ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ

ମହାକାଳପଡ଼ା,୨୯ା୮(ଡି.ଏନ.ଏ.): ଶିଳ୍ପ ବିହୀନ କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ବ୍ଲକ ନଦୀନାଳ ଘେରା ଉପକୂଳ ଅଞ୍ଚଳରେ ଭେଡ଼ି ଚାଷ ପ୍ରତି ଚାଷୀଙ୍କ ଆଗ୍ରହ ବଢ଼ିଛି। ସମୁଦ୍ର ଉପକୂଳବର୍ତ୍ତୀ ଗାଁରେ ଲୋକମାନେ ସାଧାରଣତଃ ମେଣ୍ଢା ଚାଷ କରି ପରିବାର ପ୍ରତିପୋଷଣ କରିଥାନ୍ତି। ବର୍ଷକୁ ଗୋଟିଏ ମେଣ୍ଢି ୨ ଥର ଶାବକ ଜନ୍ମ ଦେଇଥାଏ। ଥରକେ ୨ରୁ ୩ଟି ଛୁଆ ଜନ୍ମ କରିଥାଏ। ଅତି ବେଶୀରେ ଗୋଟିଏ ମେଣ୍ଢାର ଓଜନ ୧୦ରୁ ୧୫ କେଜି ହୋଇଥାଏ। ବଜାର ଦର ଅନୁସାରେ ଗୋଟେ ମେଣ୍ଢା ୩ରୁ ୪ ହଜାର ଟଙ୍କାରେ ବିକ୍ରି ହୋଇଥାଏ। ଅନ୍ୟ ଗୃହପାଳିତ ପ୍ରାଣୀ ଅପେକ୍ଷା ମେଣ୍ଢାର ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ବର୍ଷକରେ ଥରେ ଟିକା ଦେଲେ ସହଜରେ ଅନ୍ୟ କୌଣସି ରୋଗ ହୋଇ ନ ଥାଏ। ହେଲେ ଗ୍ରାମାଞ୍ଚଳରେ ମେଣ୍ଢା ମାଂସ ପ୍ରତି ଉଚିତ୍‌ ମୂଲ୍ୟ ନ ମିଳିବାରୁ ଚାଷୀଙ୍କୁ କ୍ଷତି ସହିବାକୁ ପଡ଼ିଥାଏ। ତେଣୁ ଚାଷୀମାନେ ଦେଶୀ ମେଣ୍ଢା ଚାଷ ଛାଡ଼ି ମେଣ୍ଢା ପ୍ରଜାତିର ଭେଡି ଚାଷ ପ୍ରତି ଆଗ୍ରହ ପ୍ରକାଶ କରିଛନ୍ତି। ଭେଡି ଶିଙ୍ଗ ଭାରି ଶକ୍ତ ଓ ୧୦ଇଞ୍ଚ ଲମ୍ବ ହୋଇଥାଏ। ଏମାନେ ବାହ୍ୟ ଶତ୍ରୁକୁ ଦେଖିବା ମାତ୍ରେ ଶିଙ୍ଗ ଦ୍ବାରା ଆକ୍ରମଣ କରିଥାଆନ୍ତି। ଦେଶି ମେଣ୍ଢା ଓଜନଠାରୁ ଭେଡି ଓଜନ ୨ ଗୁଣ ଅଧିକ ହୋଇଥାଏ। ଏହା ଶରୀର ଅଧିକ ଲୋମ୍‌ ଯୁକ୍ତ ଥିବାରୁ ଖରା, ଝଡ଼ ବର୍ଷା , ଶୀତ ଆଦିକୁ ସହ୍ୟ କରିବାର କ୍ଷମତା ଥାଏ। ଭେଡ଼ି ତୃଣଭୋଜି ପ୍ରାଣୀ ହୋଇ ଥିବାରୁ ରାସ୍ତାପାର୍ଶ୍ୱ, ନଦୀ କୂଳ , ଚାରଣ ଭୂମି , ଜଙ୍ଗଲି ଗଛ ପତ୍ର ଲଟା ଆଦି ଖାଇବାକୁ ପସନ୍ଦ କରିଥାନ୍ତି। ଭେଡ଼ି ଚରାବୁଲା କରି ସାରେ ଘରକୁ ଫେରିଲେ ଚାଷୀମାନେ ଅଧିକାଂଶ ସମୟରେ ମୁଡ଼ି , ଚାଉଳ, ଗହମ ଆଦି ଆଦି ଖାଇବାକୁ ଦେଇଥାଆନ୍ତି। ଏପରି ଖାଦ୍ୟ ଖାଇବା ଦ୍ବାରା ଭେଡ଼ି ଶରୀର ଚିକ୍କଣ ଓ ହୃଷ୍ଟପୃଷ୍ଟ ହୋଇ ଥାଏ ବୋଲି ଭେଡି ଚାଷୀ ପଦନ ପ୍ରଧାନ କହିଛନ୍ତି। ଏହି ପ୍ରଜାତିର ଭେଡି ଚାଷ ବରଫାବୃତ୍ତ ଅଞ୍ଚଳ ତଥା ଜାମ୍ମୁ କାଶ୍ମୀର, ହିମାଚଳ ପ୍ରଦେଶ, ଉତ୍ତରାଖଣ୍ଡ , କାଠମାଣ୍ଡୁ ଆଦି ଅଞ୍ଚଳରେ ବହୁଳ ଭାବେ ହୋଇଥାଏ। ସମୁଦ୍ର ଉପକୂଳବର୍ତ୍ତୀ ଅଞ୍ଚଳରେ ବରଫାବୃତ୍ତ ଅଞ୍ଚଳରେ ଦେଖାଯାଉଥିବା ଭେଡ଼ି ପରିବେଶସହ ଖାପ୍‌ ଖୁଆଇ ପାରୁଛନ୍ତି। ବିଶେଷ କରି ମହାକାଳପଡ଼ା ବ୍ଲକର ଜଆଁରା, ତେନ୍ତୁଲିକନ୍ଧା, ଘୋଡାବନ୍ଧକୂଳ , ବେଲାର ନୂଆଗାଁ , କେନ୍ତିଆ ଆଦି ଗ୍ରାମରେ ବହୁଳ ଭାବେ ଭେଡି ଚାଷ ହେଉଛି। ସରକାର ଭେଡି ଚାଷୀଙ୍କୁ ତାଲିମ୍‌, ରିହାତି ସୁଧରେ ଋଣ ଆଦି ଯୋଗାଇ ଦେଲେ ଚାଷୀମାନେ ଉପକୃତ ହୋଇ ପାରିବେ ବୋଲି ସାମାଜିକ କର୍ମୀ ସୁବାସ ଚନ୍ଦ୍ର ସ୍ବାଇଁ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?