କେନ୍ଦ୍ରାପଡ଼ା/ମହାକାଳପଡା, ୧୬।୬ (ଜଗନ୍ନାଥ ଧଳ/ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ କାର୍ଯ୍ୟାଳୟ ପରିସରରେ ଘଟିଥିବା ଗଣ୍ଡଗୋଳ ଘଟଣାରେ ଗିରଫ ହୋଇଥିବା ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଜାମିନ ମିଳିଛି। କେନ୍ଦ୍ରାପଡ଼ା ଏସଡିଜେଏମ (SDJM) କୋର୍ଟ ଶୁକ୍ରବାର ଦିନ ଶୁଣାଣି କରି ସୂର୍ଯ୍ୟକାନ୍ତଙ୍କୁ ଜାମିନ ପ୍ରଦାନ କରିଛନ୍ତି।
ଗଣ୍ଡଗୋଳ ଘଟଣାରେ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତିଖିରି ସରପଞ୍ଚ ଚାମେଲି ଓଝାଙ୍କ ଭାଇ ସୂର୍ଯ୍ୟକାନ୍ତ ଓଝାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା। ମାମଲାର ବିଚାର କରି ମାନ୍ୟବର SDJM କୋର୍ଟ ଆଜି ତାଙ୍କର ଜାମିନ ଆବେଦନକୁ ମଞ୍ଜୁର କରିଛନ୍ତି।
ସୂଚନାଯୋଗ୍ୟ, ପୂର୍ବରୁ ଚାମେଲିଙ୍କୁ ମଧ୍ୟ ୩୦ ହଜାର ଟଙ୍କାର ବଣ୍ଡ ଏବଂ ୨ ଜଣ ଜାମିନ୍ଦାରଙ୍କ ବଦଳରେ ଜାମିନ ମିଳିଛି। ନ୍ୟାୟ ପାଇଁ ଏବେ ସେପୋଲିସର ବରିଷ୍ଠ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇଛନ୍ତି । ବିଡିଓଙ୍କ କାର୍ଯ୍ୟାଳୟରେ ଅସଦାଚରଣ ସହ ଧମକ ଦିଆଯାଇଥିବା ନେଇ ସେ ରାଜ୍ୟ ପୋଲିସ ମହାନିର୍ଦ୍ଦେଶକ (DGP) ଏବଂ କେନ୍ଦ୍ରାଞ୍ଚଳ IGଙ୍କୁ ଚିଠି ଲେଖି ଗୁହାରି କରିଛନ୍ତି। ୭ ଦିନ ମଧ୍ୟରେ ତାଙ୍କୁ ନ୍ୟାୟ ନ ମିଳିଲେ ସେ ଏସପି (SP) ଅଫିସ ଆଗରେ ପ୍ରତିବାଦରେ ଧାରଣା ଦେବାକୁ ଚେତାବନୀ ଦେଇଛନ୍ତି।

