କୃତୀ ଛାତ୍ରୀଛାତ୍ରଙ୍କୁ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩୦।୮(ବ୍ୟୁରୋ): ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଦ୍ବାଦଶ, ଦଶମ ଜେଇଇ ମେନ୍‌ ପରୀକ୍ଷାର କୃତୀ ଛାତ୍ରୀଛାତ୍ରଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଙ୍ଗଳବାର ସମ୍ବର୍ଦ୍ଧିତ କରିଛନ୍ତି। ଲୋକସେବା ଭବନର କନ୍‌ଭେନ୍‌ସନ ସେଣ୍ଟରଠାରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
ଛାତ୍ରୀଛାତ୍ରଙ୍କୁ ଗୁଣାତ୍ମକ ଶିକ୍ଷା ପ୍ରଦାନ ପାଇଁ ରାଜ୍ୟର ପ୍ରତି ବ୍ଳକ ତଥା ଭୁବନେଶ୍ବରରେ ମଧ୍ୟ ଏକ ଆଦର୍ଶ ବିଦ୍ୟାଳୟ ରହିଛି। ସିବିଏସ୍‌ଇ ଢାଞ୍ଚାରେ ହଷ୍ଟେଲ ସୁବିଧା ସହିତ ଛାତ୍ରୀଛାତ୍ରଙ୍କୁ ଉକ୍ତ ସ୍କୁଳରେ ପଢାଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ କୃତୀ ଛାତ୍ରୀଛାତ୍ରଙ୍କ ଅନୁଭୂତି ସମ୍ପର୍କରେ ପଚାରି ବୁଝିଥିଲେ। ଏପରି କି ଛାତ୍ରୀଛାତ୍ରଙ୍କ ଉଜ୍ଜ୍ୱଳ ଭବିଷ୍ୟତ କାମନା କରିଥିଲେ।
୫-ଟି ସଚିବ ଭି.କେ. ପାଣ୍ଡିଆନ୍‌ ଆଦର୍ଶ ବିଦ୍ୟାଳୟରେ କିପରି ଆହୁରି ଉନ୍ନତ ଶିକ୍ଷାଦାନ କରାଯାଇପାରିବ ସେ ସମ୍ପର୍କରେ ଛାତ୍ରୀଛାତ୍ରଙ୍କ ମତାମତ ଲୋଡିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ, ଆଦର୍ଶ ବିଦ୍ୟାଳୟ ସଂଗଠନର ଅଧ୍ୟକ୍ଷ ଉପେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉଦ୍‌ବୋଧନ ଦେଇଥିଲେ। ବିଭାଗୀୟ ସଚିବ ଅଶ୍ବଥି ଏସ୍‌ ସ୍ବାଗତ ଭାଷଣ ଦେଇଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଉନ୍ନୟନ କମିଶନର ପ୍ରଦୀପ ଜେନା, ବରିଷ୍ଠ ଅଧିକାରୀ ଏବଂ ସମ୍ବର୍ଦ୍ଧିତ ଛାତ୍ରଛାତ୍ରୀଙ୍କ ଅଭିଭାବକମାନେ ଉପସ୍ଥିତ ଥିଲେ ।


Enter your email to get our daily news in your inbox.

All Right Reserved By Dharitri.Com

ବିପଦପୂର୍ଣ୍ଣ ବ୍ରିଜ୍‌, ବାଜିରେ ଜୀବନ

ପୁରୀ ଅଫିସ, ୧୦।୮: ପୁରୀ-ଭୁବନେଶ୍ୱର ୩୧୬ ନମ୍ବର ଜାତୀୟ ରାଜପଥ। ଓଡ଼ିଶା ମଧ୍ୟରେ ଥିବା ଜାତୀୟ ରାଜପଥ (ଏନ୍‌ଏଚ୍‌)ଗୁଡ଼ିକ ମଧ୍ୟରୁ ଏହା ଅନ୍ୟତମ ବ୍ୟସ୍ତବହୁଳ ରାସ୍ତା।...

ରୁଗ୍‌ଣ ହେଉଛି ତାଳଚେର ଆର୍‌ଏମ୍‌ସି: ଆୟର ୭୦ ପ୍ରତିଶତ ଯାଉଛି ଦରମାରେ

ତାଳଚେର,୩ା୧(ନି.ପ୍ର.) – ତାଳଚେର ନିୟନ୍ତ୍ରିତ ବଜାର କମିଟି (ଆର୍‌ଏମ୍‌ସି) ସ୍ଥାପନ ହେବାର ପ୍ରାୟ ୨୭ ବର୍ଷ ହେଲାଣି। ଏହାର ବାର୍ଷିକ ଆୟ ୨୭ ଲକ୍ଷ। କିନ୍ତୁ...

