ସୋସିଆଲ ମିଡିଆରେ ଧର୍ମୀୟ ଭାବନାକୁୁ ଆଘାତ: ଏସ୍‌ପିଙ୍କୁ ଭେଟିଲେ ମହିଳା ମୋର୍ଚ୍ଚା

ଭଦ୍ରକ ଅଫିସ,୨୬।୮: ସାମାଜିକ ଗଣମାଧ୍ୟମ ଫେସ୍‌ବୁକରେ ଜଣେ ବ୍ୟକ୍ତି ହିନ୍ଦୁ ଧର୍ମୀୟ ଭାବନାକୁ ଆଘାତ ଦେଲା ଭଳି ପୋଷ୍ଟ କରିଥିବା ନେଇ ଭାଜପା ମହିଳା ମୋର୍ଚ୍ଚା ଭଦ୍ରକ ଜିଲା ଏସ୍‌ପିଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଉକ୍ତ ବ୍ୟକ୍ତି ହିନ୍ଦୁ ଦେବାଦେବୀଙ୍କ ସମ୍ପର୍କରେ ଆପତ୍ତିଜନକ ଭାଷା ଫେସ୍‌ବୁକରେ ବ୍ୟବହାର କରିଛନ୍ତି। ମହିଳା ମୋର୍ଚ୍ଚା ଜିଲା ସଭାନେତ୍ରୀ ହରପ୍ରିୟା ସାହୁ ଏହାକୁ ବିରୋଧ କରି ଟାଉନ ଥାନାରେ ଏକ ଅଭିଯୋଗ କରିଛନ୍ତି। ଫେସ୍‌ବୁକରୁ ଉକ୍ତ ପୋଷ୍ଟ ତୁରନ୍ତ ହଟାଯିବା ବ୍ୟବସ୍ଥା ସହ ସମ୍ପୃକ୍ତ ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି ହୋଇଛି। ମହିଳା ମୋର୍ଚ୍ଚା ସଭାନେତ୍ରୀଙ୍କ ସହ ପଦ୍ମିନୀ ଦ୍ୱିବେଦୀ, ଚୈତାଳି ଖିଲାର, ମଞ୍ଜୁବାଳା ସିହ୍ନା ଏବଂ ସ୍ବର୍ଣ୍ଣଲତା ମିଶ୍ର ଏସ୍‌ପି ଚରଣ ସିଂ ମୀନାଙ୍କୁ ଭେଟିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଘର ନାହିଁ, ଖୋଲା ଆକାଶ ତଳେ ବନ୍ୟା ବିପନ୍ନ

ବରୀ,୧୨ା୧୦(ଡି.ଏନ୍‌.ଏ.): ଗତ ଅଗଷ୍ଟରେ ହୋଇଥିବା ବନ୍ୟାକୁ ଇତିମଧ୍ୟରେ ଦେଢ଼ ମାସରୁ ଊର୍ଦ୍ଧ୍ୱ ସମୟ ବିତିଥିଲେ ବି ବରୀ ବ୍ଲକରେ ତ୍ରୁଟିପୂର୍ଣ୍ଣ ତାଲିକା ଯୋଗୁ ବହୁ ବିପନ୍ନ...

ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ

ପୁରୀ ଅଫିସ,୧୬।୧: ଶ୍ରୀମନ୍ଦିରରେ ପହଞ୍ଚି ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗୁରୁବାର ୭ ପ୍ରକଳ୍ପ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଯୋଗଦେବା ପୂର୍ବରୁ ମୁଖ୍ୟମନ୍ତ୍ରୀ ମହାପ୍ରଭୁଙ୍କୁ...

କାଠ ଫାଳିଆରେ ପୁଅକୁ ପିଟି ହତ୍ୟା ଘଟଣା: ଜେଲ ଗଲେ ବାପା

ଶେରଗଡ,୨୯ା୧୦(ଡି.ଏନ.ଏ.)- ଶେରଗଡ ବ୍ଲକ କେରିକେରି ଝୋଳା ଗ୍ରାମରେ ମଙ୍ଗଳବାର ରାତିରେ ବାପା ଶିବ ଗୌଡ ତାଙ୍କ ପୁଅ ପିଣ୍ଟୁଙ୍କୁ କାଠ ଫାଳିଆରେ ପିଟି ହତ୍ୟା କରିଥିଲେ।...

ବ୍ୟାପକ ଅଞ୍ଚଳ ଜଳମଗ୍ନ

ଜଗତ୍‌ସିଂହପୁର ଅଫିସ/କୁଜଙ୍ଗ/ତିର୍ତ୍ତୋଲ/ବିରିଡ଼ି (ଡି.ଏନ୍‌.ଏ.), ୧୫ା୮: ଲଗାଣ ବର୍ଷା ଯୋଗୁ ଜିଲାର ବ୍ୟାପକ ଅଞ୍ଚଳ ଜଳମଗ୍ନ ହୋଇଯାଇଛି। ଅନେକ ସ୍ଥାନରେ ଚାଷଜମି ଦେଖିଲେ ସମୁଦ୍ର ପରି ଅନୁଭୂତ...

‘ନିର୍ବାଚନ ବାତିଲ, ଗଣତନ୍ତ୍ରର ହତ୍ୟା’

ବ୍ରହ୍ମପୁର ଅଫିସ୍‌,୨୪ା୮-କ୍ୟାମ୍ପସ୍‌ରେ ବିଶୃଙ୍ଖଳା ଆଶଙ୍କାରେ ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ଉଚ୍ଚ ଶିକ୍ଷା ବିଭାଗ ପକ୍ଷରୁ ବନ୍ଦକରି ଦିଆଯାଇଛି। ଏହାକୁ ଅନେକ ଛାତ୍ର ସଂଗଠନ...

ପୋଲରୁ ଖସିଲା ପୋଲିସ ଗାଡ଼ି : ଥାନାଧିକାରୀ, ଡ୍ରାଇଭର ଗୁରୁତର

ରାଇକିଆ,୧୪ା୧(ଡ଼ି.ଏନ.ଏ)-କନ୍ଧମାଳ ଜିଲା ରାଇକିଆ ଥାନା ପୋଲିସ ଗାଡ଼ି ସୋମବାର ଦୁର୍ଘଟଣାଗ୍ରସ୍ତ ହୋଇଛି। ଗଞ୍ଜେଇ ଚାଲାଣ କରୁଥିବା ଏକ କାର୍‌ ପିଚ୍ଛା କରିବା ବେଳେ ଭାରସାମ୍ୟ ହରାଇ...

ଜଙ୍ଗଲରୁ ଗଛ କାଟି ବନ୍ଧା ହେଲେ ୭

କୋକସରା,୬ା୧୧(ଡି.ଏନ.ଏ.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ ସାହାଜଖୋଲ ସଂରକ୍ଷିତ ଜଙ୍ଗଲରୁ ବେଆଇନ ଭାବେ ଗଛ କାଟିବା ଅଭିଯୋଗରେ ବନ ବିଭାଗ ୭ ଜଣଙ୍କୁ ଗିରଫ...

ମଦଭାଟି ସ୍ଥାନାନ୍ତର ନେଇ କୃଷକ ନେତାଙ୍କ ଅନଶନ: ପାଣି ପିଆଇ ଅନଶନ ଭାଙ୍ଗିଲେ ଉପଜିଲାପାଳ

ବଡ଼ଗାଁ,୧।୨(ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ବ୍ଲକ ଅଫିସ ସମ୍ମୁଖରେ ମଦଭାଟି ସ୍ଥାନାନ୍ତର ନେଇ ଗତ ୨୫ ତାରିଖରୁ କୃଷକ ନେତା ରବୀନ୍ଦ୍ର ପଟେଲ ଆମରଣ ଅନଶନରେ...

Advertisement
Archives

Model This Week