ମହାକାଳପଡ଼ାରେ ନାବାଳିକା ସାଜୁଛନ୍ତି ମା’
ମହାକାଳପଡ଼ା,୧୭।୭(ଡି.ଏନ୍.ଏ.) : କେନ୍ଦ୍ରାପଡ଼ା ଜଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ଦିନକୁ ଦିନ ନାବାଳିକା ବିବାହ ବୃଦ୍ଧି ପାଇବାରେ ଲାଗିଛି। କମ୍ ବୟସରେ ନାବାଳିକା ବିବାହ କରିବା ପରେ ସେମାନେ ମାତୃତ୍ୱ ଲାଭ କରୁଛନ୍ତି। ମା’ ହେବା ଦ୍ୱାରା ସେମାନଙ୍କ ଜୀବନ ପ୍ରତି…
ସମବାୟ ସମିତିରେ ମିଳୁନାହିଁ ଧାନ ବିହନ
ପଟ୍ଟାମୁଣ୍ଡାଇ,୧୭।୭(ସ୍ବ.ପ୍ର.): ଚାଷୀଙ୍କୁ ଉନ୍ନତମାନର ବିହନ, ସାର, ଔଷଧ ଯୋଗାଇଦେବାକୁ କେନ୍ଦ୍ର ଓ ରାଜ୍ୟ ସରକାର ବିଭିନ୍ନ ଗଣମାଧ୍ୟମରେ ପ୍ରଚାର ପ୍ରସାର କରୁଛନ୍ତି। ପ୍ରକୃତରେ ଉନ୍ନତମାନର ବିହନ ସରକାର ଯୋଗାଇ ଦେଉନାହାନ୍ତି। ପ୍ରାଥମିକ କୃଷି ସେବା ସମବାୟ ସମିତି ଜରିଆରେ ଚାଷୀମାନଙ୍କୁ କମ୍…
ଦ୍ୱୀପାଞ୍ଚଳର ୧୩ ଗାଁକୁ ମହାନଦୀ ଡର
କେନ୍ଦ୍ରାପଡ଼ା ଅଫିସ,୧୭।୭: କେନ୍ଦ୍ରାପଡ଼ା ଜିଲାରେ ମୌସୁମୀ ବର୍ଷାର ପ୍ରଭାବ ଶୁକ୍ରବାର ରାତିରୁ ଦେଖାଦେଇଛି। ଏହାର ପ୍ରଭାବରେ ଲଗାଣ ବର୍ଷା ଲାଗି ରହିଛି ା ଅପରପକ୍ଷରେ ଆସନ୍ତା ୧୮ ତାରିଖରେ ହୀରାକୁଦର ଗେଟ୍ ଖୋଲା ହେବ ବୋଲି ମୁଖ୍ୟଯନ୍ତ୍ରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।…
ଜିଲା ମୁଖ୍ୟାଳୟରେ ରହୁନାହାନ୍ତି ସରକାରୀ କର୍ମଚାରୀ
ଜଗତ୍ସିଂହପୁର ଅଫିସ, ୧୭।୭: ଜଗତ୍ସିଂହପୁର ଜିଲାରେ ବିଶେଷକରି ଜିଲା ମୁଖ୍ୟାଳୟରେ କାର୍ଯ୍ୟରତ ସରକାରୀ କର୍ମଚାରୀମାନଙ୍କ ମଧ୍ୟରୁ ଅନେକେ କଟକ, ଭୁବନେଶ୍ୱରରେ ରହୁଛନ୍ତି। ଏଥିଯୋଗୁ ଲୋକଙ୍କୁ ବହୁତ କ୍ଷତି ସହିବାକୁ ପଡ଼ୁଛି। କାରଣ ଏହି ଅଧିକାରୀ, ଯନ୍ତ୍ରୀ ଓ କର୍ମଚାରୀମାନେ ମୁଖ୍ୟାଳୟରେ ରହୁ…
