ଆମ ଜିଲା ଖବର

ନମ୍ବର ପ୍ଲେଟ ଖୋଲି ମୋରମ ଚୋରାଚାଲାଣ

ଜଳେଶ୍ୱର, ୨୯ା୮(ଡି.ଏନ.ଏ.): ଜଳେଶ୍ୱର ବ୍ଲକ ରାଇବଣିଆର ବିଭିନ୍ନ ଜଙ୍ଗଲ ଅଞ୍ଚଳରୁ ପଶ୍ଚିମବଙ୍ଗକୁ ବ୍ୟାପକ ମୋରମ ଚାଲାଣ ହେଉଥିବା ଅଭିଯୋଗ ହୋଇଛି। ମୋରମ ଖନନ ଓ ପରିବହନ ପାଇଁ କେତେକ ସରକାରୀ କଟକଣା ଥିଲାବେଳେ କେତେକ ର଼୍ୟାକେଟ ଖୁଲମଖୁଲା ଚାଲାଣ କରୁଥିବା କେତେକ…

କାଚ ଗୁଲିରେ ଗଣେଶ

ବାରିପଦା ଅଫିସ,୨୯ା୮: ବାରିପଦା ସହରର ତୁଳସୀଚଉରାର ଫ୍ରେଣ୍ଡସ ୟୁନିଅନ କ୍ଲବଠାରେ ପୂଜା ପାଇବେ ୧୩ ଫୁଟ ଉଚ୍ଚର ଗଜାନନ। ୫୫ହଜାର କାଚ ଗୁଲିିରେ ଏହି ମୂର୍ତ୍ତି ନିର୍ମାଣ କରାଯାଇଛି। କ୍ଲବର ସଦସ୍ୟମାନେ ଚଳିତ ବର୍ଷ ଧୂମଧାମରେ ପୂଜା ପାଳନ କରିବା ପାଇଁ…

ଗୁଳି କରି ଲୁଟିନେଲେ ୬ ଲକ୍ଷ ଟଙ୍କା

ଅନୁଗୋଳ ଅଫିସ,୨୯ା୮: ଅନୁଗୋଳ ଥାନା ଅଞ୍ଚଳର କୁରୁଡୁଲୁ ନିକଟରେ ଥିବା ଆଶ ପଣ୍ଡ୍‌ ତଳେ ଗୁଳିକାଣ୍ଡ ହୋଇଛି। ସୋମବାର ଦୁଇଜଣଙ୍କୁ ପ୍ରଥମେ ଭୁଜାଲିରେ ଆକ୍ରମଣ କରିବା ପରେ ଗୁଳିକରି ୬ ଲକ୍ଷ ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଛନ୍ତି । ଏହି ଆକ୍ରମଣର…

ଡିଭାଇଡରରେ ପିଟି ହେଲା କାର୍‌: ଜଣେ ମୃତ, ୫ ଆହତ

ଗଞ୍ଜାମ,୨୯ା୮(ଡି.ଏନ୍‌.ଏ.): ଗଞ୍ଜାମ ଥାନା ଅଗସ୍ତିନୂଆଗାଁ ଛକ ନିକଟରେ ସୋମବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏହି କାର୍‌ ଦୁର୍ଘଟଣାରେ ଜଣଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବା ବେଳେ ୫ ଜଣ ଆହତ ହୋଇଛନ୍ତି। ମୃତକ ଜଣକ ହେଲେ ଦେବରାଜ (୩୨)ବର୍ଷ।…

ଷ୍ଟ୍ରଙ୍ଗ୍‌ରୁମ୍‌ରେ ଓଟିଇଟି ପ୍ରଶ୍ନପତ୍ର,ବାହାରେ ଘୂରି ବୁଲୁଛି ଉତ୍ତର ସିଟ୍‌

ମାଲକାନଗିରି,୨୯ା୮(ଡି.ଏନ୍‌.ଏ.): ସାରା ରାଜ୍ୟରେ ସୋମବାର ଶିକ୍ଷକଙ୍କ ଓଟିଇଟି ପରୀକ୍ଷା ହେଇଥିବା ବେଳେ ମାଲକାନଗିରି ଜିଲାରେ ମଧ୍ୟ ୩ଟି ସେଣ୍ଟର୍‌ରେ ପରୀକ୍ଷା ହେଉଛି। ତେବେ ପରୀକ୍ଷା ଆରମ୍ଭ ନ ହେଉଣୁ ପ୍ରଶ୍ନର ଉତ୍ତର ସିଟ୍‌ ଭାଇରାଲ ହୋଇଛି। ଏହି ଓଟିଇଟି ପରୀକ୍ଷା ପାଇଁ…

ଗାଁରେ ପହଞ୍ଚିଲା ମହିଳା ଏସ୍‌ଆଇଙ୍କ ମୃତଦେହ: ବିଭିନ୍ନ ଦାବିରେ ରାସ୍ତାରୋକୋ କଲେ ଗ୍ରାମବାସୀ

ନିରାକାରପୁର,୨୯ା୮(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଜି.ଉଦୟଗିରି ଥାନାର ମହିଳା ଏସ୍‌ଆଇ ସ୍ବାଗତିକା ବେହେରା ଶନିବାର ସକାଳେ ଆତ୍ମହତ୍ୟା କରିଥିଲେ। ତେବେ ସୋମବାର ତାଙ୍କ ମୃତଦେହ ନିଜ ଗ୍ରାମ ଖୋର୍ଦ୍ଧା ଜିଲା ନିରାକାରପୁରରେ ପହଞ୍ଚିବା ପରେ ସ୍ଥାନୀୟ କଲେଜ ଛକଠାରେ ମୃତଦେହ ରଖି ରାସ୍ତାରୋକୋ…

ବିଜେଡି ପକ୍ଷରୁ  ରକ୍ତଦାନ ଶିବିର 

ପୁରୁଷୋତ୍ତମପୁର,୨୯/୮(ଡିଏନ୍ଏ): ଗଞ୍ଜାମ ଜିଲ। ପୁରୁଷୋତ୍ତମପୁର ନରସିଂହ ଦାଶ ହାଇସ୍କୁଲ ପରିସରରେ ବିଜୁଜନତାଦଳ ପକ୍ଷରୁ ରବିବାର ରକ୍ତଦାନ ଶିବିର ଖଲ୍ଲିକୋଟ ବିଧାୟିକା ସୂର୍ଯ୍ୟମଣି ବୈଦ୍ୟଙ୍କ ସଂଯୋଜନାରେ ରବିବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ଅତିଥି ଭାବେ ଖଲ୍ଲିକୋଟ ବ୍ଲକ ଅଧ୍ୟକ୍ଷ ଦୈତାରୀ ବେହେରା, ସୁଭ୍ରାଶୁଂ…

ରାସ୍ତା ପାଇଁ ରାସ୍ତାରୋକୋ

ବାରିପଦା ଅଫିସ,୨୯ା୮: ମୟୂରଭଞ୍ଜ ଜିଲା ବାରିପଦା-ଉଦଳା ରାଜ୍ୟ ରାଜପଥର ନୁରୁଡିହୀ ଛକରେ ଉତ୍ତ୍ୟକ୍ତ ଲୋକେ ରାସ୍ତା ମରାମତି ଦାବି ନେଇ ସୋମବାର ସକାଳୁ ରାସ୍ତାରୋକୋ କରିଛନ୍ତି। ଫଳରେ ଜିଲା ମୁଖ୍ୟାଳୟକୁ ଆସୁଥିବା ଯାତ୍ରୀବାହୀ ଯାନବାହନଗୁଡ଼ିକ ଦୀର୍ଘ ୩ ଘଣ୍ଟା ଧରି ଅଟକି…

ପ୍ରଶାସନର ଦୃଷ୍ଟି ଆଢୁଆଳରେ ଶତାୟୁ ମହିଳା

ପ୍ରୀତିପୁର,୨୯ା୮(ଡି.ଏନ.ଏ.): ସରକାର ଦରିଦ୍ର, ଭିନ୍ନକ୍ଷମ, ନିଆଶ୍ର୍ରୀ ଓ ଅସହାୟଙ୍କୁ ବିଭିନ୍ନ ଯୋଜନା ମାଧ୍ୟମରେ ଥଇଥାନ କରୁଛନ୍ତି। ସେମାନଙ୍କ ନିକଟରେ ସରକାରୀ ଯୋଜନାର ସୁଫଳ ପହଞ୍ଚାଇବାର ବ୍ୟବସ୍ଥା କରାଯାଇଛି। ହେଲେ କେତେକ କ୍ଷେତ୍ରରେ ସରକାରୀ ଉଦାସୀନତା ଯୋଗୁ ବହୁ ଯୋଗ୍ୟ ହିତାଧିକାରୀ ପ୍ରଶାସନର…

୯ ଶିକ୍ଷକ ସିଆର୍‌ସିସି ପଦ ଛାଡ଼ିବେ

ରସୁଲପୁର,୨୯ା୮(ଡି.ଏନ.ଏ.): କ୍ଲଷ୍ଟର ରିସୋର୍ସ ସେଣ୍ଟର୍‌ କୋର୍ଡିନେଟର (ସିଆର୍‌ସିସି) ଭାବେ ୫ ବର୍ଷ କାର୍ଯ୍ୟ କରିଥିବା, ଲେଭଲ-୪କୁ ପଦୋନ୍ନତି ହୋଇଥିବା ଓ ଗ୍ରାଜୁଏଟ୍‌ ଶିକ୍ଷକଙ୍କ ତାଲିକା ଦେବାକୁ ଯାଜପୁର ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯିବା ପରେ ରସୁଲପୁର…

ବିନା ଭିତ୍ତିଭୂମିରେ ଏସ୍‌ଏଚ୍‌ଜିର ଧାନ ସଂଗ୍ରହ

ଯାଜପୁର ଅଫିସ,୨୯ା୮: ଯାଜପୁର ଜିଲାରେ ଧାନ ସଂଗ୍ରହରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ସାମିଲ ବଢ଼ିଛି। ଗତ ୩ ବର୍ଷ ଅର୍ଥାତ୍‌ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୩୬ ଏସ୍‌ଏଚ୍‌ଜି ଜରିଆରେ ସମୁଦାୟ ୧୧,୮୫୫ ଜଣ ଚାଷୀଙ୍କଠାରୁ ୫୭୪୨୭୪.୧୧ କୁଇଣ୍ଟାଲ ଧାନ…

ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ

ମହାକାଳପଡ଼ା,୨୯ା୮(ଡି.ଏନ.ଏ.): ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଛି। ସମୁଦ୍ର ଉପକୂଳବର୍ତ୍ତୀ ଗାଁରେ ଲୋକମାନେ ସାଧାରଣତଃ ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷକୁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?