ଛତିଶଗଡ଼ କବ୍‌ଜାରେ ମହୁଲପାହାଡ଼

ଲଖନପୁର,୨୬।୨(ଡି.ଏନ୍‌.ଏ.): ଓଡିଶା-ଆନ୍ଧ୍ରପ୍ରଦେଶ ସୀମାରେ ଥିବା କୋରାପୁଟ ଜିଲା କୋଟିଆ ପଞ୍ଚାୟତକୁ ନେଇ ଉଭୟ ରାଜ୍ୟ ମଧ୍ୟରେ ଦେଖାଦେଇଛି ସୀମା ବିବାଦ। ଏ ନେଇ ଚଳିତ ବିଧାନସଭାରେ ବିରୋଧୀ ଦଳଗୁଡିକ ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଫଳରେ ରାଜ୍ୟ ସୀମାରେ ଥିବା ସୀମାନ୍ତବର୍ତ୍ତୀ ଗ୍ରାମବାସୀଙ୍କ ସ୍ଥିତି ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ସରକାର ଜିଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହିକ୍ରମରେ ଛତିଶଗଡ଼ ସୀମାନ୍ତବର୍ତ୍ତୀ ଝାରସୁଗୁଡ଼ା ଜିଲା ଲଖନପୁର ତହସିଲ ଅନ୍ତର୍ଗତ ୧୯ଖଣ୍ଡ ମୌଜାର ଚାଣ୍ଟିପାଲି, କନକତୋରା ଓ ଭିକମପାଲି ଆର୍‌ଆଇ ସର୍କଲର ସମୁଦାୟ ୨୧ଗ୍ରାମ ସୀମାନ୍ତରେ ରହିଛି। ଏହିସବୁ ଗ୍ରାମରେ ସୀମା ବିବାଦକୁ ନେଇ କି ସମସ୍ୟା ରହିଛି ଏହାର ଅନୁଧ୍ୟାନ କରି ରିପୋର୍ଟ ପ୍ରଦାନ ପାଇଁ ସରକାର ଝାରସୁଗୁଡ଼ା ଜିଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ଆଧାରରେ ଜିଲାପାଳ ସରୋଜ କୁମାର ସାମଲ ଲଖନପୁର ତହସିଲଦାରଙ୍କୁ ତଦନ୍ତ କରି ରିପୋର୍ଟ ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ତହସିଲଦାର ବିଶ୍ୱକେଶନ ପାଣ୍ଡେ ଉପରୋକ୍ତ ଆର୍‌ଆଇମାନଙ୍କୁ ଗ୍ରାଉଣ୍ଡ ଜିରୋରେ ତଦନ୍ତ କରିବା ପାଇଁ କହିଥିଲେ। ତଦନ୍ତ ପରେ ଜଣାପଡିଛି କନକତୋରା ଆର୍‌ଆଇ ସର୍କଲ ଅନ୍ତର୍ଗତ ସୀମାନ୍ତବର୍ତ୍ତୀ ଝାରଗାଁ ଗ୍ରାମ ନିକଟରେ ଛତିଶଗଡ ଓଡ଼ିଶା ସୀମାରେ ପ୍ରବେଶ କରି ସୀମା ପିଲର୍‌ ପୋତିଛି। ଏହା ଦ୍ୱାରା ସୀମାରେ ଥିବା ମହୁଲପାହାଡ ସଂରକ୍ଷିତ ଜଙ୍ଗଲ ପ୍ରଭାବିତ ହେଉଛି ବୋଲି ଝାରଗାଁ ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି।
ଏଭଳିସ୍ଥିତିରେ ଜିଲା ପ୍ରଶାସନ ତରଫରୁ ଜିଲାପାଳ ସାମଲଙ୍କ ନିର୍ଦ୍ଦେଶକ୍ରମେ ଗତ ବୁଧବାର ଉପଜିଲାପାଳ ଶିବ ଟପ୍ପୋ, ଲଖନପୁର ତହସିଲଦାର ବିଶ୍ୱକେଶନ ପାଣ୍ଡେ, ବିଡିଓ ସଞ୍ଜୀବ ପଟେଲ, ଆର୍‌ଆଇ ହେମସାଗର ପଟେଲ ପ୍ରମୁଖ ଝାରଗାଁ ଗ୍ରାମରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରି ଫେରିଛନ୍ତି। ଏ ନେଇ ଉପଜିଲାପାଳ ଟପ୍ପୋ କହିଛନ୍ତି, ସରକାରଙ୍କ ନିର୍ଦ୍ଦେଶକ୍ରମେ ୨୦୧୭ ମସିହାରେ ତଦନ୍ତ କରାଯାଇ କୌଣସି ସୀମା ବିବାଦ ନାହିଁ ବୋଲି ସ୍ପଷ୍ଟ କରାଯାଇଥିଲା। ଏବେ ଝାରଗାଁ ସୀମାରେ ସେମିତି କିଛି ଗୁରୁତର ସମସ୍ୟା ନାହିଁ। ସୂଚନାଯୋଗ୍ୟ ସ୍ବତନ୍ତ୍ର ଓଡିଶା ପ୍ରଦେଶ ଗଠନ ହେବା ପୂର୍ବରୁ ଏହି ଅଞ୍ଚଳ ଅବିିଭକ୍ତ ମଧ୍ୟପ୍ରଦେଶରେ ରହିଥିଲା। ଓଡ଼ିଶା ପ୍ରଦେଶ ଘୋଷଣା ହେବା ପରେ ସେତେବେଳେ ଉଭୟ ପ୍ରଦେଶର ସୀମା ନିର୍ଦ୍ଧାରଣ କରାଯାଇଥିଲା। ଏଥିରେ ଝାରଗାଁ ଗ୍ରାମ ଓଡିଶା ପ୍ରଦେଶରେ ରହିଥିଲା। ଏହି ଗ୍ରାମକୁ ଲାଗିରହିଛି ମହୁଲପାହାଡ। ସେତେବେଳେ ବର୍ମା ବନ୍ଦୋବସ୍ତ ସମୟରେ ଓଡିଶାର ଝାରଗାଁ ସଂରକ୍ଷିତ ଜଙ୍ଗଲ ରୂପେ ରହିଥିଲା। ପରେ ମେଜର୍‌ ବନ୍ଦୋବସ୍ତ ସମୟରେ ଓଡିଶା ସରକାରଙ୍କ ଅଗୋଚରରେ ଛତିଶଗଡ ସରକାର ଏହାକୁ ନିଜ କବ୍‌ଜାକୁ ନେଇଯାଇଛି ବୋଲି ସ୍ଥାନୀୟ ବାସିନ୍ଦା ଅଭିଯୋଗ କରିଛନ୍ତି। ଏ ନେଇ ଅନେକ ସମୟରେ ଉଭୟ ରାଜ୍ୟର ସୀମାନ୍ତବର୍ତ୍ତୀ ବାସିନ୍ଦାଙ୍କ ମଧ୍ୟରେ ସୀମା ବିବାଦ ଦେଖିବାକୁ ମିଳୁଛି। ଅନେକଥର ବିଧାନସଭାରେ ଜନପ୍ରତିନିଧିମାନେ ଏହି ସମସ୍ୟା ଉପସ୍ଥାପନ କରି ସ୍ଥାୟୀ ସମାଧାନ ଦାବି କରିଥିବା ନଜିର ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?