ଆମ ଜିଲା ଖବର

ରାଶନ ପାଇଁ ଯିବାକୁ ପଡୁଛି ୮ କି.ମି.

ଭଦ୍ରକ ଅଫିସ,୧୬।୭ ଭଦ୍ରକ ଜିଲା ବନ୍ତ ବ୍ଲକର ଆଡ଼ିଆ ପଞ୍ଚାୟତ ଅଧୀନ ଜିରିଣା-ଆଡ଼ିଆ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଖରାଦିନେ ଅଣଓସାରିଆ ମାଟି ରାସ୍ତା ଆଉ ବର୍ଷା ଦିନେ କାଦୁଅ ପଚପଚ ଯାତାୟାତରେ ସମସ୍ୟା ସୃଷ୍ଟି କରୁଛି। ଏହି ରାସ୍ତା ଉପରେ…

ବିନା ଡାକ୍ତରରେ ଡାକ୍ତରଖାନା

ହାଟଡିହୀ,୧୬।୭(ଡି.ଏନ.ଏ.) କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ସ୍ବାସ୍ଥ୍ୟସେବା ବିପର୍ଯ୍ୟସ୍ତ ହୋଇପଡ଼ିିଛି। ସରକାର ଲୋକଙ୍କୁ ଉପଯୁକ୍ତ ଚିକିତ୍ସା ସେବା ଯୋଗାଇଦେବା ପାଇଁ ନାନା ଜନହିତକର ଯୋଜନା କରୁଥିବା ବେଳେ ଏଥିରୁ ଫାଇଦା ମିଳୁ ନ ଥିବା ଶାଳନିଆ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅଧୀନ…

ହୀରାକୁଦକୁ ପଶିଲା ୨.୧୪ ଲକ୍ଷ କ୍ୟୁସେକ ଜଳ: ବନ୍ୟାଜଳ ନିଷ୍କାସନ ନେଇ ହୋଇପାରେ ନିଷ୍ପତ୍ତି

ସମ୍ବଲପୁର,୧୬।୭(ବ୍ୟୁରୋ): ମୌସୁମୀ ଆସିବାର ମାସକ ପରେ ମଧ୍ୟ ନିଅଣ୍ଟିଆ ବର୍ଷା ଯୋଗୁ ହୀରାକୁଦର ଜଳସ୍ତର ବୃଦ୍ଧି ପାଉ ନ ଥିଲା। ମାତ୍ର ଶୁକ୍ରବାର ଚଳିତ ବର୍ଷର ପ୍ରଥମ ବନ୍ୟାଜଳ ପ୍ରବେଶ କରିଛି। ଇନ୍‌ଫ୍ଲୋ ୨ ଲକ୍ଷ କ୍ୟୁସେକ ଅତିକ୍ରମ କରିଛି ।…

ମାଲକାନଗିରିରେ ବନ୍ୟା, ପଡ଼ୋଶୀ ରାଜ୍ୟକୁ ଯାତାୟତ ଠପ୍‌

ମାଲକାନଗିର,୧୬।୭(ଡି.ଏନ୍‌.ଏ): ଲଗାଣ ବର୍ଷା ଯୋଗୁ ମାଲକାନିଗିରି ଜିଲା ମୋଟୁରେ ବନ୍ୟା ପରିସ୍ଥିତି ଗମ୍ଭୀର ରହିଛି । ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏନ୍‌ଏଚ୍‌ ୩୨୬ ପାଣିରେ ବୁଡିଯାଇଥିବା ବେଳେ ପଡ଼ୋଶୀ ରାଜ୍ୟକୁ ଯାତାୟତ ବନ୍ଦ ହୋଇଯାଇଛି।…

ସାମୁଦ୍ରିକ ଜୁଆରରେ ରାସ୍ତାରେ ୩ ଫୁଟର ପାଣି

ମହାକାଳପଡ଼ା,୧୬ା୭(ଡି.ଏନ.ଏ.): ପୂର୍ଣ୍ଣିମା ଯୋଗୁ ସାମୁଦ୍ରିକ ଜୁଆରରେ ପାଣି କୂଳ ଲଙ୍ଘିଛି। ଫଳରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଉପକୂଳ ଅଞ୍ଚଳ ବତୀଘର ପଞ୍ଚାୟତ ଟୁବି ଫେରିଘାଟ-ବତୀଘର ମୁଖ୍ୟରାସ୍ତାର ପ୍ରସ୍ତାବିତ ସରଂକ୍ଷିତ ଜଙ୍ଗଲ ନିକଟରେ ସମୁଦ୍ର ଜଳ ପ୍ରବେଶ କରି ରାସ୍ତାରେ ୩…

ବିପର୍ଯ୍ୟସ୍ତ ହେବ କୃଷି, ପାନୀୟ ଜଳ

କେନ୍ଦ୍ରାପଡ଼ା ଅଫିସ, ୧୬ା୭: ମହାନଦୀର ଜଳଧାରା ସମ୍ପୂର୍ଣ୍ଣ ବ୍ୟାହତ ହୋଇପାରେ। ରାଜ୍ୟ ଜଳସମ୍ପଦ ମନ୍ତ୍ରୀ ଟୁକୁନୀ ସାହୁ ମହାନଦୀ ଜଳ ବିବାଦକୁ ନେଇ ଏପରି ଆଶଙ୍କା ବିଧାନସଭାରେ ପ୍ରକଟ ପରେ ଏହାର ପ୍ରତିଧ୍ୱନି କେନ୍ଦ୍ରାପଡ଼ା ଜିଲାରେ ଶୁକ୍ରବାର ଦେଖିବାକୁ ମିଳିଛି। ଛତିଶଗଡ଼ଠାରେ…

ନଷ୍ଟହେବ ୫୬ ପ୍ରଜାତିର ବିପୁଳ ଗଛ

ଯାଜପୁର ଅଫିସ,୧୬ା୭: ଯାଜପୁର ଜିଲା ସୁକିନ୍ଦା ତହସିଲ ଅଧୀନ କାଳିଆପାଣି ମହାଗିରି କ୍ରୋମାଇଟ ମାଇନ୍ସର ଉତ୍ପାଦନ କ୍ଷମତା ବାର୍ଷିକ ୩ ଲକ୍ଷ ଟନରୁ ୬ ଲକ୍ଷ ଟନକୁ ସମ୍ପ୍ରସାରଣ ପାଇଁ ପୁଣି ଜନଶୁଣାଣି ପ୍ରକ୍ରିୟା ଚାଲିଛି। ଗତ ୬ ତାରିଖରେ ଅନୁଷ୍ଠିତ…

ଓଡ଼ିଶା ବନ୍ଦ ସଫଳ ପାଇଁ ନିବେଦନ

ଯାଜପୁର ଟାଉନ,୧୬ା୭(ଡି.ଏନ.ଏ.): ଭୁବନେଶ୍ୱର ବିଜେବି କଲେଜ ଛାତ୍ରୀ ରୁଚିକା ମହାନ୍ତିଙ୍କ ଆତ୍ମହତ୍ୟା ଘଟଣାକୁ ୨ ସପ୍ତାହ ପୂରିବାକୁ ବସିଲାଣି। ମାତ୍ର ଏନେଇ ପୋଲିସ, ପ୍ରଶାସନ, କଲେଜ କର୍ତ୍ତୃପକ୍ଷ ଓ ସରକାର କାହାରି ପାଖରେ ସାମାନ୍ୟତମ ସମ୍ବେଦନଶୀଳତା ନାହିଁ। ନବନିର୍ମାଣ ଯୁବ ଛାତ୍ର…

୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନ ସିଲ୍‌

ଯାଜପୁର ଟାଉନ,୧୬ା୭(ଡି.ଏନ.ଏ.): ଯାଜପୁର ସହରର ମୁଖ୍ୟ ରାସ୍ତା କୁସୁମା ରୋଡ୍‌ରେ ଥିବା ଏକ ୩ ମହଲା ବିଶିଷ୍ଟ ବ୍ୟବସାୟିକ ପ୍ରତିଷ୍ଠାନକୁ ଟ୍ରେଡ୍‌ ଲାଇସେନ୍ସ ଓ ବ୍ୟବସାୟିକ ଘର ପାଇଁ ପ୍ଲାନିଂ ଅନୁମତି ନ ଥିବାରୁ ମ୍ୟୁନିସିପାଲିଟି କର୍ତ୍ତୃପକ୍ଷ ଶୁକ୍ରବାର ସିଲ୍‌ କରିଛନ୍ତି।…

ଯାଜପୁର ରୋଡ୍‌ରେ ଟୁଇଟର କ୍ଲବ

ଯାଜପୁର ରୋଡ୍‌,୧୬ା୭(ଡି.ଏନ.ଏ.): ଯାଜପୁର ରୋଡ୍‌ଠାରେ ଜିଲାର କେତେକ ସ୍ବେଚ୍ଛାସେବୀ ଅନୁଷ୍ଠାନ ଏବଂ ଯୁବ ସମାଜସେବୀଙ୍କୁ ନେଇ ଶୁକ୍ରବାର ଏକ ଟୁଇଟର କ୍ଲବ ଗଠନ କରାଯାଇଛି। ଏହି ଟୁଇଟର କ୍ଲବକୁ ଯୁବ ସମାଜସେବୀ ବିମଲ ଦାସ, ମୋହନ ମହାରଣା ଓ ସରୋଜ ବେହେରା…

୨ ବର୍ଷ ବିତିଲା, ଚାଲିପାରିଲାନି ପାସେଞ୍ଜର ଟ୍ରେନ୍‌

ଚଣ୍ଡିଖୋଲ,୧୬ା୭(ଡି.ଏନ୍‌.ଏ.): ବହୁ ଆଶା ଭରସା ନେଇ ହରିଦାସପୁର-ପାରାଦୀପ ରେଳ ପ୍ରକଳ୍ପ ଆରମ୍ଭ ହୋଇଥିଲା। ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଲଳିତଗିରି, ରନତ୍ଗିରି, ଉଦୟଗିରି, ଓଳାଶୁଣୀ ଓ ଜାତୀୟ ଉଦ୍ୟାନ ଭିତରକନିକାକୁ ବାହାର ରାଜ୍ୟର ପର୍ଯ୍ୟଟକ ଆସିବେ ବୋଲି ସେତେବେଳେ ଘୋଷଣା କରାଯାଇଥିଲା। ତେବେ…

ନନ୍ଦନକାନନର ନିର୍ମାଣାଧୀନ ପାଚେରି ଭୁଶୁଡ଼ିଲା

ବାରଙ୍ଗ,୧୬।୭ (ଡି.ଏନ୍‌.ଏ.): ଲଘୁଚାପଜନିତ ବର୍ଷା ଯୋଗୁ ପ୍ରାଣୀ ଉଦ୍ୟାନ ନନ୍ଦନକାନନରେ ହେଉଥିବା ମାଙ୍କଡ଼ ଏନକ୍ଲୋଜରର ନିର୍ମାଣାଧୀନ ପ୍ରାଚୀର ଶୁକ୍ରବାର ଭୁଶୁଡି ପଡିଛି। ବର୍ଷାରେ ପ୍ରାୟ ୫୦ଫୁଟରୁ ଅଧିକ ଲମ୍ବ ଓ ୨୦ଫୁଟ ଉଚ୍ଚର ଏହି ପ୍ରାଚୀର ଭାଙ୍ଗିଯିବା ପରେ ଏନକ୍ଲୋଜର ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?