ସୁଧୁରୁନି ଦେବୀ ନଦୀବନ୍ଧ ରାସ୍ତା
ବାଲିଆ,୧୭।୭: ଲଘୁଚାପ ପ୍ରଭାବରେ କିଛିଦିନ ହେବ ଲଗାଣ ବର୍ଷା ଜାରି ରହିଛି। ଫଳରେ ବିରିଡି ବ୍ଲକ ଅନ୍ତର୍ଗତ ୨୨ ମୌଜା କାଉପଡାଠାରୁ ଅଲିପଡା ପର୍ଯ୍ୟନ୍ତ ଦେବୀ ନଦୀ ବନ୍ଧ ମରଣଯନ୍ତା ପାଲଟିଛି। ନଦୀ ବନ୍ଧ ରାସ୍ତାର ବିଭିନ୍ନ ସ୍ଥାନରେ ଗାତ ହୋଇଥିବାରୁ…
‘ସାରର କୃତ୍ରିମ ଅଭାବ ହେବାକୁ ଦିଅନାହିଁ’
ଜଗତ୍ସିଂହପୁର ଅଫିସ, ୧୭।୭: ଜଗତ୍ସିଂହପୁର ଏକ କୃଷି ପ୍ରଧାନ ଜିଲା। ଏଠାରେ ଉର୍ବର ମାଟି ଓ ଜଳସେଚନ ସୁବିଧା ରହିଛି। କେବଳ ଚାଷୀଙ୍କୁ ସଚେତନ ଓ ଉତ୍ସାହିତ କରିବା ଦରକାର। ଠିକ ସମୟରେ ବିହନ ଓ ସାର ଯୋଗାଯିବା ଆବଶ୍ୟକ। ସାର…
ଶ୍ରଦ୍ଧାଳୁଙ୍କୁ ଜରିମାନା: ସେବାୟତ,ପୋଲିସଙ୍କୁ ଛାଡ଼
ପୁରୀ ଅଫିସ,୧୭।୭: ଶ୍ରୀମନ୍ଦିର ଭିତରକୁ ସାଧାରଣରେ ମୋବାଇଲ ନେବା ନିଷେଧ ରହିଛି। ଜନସାଧାରଣଙ୍କ ପାଇଁ ଏହି ନିୟମ ଲାଗୁ ଥିବାବେଳେ ସେବାୟତ, ପୋଲିସ ଓ ନିର୍ଦ୍ଦିଷ୍ଟ ଭିଆଇପି ଶ୍ରୀମନ୍ଦିରକୁ ମୋବାଇଲ ନେବାକୁ ନେଇ ଜନଅସନ୍ତୋଷ ପ୍ରକାଶ ପାଇଛି। ତେବେ ଶୁକ୍ରବାର ପୁଣି…
ବଢୁଛି ଲଘୁ ଖଣିଜ ଚୋରାଚାଲାଣ
ଜଟଣୀ/ଯାଁଳା/ବୋଲଗଡ଼,୧୭।୭(ଡି.ଏନ୍.ଏ.): ଖୋର୍ଦ୍ଧା ଜିଲା ଜଟଣୀ ତହସିଲ ଅଞ୍ଚଳରେ ମାଙ୍କଡ଼ା ପଥର ଓ ମୋରମ ଚୋରାଚାଲାଣ ହେଉଥିବା ନେଇ ଅଭିଯୋଗ ହୋଇଆସୁଥିଲା। ଜିଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀଙ୍କ ନିର୍ଦ୍ଦେଶରେ ଏକ ସ୍କ୍ବାଡ୍ ଗଠନ କରାଯାଇ ବିଭିନ୍ନ ସ୍ଥାନରେ ଚଢ଼ାଉକୁ ଜୋର୍ଦାର କରାଯାଇଛି। ଏହି…
କାଶୀପୁରକୁ ଅଭିଜ୍ଞ ଡାକ୍ତର ପଠାଇବାକୁ ନିର୍ଦ୍ଦେଶ
