ପାନାମା ପଣ୍ୟବାହୀ ଜାହାଜକୁ ମୁକ୍ତକର: ହାଇକୋର୍ଟ

କଟକ ଅଫିସ,୨୭ା୮: ବ୍ୟବସାୟିକ ବିବାଦକୁ ନେଇ ପାରାଦୀପ ବନ୍ଦରରେ ଅଟକ ରଖାଯାଇଥିବା ପାନାମାର ପଣ୍ୟବାହୀ ଜାହାଜ ‘ଏମ୍‌ଭି ମେରାଇନ୍‌ ହର୍ନବିଲ୍‌ (ଆଇଏମ୍‌ଓ ନଂ- ୯୫୯୪୩୬୫)’କୁ ମୁକ୍ତ କରିବା ପାଇଁ ଶୁକ୍ରବାର ହାଇକୋର୍ଟ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଜାହାଜ କର୍ତ୍ତୃପକ୍ଷଙ୍କ ପକ୍ଷରୁ ଡିମାଣ୍ଡ ଡ୍ରାଫ୍ଟ ଆକାରରେ ୨ କୋଟି ୧୧ ଲକ୍ଷ ୩୬ ହଜାର ୪ ଶହ ୮୭ ଟଙ୍କାର ଅମାନତ ରାଶି ହାଇକୋର୍ଟଙ୍କ ରେଜିଷ୍ଟ୍ରାର ଜୁଡିସିଆଲଙ୍କ ନାମରେ ଦାଖଲ କରାଯାଇଛି। ତେବେ ମାମଲାର ରାୟ ଆସିବା ପର୍ଯ୍ୟନ୍ତ ଉକ୍ତ ଅର୍ଥରାଶିକୁ ଏକ ଜାତୀୟକରଣ ବ୍ୟାଙ୍କରେ ସ୍ବଳ୍ପ ଅବଧି ଜମା ଭାବେ ଜମା ରଖିବାକୁ ବିଚାରପତି ଭି. ନରସିଂହ ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀ ସଂସ୍ଥା ପକ୍ଷରୁ ଆଇନଜୀବୀ ଗୌତମ ମିଶ୍ର ମାମଲା ପରିଚାଳନା କରୁଥିବାବେଳେ ବି.ଏନ୍‌. ମହାନ୍ତି, ଏଚ୍‌.ଏସ୍‌. ମୁଦୁଲି ଓ ଡି. ଆନନ୍ଦ ମିଶ୍ର ତାଙ୍କୁ ସହଯୋଗ କରୁଛନ୍ତି। ସେହିପରି ଅପରପକ୍ଷରୁ ଆଇନଜୀବୀ ଏସ୍‌.ପି. ମିଶ୍ର ମାମଲା ପରିଚାଳନା କରୁଥିବାବେଳେ ବି. ମିଶ୍ର ସହଯୋଗ କରୁଛନ୍ତି।
କକେଟ ମେରାଇନ୍‌(ଏସିଆ) ପକ୍ଷରୁ ୨,୬୭,୨୨୦ ଆମେରିକୀୟ ଡଲାର ଦାବି କରାଯାଇ ଏମ୍‌ଭି ମେରାଇନ୍‌ ହର୍ନବିଲ ବିରୋଧରେ ହାଇକୋର୍ଟରେ ଏକ ମାମଲା ଦାଏର କରାଯାଇଥିଲା। ଜାହାଜଟି ପାରାଦୀପ ବନ୍ଦରରୁ ଗତ ୧୮ ତାରିଖରେ ଯାତ୍ରା ଆରମ୍ଭ କରିବାର ଥିଲା। ତେବେ ଆବେଦନକାରୀଙ୍କ ପକ୍ଷରୁ ତ୍ୱରିତ କାର୍ଯ୍ୟାନୁଷ୍ଠାନ ନେବା ନିମନ୍ତେ କରାଯାଇଥିବା ଆବେଦନର ଗୁରୁତ୍ୱକୁ ଉପଲବ୍ଧି କରି ହାଇକୋର୍ଟ ଜାହାଜକୁ ଅଟକ ରଖିବା ନିମନ୍ତେ ଗତ ୧୭ ତାରିଖରେ ପାରାଦୀପ ବନ୍ଦର କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ତିର୍ତ୍ତୋଲରେ ପୋଷ୍ଟାଲ ଭୋଟ ଜାଲିଆତି

ଭୁବନେଶ୍ୱର,୨୮ା୧୦(ବ୍ୟୁରୋ): ତିର୍ତ୍ତୋଲ ଉପନିର୍ବାଚନରେ ସରକାରୀ ଅଧିକାରୀମାନେ ଶାସକ ଦଳକୁ ଜିତାଇବା ପାଇଁ ପୋଷ୍ଟାଲ ଭୋଟ ଜାଲିଆତି କରୁଛନ୍ତି। ପ୍ରିଜାଇଡିଂ ଅଫିସର ପୋଷ୍ଟାଲ ଭୋଟ ଜାଲିଆତି କରି...

