ଆମ ଜିଲା ଖବର

ଆମ୍ବଝରନ ଫରେଷ୍ଟ ରିଜର୍ଭରେ ଝୁଲୁଛି ଅଜଣା ମୃତଦେହ

ବଲାଙ୍ଗୀର,୧୧।୫: ବଲାଙ୍ଗୀର ଆଗଲପୁର ଥାନା ଅନ୍ତର୍ଗତ ଆମୱଝରନ ରିଜର୍ବ ଫରେଷ୍ଟରୁ ଜଣେ ବ୍ୟକ୍ତିଙ୍କ ଝୁଲନ୍ତା ମୃତଦେହ ମିଳିଛି । ସୂଚନା ଅନୁଯାୟୀ, ଆମ୍ବଝରନ ରିର୍ଜବ ଫରେଷ୍ଟଠାରେ ଏକ ଗଛରେ ଜଣେ ଅଜଣା ବ୍ୟକ୍ତି ବେକରେ ରଶି ଲଗାଇ ଝୁଲି ପଡିଥିବା ସ୍ଥାନୀୟ…

କୋଟିଆରେ ଶେଷ ହୋଇଛି ଶତ ପ୍ରତିଶତ ଘରଗଣନା: ମନ୍ତ୍ରୀ

ଭୁବନେଶ୍ୱର,୧୧।୫: ରାଜ୍ୟରେ ଚାଲିଥିବା ଜନଗଣନାକୁ ନେଇ ମନ୍ତ୍ରୀ ସୁରେଶ ପୂଜାରୀ ସୋମବାର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ଓଡ଼ିଶାରେ ୯୦ ପ୍ରତିଶତରୁ ଅଧିକ ଘରଗଣନା କାମ ଶେଷ ହୋଇଥିବା କହିଛନ୍ତି। କୋରାପୁଟରେ ୯୦%, କୋଟିଆରେ ଶତ ପ୍ରତିଶତ ଘରଗଣନା ଶେଷ ହୋଇଛି। ଆନ୍ଧ୍ର…

ଅସୁରକ୍ଷିତ ବାତ୍ୟା ଆଶ୍ରୟସ୍ଥଳକୁ ଲୋକଙ୍କ ଭରସା ନାହିଁ, ଆଲର୍ଟ କେନ୍ଦ୍ରରେ ବାଜୁନି ସାଇରନ

କେନ୍ଦ୍ରାପଡା,୧୧୦ା୫ (ଜଗନ୍ନାଥ ଧଳ): ସମୁଦ୍ର ତଟବର୍ତ୍ତୀ କେନ୍ଦ୍ରାପଡା ଜିଲା ପ୍ରାକୃତିକ ବିପର୍ଯ୍ୟୟପ୍ରବଣ ବୋଲି ରାଜ୍ୟ ଓ କେନ୍ଦ୍ର ସରକାର ଚିହ୍ନଟ କରିଛନ୍ତି। ବନ୍ୟା, ବାତ୍ୟା ସହ ସୁନାମି ଆଶଙ୍କା ଅଛି। ଏପରି କି ସୁନାମି ପାଇଁ ଏହି ଜିଲାର ୬୪ ଗ୍ରାମ…

ମୋବାଇଲ୍‌ ଟାଓ୍ବାର ଉପରେ ଚଢ଼ିଗଲେ ଯୁବକ: ପରେ ଧମକ ଦେଇ ଯେଉଁ କାଣ୍ଡକଲେ…

କଲ୍ୟାଣସିଂହପୁର,୧୧।୫(ଦୀପକ କୁମାର ପରିଡା ): ମୋବାଇଲ ଟାୱାର ଉପରେ ଚଢି ମଦ୍ୟପ ଯୁବକଙ୍କ ଉନ୍ମତକାଣ୍ଡ। ଏଭଳି ଘଟଣା ଘଟିଛି ରାୟଗଡ଼ା ଜିଲା କଲ୍ୟାଣସିଂହପୁର ସହରରେ । ମଦ୍ୟପ ଅବସ୍ଥାରେ ଜଣେ ଯୁବକ ମୋବାଇଲ ଟାୱାର ଉପରକୁ ଚଢି ଆତ୍ମହତ୍ୟା ଧମକ ଦେବାରୁ…