ଭୁବନେଶ୍ୱର, ୧୭।୭(ବ୍ୟୁରୋ): ରାୟଗଡ଼ା ଜିଲା କାଶୀପୁର ବ୍ଲକ୍ରେ ଝାଡ଼ାବାନ୍ତି ବ୍ୟାପୀ ଜୀବନ ହାନି ଘଟିଥିବା ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ସରକାରଙ୍କ ଦୃଷ୍ଟିଗୋଚର ହୋଇଥିବା ସ୍ବାସ୍ଥ୍ୟ ମନ୍ତ୍ରୀ ନବ କିଶୋର ଦାଶ କହିଛନ୍ତି। ଏଥିପାଇଁ ମନ୍ତ୍ରୀ ଶନିବାର ରାୟଗଡ଼ା…
କାଶୀପୁରରେ ଝାଡ଼ାବାନ୍ତିମୃତ୍ୟୁସଂଖ୍ୟା ୭କୁ ବୃଦ୍ଧି
ରାୟଗଡ଼ା ଅଫିସ,୧୭।୭: ରାୟଗଡ଼ା ଜିଲା କାଶୀପୁର ବ୍ଲକରେ ଝାଡ଼ାବାନ୍ତି ବ୍ୟାପିବା ଯୋଗୁ ମୃତ୍ୟୁ ସଂଖ୍ୟା ୭କୁ ବୃଦ୍ଧି ପାଇଛି। ଶନିବାର ଶଙ୍କରଡ଼ା ପଞ୍ଚାୟତ ପଞ୍ଚାଳି ଗ୍ରାମର ଅଗାଧୁ ଗରଡ଼ା(୫୦)ଙ୍କ ମୃତ୍ୟୁ ଘଟିଛି। ଟିକିରି ଉଷାପଡ଼ା ସ୍ଥିତ ଉତ୍କଳ ଆଲୁମିନା ହସ୍ପିଟାଲରେ ଚିକିତ୍ସାଧୀନ…
ନାବାଳିକାଙ୍କୁ ଅପହରଣ କରି ବଳାତ୍କାର: ଅଭିଯୁକ୍ତଙ୍କୁ ୧୦ ବର୍ଷ ଜେଲ ଦଣ୍ଡାଦେଶ
ଭବାନୀପାଟଣା,୧୬।୭(ସ୍ବ.ପ୍ର)- କଳାହାଣ୍ଡି ଜିଲା ଧର୍ମଗଡ଼ ଅଞ୍ଚଳର ଜଣେ ନାବାଳିକା ଅପହରଣ ଓ ବଳାତ୍କାର ମାମଲାର ରାୟ ଶନିବାର ପ୍ରକାଶ ପାଇଛି। ଏହି ଘଟଣାର ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରିବା ସହ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ପୋକ୍ସୋ ଅଦାଲତ ।…
ଏମ୍ସିଏଲ୍ରେ ଚାକିରି କରାଇଦେବାକୁ କହି ଠକିନେଲେ ୬୫ ଲକ୍ଷ; ସରକାରୀ ଶିକ୍ଷକଙ୍କୁ ବାନ୍ଧିଲା ପୋଲିସ
ଭବାନୀପାଟଣା,୧୬।୭(ସ୍ବ.ପ୍ର.): ଚାକିରିର ପ୍ରଲୋଭନ ଦେଖାଇ ଲକ୍ଷାଧିକ ଟଙ୍କା ହଡପ କରି ଗିରଫ ହେଲେ ଶିକ୍ଷକ। କଳାହାଣ୍ଡି ଜଲାର ୧୨ ଜଣ ଯୁବତୀଯୁବକଙ୍କୁ ବୁର୍ଲା ଏମ୍ସିଏଲ୍ରେ ଚାକିରି ଦେବା ପାଇଁ ପ୍ରଲୋଭନ ଦେଖାଇ ୬୫ ଲକ୍ଷ ଟଙ୍କା ଠକିନେଇଥିବା ଅଭିଯୋଗ ହୋଇଛି ।…

