ବେଲ୍‌ଭ୍ୟୁରେ ସ୍ଥାପନ ହେବ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତି

କଟକ ଅଫିସ,୨୬।୨: ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ନିମନ୍ତେ କଟକ ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ଏକ ପ୍ରସ୍ତୁତି ବୈଠକ ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଏମ୍‌ପି ଭର୍ତ୍ତୃହରି ମହତାବ ଯୋଗଦେଇ କହିଥିଲେ, ଗାନ୍ଧିଜୀଙ୍କ ଓଡ଼ିଶା ଆଗମନର ଶତବାର୍ଷିକୀ ପାଳନ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ କରାଯିବ। ଏହା ମଧ୍ୟରେ କଟକ ରେଳ ଷ୍ଟେଶନଠାରୁ ଶୋଭାଯାତ୍ରା ବାହାରି କାଠଯୋଡିସ୍ଥିତ ବେଲଭ୍ୟୁ ଛକ ପର୍ଯ୍ୟନ୍ତ ଯାତ୍ରା କରିବ। ଏହି ଶୋଭାଯାତ୍ରାରେ ନଦିଆ ସଙ୍କୀର୍ତ୍ତନ ମଣ୍ଡଳୀ, ଖ୍ରୀଷ୍ଟ ସମାଜ, ବିଭିନ୍ନ ହିନ୍ଦୁ ସଙ୍ଗଠନ ସାମିଲ ହେବ। ଏଥିସହିତ ଗାନ୍ଧିଜୀଙ୍କ ଚରଖା ବ୍ୟବହାର, ଅହିଂସା ଓ ସମ୍ପ୍ରଦାୟିକ ସଦ୍‌ଭାବକୁ ନେଇ ଏକ ପ୍ରଜ୍ଞାପନ ମେଢ ୨୦ଟି ସ୍ଥାନ ଦେଇ ସହର ଅତିକ୍ରମ କରିବ। ବେଲଭ୍ୟୁସ୍ଥିତ ନଦୀଶଯ୍ୟାରେ ଗାନ୍ଧିଜୀଙ୍କ ଆଗମନର ଦୃଶ୍ୟ ସହ ତାଙ୍କର ଏକ ପ୍ରତିମୂର୍ତ୍ତି ସ୍ଥାପନ କରାଯିବ ା ସେହିପରି ପାର୍କ, ଏମ୍ଫି ଥିଏଟରର ବ୍ୟବସ୍ଥା କରାଯାଉଛି ବୋଲି ଏମ୍‌ପି କହିଥିଲେ। ବୈଠକରେ ପୂର୍ବତନ ବିଧାୟକ ପ୍ରଭାତ ତ୍ରିପାଠୀ ଯୋଗଦେଇ ଶୋଭାଯାତ୍ରା ସୂଚାରୁରୂପେ ଆୟୋଜନ ସମ୍ପର୍କରେ ଜିଲା ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ଏହି ଅବସରରେ ଜଷ୍ଟିସ ମନୋରଞ୍ଜନ ମହାନ୍ତି ଉତ୍କଳ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଦ୍ୱାରା ସଂଗୃହୀତ ସୂଚନା ପୁସ୍ତିକା ଉପସ୍ଥାପନ କରିଥିଲେ। ଏତଦ୍‌ବ୍ୟତୀତ ରାମଧୁନ, ଖଦି ପରିଧାନ ତଥା ଗାନ୍ଧୀବାଣୀ ସମ୍ବନ୍ଧୀୟ ସଂକ୍ଷିପ୍ତ ବିବରଣୀ ପୁସ୍ତିକା ବଣ୍ଟନ କରାଯିବ ବୈଠକରେ ନିଷ୍ପତ୍ତି ନିଆଯାଇଛି। ଜିଲାପାଳ ଭବାନୀ ଶଙ୍କର ଚୟନୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସିଏମ୍‌ସି କମିଶନର ଅନନ୍ୟା ଦାସ, ମଧୁସୂଦନ ସାହୁ, ଗିରିବାଳା ବେହେରା, ଅମରେନ୍ଦ୍ର ମହାନ୍ତି, ଧର୍ମେଶ ନାୟକ, ନୟନ ମହାନ୍ତି, ରଞ୍ଜନ ବିଶ୍ୱାଳ, ସନ୍ତୋଷ ପତି ପ୍ରମୁଖ ଉପସ୍ଥିତ ଥିଲେ। ଜିଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶୋକ ଷଡଙ୍ଗୀ ଧନ୍ୟବାଦ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଖୁଣ୍ଟରେ ଚଢ଼ି ମରାମତି ବେଳେ ଲାଗିଲା ବିଦ୍ୟୁତ ଝଟକା, ତାପରେ ହଠାତ୍….

