କାଗଜକଲମରେ ବାହ୍ୟ ମଳମୁକ୍ତ ବ୍ଲକ

ନାଉଗାଁ,୨୬।୨(ସ୍ବ.ପ୍ର): କେନ୍ଦ୍ର ସରକାର ସ୍ବଚ୍ଛ ଭାରତ ଅଭିଯାନ ମାଧ୍ୟମରେ ୨୦୧୫ରୁ ହିତାଧିକାରୀଙ୍କୁ ମାଗଣାରେ ପାଇଖାନା ଯୋଗାଇ ଦିଆଯାଉଛି। ଗ୍ରାମାଞ୍ଚଳରେ ସମସ୍ତଙ୍କ ପାନୀୟ ଜଳର ବ୍ୟବସ୍ଥା କରାଯାଇଛି। ବାହାରେ ମଳତ୍ୟାଗ ନ କରି ଗ୍ରାମାଞ୍ଚଳ ପରିବେଶକୁ ସଫା ରଖିବାକୁ ଲୋକଙ୍କୁ ଗ୍ରାମ୍ୟ ପାନୀୟ ଜଳ ଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ସଚେତନ କରାଯାଉଛି। ବ୍ଲକରେ ଥିବା ବିଦ୍ୟାଳୟ ଓ ଅଙ୍ଗନଓ୍ବାଡି କେନ୍ଦ୍ରରେ ପିଇବା ପାଣି ସହ ପାଇଖାନା ବ୍ୟବହାରକୁ ଗୁରୁତ୍ୱ ଦିଆଯାଉଛି। ଯେଉଁ ବ୍ଲକ ଶତପ୍ରତିଶତ ପାଇଖାନା ବ୍ୟବହାର କରୁଛନ୍ତି ତାହାକୁ ଜିଲା, ରାଜ୍ୟ ସରକାରଙ୍କ ପକ୍ଷରୁ ବାହ୍ୟ ମଳମୁକ୍ତ ବ୍ଲକ ଘୋଷଣା କରାଯାଇ ପୁରସ୍କାର ଦିଆଯାଉଛି। ଏହି ପରିପ୍ରେକ୍ଷୀରେ ଜଗତ୍‌ସିଂହପୁର ଜିଲା ନାଉଗାଁକୁ ୨୦୧୯ ଜୁଲାଇରେ ବାହ୍ୟ ମଳମୁକ୍ତ ବ୍ଲକ ଭାବେ ଘୋଷଣା ସହ ପୁରସ୍କୃତ କରାଯାଇଛି।

