ବତିଘର ଅଞ୍ଚଳ ଉଚ୍ଛେଦ ଜଙ୍ଗଲ ଜମିରେ ଚିଙ୍ଗୁଡ଼ିଘେରି

ମହାକାଳପଡା,୨୬।୨(ଡି.ଏନ.ଏ.): କେନ୍ଦ୍ରାପଡ଼ା ଜିଲା ବତିଘର ଫରେଷ୍ଟ ସେକ୍‌ଶନ ଅଧୀନ ଯୋଗୀଧନକୁଦ ଓ ହଷିଣାକନ୍ଧା ଜଙ୍ଗଲ ଜମି ଅଞ୍ଚଳରେ କିଛିମାସ ପୂର୍ବରୁ ବନ ବିଭାଗ, ରାଜସ୍ବ ଓ ପୋଲିସ ପକ୍ଷରୁ ଉଚ୍ଛେଦ ଅଭିଯାନ ଜୋରଦାର କରାଯାଇଥିଲା। ପରେ ଏହି ଜଙ୍ଗଲ ଜମିରେ ବିଭାଗ ପକ୍ଷରୁ ଲୁଣା ଜଙ୍ଗଲ ସୃଷ୍ଟି ପାଇଁ ବିଭିନ୍ନ କିଷମର ଚାରା ରୋପଣ ହୋଇଥିଲା। ଏବେ କେତେଜଣ ଚିଙ୍ଗୁଡି ବ୍ୟବସାୟୀ ଲୁଣା ଜଙ୍ଗଲ ପାର୍ଶ୍ୱରେ ନାଳ ଖୋଳି ସାମୁଦ୍ରିକ ଜୁଆର ପାଣି ପୂରାଇ ବନ୍ଧବାନ୍ଧି ଚିଙ୍ଗୁଡି ଚାଷ କରୁଛନ୍ତି। ବାର୍‌ହା, ବନ୍ୟଜନ୍ତୁ ଶିକାର କରାଯାଉଥିବା ସ୍ଥାନୀୟ ଲୋକ ଅଭିଯୋଗ କରୁଛନ୍ତି। ଏ ସର୍ମ୍ପକରେ ରେଞ୍ଜର ସାହାଜି ଚରଣ ବିଶ୍ୱାଳଙ୍କ ମତାମତ ନେବାରେ ଉଚ୍ଛେଦ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି ନିର୍ମାଣ ନେଇ କୌଣସି ଖବର ନାହଁି ବୋଲି କହିଛନ୍ତି। ଉଚ୍ଛେଦ ଜଙ୍ଗଲ ଜମିରେ ଚିଙ୍ଗୁଡି ଘେରି ନିର୍ମାଣ ପ୍ରସଙ୍ଗରେ ରାଜନଗର ଡିଏଫ୍‌ଓ ବିକାଶ ରଞ୍ଜନ ଦାଶଙ୍କୁ ପଚାରିବାରେ ଏହି ଅଞ୍ଚଳରେ ଚିଙ୍ଗୁଡି ଘେରି ନିର୍ମାଣକୁ ନେଇ ତଦନ୍ତ କରାଯାଇ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଡିଓ, ତହସିଲଦାରଙ୍କୁ ସଂଘବଦ୍ଧ ଆକ୍ରମଣ ଉଦ୍ୟମ, ୩ ଅଟକ

ଯାଜପୁର ଅଫିସ,୧୮ା୪: ରସୁଲପୁର ବ୍ଲକ ଅନ୍ତର୍ଗତ ବଡ଼କଇଁଚି ପଞ୍ଚାୟତର ଗୋପୀନାଥପୁର ବଡ଼କଇଁଚି ଗ୍ରାମରେ କିଛି ବ୍ୟକ୍ତି ସଂଘବଦ୍ଧ ଭାବେ ରସୁଲପୁର ବିଡିଓ ଉମାକାନ୍ତ ପରିଡ଼ା ଓ...

ଶ୍ରୀଜଗନ୍ନାଥ ମେଡିକାଲ କଲେଜ ଆଜି ଉଦ୍‌ଘାଟନ କରିବେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୧ା୪: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୋମବାର ପୁରୀ ଗସ୍ତରେ ଆସି ଶ୍ରୀଜଗନ୍ନାଥ ମେଡିକାଲ କଲେଜର ଉଦ୍‌ଘାଟନ କରିବେ। ମୁଖ୍ୟମନ୍ତ୍ରୀ ଅପରାହ୍ନ ୫ଟାରେ ମେଡିକାଲ କଲେଜ...

