୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା

ନୟାଗଡ଼ ଅଫିସ,୨୬।୨: ନୟାଗଡ ଜିଲାର ଜୀବନରେଖା କୁହାଯାଉଥିବା ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ କାର୍ଯ୍ୟକାରୀ ଦାବିରେ ଦଶପଲ୍ଲାର ମହାବୀର ମନ୍ଦିରରୁ ଆରମ୍ଭ ହୋଇଥିବା ପଦଯାତ୍ରା ନୟାଗଡରେ ଗୁରୁବାର ଉଦ୍‌ଯାପିତ ହୋଇଛି । ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ କ୍ରିୟାନୁଷ୍ଠାନ କମିଟି ନେତୃତ୍ୱରେ ଆନ୍ଦୋଳନକାରୀ ୪୦ କିମି ଅତିକ୍ରମ କରି ନୟାଗଡ଼ରେ ପହଞ୍ଚିବା ପରେ ସହର ପରିକ୍ରମା କରିଥିଲେ। ପରେ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ ସହ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା।
ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ସାଧାରଣ ସଭା କମିଟିର ସଭାପତି ଆଇନଜୀବୀ ମନୋଜ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ନବନିର୍ମାଣ କୃଷକ ସଙ୍ଗଠନର ଜିଲା ସଂଯୋଜକ ମହେଶ୍ୱର ଜେନା, ସିପିଆଇଏମ୍‌ ତଥା କୃଷକ ନେତା ବିଶ୍ୱନାଥ ମହାପାତ୍ର, ଗୋଲକ ବିହାରୀ ମୁଦୁଲି, ପବିତ୍ର କୁମାର ଇନ୍ଦ୍ରଜିତ୍‌ଙ୍କ ସହିତ ଜିଲା ମହିଳା କଂଗ୍ରେସ ସଭାନେତ୍ରୀ ଉମାରାଣୀ ପାଣି, ଖଣ୍ଡପଡ଼ା ନିର୍ବାଚନ ମଣ୍ଡଳୀର ବରିଷ୍ଠ କଂଗ୍ରେସ ନେତା ବିନୋଦିନୀ ମହାନ୍ତି, ଓଡ଼ିଶା ପ୍ରଦେଶ କଂଗ୍ରେସ ସେବାଦଳ ରାଜ୍ୟ ସଙ୍ଗଠକ ଆଡଭୋକେଟ୍‌ ବେଣୁଧର ନାୟକ, ବ୍ଲକ୍‌ କିଷାନ୍‌ କଂଗ୍ରେସ ସଭାପତି ଦାମୋଦର ପ୍ରଧାନ ପ୍ରମୁଖ ବୃତ୍ତଙ୍ଗ ପ୍ରକଳ୍ପ, କୃଷି କୃଷକର ସ୍ଥିତି ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ଜିଲାବାସୀଙ୍କ ୫୦ ବର୍ଷର ସ୍ବପ୍ନକୁ ପ୍ରତାରଣା କରାଯାଉଛି । ଯଦି ସରକାର ବୃତ୍ତଙ୍ଗ ପ୍ରକଳ୍ପକୁ ତୁରନ୍ତ କାର୍ଯ୍ୟକାରୀ ନ କରନ୍ତି ତେବେ ଜିଲାରେ ଆନ୍ଦୋଳନ ତୀବ୍ର ହେବ ବୋଲି ବକ୍ତାମାନେ କହିଥିଲେ । ପ୍ରକଳ୍ପ କାର୍ଯ୍ୟକ୍ଷମ କରିବା, ବିସ୍ଥାପିତଙ୍କୁ ଥଇଥାନ କରିବା ଏବଂ ରଣପୁର, ବୋଲଗଡ଼, ବେଗୁନିଆ ବ୍ଲକ୍‌କୁ ଏହି ପ୍ରକଳ୍ପରେ ସାମିଲ କରିବାର ଦାବି ରହିଛି ବୋଲି ବକ୍ତାମାନେ ଦର୍ଶାଇଥିଲେ ।
ଅନ୍ୟମାନଙ୍କ ମଧ୍ୟରେ କମିଟିର ଉପଦେଷ୍ଟା ଉମେଶଚନ୍ଦ୍ର ପଟ୍ଟନାୟକ, ସୁରେନ୍ଦ୍ର ନାଥ କଳସ, ବୈକୁଣ୍ଠନାଥ ପ୍ରଧାନ, ଦେବାଶିଷ ପରମଗୁରୁ, ରାଜୀବ ମିଶ୍ର, ନାରାୟଣ ସାହୁ, ପ୍ରମୋଦ ମହାପାତ୍ର, ସୁରଥ ମହାନ୍ତି ପ୍ରମୁଖ ବକ୍ତବ୍ୟ ରଖିଥିଲେ। ଶେଷରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଉପଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା । ସୂଚନାଯୋଗ୍ୟ, ଦଶପଲ୍ଲା ବ୍ଲକ କୁଲୁରୁକୁମ୍ପା ପଞ୍ଚାୟତ ମଞ୍ଜରୀ ଗ୍ରାମ ନିକଟସ୍ଥ ବୃତ୍ତଙ୍ଗ ନଦୀରେ ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପ ନିର୍ମାଣ ହେବ । ଏଥିପାଇଁ ପରିବେଶ ମଞ୍ଜୁରୀ ମିଳିଛି ା ତଥାପି ରାଜ୍ୟ ସରକାର ପ୍ରକଳ୍ପର କାର୍ଯ୍ୟ ଆରମ୍ଭ କରିପାରି ନାହାନ୍ତି । ଏପରି କି ପରିବେଶ ମଞ୍ଜୁରୀର ରିନୁୱାଲ କରିବାକୁ ଭୁଲି ଯାଇଛନ୍ତି । ଏପରିସ୍ଥତିରେ ପ୍ରକଳ୍ପ କରା ନ ଯାଇ ସରକାର ସର୍ଭେ ଓ ଇନକ୍ୱାରୀ କାର୍ଯ୍ୟରେ ୪କୋଟି ୯୯ ଲକ୍ଷ ଟଙ୍କା ବ୍ୟୟ କରିସାରିଛନ୍ତି। ବୃତ୍ତଙ୍ଗ ଜଳସେଚନ ପ୍ରକଳ୍ପକୁ ସରକାରଙ୍କ ଅଣଦେଖା ପରେ ଏବେ ସପକ୍ଷବାଦୀଙ୍କ ଆନ୍ଦୋଳନ ମୁଣ୍ଡ ଟେକିଛି ।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?