ସ୍କୁଲରେ ଦୁଇ ଶିକ୍ଷୟିତ୍ରୀ ହାତାହାତି

ଭୋଗରାଇ,୨୭।୮(ଡି.ଏନ.ଏ.): ବିଦ୍ୟାଳୟରେ ଛାତ୍ରୀଛାତ୍ରଙ୍କୁ ଶୃଙ୍ଖଳାଜ୍ଞାନ ଶିଖାଇବା ଦାୟିତ୍ୱ ଶିକ୍ଷୟିତ୍ରୀ ଶିକ୍ଷକଙ୍କର। ହେଲେ ସ୍କୁଲ ପରିସରରେ ଦୁଇ ଶିକ୍ଷୟିତ୍ରୀ ନିଜ ନିଜ ମଧ୍ୟରେ ହାତାହାତି ହେବା ଓ ଜଣଙ୍କ ଆକ୍ରମଣରେ ଆଉ ଜଣଙ୍କ ମୁଣ୍ଡ ଫାଟିବା ଭଳି ଘଟଣା ସାଧାରଣରେ ଚର୍ଚ୍ଚାର ବିଷୟ ହୋଇଛି। ଆହତ ଶିକ୍ଷୟିତ୍ରୀଙ୍କୁ ଚିକିତ୍ସା ଲାଗି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଘଟଣା ଘଟିଛି ବାଲେଶ୍ୱର ଜିଲା ଭୋଗରାଇ ବ୍ଲକରେ।
ଉଲୁଡା ଗ୍ରାମର ବନମାଳୀ ମାଝି ପ୍ରାଥମିକ ବିଦ୍ୟାଳୟର ସୀତାଞ୍ଜଳି ଧଳ ନାମ୍ନୀ ଜଣେ ଶିକ୍ଷୟିତ୍ରୀ ଶୁକ୍ରବାର ସ୍କୁଲକୁ ବିଳମ୍ବରେ ଆସିବାରୁ ସେହି ସ୍କୁଲର ଅନ୍ୟ ଜଣେ ଶିକ୍ଷୟିତ୍ରୀ ଇନ୍ଦୁମତୀ ବେହେରା ମୋବାଇଲରେ ଭିଡିିଓ କରୁଥିଲେ। ଏହାକୁ ନେଇ ସୀତାଞ୍ଜଳି ଉତ୍‌କ୍ଷିପ୍ତ ହୋଇ ପଡ଼ିବାରୁ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହି ସମୟରେ ଇନ୍ଦୁମତୀଙ୍କୁ ସୀତାଞ୍ଜଳି ଚାପୁଡ଼ା ମାରିବା ସହିତ ତାଙ୍କୁ ଠେଲିଦେବାରୁ ସ୍କୁଲ କାନ୍ଥରେ ତାଙ୍କର ମୁଣ୍ଡ ବାଡ଼େଇ ହୋଇ ଫାଟିଯାଇଥିଲା। ଆହତ ଶିକ୍ଷୟିତ୍ରୀଙ୍କୁ କମର୍ଦ୍ଦା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନିଆଯାଇ ଚିକିତ୍ସା କରାଯାଉଛି। ଏହି ଘଟଣା ପରେ ଗ୍ରାମବାସୀ ମିଳିତ ହୋଇ ବିଦ୍ୟାଳୟରେ ତାଲା ପକାଇବା ସହ ଦୋଷୀ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିବା ପାଇଁ ଧାରଣାରେ ବସିଛନ୍ତି। ଭୋଗରାଇ ଗୋଷ୍ଠୀ ଶିକ୍ଷାଧିକାରୀ ମିହିର କୁମାର ପ୍ରଧାନ, କମର୍ଦ୍ଦା ପୋଲିସ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଦୁଇ ଶିକ୍ଷୟିତ୍ରୀଙ୍କ ପକ୍ଷରୁ କମର୍ଦ୍ଦା ଥାନାରେ ପୃଥକ ଭାବେ ଲିଖିତ ଅଭିଯୋଗ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପିଲେ ଦୁର୍ବୃତ୍ତ

ବୁଗୁଡ଼ା,୧୧ା୭(ଡି.ଏନ.ଏ.): ଫୁଲ ତୋଳିବା ବେଳେ ମହିଳାଙ୍କ ବେକରୁ ସୁନା ଚେନ ଝାମ୍ପି ନେଇଥିବା ସୋମବାର ବୁଗୁଡ଼ା ଥାନାରେ ଅଭିଯୋଗ ହୋଇଛି। ବୁଗୁଡ଼ା ସୀମାଞ୍ଚଳ ମାର୍ଗ ପ୍ରଥମ...

ଜେଲ ଗଲେ ବିଜେପୁର ବିଡିଓ

ସୋନପୁର/ବିଜେପୁର,୨୯।୮(ନି.ପ୍ର./ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ(ବିଡିଓ) ପଦ୍ମନାଭ ସାମନ୍ତରାୟଙ୍କୁ ଭିଜିଲାନ୍ସ ବିଭାଗ ରବିବାର ଗିରଫ କରିଛି। ସନ୍ଧ୍ୟାରେ ତାଙ୍କୁ ବଲାଙ୍ଗୀରର ସ୍ବତନ୍ତ୍ର ଭିଜିଲାନ୍ସ...

ସରିଲା ଷଷ୍ଠୀ

କଟକ ଅଫିସ, ୧ା୧୦- ଦଶହରା ପାଇଁ ଉତ୍ସବ ମୁଖର କଟକ ସହର। କରୋନା ଯୋଗୁ ଦୁଇବର୍ଷ ଧରି ପୂଜା ଫିକା ପଡିଥିଲା। ଚଳିତବର୍ଷ କରୋନା ହ୍ରାସ...

ନନ୍ଦନକାନନରେ ପ୍ରଥମଥର ହେବ ଇଣ୍ଟର୍ନଶିପ ପ୍ରୋଗ୍ରାମ

ବାରଙ୍ଗ,୧୬।୭(ଡି.ଏନ୍‌.ଏ): ଜୀବଜନ୍ତୁ, ବୃକ୍ଷଲତା, ଆର୍ଦ୍ରଭୂମି ଓ ପରିବେଶ ଉପରେ ଦେଶ-ବିଦେଶର ସ୍ବୀକୃତିପ୍ରାପ୍ତ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ ସ୍ନାତକୋତ୍ତର ଓ ପୋଷ୍ଟ ଗ୍ରାଜୁଏଟ କରିବାକୁ ଚାହୁଁଥିବା ଛାତ୍ରୀଛାତ୍ରମାନେ...

ଗର୍ଭବତୀଙ୍କ ତଣ୍ଟି ଚିପି ହତ୍ୟା ଘଟଣା: ଜେଲ ଗଲେ ସ୍ବାମୀ

ବ୍ରହ୍ମପୁର ଅଫିସ,୧୯ା୮-ଗୋଷାଣୀନୂଆଗଁା ଥାନା ଅନ୍ତର୍ଗତ ନୂଆ ଖଜୁରିଆରେ ଗତ ୧୪ ତାରିଖରେ ୪ ମାସର ଗର୍ଭବତୀ ଥିବା ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ତଣ୍ଟି ଚିପି...

କାମରେ ଆସୁନି ମେଗାଲିଫ୍ଟ ପାଇପ୍‌ ଲାଇନ: ଚାଷୀଙ୍କ ଧାରଣା

କୋକସରା,୮।୯(ଡି.ଏନ.ଏ.): ଇନ୍ଦ୍ରାବତୀ ମେଗାଲିଫ୍ଟ ପାଇପ ଲାଇନ ପାଣି ଯୋଗାଣ କାମରେ ଆସୁନାହିଁ। ଏହାର ପ୍ରତିବାଦରେ କଳାହାଣ୍ଡି ଜିଲା କୋକସରା ବ୍ଲକର କାଶୀବାହାଲ, ଡହଗାଁ ଓ ଡ଼ଙ୍ଗରୀଗୁଡା...

ତିତ୍‌ଲିରେ ହୋଇଥିଲା ଧ୍ୱଂସ : ପୁରିଆ ସାହି କ୍ଷୁଦ୍ର ସେଚ ପ୍ରକଳ୍ପ ଡ୍ୟାମ୍‌ ପୁନଃ ନିର୍ମାଣ

ବ୍ରହ୍ମପୁର ଅଫିସ,୧୫ା୫-ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ଅନ୍ତର୍ଗତ ଉପାନ୍ତ ଅଞ୍ଚଳ ପୂରିଆ ସାହିରେ ପୁନଃ ନିର୍ମାଣ କରାଯାଉଛି ପୂରିଆ ସାହି କ୍ଷୁଦ୍ର ଜଳସେଚନ ଯୋଜନା। ଏହାର...

ବୋଲେରୋରେ ମୃତଦେହ ଛାଡ଼ି ଫେରାର: ପ୍ରତିବାଦରେ ସ୍ଥାନୀୟ ଲୋକଙ୍କ ଉତ୍ତେଜନା

ଓଡ଼ାପଡ଼ା, ୨।୬(ଡି.ଏନ୍‌.ଏ.): ଢେଙ୍କାନାଳ ଜିଲା ୫୫ ନଂ. ଜାତୀୟ ରାଜପଥର ଗଉଡ଼ାକାଟେଣି ଛକ ନିକଟରେ ମଙ୍ଗଳବାର ସକାଳେ ଏକ ବୋଲେରୋ ଭିତରେ ଜଣେ ବ୍ୟକ୍ତିଙ୍କ ମୃତଦେହ...

Advertisement
Archives

Model This Week