ଗିରଫ ହେଲେ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ: ମିଳିଲା ୫ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର ସମ୍ପତ୍ତି,  ୩ କୋଟି ୮୦ଲକ୍ଷର ହିସାବ ଦେଇ ପାରିଲେନି

ବ୍ରହ୍ମପୁର ଅଫିସ/ଗଞ୍ଜାମ,୫ା୩(ଡି.ଏନ.ଏ.)-ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ପୂର୍ତ୍ତ ବିଭାଗର ଅଧୀକ୍ଷଣ ଯନ୍ତ୍ରୀ ବିନୋଦ ଚନ୍ଦ୍ର ପାଢ଼ୀ ବୁଧବାର ଗିରଫ ହୋଇଛନ୍ତି। ଭିଜିଲାନ୍ସ ବିଭାଗ...

ମାଟ୍ରିକ ପରୀକ୍ଷା ଫଳ: ସରକାରୀ ଅପେକ୍ଷା ବେସରକାରୀ ବିଦ୍ୟାଳୟ ଛାତ୍ରୀଛାତ୍ର ଆଗରେ

ପାଟଣା,୨୨।୫(ସ୍ବ.ପ୍ର.): ମଙ୍ଗଳବାର ପ୍ରକାଶ ପାଇଥିଲା ମାଟ୍ରିକ ପରୀକ୍ଷା ଫଳ। କେନ୍ଦୁଝର ଜିଲା ପାଟଣା ବ୍ଲକ ସରକାରୀ ବିଦ୍ୟାଳୟର ପରୀକ୍ଷା ଫଳ ଖରାପ ରହିଥିବା ବେଳେ ବେସରକାରୀ...

କାନ୍ଥ ଧସି ୧ ମୃତ, ୨ ଆହତ

ସମ୍ବଲପୁର, ୧୩।୯(ବ୍ୟୁରୋ): ସମ୍ବଲପୁର ଜିଲା ଅଇଁଠାପାଲି ଥାନା ମାଲିପାଲି ଗ୍ରାମରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି । ଘରର କାନ୍ଥ ଧସି ଜଣଙ୍କ ମୃତ୍ୟୁ...

କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଦାବି

କେନ୍ଦୁଝର, ୧।୧(ସ୍ବ.ପ୍ର.) କେନ୍ଦୁପତ୍ର ଉପରୁ ଜିଏସ୍‌ଟି ଉଚ୍ଛେଦ ଓ ଅନ୍ୟାନ୍ୟ ଦାବି ନେଇ କେନ୍ଦୁପତ୍ର କର୍ମଚାରୀ ସଂଘ ପକ୍ଷରୁ କେନ୍ଦୁଝର ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ...

ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ି ନେଇଗଲେ

ଚମ୍ପୁଆ,୪।୨(ଡି.ଏନ.ଏ): କେନ୍ଦୁଝର ଜିଲା ଚମ୍ପୁଆ ଥାନା ଅନ୍ତର୍ଗତ ବାସୁଦେବପୁର ନିକଟରେ ବନ୍ଧୁକ ଦେଖାଇ କୁକୁଡ଼ା ବୋଝେଇ ଗାଡ଼ିକୁ ଦୁର୍ବୃତ୍ତ ନେଇଯାଇଛନ୍ତି। ଏଥିସହ ଟଙ୍କା ଓ ମୋବାଇଲ...

ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଏସ୍‌ସିଏସ୍‌ କଲେଜ ଛାତ୍ରୀଛାତ୍ରଙ୍କ ଧାରଣା

ପୁରୀ ଅଫିସ,୧୧।୬: ସେମିଷ୍ଟାର ପରୀକ୍ଷା ବାତିଲ ଦାବିରେ ଗୁରୁବାର ସାମନ୍ତ ଚନ୍ଦ୍ରଶେଖର ସ୍ବୟଂ ଶାସିତ ମହାବିଦ୍ୟାଳୟ(ଏସ୍‌ସିଏସ୍‌)ର ଛାତ୍ରୀଛାତ୍ରମାନେ କଲେଜ ସମ୍ମୁଖରେ ଧାରଣା ଦେଇଛନ୍ତି। ସମ୍ପ୍ରତି ମହାମାରୀ...

Advertisement
Archives

Model This Week