୯ ଶିକ୍ଷକ ସିଆର୍‌ସିସି ପଦ ଛାଡ଼ିବେ

ରସୁଲପୁର,୨୯ା୮(ଡି.ଏନ.ଏ.): କ୍ଲଷ୍ଟର ରିସୋର୍ସ ସେଣ୍ଟର୍‌ କୋର୍ଡିନେଟର (ସିଆର୍‌ସିସି) ଭାବେ ୫ ବର୍ଷ କାର୍ଯ୍ୟ କରିଥିବା, ଲେଭଲ-୪କୁ ପଦୋନ୍ନତି ହୋଇଥିବା ଓ ଗ୍ରାଜୁଏଟ୍‌ ଶିକ୍ଷକଙ୍କ ତାଲିକା ଦେବାକୁ ଯାଜପୁର ସମଗ୍ର ଶିକ୍ଷା ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ଚିଠି କରାଯିବା ପରେ ରସୁଲପୁର ବ୍ଲକ ସିଆରସିସିଙ୍କ କାର୍ଯ୍ୟକାଳକୁ ନେଇ ତନାଘନା ଜାରି ରହିଛି। ଚିଠି ନଂ.୧୯୨୯/ ୨୨ା୦୮ା୨୦୨୨ ଅନୁସାରେ ବ୍ଲକ୍‌ ଶିକ୍ଷାଧିକାରୀମାନେ ଗତ ୨୬ ତାରିଖରେ ପ୍ରକଳ୍ପ କାର୍ଯ୍ୟାଳୟରେ ରିପୋର୍ଟ ଦାଖଲ କରିଛନ୍ତି। ରସୁଲପୁର ବ୍ଲକ ଶିକ୍ଷାଧିକାରୀ ଶ୍ରୀଚରଣ ମଲ୍ଲିକ ମଧ୍ୟ ରିପୋର୍ଟ ଦେଇଛନ୍ତି। ତାଙ୍କ ରିପୋର୍ଟ ଅନୁସାରେ ଉକ୍ତ ବ୍ଲକରୁ ୯ ଶିକ୍ଷକ ସିଆର୍‌ସିସି ପଦ ଛାଡ଼ିବେ ବୋଲି ସ୍ପଷ୍ଟ ହୋଇଛି। ପରେ ଖାଲିପଡୁଥିବା ସିଆର୍‌ସିସି ପଦ ପାଇଁ ପ୍ରତିଯୋଗୀଙ୍କ ମଧ୍ୟରେ ଭିଜନିଂ ଟେଷ୍ଟ କରାଯାଇ ନିଯୁକ୍ତି ଦିଆଯିବ ବୋଲି ସ୍ପଷ୍ଟ କରାଯାଇଛି।
ଏହି ବ୍ଲକର ୨୮ ପଞ୍ଚାୟତକୁ ୧୪ ଶିକ୍ଷା କ୍ଲଷ୍ଟରରେ ବିଭକ୍ତ କରାଯାଇଛି। ଉକ୍ତ କ୍ଲଷ୍ଟରଗୁଡିକ ପାଇଁ ଜଣେ ଲେଖାଏ ଶିକ୍ଷକଙ୍କୁ ସିଆରସିସି ଭାବେ ଚୟନ କରାଯାଇଛି। ସିଆର୍‌ସିସିଙ୍କ କାର୍ଯ୍ୟକାଳ ୫ବର୍ଷ ହୋଇଥାଏ। କେତେକ କ୍ଷେତ୍ରରେ ନିର୍ଦ୍ଧାରିତ କାର୍ଯ୍ୟକାଳ ପରେ ବି ଶିକ୍ଷକମାନେ ପଦ ମାଡ଼ି ବସିଥିବା ଦେଖାଯାଇଛି। ଆଉ କେତେକ କ୍ଷେତ୍ରରେ ଅଣତାଲିମପ୍ରାପ୍ତ ଓ ଭିଜନିଂ ଟେଷ୍ଟର ସମ୍ମୁଖୀନ ନ ହୋଇ ସିଆରସିସି ପଦାସୀନ ହୋଇଛନ୍ତି। ଏହାଛଡ଼ା ଲେଭଲ-୪କୁ ପଦୋନ୍ନତି ହୋଇଥିବା ଓ ଗ୍ରାଜୁଏଟ୍‌ ଶିକ୍ଷକମାନେ ଏହି ପଦରେ ରହିପାରିବେ ନାହିଁ। ଏସବୁ କାରଣକୁ ଦୃଷ୍ଟିରେ ରଖିଲେ ୯ଜଣ ଶିକ୍ଷକ ସିଆରସିସି ପଦ ହରାଇବେ। ସେମାନଙ୍କ ମଧ୍ୟରୁ ବନ୍ଧଡ଼ିହ କ୍ଲଷ୍ଟର ଦାୟିତ୍ୱରେ ଥିବା ଦେବରାଜ ମିଶ୍ର ୫ବର୍ଷରୁ ଅଧିକ ସିଆର୍‌ସିସି ପଦରେ ରହିଥିବାରୁ ତାଙ୍କୁ ହଟାଇ ଦିଆଯାଇଛି। ସେହିପରି ବାଲୁଙ୍କେଶ୍ୱର କ୍ଲଷ୍ଟର ସିଆର୍‌ସିସି ଶ୍ରୀବତ୍ସ ସାହୁ, ବଡ଼ଚଅପୋଇର ମାନସରଞ୍ଜନ ପୃଷ୍ଟି, ବାରବାଟୀର ରାମଚନ୍ଦ୍ର ମଲ୍ଲିକ, ପାରିକଇଞ୍ଚତ୍ର ବିଜୟ ଷଡ଼ଙ୍ଗୀ, ମଧୁବନର ପ୍ରମୋଦ କୁମାର ବାରିକ, ଶ୍ରୀବନ୍ତପୁରର ବିଜୟ ବେହେରା, ଲକ୍ଷ୍ମୀନଗରର ବିନୋଦ ବିହାରୀ ସାହୁ, ବିଶ୍ୱମ୍ବରର ଭବେଶ ଦାସ ପ୍ରମୁଖ ଲେଭଲ-୪ ଓ ଗ୍ରାଜୁଏଟ ତାଲିମପ୍ରାପ୍ତ ଶିକ୍ଷକ ପଦୋନ୍ନତି ପାଇଥିବାରୁ ସେମାନଙ୍କୁ ପଦ ହରାଇବାକୁ ପଡ଼ିବ। ଜିଲା ପ୍ରକଳ୍ପ କାର୍ଯ୍ୟାଳୟ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଖାଲିଥିବା ପଦଗୁଡିକ ପାଇଁ ସିଆରସିସି ଚୟନ କରାଯିବ ବୋଲି ବ୍ଲକ ଶିକ୍ଷାଧିକାରୀ ମଲ୍ଲିକ ସୂଚନା ଦେଇଛନ୍ତି। ଏହି ଘଟଣା ପରେ ସିଆରସିସି ପଦ ପାଇଁ ଆଶାୟୀ ଥିବା ଶିକ୍ଷକଙ୍କ ମଧ୍ୟରେ ଉତ୍କଣ୍ଠା ବଢ଼ିଯାଇଛି। ତେବେ କେଉଁମାନେ ନୂତନ ସିଆରସିସି ପଦ ହାତେଇ ପାରିବେ ତାହା ପ୍ରକ୍ରିୟା ଶେଷ ହେବା ପରେ ସ୍ପଷ୍ଟ ହେବ। ପ୍ରକାଶଥାଉ କି ପଦ ହରାଉଥିବା ସିଆର୍‌ସିସିଙ୍କ ମଧ୍ୟରେ ଜଣେ ହେଲେ ଅଣତାଲିମପ୍ରାପ୍ତ ନ ଥିଲେ ବୋଲି ଜଣାପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ସୁଧାଂଶୁଙ୍କୁ ଗୁରୁଦାୟିତ୍ୱ ଦେଲା କଂଗ୍ରେସ

ରୂପସା,୨୮।୩(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲା କଂଗ୍ରେସ କମିଟି ସାଧାରଣ ସମ୍ପାଦକ ଓ ମୁଖ୍ୟ ମୁଖପାତ୍ର ସୁଧାଂଶୁ ଶେଖର ଜେନାଙ୍କୁ ପ୍ରଦେଶ କଂଗ୍ରେସ କମିଟି ପକ୍ଷରୁ ଭଦ୍ରକ...

୩୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ସିଟିଓ-ଜିଏସଟି ଅଧିକାରୀଙ୍କୁ ବାନ୍ଧିଲା ଭିଜିଲାନ୍ସ

ଭୁବନେଶ୍ୱର,୨୮।୩: ପୁରୀରେ ଲାଞ୍ଚ ନେଉଥିଲା ବେଳେ ବାଣିଜ୍ୟିକ ଟିକସ ଅଧିକାରୀ (ସିଟିଓ) ଏବଂ ଦ୍ରବ୍ୟ ଏବଂ ସେବା କର (ଜିଏସଟି) ଅଧିକାରୀଙ୍କୁ ଗିରଫ କରିଛି ଓଡ଼ିଶା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri