ୍ଜୁ କହିଥିଲେ, ଆଜି ମୋର ବାହାଘର ହେବ ଓ  ମୁଁ ଶାଶୁଘରକୁ ଯିବି। ଏମିତି ଏକ ଅପ୍ରତ୍ୟାଶିତ ଘଟଣା ଗୁରୁବାର ଦେଖିବାକୁ ମିଳିଥିଲା ଚୌଦ୍ୱାର ସର୍କଲ ଜେଲରେ।
କଟକ ଜିଲା ଗୁରୁଡିଝାଟିଆ ଥାନା ଅଧୀନ କିରିକିଆ ଗ୍ରାମର ସନାତନ ଚାତାରଙ୍କ ଝିଅ ମଞ୍ଜୁ ନବମ ଶ୍ରେଣୀରେ ପଢୁଥିବାବେଳେ ନିକଟସ୍ଥ ଭରୁଙ୍ଗାବାଡି ଗ୍ରାମର ରାଜେଶ ସିଂଙ୍କ ସହିତ ମୋବାଇଲରେ କଥା ହୋଇଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ପରବର୍ତ୍ତୀ ସମୟରେ ସେମାନଙ୍କ ମଧ୍ୟରେ ଶାରୀରିକ ସମ୍ପର୍କ ରହିଥିଲା। ଫଳରେ ମଞ୍ଜୁ ୮ମାସର ଗର୍ଭବତୀ ହୋଇଥିଲେ। ଏ ସମ୍ପର୍କରେ ସେ ଜାଣିବା ପରେ ରାଜେଶଙ୍କୁ ଜଣାଇବା ସହ ବିବାହ କରିବା ପାଇଁ କହିଥିଲେ। ହେଲେ ରାଜେଶ ଏହାକୁ ପ୍ରତ୍ୟାଖ୍ୟାନ କରି ଧରାଛୁଆଁ ଦେଉ ନ ଥିଲେ। ପରେ ଏ ନେଇ ମଞ୍ଜୁ ତାଙ୍କ ପରିବାର ଲୋକଙ୍କୁ ଜଣାଇବା ସହିତ ରାଜେଶଙ୍କୁ ବିବାହ କରିବା ପାଇଁ ଜିଦ୍‌ ଧରିଥିଲେ। ପରେ ମଞ୍ଜୁଙ୍କ ପରିବାର ଲୋକେ ଗ୍ରାମବାସୀଙ୍କ ସହାୟତାରେ ଗ୍ରାମରେ ବୈଠକ କରାଇଥିଲେ ମଧ୍ୟ ସୁଫଳ ପାଇ ନ ଥିଲେ। ଇତିମଧ୍ୟରେ ରାଜେଶଙ୍କ ପରିବାର ଲୋକେ ତାଙ୍କ ବିବାହ ପାଇଁ ଅନ୍ୟତ୍ର ଝିଅ ଖୋଜିବା ଆରମ୍ଭ କରିଥିଲେ ା ଏ ସମ୍ପର୍କରେ ଜାଣିବା ପରେ ମଞ୍ଜୁଙ୍କ ପରିବାର ଲୋକେ ଗତ ନଭେମ୍ବର ୧୨ ତାରିଖରେ ଗୁରୁଡିଝାଟିଆ ଥାନାରେ ଅଭିଯୋଗ କରିଥିଲେ। ଏ ନେଇ ପୋଲିସ ରାଜେଶଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେଠାରେ ଜାମିନ ନାମଞ୍ଜୁର ହେବାରୁ ତାଙ୍କୁ ଚୌଦ୍ୱାର ଜେଲକୁ ପଠାଇ ଦିଆଯାଇଥିଲା। ମଞ୍ଜୁ ନାବାଳିକା ଥିବା ହେତୁ ସ୍ପେଶାଲ ପୋକ୍ସୋ କୋର୍ଟରେ ମାମଲାର ବିଚାର ଚାଲିଥିଲା। ଇତିମଧ୍ୟରେ ମଞ୍ଜୁ ସାବାଳିକା ହୋଇସାରିଛନ୍ତି। ରାଜେଶ ମଧ୍ୟ ଅନୁତାପ କରି ମଞ୍ଜୁଙ୍କୁ ବିବାହ କରିବା ପାଇଁ ପରିବାର ସଦସ୍ୟ ଓ ଜେଲ୍‌ର ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ। ଜେଲ ଅଧିକାରୀ ଏନେଇ କୋର୍ଟକୁ ଜଣାଇଥିଲେ। କୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ, ଗୁରୁବାର ଉଭୟଙ୍କ ପରିବାର ସଦସ୍ୟ, ଜେଲ ଡିଆଇଜି (ପ୍ରିଜନ) କୁଳମଣି ବେହେରା ଓ ଜେଲ୍‌ କର୍ମଚାରୀଙ୍କ ଉପସ୍ଥିତିରେ ଜେଲ ପରିସରରେ ମଞ୍ଜୁ ଓ ରାଜେଶଙ୍କ ବିବାହ ସମ୍ପନ୍ନ ହୋଇଥିଲା। ଏଥିପାଇଁ ଜେଲ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା ଜେଲର ଅବିନାଶ ବେହେରା କହିଛନ୍ତି। କୋର୍ଟଙ୍କ ନିର୍ଦ୍ଦେଶମତେ ଏହି କାର୍ଯ୍ୟରେ ସ୍ଥାନୀୟ ସ୍ବେଚ୍ଛାସେବୀ ଅନୁଷ୍ଠାନ ଉଦ୍ଧାର ଫାଉଣ୍ଡେଶନର କର୍ମକର୍ତ୍ତା ସହେଯାଗ କରିଥିଲେ। ବିବାହ ପରେ ମଞ୍ଜୁ ଶାଶୁଘରକୁ ଯାଇଥିଲେ। ରାଜେଶଙ୍କୁ କେବେ ବେଲ୍‌ ମିଳିବ ଓ ସେ କେବେ ଘରକୁ ଫେରିବେ ତାଙ୍କ ଫେରିବା ବାଟକୁ ଅପେକ୍ଷା କରି ଦିନ କାଟିବେ ବୋଲି ମଞ୍ଜୁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?