ମୋବାଇଲ ଚୋରି ଅଭିଯୋଗରେ ଯୁବକଙ୍କୁ ରଶିରେ ବାନ୍ଧି ୨ କିଲୋମିଟର ଚଲାଇଲେ

ବାରିପଦା ଅଫିସ,୨୧ା୮: ମୋବାଇଲ ଚୋରି ଅଭିଯୋଗରେ ଅଞ୍ଚଳବାସୀ ଯୁବକଙ୍କୁ ନିର୍ଧୂମ ଛେଚିବା ସହିତ ୨ହାତକୁ ଦୌଡ଼ିରେ ବାନ୍ଧି ୨ କିଲୋମିଟର ଚଳାଇବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଭଳି ଏକ ସଂଘାତିକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ବାରିପଦା ଟାଉନ ଥାନା ରଘୁନାଥପୁର ଅଞ୍ଚଳରେ।

ସୂଚନାଯୋଗ୍ୟ,ଜଣେ ଯୁବକ ମୋବାଇଲ ଚୋରି କରି ଯାଉଥିବା ବେଳେ ଲୋକେ ଜାଣିବାକୁ ପାଇ ଧରିଥିଲେ। ପରେ ସଙ୍ଘବଦ୍ଧ ହୋଇ ଅଭିଯୁକ୍ତ ଯୁବକଙ୍କୁ ନିର୍ଘାତ ପିଟିବା ସହିତ ମୁହଁ ଫଟାଇ ଦେଇଥିଲେ। ସେତିକିରେ ରାଗ ଶାନ୍ତ ହୋଇ ନ ଥିଲା। ଯୁବକଙ୍କର ୨ ହାତକୁ ଏକ ରଶିରେ ବାନ୍ଧି ମୁଖ୍ୟ ରାସ୍ତାରେ ୨ କିଲୋମିଟର ଚଲାଇଥିଲେ। ରାଜରାସ୍ତାରେ ସମ୍ପୃକ୍ତ ଯୁବକକୁ ନେବା ସମୟରେ କେହି ବିରୋଧ କରି ନ ଥିଲେ। ଦେଖଣାହାରୀ ସାଜି ଲୋକମାନେ ଭିଡିଓ ଫଟୋ ଉତ୍ତୋଳନ କରିଥିଲେ। ଏଭଳି ଘଟଣା ବାରିପଦା ସହରରେ ଚର୍ଚ୍ଚାର ବିଷୟ ପାଲଟିଛି। ଅପରପକ୍ଷେ ସମ୍ପୃକ୍ତ ଯୁବକ ଜଣକ ମୋବାଇଲ ଚୋରି ଘଟଣାକୁ ଖଣ୍ଡନ କରିଥିବା ବେଳେ ସାଧାରଣ ଲୋକେ ଏଭଳି ଏକ ଦଣ୍ଡନୀୟ ଅପରାଧ କରିଛନ୍ତି। ବିନା ଦୋଷରେ କହିକି ଏଭଳି ଦଣ୍ଡ ଦେଲେ ତାହାକୁ ନେଇ ତଦନ୍ତ କରିବାକୁ ସାଧାରଣ ଲୋକେ ଦାବି କରିଛନ୍ତି। ତେବେ ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଥାନାରେ କୌଣସି ଅଭିଯୋଗ ହୋଇ ନ ଥିବା ବେଳେ ଏହି ଘଟଣାରେ ପୋଲିସର ପ୍ରତିକ୍ରିୟା ମିଳିପାରିନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ ଉଲ୍ଲଂଘନ: ୪ଜଣଙ୍କ ନାମରେ ମାମଲା

ସିମୁଳିଆ, ୧୯ା୪(ଡି.ଏନ.ଏ.)-କରୋନାକୁ ଖାତର ନ କରି ବାଲେଶ୍ୱର ଜିଲା ସିମୁଳିଆ ଥାନା ଅଧୀନ କେଳାପଲି ଛକ ନିକଟରେ ଖଟି କରୁଥିବା ୪ଜଣ ଯୁବକଙ୍କ ନାମରେ ପୋଲିସ...

କାମ କର ନ ହେଲେ ଚାକିରି ଛାଡ଼

ପାତ୍ରପୁର,୨୭ା୯(ଡି.ଏନ୍‌.ଏ.)- ପାତ୍ରପୁର ବ୍ଲକ ତୁମ୍ବା ଉନ୍ନୟନ ସଂସ୍ଥା ପରିସରରେ ଗୁରୁବାର ତିତ୍‌ଲି ପରବର୍ତ୍ତୀ ସମୀକ୍ଷା କରିଛନ୍ତି ଗଞ୍ଜାମ ଜିଲାପାଳ ବିଜୟ ଅମୃତ କୁଲାଙ୍ଗେ। ଅନୁଷ୍ଠିତ ବୈଠକରେ...