ସୁନାଥରରେ ଗ୍ୟାସ୍‌ ସିଲିଣ୍ଡର ବିସ୍ଫୋରଣ ଘଟଣା: ଭୁବନେଶ୍ୱର ସ୍ଥାନାନ୍ତର ହେଲେ ଦୁଇ ଗୁରୁତର

ପୁରୁଷୋତ୍ତମପୁର,୧୧ା୫(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ସୁନାଥର ଗ୍ରାମରେ ରବିବାର ସନ୍ଧ୍ୟାରେ ରୋଷେଇ ପାଇଁ ଗ୍ୟାସ୍‌ ଲଗାଇବା ବେଳେ ହଠାତ୍‌ ସିଲିଣ୍ଡରଟି ବିସ୍ଫୋରଣ ହୋଇ ଘରର ଟିଣ ଉଡ଼ିଯିବା ସହ ନିଆଁ ଲାଗି ଅଗ୍ନିକାଣ୍ଡ ଘଟିଥିଲା। ଏଥିରେ ଦୁଇ…

ସରକାରୀ ଜମିରୁ ଉଚ୍ଛେଦବେଳେ ପ୍ରବଳ ବିରୋଧ, ତଥାପି ଜାରି ରହିଛି…

ପାଟଣା,୧୧ା୫(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ତହସିଲ ପୁଟୁଳିଆ ମୌଜାର ୭୭୪ ନମ୍ବର ପ୍ଲଟରୁ ସୋମବାର ଜବରଦଖଲ ଉଚ୍ଛେଦ ଆରମ୍ଭ କରିଛି ପ୍ରଶାସନ। ଉଚ୍ଛେଦକୁ ବିରୋଧ କରି ମହିଳା ଜେସିବି ଗାଡ଼ି ସମ୍ମୁଖକୁ ଆସି ତୁମ୍ବିତୋଫାନ କରି ପୋଲିସକୁ ନାକେଦମ ସହ…

୧୨ ଘଣ୍ଟା ବିତିଲା: ସ୍ବାଭାବିକ ହୋଇପାରିଲାନାହିଁ ବିଦ୍ୟୁତ୍‌ ସେବା

ଭଞ୍ଜନଗର,୧୧ା୫(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସହରରେ ରବିବାର ରାତି ୧୦ଟାରେ ଝଡ଼ତୋଫାନ ସହ ପ୍ରବଳ ବର୍ଷା ହୋଇଥିଲା। ଏହାର ପ୍ରଭାବରେ ସହରର ଅନେକ ସ୍ଥାନରେ ଗଛଡାଳ ଭାଙ୍ଗି ଯାଇଥିଲା। ଫଳରେ ସହରରେ ୧୨ ଘଣ୍ଟା ହେଲା ବିଦ୍ୟୁତ ସେବା ସ୍ବାଭାବିକ…

ଭଡ଼ାଟିଆ ମହିଳାଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରି ବନ୍ଧାହେଲେ ଘରମାଲିକ

କେନ୍ଦୁଝର,୧୧।୫(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ପୋଲିସ ଜଣେ ମହିଳାଙ୍କ ଅଶ୍ଳୀଳ ଫଟୋ ଭାଇରାଲ ଅଭିଯୋଗରେ ଘର ମାଲିକଙ୍କୁ ଗିରଫ କରିଛି। ଅଭିଯୁକ୍ତ ପୁରୀ ଜିଲା ତାଳବଣିଆ ଥାନା ଅନ୍ତର୍ଗତ ମାଟିଆପଡ଼ା ଗ୍ରାମର ସୁଦର୍ଶନ ଦାଶ ବୋଲି ଜଣାପଡ଼ିଛି। ପୋଲିସ ରବିବାର…

