ପୁଣି ବ୍ୟାପିଲାଣି ଝାଡ଼ାବାନ୍ତି

କୋରାପୁଟ/ତେନ୍ତୁଳିଖୁଣ୍ଟି,୨୧।୮(ସ୍ବ.ପ୍ର./ଡି.ଏନ୍‌.ଏ.): କଛିଦିନରେ ବ୍ୟବଧାନରେ ପୁଣି ଦେଖାଦେଲାଣି ଝାଡ଼ାବାନ୍ତି ଆତଙ୍କ। ଦକ୍ଷିଣ ଓଡ଼ିଶାର କୋରାପୁଟ ଓ ନବରଙ୍ଗପୁର ଜିଲାରେ ଏବେ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। କୋରାପୁଟ ସଦର ବ୍ଲକରେ ୧୬ଜଣ ଓ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟିରେ ୬ଜଣ ଝାଡ଼ାବାନ୍ତିରେ ଆକ୍ରାନ୍ତ ହେବାର ଖବର ମିଳିଛି। ଏଥିସହ ତେନ୍ତୁଳିଖୁଣ୍ଟିରେ ଶୁକ୍ରବାର ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବାବେଳେ କୋରାପୁଟରେ ୬ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ରହିଛି।
ସୂଚନାନୁଯାୟୀ, କୋରାପୁଟ ବ୍ଲକ ମସ୍ତିପୁଟ ଗ୍ରାମରେ ଝାଡ଼ାବାନ୍ତି ବ୍ୟାପି ୧୬ ଜଣ ଆକ୍ରାନନ୍ତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତର ଥିବା ୬ ଜଣଙ୍କୁ କୋରାପୁଟସ୍ଥିତ ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲରେ ଭର୍ତ୍ତି କରାଯାଇଛି। ତଳ ଜାନିଗୁଡା ମେଡିକାଲ ଅଧିକାରୀ ଡାକ୍ତର ଶାଶ୍ୱତୀ ମହାନ୍ତି ପ୍ରଭାବିତ ଗ୍ରାମ ପରିଦର୍ଶନ କରି ପରିବେଶ ସୁସ୍ଥ ନ ଥିବା କହିଛନ୍ତି। ମସ୍ତିପୁଟ ଗ୍ରାମର ଆଦିବାସୀ ସାହିରେ ପାଇପ ଯୋଗେ ପାଣି ଆସୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ପାନୀୟ ଜଳ ଓ ପରିମଳ ସମସ୍ୟା ସମାଧାନ କରିବା ନିମନ୍ତେ ଶନିବାର ମସ୍ତିପୁଟ ପଞ୍ଚାୟତ କାର୍ଯ୍ୟାଳୟରେ କୋରାପୁଟ ବିଡିଓ ନରେନ୍ଦ୍ର ନାୟକ ସମୀକ୍ଷା କରିଛନ୍ତି। ଗ୍ରାମକୁ ଯାଇ ସ୍ଥିତ ଅନୁଧ୍ୟାନ କରିବା ପରେ ହିଁ ସେଠାକାର ଅବସ୍ଥା ସମ୍ପର୍କରେ କହିହେବ ବୋଲି ବିଡିଓ ପ୍ରକାଶ କରିଛନ୍ତି।
ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ଡାକ୍ତରଖାନାର ଚିକିତ୍ସିତ ହେଉଥିବା ପଡ଼ାଆଉଁଳି ଗ୍ରାମର କାଲିମଣି ହରିଜନଙ୍କ ଶୁକ୍ରବାର ମୃତ୍ୟୁ ହୋଇଛି। ଝାଡ଼ାବାନ୍ତରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରଖାନା କର୍ତ୍ତୃପକ୍ଷ କିନ୍ତୁ ସ୍ପଷ୍ଟ କରୁନାହାନ୍ତି। କାଲିମଣି ଝାଡ଼ାବନ୍ତିରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେବାକୁ ଡାକ୍ତରଖାନା ଯାଇଥିଲେ ବୋଲି ତାଙ୍କ ପରିବାର ଓ ଗ୍ରାମବାସୀ କହୁଛନ୍ତି। ଶନିବାର ପୋଡ଼ାଆଉଁଳି ଗ୍ରାମର ଦେବ ସାନ୍ତା, ତୁରଞ୍ଜି ସାନ୍ତା ଓ ମାଙ୍ଗନୀ ମୁଦୁଲି, ଖୁଣ୍ଟିପଦର ରଜନ୍ତୀ ସାନ୍ତା, ଖାତିଗୁଡ଼ାର କାଞ୍ଚନ ବେହେରା ଓ ପୂଜାରିଗୁଡ଼ାର ବିମଳା ନାୟକ ଝାଡ଼ାବାନ୍ତି ର ଶିକାର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଜିଲା କଂଗ୍ରେସ ଆଦିବାସୀ ସେଲ୍‌ର ସଭାପତି ଦିଲୀପ ପ୍ରଧାନୀ, ଜିଲା କଂଗ୍ରେସ ସାଧାରଣ ସମ୍ପାଦକ ଭୀମସେନ ପାଣିଗ୍ରାହୀ, ବ୍ଲକ କଂଗ୍ରେସ ସଭାପତି ପ୍ରହ୍ଲାଦ ହିଆଲ, ସାମାଜିକ ସଂଗଠକ ଜାନକୀକାନ୍ତ ବିଷୋୟୀ, ହିନ୍ଦୁ ସଂଗଠନର ମୁନା ଦଳେଇ ଅନ୍ୟ ସଂଗଠନର ଦିଲୀପ ସୁନା ପ୍ରମୁଖ ପୋଡ଼ାଆଉଁଳି ଯାଇ ଗ୍ରାମବାସୀଙ୍କ ଆଲୋଚନା କରିଛନ୍ତି। ଦୂଷିତ ପରିବେଶ ଯୋଗୁ ଏଭଳି ଝାଡ଼ାବାନ୍ତି ବ୍ୟାପୁଛି, ସ୍ଥିତ ବିଗିଡ଼ିବା ପୂର୍ବରୁ ପ୍ରଶାସନ ଜାଗ୍ରତ ହେବାକୁ କଂଗ୍ରେସ ଦଳ ଦାବି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଘରୋଇ କଲେଜ ସିଲ୍‌ କଲା ପ୍ରଶାସନ, ତଦନ୍ତ ଆରମ୍ଭ

ବଲାଙ୍ଗୀର,୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ସହରର ଶାନ୍ତିପଡ଼ାରେ ଥିବା ଏକ ଘରୋଇ କଲେଜରେ ଗୁରୁବାର ପ୍ରଶାସନିକ ଟିମ ଚଢ଼ାଉ କରିଥିଲା। ଡିସିପିଓ, cwc, ପୋଲିସ ଓ ଶିକ୍ଷା…

ଯୁବକଙ୍କୁ ଆକ୍ରମଣ ପରେ ଛିନ ତାଇ ଘଟଣା: ଜଣେ ଅଭିଯୁକ୍ତ ଗଲେ ଜେଲ, ସମ୍ପୃକ୍ତ ୩ ନାବାଳକ ଗଲେ ବାଳ ସୁଧାର ଗୃହ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଚୁଡୁଙ୍ଗପୁର ଗ୍ରାମ ଶ୍ରୀ ଗଣେଶ ମନ୍ଦିର ସମ୍ମୁଖ ୩୨୬ ନଂ ଜାତୀୟ ରାଜପଥରେ ବାଇକ ଅଟକାଇ ବୁଗୁଡ଼ା…

ମା’ ତାରାତାରିଣୀ ପୀଠରେ ଷୋଡ଼ଶ ପୂଜା ଲାଗି ପ୍ରସ୍ତୁତି ଆରମ୍ଭ, ଭକ୍ତଙ୍କ ଦର୍ଶନ, ସୁରକ୍ଷାକୁ ଗୁରୁତ୍ୱ

ପୁରୁଷୋତ୍ତମପୁର,୧।୧୦(ସବିତା ମିଶ୍ର): ଗଞ୍ଜାମ ଜିଲାର ପ୍ରସିଦ୍ଧ ଅଧିଷ୍ଠାତ୍ରୀ ଦେବୀ ମା’ ତାରାତାରିଣୀଙ୍କ ପୀଠରେ ଆସନ୍ତା ୩ ତାରିଖରୁ ଆରମ୍ଭ ହେବାକୁ ଥିବା ଷୋଡଶ ପୂଜାକୁ ନେଇ ପ୍ରଶାସନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?