ବୈଜ୍ଞାନିକଙ୍କ ଚେତାବନୀ: ଓଡ଼ିଶାରୁ ଲୋପ ପାଇଯାଇପାରନ୍ତି ‘ନୀଳରକ୍ତ କଙ୍କଡ଼ା’

କେନ୍ଦ୍ରାପଡ଼ା,୨୦ା୬ (ପି.ଟି.)ଓଡ଼ିଶା ଉପକୂଳରୁ ଆଗାମୀ ୮ ରୁ ୧୦ ବର୍ଷ ମଧ୍ୟରେ ବିରଳ‘ଘୋଡ଼ା ନାଲ କଙ୍କଡ଼ା’ ବା ‘ନୀଳରକ୍ତ କଙ୍କଡ଼ା’ ସମ୍ପୂର୍ଣ୍ଣ ରୂପେ ବିଲୁପ୍ତ ହୋଇଯାଇପାରନ୍ତି ବୋଲି ଶୁକ୍ରବାର ଜଣେ ପ୍ରତିଷ୍ଠିତ ବୈଜ୍ଞାନିକ ଚେତାବନୀ ଦେଇଛନ୍ତି। ଏମାନଙ୍କ ପ୍ରଜନନ ସ୍ଥଳୀର ସୁରକ୍ଷା ଲାଗି ଯଦି ତୁରନ୍ତ ପଦକ୍ଷେପ ନିଆ ନ ଯାଏ, ତେବେ ଏହି ପ୍ରଜାତି ସବୁଦିନ ପାଇଁ ଲୋପ ପାଇଯିବେ। ଜୁନ୍‌ ୨୦ ‘ଅନ୍ତର୍ଜାତୀୟ ନୀଳରକ୍ତ କଙ୍କଡ଼ା ଦିବସ’ ପୂର୍ବରୁ ଜାରି ଏକ ବିବୃତିରେ ‘ସିଏସ୍‌ଆଇଆର୍‌-ନ୍ୟାଶନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଓସେନୋଗ୍ରାଫି’ର ପୂର୍ବତନ ବୈଜ୍ଞାନିକ ଅନିଲ ଚାଟାର୍ଜୀ ଉକ୍ତ ସୂଚନା ଦେଇଛନ୍ତି। ସେ ଉଲ୍ଲେଖ କରିଛନ୍ତି, ପ୍ରାୟ ୪୫ କୋଟି ବର୍ଷରୁ ଅଧିକ ସମୟ ଧରି ପୃଥିବୀରେ ବଞ୍ଚି ରହି ‘ଜୀବନ୍ତ ଜୀବାଶ୍ମ’ କୁହାଯାଉଥିବା ଏହି ଜୀବ ଏବେ ମାନବୀୟ କାର୍ଯ୍ୟକଳାପ ଓ ପରିବେଶ ଅବକ୍ଷୟ ଯୋଗୁ ଗମ୍ଭୀର ସଙ୍କଟରେ ଗତି କରୁଛନ୍ତି। ନିଜର ପ୍ରାୟ ୪ଦଶନ୍ଧିର ଗବେଷଣା ତଥ୍ୟକୁ ନେଇ ସେ କହିଛନ୍ତି, ୧୯୮୬ ମସିହାରେ ଏକ ଫାର୍ମାସ୍ୟୁଟିକାଲ କମ୍ପାନୀର ଅନୁରୋଧକ୍ରମେ ଭାରତୀୟ ଉପକୂଳରେ ଏହି କଙ୍କଡ଼ାଙ୍କ ଉପଲବ୍ଧତାକୁ ନେଇ ପ୍ରଣାଳୀବଦ୍ଧ ଗବେଷଣା ଆରମ୍ଭ ହୋଇଥିଲା। ୧୯୮୭ ଜୁନ୍‌ ୨୦ରେ ବାଲେଶ୍ୱର ଜିଲା ଚାନ୍ଦିପୁର ନିକଟସ୍ଥ ବଳରାମଗଡ଼ିଠାରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ସହାୟତାରେ ଏହି କଙ୍କଡ଼ାଙ୍କର ଏକ ବଡ଼ ପ୍ରଜନନ ସ୍ଥଳୀ ଆବିଷ୍କାର କରାଯାଇଥିଲା, ଯାହା ଦେଶରେ ଏହି ଗବେଷଣାକୁ ଏକ ନୂଆ ମୋଡ଼ ଦେଇଥିଲା। ଏହି କଙ୍କଡ଼ାଙ୍କ ରକ୍ତ ନିଷ୍କାସନ ପାଇଁ ଏକ ପାଟେଣ୍ଟ ପ୍ରଯୁକ୍ତିବିଦ୍ୟା ବିକଶିତ କରାଯାଇଥିଲା, ଯାହାଦ୍ୱାରା ଜୀବଟିକୁ କୌଣସି କ୍ଷତି ନ ପହଞ୍ଚାଇ ରକ୍ତ ସଂଗ୍ରହ କରାଯାଇପାରୁଛି। ଏମାନଙ୍କ ନୀଳରକ୍ତରୁ ପ୍ରସ୍ତୁତ ବିଶେଷ ଉପାଦାନ (ଆମିବୋସାଇଟ୍‌ ଲାଇସେଟ୍‌) ବ୍ୟବହାର କରାଯାଇ ଟିକା, ଇଞ୍ଜେକ୍ସନ ଏବଂ ଚିକିତ୍ସା ଉପକରଣରେ ବ୍ୟାକ୍ଟେରିଆ ଜନିତ ସଂକ୍ରମଣ ପରୀକ୍ଷା କରାଯାଏ, ଯେଉଁଥିରେ ଭାରତ ଆତ୍ମନିର୍ଭରଶୀଳ ହୋଇପାରିଛି। ଓଡ଼ିଶାରେ ଏହି ଗବେଷଣା ପାଇଁ ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ପ୍ରଭୂତ ସହଯୋଗ କରିଥିଲେ ବୋଲି ଡ. ଚାଟାର୍ଜୀ ଉଲ୍ଲେଖ କରିଛନ୍ତି। ଏଥିସହ ସେ ଗବେଷକ ସ୍ବର୍ଗତ ଚିତ୍ତ ବେହେରାଙ୍କ ଅବଦାନକୁ ମଧ୍ୟ ସ୍ମରଣ କରିଛନ୍ତି।

