ହାତୀ ଉପଦ୍ରବ: ଭାଙ୍ଗିଲେ ଘର, ଉଜାଡ଼ିଲେ ଫସଲ

ପାଟଣା,୧ା୯(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ରେଞ୍ଜରେ ୨୨ ଟିକିଆ ବଣୁଆ ହାତୀପଲଙ୍କ ଉପଦ୍ରବ ଜାରି ରହିଛି। ହାତୀପଲ ଏହି ରେଞ୍ଜ ସାହାରପଡ଼ା ସେକ୍ସନ ଗୋରାଣ୍ଡି ଯୋଡି ବିଟ୍‌ ଅନ୍ତର୍ଗତ ଖୁଞ୍ଛିବେଡା,ଦାସପଡ଼ା ଓ ଟଭାସରୁଆରେ ବୁଧବାର ରାତିରେ ବ୍ୟାପକ  ଧାନ, କଖାରୁ ଓ ମକାଚାଷ ନଷ୍ଟ କରିଛନ୍ତି। ଏଥିସହ ଏହି ହାତୀପଲ ବଡ଼ବିଲ ପଞ୍ଚାୟତ ଖୁଞ୍ଛିବେଡ଼ା ଗ୍ରାମର ଦୁଃଖିଆ ନାଏକଙ୍କ ୫ ବଖରା ଟାଇଲ ଘର, ସୁନେଇ ନାଏକ ଓ ଦୁଲାଲ ମହାରଣାଙ୍କ ଘରକୁ  ଭାଙ୍ଗି ଦେଇଛନ୍ତି। ହାତୀପଲ ଏବେ ଜଗନ୍ନାଥପୁର କାଜୁ ବଗିଚାରେ ଡେରା ପକାଇଛନ୍ତି। ଘର ଭାଙ୍ଗିଥିବା  ଲୋକଙ୍କ ନିକଟରେ ଗୁରୁବାର ସାହାରପଡ଼ା ସରପଞ୍ଚ ରୀନା ନାୟକ,୨୯ ନମ୍ବର ଜୋନ୍‌ ଜିଲାପରିଷଦର ଜିଲାପରିଷଦ ସଭ୍ୟ ବୁଦ୍ଧଦେବ ମହାକୁଡ଼, ରେଞ୍ଜର ଘାସିନାଥ ପାତ୍ର ସାହାରପଡ଼ା ବନପାଳ ମୋହିନୀ ମହାନ୍ତ ପ୍ରମୁଖ ପହଞ୍ଚି କ୍ଷୟକ୍ଷତିର ଆକଳନ କରିଛନ୍ତି। ଗାଁ ନିକଟରେ ହାତୀପଲ ଥିବାରୁ ଲୋକେ ଭୟଭୀତ ଅବସ୍ଥାରେ ରହୁଛନ୍ତି। ବନ ବିଭାଗ ପକ୍ଷରୁ ହାତୀପଲଙ୍କ ଗତିପଥ ଉପରେ ନଜର ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ଜରିମାନା ଖିଲାପୀ ଖଣିର ସମ୍ପତ୍ତି ଜବତ ନିର୍ଦ୍ଦେଶ

କେନ୍ଦୁଝର,୨ା୨(ଡ଼ି.ଏନ୍‌.ଏ.)- ଜରିମାନା ଖିଲାପୀ ଖଣି ଲିଜ୍‌ଧାରୀଙ୍କ ବିରୋଧରେ କେନ୍ଦୁଝର ଜିଲାପାଳଙ୍କ କୋର୍ଟରେ ଚାଲିଥିବା ଓପିଡିଆର୍‌ ସାର୍ଟିଫିକେଟ କେଶ ମଧ୍ୟରୁ ଶନିବାର ୩ଟି ଖଣିର ଶୁଣାଣି ହୋଇଛି।...

ବୈତରଣୀରୁ ବାଲି ଚୋରାଚାଲାଣ

କେନ୍ଦୁଝର,୨୦ା୪(ସ୍ବ.ପ୍ର.): ପାଟଣା ଓ ସାହାରପଡ଼ା ତହସିଲ ଅଞ୍ଚଳ ଦେଇଯାଇଥିବା ବୈତରଣୀ ନଦୀପଠାରୁ ବେଆଇନ ଭାବରେ ବାଲି ଚୋରାଚାଲାଣ ଚାଲିଥିବା ଜଣାପଡ଼ିଛି। ଏବେ ମଧ୍ୟ କିଆପଡ଼ା ଓ...