ପଡ଼ୋଶୀଙ୍କ କୋଦାଳ ଆଉ ଶାବଳମାଡ଼ରେ ମହିଳାଙ୍କ ଜୀବନ ଗଲା

ଖଇରା,୧୧ା୫(ଉତ୍କଳବନ୍ଧୁ ପଣ୍ଡା): ବାଲେଶ୍ୱର ଜିଲା ଖଇରା ଥାନା ଅଧୀନ ହରିପୁର ଗ୍ରାମରେ ଘର ତିଆରି ପାଇଁ ସେଣ୍ଟରିଂ ବେଳେ ଅଭାବନୀୟ ଘଟଣା ଘଟି ଯାଇଛି। ସୀମା ବିବାଦକୁ କେନ୍ଦ୍ର କରି ବିବାଦ ଉଗ୍ରରୁପ ଧାରଣ କରିବା ପରେ ପଡ଼ୋଶୀଙ୍କ କୋଦାଳ ଓ…

ଗୋଡ଼ାଇ ଗୋଡ଼ାଇ ଯୁବକଙ୍କୁ ହତ୍ୟା କଲେ ଖଣି ମାଫିଆ, ଶରୀରର ଅନେକ ସ୍ଥାନରେ ରହିଛି…

ନୟାଗଡ଼,୧୧ା୫(ଲୋକନାଥ ମିଶ୍ର): ମାଙ୍କଡ଼ାପଥର ଚୋରାଚାଲାଣକୁ ବିରୋଧ କରିବାରୁ ରବିବାର ବିଳମ୍ବିତ ରାତିରେ ଓଡ଼ଗାଁ ବିଜୟ ମଣ୍ଡପସାହିର ଅଜିତ ସାହୁ(୩୫)ଙ୍କୁ ଗୋଡ଼ାଇ ଗୋଡ଼ାଇ ହତ୍ୟା କରିଛନ୍ତି ମାଫିଆ। ଏହି ଘଟଣାକୁ ନେଇ ଓଡ଼ଗାଁ ଆଦର୍ଶ ଥାନା କଦଳୀବନ୍ଧଠାରେ ଓଡ଼ଗାଁ ଶରଣକୁଳ ରାସ୍ତା ଅବରୋଧ…

ସ୍ତ୍ରୀଙ୍କ ହାତ ଗୋଡ଼ ବାନ୍ଧି ମାରିବା ପାଇଁ ସ୍ବାମୀଙ୍କ ଉଦ୍ୟମ, ଜ୍ୱାଇଁଙ୍କୁ ମାଡ଼ ମାରି ଶ୍ୱଶୁର ଘର ଲୋକେ…

ମହାକାଳପଡ଼ା,୧୧ା୫ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ ସାମୁଦ୍ରିକ ଥାନା ଅଧୀନ ସ୍ଥାନୀୟ ଖରିନାଶୀ ଗ୍ରାମର ମନୋରଞ୍ଜନ ଗିରି ୧୪ ବର୍ଷ ପୂର୍ବେ ଜମ୍ବୁ ଗ୍ରାମର ସାରଥି ମାନ୍ନାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ସେମାନଙ୍କର ଝିଅ…

ବରଗଡ଼ ପ୍ରିମିୟର ଲିଗ୍‌: ଅତାବିରା ହ୍ବାଇଟ୍‌ ହର୍ସ ଚାମ୍ପିୟନ, ଯୋଦ୍ଧାସକୁ ରନର୍ସ ଅପ୍‌ ଟ୍ରଫି

ବରଗଡ଼,୧୧ା୫(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରିକେଟ ଆସୋସିଏଶନ ଆନୁକୂଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ବରଗଡ଼ ଜିଲା ପ୍ରିମିୟର ଲିଗ୍‌ (ବିଡିପିଏଲ) ରବିବାର ଉଦ୍‌ଯାପିତ ହୋଇଛି । ଫାଇନାଲ ମ୍ୟାଚରେ ବରଗଡ଼ ଯୋଦ୍ଧାସକୁ ହରାଇ ଅତାବିରା ହ୍ବାଇଟ ହର୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?