ଡିସେମ୍ବର ୧୫ରୁ ତୋଷାଳି ଜାତୀୟ ହସ୍ତଶିଳ୍ପ ମେଳା:ଗୋଟିଏ ସ୍ଥାନରେ ଦେଶର ଉତ୍କୃଷ୍ଟ ହସ୍ତଶିଳ୍ପ, ହସ୍ତତନ୍ତ

ଭୁବନେଶ୍ୱର,୧୩ା୧୨(ବ୍ୟୁରୋ) :ରାଜ୍ୟ ହସ୍ତତନ୍ତ, ବୟନ ଓ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଡିସେମ୍ବର ୧୫ରୁ ୨୭ ତାରିଖ ପର୍ଯ୍ୟନ୍ତ ଜନତା ମଇଦାନରେ ଅନୁଷ୍ଠିତ ହେବାକୁ ଯାଉଛି ଚତୁର୍ଦ୍ଦଶ...

ହୋର୍ଡିଂରେ ଖିଲାପକାରୀଙ୍କ ନାଁ

ଭୁବନେଶ୍ୱର, ୧୮ା୩(ବ୍ୟୁରୋ): ବର୍ଷବର୍ଷ ଧରି ହୋଲଡିଂ ଟ୍ୟାକ୍ସ ଦେଇ ନ ଥିବା ୩୪୩ଜଣ ବଡ଼ ଖିଲାପକାରୀଙ୍କ ତାଲିକା ରାଜଧାନୀର ବିଭିନ୍ନ ରାସ୍ତା ପାର୍ଶ୍ୱରେ ଥିବା ବଡ଼...

ହେଭି ଭେହିକିଲ୍‌ରେ ସ୍ଥାନାନ୍ତର ହେବ ନରହନ୍ତା ଦନ୍ତା

ତାଳଚେର,୨୨ା୧(ନି.ପ୍ର.) – ଅନୁଗୋଳ ଜିଲା ତାଳଚେର ରେଞ୍ଜ ଅଞ୍ଚଳରେ ଦୀର୍ଘଦିନ ଧରି ଉପଦ୍ରବ ଚଳାଇଥିବା ନରହନ୍ତା ଦନ୍ତା ହାତୀକୁ ସୋମବାର ବନ ବିଭାଗ ଟ୍ରାଙ୍କୁଲାଇଜ କରିବାରେ...

ଦେବଗଡରେ ସ୍ଥିତି ସମୀକ୍ଷା କଲେ କୋଭିଡ ପର୍ଯ୍ୟବେକ୍ଷକ

ଦେବଗଡ, ୬ା୫(ଡି.ଏନ.ଏ.): କୋଭିଡ-୧୯ ପାଇଁ ରାଜ୍ୟ ସରକାରଙ୍କ ଦେବଗଡ ଜିଲା ନିମନ୍ତେ ନିଯୁକ୍ତ ପର୍ଯ୍ୟବେକ୍ଷକ ତଥା ଶକ୍ତି ବିଭାଗର ସଚିବ ବିଷ୍ଫୁପଦ ସେଠୀ ଏବଂ ସ୍ବତନ୍ତ୍ର...

ଛୁରାମାଡ଼ ଘଟଣା: ଜେଲ ଗଲେ ଦୁଇ ଅଭିଯୁକ୍ତ, ନୟାପଲ୍ଲୀ ଥାନାଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ପ୍ରଶଂସା

ଭୁବନେଶ୍ୱର,୮ା୧୧(ବ୍ୟୁରୋ) : ନୟାପଲ୍ଲୀ ଥାନା ଅନ୍ତର୍ଗତ ପାସ୍‌ପୋର୍ଟ ଅଫିସ ନିକଟରେ ବୁଧବାର ଅଭୟ ନାୟକ ନାମକ ଜଣେ ଯୁବକଙ୍କୁ ଛୁରାମାଡ଼ ହେଉଥିଲା। ଏହି ସମୟରେ ଥାନା...

କୃଷି ସୂଚନା ପରାମର୍ଶ କେନ୍ଦ୍ର ବୈଠକରେ ମାଛ, କୁକୁଡା, ଛତୁ ଚାଷ ଉପରେ ଗୁରୁତ୍ୱାରୋପ

ରସୁଲପୁର,୬।୧(ଡିଏନଏ)- ରସୁଲପୁର ବ୍ଲକ ଅନ୍ତର୍ଗତ ସହକାରୀ କୃଷି କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ସୋମବାର ବ୍ଲକସ୍ତରୀୟ କୃଷି ସୂଚନା ପରାମର୍ଶ କେନ୍ଦ୍ର ପକ୍ଷରୁ ଏକ ବୈଠକ ଅନୁଷ୍ଠିତ...

Advertisement
Archives

Model This Week