ରେଳ ଧାରଣାରେ ପଡିଛି ଅଜଣା ଯୁବକଙ୍କ ମୃତଦେହ

ଚଣ୍ଡିଖୋଲ,୨୭।୧୦(ଡି.ଏନ୍‌.ଏ): ଯାଜପୁର ଜିଲା ହରିଦାସପୁର-ଧାନମଣ୍ଡଳ ଖୋସାଲିପୁର ରେଳ ଧାରଣା ନିକଟରୁ ଏକ ମୃତଦେହ ମିଳିଛି। ଖବରପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍‌ ଆରମ୍ଭ କରିଛି। ସୂଚନାଯୋଗ୍ୟ,...

ଡାକ୍ତରଙ୍କ ବଦଳି ବାତିଲ ଦାବିରେ ବିକ୍ଷୋଭ

ବଇଣ୍ଡା, ୨୬ା୯(ଡି.ଏନ.ଏ.) – କିଶୋରନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ଚିତ୍ତରଞ୍ଜନ ସାହୁଙ୍କୁ ବୁଧବାର ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଠାକୁରଗଡ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ସପ୍ତାହକୁ ୩...

ଚାକିରି, ବ୍ୟାଙ୍କ ଲୋନ୍‌ କରାଇବା ନାଁରେ ଠକେଇ

ନବରଙ୍ଗପୁର,୩୦ା୫(ବି.ପ୍ର.): ଚାକିରି ଓ ବ୍ୟାଙ୍କ ଲୋନ କରାଇଦେବା ନାଁରେ ଜଣେ ଯୁବକ ଶତାଧିକ ଲୋକଙ୍କଠାରୁ ଟଙ୍କା ଠକି ନେଇଥିବା ନବରଙ୍ଗପୁର ଥାନାରେ ଅଭିଯୋଗ ହୋଇଛି। ରବିବାର ନବରଙ୍ଗପୁର...

‘ଗୁଲାବ’କୁ ନେଇ ସତର୍କତା ଜାରି କଲା ପ୍ରଶାସନ: ସନ୍ଧ୍ୟା ସୁଦ୍ଧା ସୁରକ୍ଷିତ ସ୍ଥାନକୁ କରାଯିବ ସ୍ଥାନାନ୍ତର

ହିଞ୍ଜିଳିକାଟୁ,୨୬ା୯(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ଓ ପୌର ପ୍ରଶାସନ ପକ୍ଷରୁ ସମ୍ଭାବ୍ୟ ବାତ୍ୟା ଗୁଲାବ ମୁକାବିଲା ନିମନ୍ତେ ସତର୍କତା ପ୍ରକାଶ ପାଇଛି। ରବିବାର ଛତ୍ରପୁର...

ଅପରାହ୍ନ ୪ଟା ଯାଏ ଗୃହ ମୁଲତବୀ

ଭୁବନେଶ୍ୱର,୨୧।୭(ବ୍ୟୁରୋ): ବିଧାନସଭା ଅଧିବେଶନରେ ଉଠିଲା ଇଡିର ଜେରା ପ୍ରସଙ୍ଗ । ଏହାକୁ ନେଇ ବିଧାନସଭାରେ ଭାଜପା ଓ କଂଗ୍ରେସ ସଦସ୍ୟଙ୍କ ହୋହାଲ୍ଲା ଓ ହଟ୍ଟଗୋଳ ଯୋଗୁ...

ଲୋକନାଥଙ୍କୁ ଲାଗି ହେଲା ମକର ଚୂଳ

ପୁରୀ ଅଫିସ, ୧୫ା୧: ଶ୍ରୀଜଗନ୍ନାଥ ମନ୍ଦିରର ନୀତି ସହିତ ଶ୍ରୀଲୋକନାଥ ମନ୍ଦିର ନୀତି ଜଡ଼ିତ ରହିଛି। ପ୍ରସିଦ୍ଧ ମକର ପର୍ବ ଅବସରରେ ଲୋକନାଥ ଶୈବପୀଠରେ ମକର...

ଭାରତ ବନ୍ଦ ଡାକରା: ରେଳ ରୋକିଲା କଂଗ୍ରେସ, ସିପିଆଇ

ଛତ୍ରପୁର,୨୬।୧୧(ଡି.ଏନ୍‌.ଏ.): କେନ୍ଦ୍ର ସରକାରଙ୍କ ଶ୍ରମିକ ଓ କୃଷକ ମାରଣ ନୀତି ବିରୋଧରେ ଗୁରୁବାର ସର୍ବଭାରତୀୟ ଶ୍ରମିକ ସଙ୍ଗଠନ ପକ୍ଷରୁ ଭାରତ ବନ୍ଦ ଡାକରା ଦିଆଯାଇଛି। ବନ୍ଦର...

Advertisement
Archives

Model This Week