ତେବେ ୧୯୮୮ରୁ୨୦୦୬ ମସିହା ମଧ୍ୟରେ ହୋଇଥିବା ଦୀର୍ଘକାଳୀନ ଅନୁଧ୍ୟାନରୁ ଜଣାପଡ଼ିଛି, ଓଡ଼ିଶା ଉପକୂଳରେ ଏହି କଙ୍କଡ଼ାଙ୍କ ସଂଖ୍ୟା ପ୍ରାୟ ୭୩ ପ୍ରତିଶତ ହ୍ରାସ ପାଇଛି। ପରିବେଶ ନଷ୍ଟ, ପ୍ରଦୂଷଣ, ବେଳାଭୂମିର ପରିବର୍ତ୍ତନ ଏବଂ ମାଛଧରା ଜାଲରେ ଅକସ୍ମାତ ଧରାପଡ଼ିବା ଏମାନଙ୍କ ବଂଶଲୋପର ମୁଖ୍ୟ କାରଣ ସାଜିଛି। ସମ୍ପୂର୍ଣ୍ଣ ମାଛଧରା ନିଷେଧ କରିବା ବଦଳରେ ସ୍ଥାନୀୟ ସମୁଦାୟକୁ ସାମିଲକରି ସଂରକ୍ଷଣ କରିବା, ପ୍ରଜନନ ସ୍ଥଳୀକୁ ସୁରକ୍ଷିତ ରଖିବା ଏବଂ ଜନସଚେତନତା ସୃଷ୍ଟିକରିବା ପାଇଁ ସେ ଓଡ଼ିଶା ସରକାର ଓ ଯୁବ ବୈଜ୍ଞାନିକଙ୍କୁ ଆହ୍ବାନ ଦେଇଛନ୍ତି।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

ପୈତୃକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ହଣାକଟା: ୫ ଆହତ, ଦମ୍ପତି ଗୁରୁତର

ଦିଗପହଣ୍ଡି,୪ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଏରେଣ୍ଡ୍ରା ପଞ୍ଚାୟତ ଆମ୍ବଠା ଗ୍ରାମରେ ପୈତୃକ ସମ୍ପତ୍ତି ଭାଗ ବଣ୍ଟନକୁ କେନ୍ଦ୍ର କରି ରବିବାର ସକାଳେ ଦୁଇ…

୨ଛାତ୍ରୀଙ୍କୁ ଅସଦାଚରଣ, ସ୍କୁଲ କିରାଣି ଗିରଫ

ଟେନ୍‌ସା,।୪।୧୦(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା କୋଇଡ଼ା ବ୍ଲକ କେ. ବଲାଙ୍ଗ ଥାନା ଜାମୁଢ଼ି ପଞ୍ଚାୟତର ଏକ ହାଇସ୍କୁଲରେ ୨ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ କରାଯାଇଥିବା…

ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ

ବଡ଼ବିଲ,୪।୧୦(ଜୟନ୍ତୀ ରଣା): କେନ୍ଦୁଝର ଜିଲା ବଡ଼ବିଲ ଥାନା ଅନ୍ତର୍ଗତ ଉଲିବୁରୁସ୍ଥିତ ବୁରୁସାହିରେ ଶୁକ୍ରବାର ରାତିରେ ଶାଳକଙ୍କ ମାଡ଼ରେ ଭିଣୋଇଙ୍କ ମୃତ୍ୟୁ ଘଟିଛି। ମୃତକ ଭିଣୋଇ ହେଲେ ବନମାଳୀ…

ଗୋଟିଏ କୋଠରିରେ ଦୁଇଟି ଶ୍ରେଣୀର ପାଠପଢ଼ା

ବରଗଡ଼,୪।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଝାରବନ୍ଧ ବ୍ଲକ ଅନ୍ତର୍ଗତ କନ୍ଦାଡଙ୍ଗର ଗ୍ରାମରେ ୧୯୪୦ରେ ପ୍ରତିଷ୍ଠିତ ନୋଡାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସମ୍ପ୍ରତି ବିଭିନ୍ନ ସମସ୍ୟାଘେରରେ ରହିଛି। କେବଳ…

ଆଜି କର୍କଟ ରାଶିରେ ଚନ୍ଦ୍ରଙ୍କ ଗୋଚର: ତୁଳା-ମୀନ ସମେତ ୩ ରାଶି ହେବେ ମାଲାମାଲ୍‌, ଘରକୁ ଆସିବ ଖୁସି ଖବର

କର୍କଟ ରାଶି ହେଉଛି ଚନ୍ଦ୍ରମାଙ୍କର ନିଜ ରାଶି। ନିଜ ରାଶିରେ ଚନ୍ଦ୍ରମାଙ୍କ ଗୋଚର ତିନିଟି ରାଶି ପାଇଁ ଭାଗ୍ୟଶାଳୀ ପ୍ରମାଣିତ ହୋଇପାରେ। ଆଜି ୪ ଅକ୍ଟୋବର ୨୦୨୬,…

ଟିପିସିଓଡିଏଲ ଆଉଟସୋର୍ସିଂ ଷ୍ଟାଫ୍‌ଙ୍କ ଛଟେଇ ପ୍ରତିବାଦରେ କାର୍ଯ୍ୟବନ୍ଦ ଆନ୍ଦୋଳନ: ଅନ୍ତର୍ଘାତୀ କାର୍ଯ୍ୟକଳାପ ବୃଦ୍ଧି ଅଭିଯୋଗ

କଟକ ସଦର, ୪/୧୦ (ସୁଶାନ୍ତ କୁମାର ଜେନା): ଟିପିସିଓଡିଏଲ କର୍ତ୍ତୃପକ୍ଷ କର୍ମଚାରୀ ଛଟେଇ ଆରମ୍ଭ କରିଥିବା ଅଭିଯୋଗ କରି ଆଉଟସୋର୍ସିଂ କର୍ମଚାରୀମାନେ ପ୍ରତିବାଦ ଆରମ୍ଭ କରିଛନ୍ତି। ଏହାର…

ମହିଳା ସାମ୍ବାଦିକଙ୍କ ପ୍ରତି ଅସଦାଚରଣ ଅଭିଯୋଗ; ଭାଜପାକୁ ଟାର୍ଗେଟ କଲା କଂଗ୍ରେସ

ନୂଆଦିଲ୍ଲୀ,୪।୧୦: ଅକ୍ଟୋବର ୩ରେ ଦିଲ୍ଲୀର ଜନ୍ତର ମନ୍ତର ଠାରେ ଏକ ବିକ୍ଷୋଭ ପ୍ରଦର୍ଶନର ଖବର ସଂଗ୍ରହ ସମୟରେ ମହିଳା ସାମ୍ବାଦିକମାନଙ୍କ ଦ୍ୱାରା ପୋଲିସ କର୍ମଚାରୀଙ୍କ ବିରୁଦ୍ଧରେ ଅଣାଯାଇଥିବା…

ପରିଚୟ ବଦଳାଇ ଦୁଇ ବାଂଲାଦେଶୀ ଯୁବତୀ ଯାଉଥିଲେ ବେଙ୍ଗାଲୁରୁ, ବହ୍ମପୁର ରେଳଷ୍ଟେଶନରୁ ପଡ଼ିଲେ ଧରା

ବ୍ରହ୍ମପୁର,୪ା୧୦(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ରେଳଷ୍ଟେଶନରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀ ଯୁବତୀଙ୍କୁ ଜିଆରପି ପୋଲିସ ଅଟକ ରଖି ପଚରାଉଚରା କରୁଛି। ସେମାନେ ହେଲେ ମହାମୁଦା ମଣ୍ଡଳ (୩୧)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?