ଶତପ୍ରତିଶତ କାମ ବ୍ଲକରେ କାଗଜକଲମରେ ସରିଥିବା ଅଭିଯୋଗ ହେଉଛି। କୋରୁଆ ପଞ୍ଚାୟତର ଗାରୋଇ ଗାଁର ଭୀମସେନ ପରିଡା, ଶିବ ଦୁଇଭାଇଙ୍କ କ୍ଷେତ୍ରରେ। ଠିକାଦାରଙ୍କ ଦ୍ୱାରା ଦୁଇଟି ପାଇଖାନା ନିର୍ମାଣ ହୋଇଛି। ହେଲେ ଗୋଟିଏ ଟାଙ୍କି କରାଯାଇଥିଲେ ହେଁ ପାଇପ ସଂଯୋଗ ହୋଇନାହିଁ। କିନ୍ତୁ ଠିକାଦାର ବିଲ୍‌ କରି ନେଇଛନ୍ତି। ବ୍ଲକର ୧୬ ପଞ୍ଚାୟତରେ ଶୌଚାଳୟ ନିର୍ମାଣରେ ଅନିୟମିତତା ହୋଇଥିବା ଅଭିଯୋଗ ହେଉଛି। ତିରୁଣା ପଞ୍ଚାୟତ ଦହିପାଳ ହରିଜନସାହିରେ କ୍ଷୀରୋଦ କାଣ୍ଡି, ସଞ୍ଜୟ ଭୋଇ, ପ୍ରଭାତି ଦେଇ, ଦୀପକ କାଣ୍ଡି, ସମୀର ସେଠୀ, ସୁରେଶ ମଲିକ, ବାବାଜି ରାଉତ ପ୍ରମୁଖଙ୍କ ଶୌଚାଳୟ ନାହିଁ। କେଉଁଠି ପାଇଖାନା ନିର୍ମାଣ ହୋଇନି ତ ଆଉ କେଉଁଠି ଅଧାପନ୍ତରିଆ ଅବସ୍ଥାରେ ଥାଇ ବିଲ୍‌ ହୋଇଛି। ବିଭାଗର ଇଣ୍ଟରନେଟରୁ ମିଳିଥିବା ତଥ୍ୟ ଅନୁସାରେ, ବ୍ଲକର ଅଲଣା ପଞ୍ଚାୟତରେ ୧୩୬୪, ବଚ୍ଛାଳୋ ୧୧୦୦, ବାଂଶ ୭୨୪, ଡାବର ୬୪୦, ଡେରିକି ୯୮୨, ଗଜରାଜପୁର ୧୦୬୨, ଗଳଦାରୀ ୯୩୭, ଘୋଡାଂଶ ୧୪୯୪, ଜାମୁଗାଁ ୧୬୩୩, କୋରୁଆ ୧୫୨୭, ନାଉଗାଁ ୧୮୫୦, ନୂଆଗାଁ ୧୧୮୯, ଓଷକଣା ୧୪୮୮, ରୋହିଆ ୧୫୭୮, ଶିଖର ୧୮୯୨ ଓ ତିରୁଣା ପଞ୍ଚାୟତରେ ୧୫୮୯ ସମୂଦାୟ ୨୧ହଜାର ୫୮ଟି ପାଇଖାନା ନିର୍ମାଣ ହୋଇଛି। ସେହିପରି ବାହ୍ୟ ମଳମୁକ୍ତ ବ୍ଲକ ଘୋଷଣା ପୂର୍ବରୁ ପ୍ରତ୍ୟେକ ରାଜସ୍ବ ଗ୍ରାମରେ ଏହାର ଫଳକ ଲଗାଯିବା କଥା। କିନ୍ତୁ ଏପର୍ଯ୍ୟନ୍ତ ଅଧିକାଂଶ ଗ୍ରାମରେ ଫଳକ ଲାଗିନାହିଁ। ବ୍ଲକରେ ଅଧିକାଂଶ ବିଦ୍ୟାଳୟରେ ଶୌଚାଳୟ ବ୍ୟବହାର ହେଉ ନ ଥିବା ବେଳେ ୧୧୯ ଅଙ୍ଗନଓ୍ବାଡି କେନ୍ଦ୍ରରୁ ମାତ୍ର ୪୫ଟିର ଗୃହ ଅଛି। ସେହିପରି ବ୍ଲକରେ ଶତକଡା ୫୦ ଭାଗ ଲୋକଙ୍କ ଶୌଚାଳୟ ନ ଥିବାରୁ ସେମାନେ ରାସ୍ତାପାର୍ଶ୍ୱରେ ଏବେବି ମଳତ୍ୟାଗ କରୁଛନ୍ତି। ନାଉଗାଁ ବଜାର, ବସଷ୍ଟାଣ୍ଡ, ଗଙ୍ଗଦାହାଟ, କଣ୍ଟୁଣିଆହାଟ ଆଦିରେ ଗୋଟିଏ ହେଲେ ବି ଡଷ୍ଟବିନ ନିର୍ମାଣ ହୋଇନାହିଁ। ଆବର୍ଜନା ଏସବୁ ସ୍ଥାନରେ ଜମା ହୋଇ ଦୁର୍ଗନ୍ଧ ହେଉଛି। ଏସବୁ ଅବ୍ୟବସ୍ଥା ସତ୍ତ୍ୱେ ବ୍ଲକକୁ କେମିତି ବାହ୍ୟ ମଳମୁକ୍ତ ଓ ସ୍ବଚ୍ଛ ଘୋଷଣା କରାଗଲା ତାହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏ ସମ୍ପର୍କରେ ବିଭାଗୀୟ ଏସ୍‌ଡିଓ ତପନ ରାଉତଙ୍କୁ ପଚାରିବାରେ ପୂର୍ବରୁ ଶୌଚାଳୟ ଅଧାପନ୍ତରିଆ ହୋଇ ବିଲ୍‌ ହୋଇଥିବା ଅଭିଯୋଗ ହୋଇଥିଲା। ତାହାର ତଦନ୍ତ କରିଥିଲୁ। ବର୍ତ୍ତମାନ ପୁଣି ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଦମ୍ପତିଙ୍କଠାରୁ ଝାମ୍ପିନେଲେ ୩.୫୦ ଲକ୍ଷ

ବାରିପଦା ଅଫିସ/ଉଦଳା,୨୩।୯(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଉଦଳା ଥାନା ଅଧୀନ ବିସିପୁର-ଧାନଘେରା ରାସ୍ତାରେ ଏକ ଦମ୍ପତିଙ୍କଠାରୁ ୩ ଲକ୍ଷ ୫୦ହଜାର ଟଙ୍କା ଭର୍ତ୍ତି ବ୍ୟାଗ୍‌ ଦୁର୍ବୃତ୍ତମାନେ ଝାମ୍ପି...