ସଚେତନତା ଅଭାବ: ବଢୁଛି ଦୁର୍ଘଟଣାଜନିତ ମୃତ୍ୟୁ : ବେପରୁଆ ଗାଡ଼ିି ଚାଳନା ନେଉଛି ଜୀବନ

କଟକ ଅଫିସ୍‌, ୧୭ା୭: ବିଗତ କିଛିବର୍ଷ ହେବ ରାଜ୍ୟରେ ଦୁର୍ଘଟଣାଜନିତ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ସରକାର, ପରିବହନ ଓ ପୋଲିସ ବିଭାଗର ଦାୟିତ୍ୱହୀନତା...

ପୁଣି ୧୬ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର,୨୪।୯(ବ୍ୟୁରୋ): ରାଜ୍ୟରେ ଗୁରୁବାର କରୋନା ଆଉ ୧୬ ଜଣଙ୍କ ଜୀବନ ନେଇଛି। ଏଥିସହ ରାଜ୍ୟରେ ମୋଟ ମୃତ୍ୟୁ ସଂଖ୍ୟା ୭୫୨କୁ ବୃଦ୍ଧି ହୋଇଛି। ଏ ନେଇ...

ଏକ ତରଫା ପ୍ରେମରେ ବିଫଳ: ମହିଳାଙ୍କୁ ପିସ୍ତଲ ଦେଖାଇ ଧମକ, ୨ ଅଟକ

ବ୍ରହ୍ମପୁର ଅଫିସ,୧୨ା୮-ଜଣେ ମହିଳାଙ୍କୁ ଏକ ତରଫା ପ୍ରେମ କରି ବିଫଳ ହେବା ପରେ ତାଙ୍କୁ ପିସ୍ତଲ ଦେଖାଇ ଭୟଭୀତ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ...

ଲକ୍‌ଡାଉନରେ କୋହଳ: ବୃଦ୍ଧାଙ୍କ ବେକରୁ ଝାମ୍ପିନେଲେ ହାର

ବ୍ରହ୍ମପୁର ଅଫିସ,୨୬ା୪-ବ୍ରହ୍ମପୁରରେ ରବିବାର ସକାଳେ ମାସ୍କ ପିନ୍ଧା ଦୁର୍ବୃତ୍ତ ୨ଟି ଥାନା ଇଲାକାରେ ମହିଳାଙ୍କୁ ଟାର୍ଗେଟ କରିଛନ୍ତି। ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଭାବାନଗର ଛକ ନିକଟ...

ଚିନ୍ତା ବଢ଼ାଇଲାଣି ମ୍ୟୁକୋରମାଇକୋସିସ୍‌

ଭୁବନେଶ୍ୱର, ୧୧।୫(ବ୍ୟୁରୋ): କରୋନା ପରେ ଏବେ ଡରାଇଲାଣି ‘ମ୍ୟୁକୋରମାଇକୋସିସ୍‌’(ବ୍ଲାକ୍‌ ଫଙ୍ଗସ୍‌)। ଦିଲ୍ଲୀ, ଗୁଜରାଟ, ମୁମ୍ବାଇ ପରେ ଏବେ ଓଡ଼ିଶାରେ ଏହି ମାରାତ୍ମକ ବ୍ଲାକ୍‌ ଫଙ୍ଗସ୍‌ ରୋଗ...

ଗଡ଼ିଲା କୋଭିଡ୍‌ ଟିକା ଏକ୍ସପ୍ରେସ୍‌

ଅନୁଗୋଳ ଅଫିସ,୨୨।୧ ଅନୁଗୋଳ ଜିଲାରେ କୋଭିଡ୍‌ ଟିକାକରଣକୁ ଶତ ପ୍ରତିଶତ କରିବା ଉଦ୍ଦେଶ୍ୟରେ ଶୁକ୍ରବାର ଜିଲା କାର୍ଯ୍ୟାଳୟ ପରିସରରୁ ଟିକା ଏକ୍ସପ୍ରେସ୍‌ର ଶୁଭାରମ୍ଭ କରାଯାଇଛି। ଜିଲାରେ...

Advertisement
Archives

Model This Week