ଫେରାର ୨ ପିଲେଟ ଚୋର ଗିରଫ

ଯୋଡ଼ା, ୨୯।୪ (ଡି.ଏନ.ଏ.): କେନ୍ଦୁଝର ଜିଲା ଯୋଡା ଖଣିମଣ୍ଡଳର ବଡବିଲସ୍ଥିତ ଆରିୟା ଷ୍ଟିଲ କାରଖାନାରୁ ପରିବହନ ବେଳେ ପିଲେଟ ଚୋରି କରିଥିବା ଦୁଇ ଫେରାର ଅଭିଯୁକ୍ତଙ୍କୁ...

ମଞ୍ଚାରେ ଶୋଇଥିଲେ ଯୁବକ, ରାତିରେ ଆସିିଲା ହାତୀ…

ଝୁମ୍ପୁରା/କେନ୍ଦୁଝର,୨୭।୯(ଡି.ଏନ.ଏ./ସ୍ବ.ପ୍ର.): କେନ୍ଦୁଝର ଜିଲା ଝୁମ୍ପୁରା ବ୍ଲକ ବାଲିବନ୍ଧ ବନାଞ୍ଚଳ ଅଧୀନ ଜଙ୍ଗଲ ପାର୍ଶ୍ୱ ଗ୍ରାମ ପୁରୁଣାପାଣିରେ ସୋମବାର ଭୋରରେ ହାତୀ ଆକ୍ରମଣରେ ଜଣେ ଯୁବକଙ୍କ ମୃତ୍ୟୁ...

ଶୁଭୁନି ଫେରିବାଲାଙ୍କ ଡାକ

କେନ୍ଦୁଝର, ୧୭ା୫ (ସ୍ବ.ପ୍ର.)-ଚୁଡି ନେବ, ଶଙ୍ଖା ନେବ। ପ୍ଲାଷ୍ଟିକ ବାଲତି ନେବ, କଂସା ପିତ୍ତଳ ବାସନ ନେବ। ଶାଢୀ ନେବ ରେଡିମେଡ ଡ୍ରେସ ନେବ। ଏଭଳି...

ବିଚ୍ଛିନ୍ନାଞ୍ଚଳରେ ଉଡ଼ିଲା ତ୍ରିରଙ୍ଗା

କେନ୍ଦୁଝର,୧୫।୮(ସ୍ବ.ପ୍ର.): ଓଡ଼ିଆ ଭାଷାଭାଷୀ ଝାଡ଼ଖଣ୍ଡ ରାଜ୍ୟ ପଶ୍ଚିମ ସିଂହଭୂମ ଜିଲାର ବିଭିନ୍ନ ଓଡ଼ିଆ ବିଦ୍ୟାଳୟରେ ୭୬ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଜୟନ୍ତୀଗଡ଼ସ୍ଥିତ ଉତ୍କଳମଣି ଓଡ଼ିଆ...

ଶୌଚ ହେବାକୁ ଯାଇ ହାତୀ ଆକ୍ରମଣର ଶିକାର ହେଲେ ମହିଳା, ଡାକ୍ତରଖାନାରେ ଭର୍ତ୍ତି

ପାଟଣା,୧୭ା୬(ସ୍ବ.ପ୍ର.) : କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପୋଇପାଣି ସଂରକ୍ଷିତ ଜଙ୍ଗଲରେ ବୁଧବାର ଭୋର୍‌ରୁ ଜଣେ ୬୦ ବର୍ଷୀୟା ମହିଳା ହାତୀ ଆକ୍ରମଣରେ ଗୁରୁତର...

୧୧ ହଜାର ଜାଲ୍‌ ନୋଟ ଜବତ

ଆନନ୍ଦପୁର,୬।୯(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ବିରିଡିହା ବଦାରରୁ ମଙ୍ଗଳବାର ଜାଲ ନୋଟ ଜବତ ହୋଇଛି । ଜଣେ ବୃଦ୍ଧଙ୍କ ଠାରୁ ୨୦୦ ଓ ୧୦୦...

Advertisement
Archives

Model This Week