ଦେବଗଡ଼,୧୬।୮(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ବାରକୋଟ ଥାନା କଲା ଗ୍ରାମରେ ଅଘଟଣ । ବିଦ୍ୟୁତ ସ୍ପର୍ଶରେ ଆସି ଚାଲିଗଲା ବିଦ୍ୟୁତ କର୍ମଚାରୀଙ୍କ ଜୀବନ । ମୃତ…

ଅନ୍ତରୀଣ ଡିଜିପି ଭାବେ ଦାୟିତ୍ୱ ନେଲେ ବିନୟତୋଷ ମିଶ୍ର, ଆସୁଆସୁ କଲେ ବଡ଼ ଘୋଷଣା…

କଟକ,୧୬।୮: ୧୯୯୩ ବ୍ୟାଚ୍‌ ଆଇପିଏସ୍‌ ଅଫିସର ବିନୟତୋଷ ମିଶ୍ର ରବିବାରେ ଅନ୍ତରୀଣ ପୋଲିସ ଡିଜିପି ଭାବେ କଟକ ସ୍ଥିତ ପୋଲିସ ମୁଖ୍ୟାଳୟରେ ଦାୟିତ୍ୱ ଗ୍ରହଣ କରିଛନ୍ତି। ଦାୟୀତ୍ୱ…

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

କୂଳ ଲଙ୍ଘିଲା ବ୍ରାହ୍ମଣୀ ନଦୀ, ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା

ପଟ୍ଟାମୁଣ୍ଡାଇ,୧୬।୮(କଳ୍ପତରୁ ନାୟକ): ବନ୍ୟାପାଣିରେ ଫସିଲେ ୩ ଶହ ସ୍କୁଲ୍‌ ପିଲା । ଏଭଳି ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ୍ କୁଳସାହି…

ତାତିଲେ ଚାଷୀ, ଜେସିବି ଲଗାଇ କାଟିଦେଲେ ଘାଇ, ପାଣିରେ ବୁଡ଼ିଲା ଶହଶହ ଏକର ଚାଷଜମି

ମହାକାଳପଡ଼ା,୧୬ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ): ମହାନଦୀରେ ବନ୍ୟା ଓ ବର୍ଷା ଜଳ ଖରିଫ ଋତୁରେ ଧାନ ଫସଲ ପ୍ରଭାବିତ ହୋଇଛି। ଫଳରେ ୫ ହଜାରରୁ ଅଧିକ ହେକ୍ଟର ଜମିରେ…

କାଲି ଏହି ଜିଲାରେ ସ୍କୁଲ ଛୁଟି, ଜାଣନ୍ତୁ…

କେନ୍ଦୁଝର,୧୬।୮: ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ କ୍ଷେତ୍ର ଅଧିକ ଘନୀଭୂତ ହୋଇ ସ୍ପଷ୍ଟଚିହ୍ନିତ ଲଘୁଚାପରେ ପରିଣତ ହୋଇଛି। ରବିବାର ଅପରାହ୍ନ ୨ଟା ୩୦ ସୁଦ୍ଧା ଏହା ଉତ୍ତରପଶ୍ଚିମ ବଙ୍ଗୋପସାଗର…

କାର-ବୁଲେଟ୍ ମୁହାଁମୁହିଁ ଧକ୍କା, ଚାଲିଗଲା ବିଏସଏଫ ଯବାନଙ୍କ ଜୀବନ

ରିଆମାଳ,୧୬।୮(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବ୍ଳକ କୁଣ୍ଢେଇଗୋଳା ଥାନା କଟାସର ଶିବ ମନ୍ଦିର‌ ଘାଟିରେ ଶନିବାର ଦିନ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ହୋଇଥିଲା ।…

ସ୍କୁଲ ଛୁଟି ପରେ ମଧ୍ୟାହ୍ନଭୋଜନ ଚାଉଳ ଅଟୋରେ ନେବା ଘଟଣା: ନିଲମ୍ବିତ ହେଲେ ପ୍ରଧାନଶିକ୍ଷୟିତ୍ରୀ

ଝରିଗାଁ,୧୬ା୮(କିଶୋର ଚନ୍ଦ୍ର ମଣ୍ଡଳ): ନବରଙ୍ଗପୁର ଜିଲାର ଝରିଗାଁ ବ୍ଲକ ଅନ୍ତର୍ଗତ ମାଝୀଗୁଡ଼ା ସ୍କୁଲର ଭାରପ୍ରାପ୍ତ ପ୍ରଧାନଶିକ୍ଷୟିତ୍ରୀ ଗତ ଶୁକ୍ରବାର ବିଦ୍ୟାଳୟ ଛୁଟି ହେବା ପରେ ଏକ ଅଟୋରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri