ବିନା ଭିତ୍ତିଭୂମିରେ ଏସ୍‌ଏଚ୍‌ଜିର ଧାନ ସଂଗ୍ରହ

ଯାଜପୁର ଅଫିସ,୨୯ା୮: ଯାଜପୁର ଜିଲାରେ ଧାନ ସଂଗ୍ରହରେ ମହିଳା ସ୍ବୟଂ ସହାୟକ ଗୋଷ୍ଠୀ (ଏସ୍‌ଏଚ୍‌ଜି)ଙ୍କ ସାମିଲ ବଢ଼ିଛି। ଗତ ୩ ବର୍ଷ ଅର୍ଥାତ୍‌ ୨୦୧୯-୨୦ରୁ ୨୦୨୧-୨୨ ମଧ୍ୟରେ ୩୬ ଏସ୍‌ଏଚ୍‌ଜି ଜରିଆରେ ସମୁଦାୟ ୧୧,୮୫୫ ଜଣ ଚାଷୀଙ୍କଠାରୁ ୫୭୪୨୭୪.୧୧ କୁଇଣ୍ଟାଲ ଧାନ ସଂଗ୍ରହ ହୋଇଛି। ଏଥିରେ ସେମାନେ କମିଶନ ହିସାବରେ ୧୭୯.୪୭ ଲକ୍ଷ ଟଙ୍କା ଲାଭ ପାଇଛନ୍ତି। ତେବେ ଏସ୍‌ଏଚ୍‌ଜିଗୁଡ଼ିକ ବିନା ଭିତ୍ତିଭୂମି ଓ ଗୋଦାମ ଗୃହରେ କିପରି ଧାନ ସଂଗ୍ରହ କରୁଛନ୍ତି ସେ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅନ୍ୟପକ୍ଷରେ ୨୦୨୧ ଜୁନ ଏବଂ ନଭେମ୍ବରରେ ଏସ୍‌ଏଚ୍‌ଜିଗୁଡିକ ଧାନ ସଂଗ୍ରହରେ ହେରଫେର କରିଥିବା ଅଭିଯୋଗ ହୋଇଥିଲା। ସେନେଇ ତଦନ୍ତ ନିର୍ଦ୍ଦେଶ ମଧ୍ୟ ଦିଆଯାଇଥିଲା। ତେଣୁ ଏସ୍‌ଏଚ୍‌ଜିଗୁଡିକର ଧାନକ୍ରୟ ପଦ୍ଧତିକୁ ବିଧାନସଭାର ଗୃହ କମିଟି ଜରିଆରେ ଅନୁଧ୍ୟାନ କରିବାକୁ ଦାବି ହୋଇଛି।
ଏସ୍‌ଏଚ୍‌ଜିଗୁଡ଼ିକ ଜରିଆରେ ଖରିଫ ଋତୁ ୨୦୨୦-୨୧ରେ ଧାନ ସଂଗ୍ରହରେ ଘୋର ଅନିୟମିତତା ହୋଇଥିଲା। ତେଣୁ ୨୩ା୪ା୨୦୨୧ରେ ସମ୍ପୃକ୍ତ ଗୋଷ୍ଠୀର କର୍ମକର୍ତ୍ତାଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ମିଶନ ଶକ୍ତି କମିଶନରଙ୍କୁ ଖାଦ୍ୟ ଯୋଗାଣ ଏବଂ ଖାଉଟିକଲ୍ୟାଣ ବିଭାଗର ଅତିରିକ୍ତ ସଚିବ ବିଜୟ କୁମାର ପୃଷ୍ଟି ସୁପାରିସ କରିଥିଲେ। ଏହି ସୁପାରିସକୁ ଆଧାର କରି ରାଜ୍ୟ ଯୋଗାଣ ନିଗମର ପରିଚାଳନା ନିର୍ଦ୍ଦେଶକ (ଏମଡି) ବିଶ୍ୱଜିତ ଦାସ ୧୮ା୬ା୨୦୨୧ରେ ଜିଲାପାଳ ଓ ଯୋଗାଣ ଅଧିକାରୀଙ୍କୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଚାଷୀଙ୍କଠାରୁ ଧାନ ସଂଗ୍ରହ ନ କରି ଭେଣ୍ଡର ରିସିପ୍ଟ ଜାରି କରାଯାଇଥିବା ତଦନ୍ତରେ ଜଣାପଡ଼ିଥିଲା। ବିନା ଚାଷୀରେ ଜାଲ୍‌ କାଗଜପତ୍ର ପ୍ରସ୍ତୁତ କରି ବହୁ କୁଇଣ୍ଟାଲ ଧାନର ଅର୍ଥ ହଡ଼ପ ହୋଇଥିବା ସେତେବେଳେ ସନ୍ଦେହ କରାଯାଇଥିଲା। ଏହି ବେଆଇନ କାରବାରରେ ସମବାୟ ସମିତି ଓ ଜିଲା ଯୋଗାଣ ବିଭାଗର କର୍ତ୍ତୃପକ୍ଷ ଏବଂ ମିଲର୍ସମାନେ ସହଯୋଗ କରିଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା। ତେବେ ଏହି ତାଲିକାରେ ସମ୍ବଲପୁର ଜିଲାର ୧୨, ଗଞ୍ଜାମର ୭, ଭଦ୍ରକର ୫, ସୁବର୍ଣ୍ଣପୁରର ୪, ବରଗଡ଼ର ୩, ନୂଆପଡ଼ାର ୧ ଏବଂ ଯାଜପୁର ଜିଲାର ଗୋଟିଏ (ବାବା ଆଖଣ୍ଡଳମଣି) ଏସ୍‌ଏଚ୍‌ଜି ଏହି ମିଥ୍ୟା ଧାନକିଣାରେ ସାମିଲ ହୋଇଥିବା ଖାଦ୍ୟ ଯୋଗାଣ ଓ କଲ୍ୟାଣ ବିଭାଗ ରିପୋର୍ଟରେ ପ୍ରକାଶ ପାଇଥିଲା। ତେବେ ପରବର୍ତ୍ତୀ ସମୟରେ ଏହି ବିଭାଗୀୟ ନିର୍ଦ୍ଦେଶ କୌଣସି ଚାପ କିମ୍ବା ଲୋଭରେ ପଡ଼ି ଫସର ଫାଟିଥିଲା ବୋଲି ଚାଷୀମାନେ କ୍ଷୋଭ ପ୍ରକାଶ କରି କହୁଛନ୍ତି।
୨୦୨୧ ନଭେମ୍ବରରେ ଜିଲାର ବିଭିନ୍ନ ପ୍ରାଥମିକ ସେବା ସମବାୟ ସମିତି (ପାକ୍ସ) ଅଧୀନ ୪୯ ଜଣ ଚାଷୀ ୨୦୨୧-୨୨ ଖରିଫ ଋତୁରେ ଏସ୍‌ଏଚ୍‌ଜିକୁ ଧାନ ବିକ୍ରି ନ କରିବାକୁ ମନସ୍ଥ କରିଥିଲେ। ଏପରିକି ବିଶ୍ୱ ଜୟଗୁରୁ ଏସ୍‌ଏଚ୍‌ଜି ମିଥ୍ୟା ତଥ୍ୟ ଦେଇ ଚାଷୀଙ୍କ ନାମ ପଞ୍ଜୀକରଣ କରିଥିବା ଚାଷୀମାନେ ଗୁରୁତର ଅଭିଯୋଗ କରିଥିଲେ। ଏହାବାଦ୍‌ ଖଡିଅଙ୍ଗ ଗ୍ରାମର ମା’ ଏସ୍‌ଏଚ୍‌ଜିରେ ଧାନ ବିକ୍ରି କରିବୁ ନାହିଁ ବୋଲି ଚାଷୀମାନେ ଜିଲା ଯୋଗାଣ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିଥିଲେ। ଉକ୍ତ ଅଭିଯୋଗ ଉପରେ ଜିଲା ଯୋଗାଣ ଅଧିକାରୀ ବିଧିବଦ୍ଧ ଭାବେ ତଦନ୍ତ କରି ୩ ଦିନ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସେତେବେଳେ ଏଆର୍‌ସିଏସ୍‌, ଜିଲା ସମାଜ କଲ୍ୟାଣ ଅଧିକାରୀ (ଡିଏସ୍‌ଡବ୍ଲୁଓ), ମିଶନ ଶକ୍ତିର ଡିପିସିଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ତଦନ୍ତ ନିର୍ଦ୍ଦେଶ ମଧ୍ୟ କିଛି କାମରେ ଲାଗି ନଥିଲା। ଫଳରେ ଜିଲା ପ୍ରଶାସନ ପକ୍ଷରୁ ଉପରୋକ୍ତ ୩ ଏସ୍‌ଏଚ୍‌ଜିଙ୍କୁ ପୁଣି ଧାନ ସଂଗ୍ରହରେ ସାମିଲ କରାଯାଇଥିଲା। ଏଥିରୁ ଯେଉଁ ଏସ୍‌ଏଚ୍‌ଜିଗୁଡିକ ବିରୋଧରେ ଅଭିଯୋଗ ହୋଇ ତଦନ୍ତ ଚାଲିଥିଲା ସେମାନଙ୍କୁ ଧାନକ୍ରୟରେ ସାମିଲ କରାଯାଇ ଆହୁରି ଉତ୍ସାହିତ କରାଯାଇଥିଲା ବୋଲି ଚାଷୀ ମହଲରେ ମତପ୍ରକାଶ ପାଇଛି। ଅନ୍ୟପକ୍ଷରେ ଜିଲା ଯୋଗାଣ ଅଧିକାରୀ କହିଛନ୍ତି ଯେ, ଧାନ କିଣାବିକାରେ ଯେଉଁ ଏସ୍‌ଏଚ୍‌ଜିଗୁଡ଼ିକର ନିଜସ୍ବ ଭିତ୍ତିଭୂମି ନାହିଁ, ସେମାନେ ଭଡ଼ା ସୂତ୍ରରେ ଅଥବା ପଞ୍ଚାୟତରେ ଥିବା ଗୋଦାମଗୁଡ଼ିକୁ ଉପଯୋଗ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?