ବାଣ ଭିଡୁଥବା ବେଳେ ଯୁବକ ଗିରଫ

ଛତ୍ରପୁର,୨୭ା୬(ଡି.ଏନ୍‌.ଏ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ନରେନ୍ଦ୍ରପୁର ଗାଁରେ ବେଆଇନ୍‌ ଭାବେ ଦୀର୍ଘ ଦିନ ଧରି ବାଣ ତିଆରି କରାଯାଉଥିବା ଅଭିଯୋଗ ହୋଇଥିଲା। ଏଥିସହ...

ପୁଅର ଖଣ୍ଡାଚୋଟରେ ବାପା ମୃତ

ଛତ୍ରପୁର,୨୫ା୧(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗାଁ ମଠସାହିରେ ହତ୍ୟାକାଣ୍ଡ ଘଟିଛି। ବାପା ପାଣ୍ଡ ମହାଙ୍କୁଡ (୬୦)ଙ୍କୁ ପୁଅ ସଞ୍ଜୟ ଖଣ୍ଡାରେ ହାଣି...

ଡିସିସିବି ଆର୍ଥିକ ଅନିୟମିତତାକୁ ଚାପି ଦିଆଯାଉଛି

ଯାଜପୁର ଅଫିସ,୨୦।୪: ବଲାଙ୍ଗୀର ଓ କେନ୍ଦୁଝର ଜିଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ(ଡିସିସିବି)ର ଆନନ୍ଦପୁର ଶାଖାରେ ହୋଇଥିବା ଅର୍ଥ ଆତ୍ମସାତ୍‌ ମାମଲାକୁ ଚାପି ଦିଆଯାଇଛି। ଏଥିରେ ସମ୍ପୃକ୍ତ...

କାକଟପୁର ଅଞ୍ଚଳ ହେଲା ବିଶୋଧନ

କାକଟପୁର,୧୮।୫(ଡି.ଏନ୍‌.ଏ.): ମହାମାରୀ କରୋନା ମୁକାବିଲା ପାଇଁ ଆରଏସ୍‌ଏସ୍‌ ଓ ଏବିଭିପି ମିଳିତ ଆନୁକୂଲ୍ୟରେ କାକଟପୁର ନଗର ଶାଖା ତରଫରୁ ସୋମବାର କାକଟପୁର ଅଞ୍ଚଳକୁ ବିଶୋଧନ କରାଯାଇଛି।...

ସୂଚନା ଫଳକରେ ନାମଲେଖା ନେଇ ବିବାଦ: କାର୍ଯ୍ୟାରମ୍ଭରେ ବିଳମ୍ବ

ଔପଦା,୧୨।୯: ବାଲେଶ୍ୱର ଜିଲା ଔପଦା ଡାକ୍ତରଖାନା ପରିସରରୁ ବର୍ଷା ପାଣି ନିଷ୍କାସନ ସମ୍ପର୍କରେ ଗଣମାଧ୍ୟମରେ ବାରମ୍ବାର ଖବର ପ୍ରକାଶ ପରେ ଜିଲା ମିନେରାଲ ଯୋଜନାରୁ ଗତ...

ଜଳକା ନଦୀରେ ବନ୍ୟା: ସରକାରୀ କାର୍ଯ୍ୟାଳୟରେ ପଶିଲା ପାଣି

ବସ୍ତା,୨୨।୯(ଡି.ଏନ୍‌.ଏ): ବାଲେଶ୍ୱର ଜିଲା ବସ୍ତା ଦେଇ ପ୍ରବାହିତ ଜଳକା ନଦୀରେ ଭୀଷଣ ବନ୍ୟା ଜଳ ପ୍ରବାହିତ ହେଉଛି। ଏ ନେଇ ବନ୍ୟା ଜଳ ବସ୍ତା ଥାନା,...

ମଣ୍ଡି ବନ୍ଦ ଦିନ ୩ଶହ କୁଇଣ୍ଟାଲ ଧାନ କିଣା

ନବରଙ୍ଗପୁର,୧୦।୧(ବି.ପ୍ର.)- ମଣ୍ଡିରେ ଚାଷୀଙ୍କ ସ୍ବାଥର୍ର୍ ପ୍ରତି ଦୃଷ୍ଟି ଦିଆଯିବ। ଠିକ ସମୟରେ ଧାନ ମଣ୍ଡିରୁ ଉଠିବ ଓ ସରକାରୀ ଧାର୍ଯ୍ୟ ମୂଲ୍ୟ ଚାଷୀ ପାଇବେ ।...

Advertisement
Archives

Model This Week