ମା’ସମଲେଇଙ୍କୁ ଲାଗିହେଲା ନବାନ୍ନ

ସମ୍ବଲପୁର,୨ା୯(ବ୍ୟୁରୋ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍‌ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍‌ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନେ ମା’ ସମଲେଇଙ୍କ ପୀଠରେ ନବାନ୍ନ ଭୋଗ ଲାଗିଥିଲା। ପ୍ରାତଃ ସାଢେ ୪ଟାରୁ ସମଲେଇ ଗୁଡିରେ ରୁଦ୍ଧଦ୍ୱାର ନୀତି ହୋଇଥିଲା। ମା’ଙ୍କୁ ନୂଆ ସମ୍ବଲପୁରୀ ପାଟବସ୍ତ୍ର ଓ ସୁନା ରୌପ୍ୟ ଅଳଙ୍କାରରେ ବିଭୂଷିତ କରାଯାଇଥିଲା। ସକାଳ ୮ଟାରେ ୧୧୫ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ପୂଜକମାନେ ବନା (ଝୋଟି) ପକାଇଥିଲେ। କ୍ଷତ୍ରୀୟ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରୁ ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ନବାନ୍ନ ଭୋଗ ମନ୍ଦିର ଗମ୍ଭୀରାକୁ ଯାଇଥିଲା। ପରେ କ୍ରମାନ୍ବୟରେ ଗଙ୍ଗାଧର ରାୟ, କୋଦଣ୍ଡ ରାୟ, ପ୍ରଶାନ୍ତ ରାୟଙ୍କ ଘରୁ ନବାନ୍ନ ଭୋଗ ମନ୍ଦିରକୁ ଆସିଥିଲା। ପରମ୍ପରାନୁସାରେ ଝାଡୁଆପଡା ବେହେରା ପରିବାରରୁ ନୂଆଁଖାଇ ଭୋଗ, ନୂଆ ଚାଉଳ, ପିଠା, କାକରା, ଉଖୁଡା, ଖିରି, ସାରୁ, ଶାଗ ମନ୍ଦିରକୁ ଆସିଥିଲା। ପୂର୍ବାହ୍ନ ୧୦ଟାରେ ଦେବୀଙ୍କ ମୁଖ୍ୟ ଦ୍ୱାର ବନ୍ଦ ହୋଇଥିଲା। ଶଙ୍ଖ ଧ୍ୱନି ସହ ୧୫ଜଣ କ୍ଷତ୍ରୀୟ ପୂଜକ ଭୁବନେଶ୍ୱରୀଙ୍କ ବୀଜମନ୍ତ୍ର ଉଚ୍ଚାରଣ କରିଥିଲେ। ଏଥିସହ ଇଷ୍ଟଦେବୀ ମା’ ସମଲେଇଙ୍କୁ ନବାନ୍ନ ଭୋଗ ଅର୍ପଣ କରିଥିଲେ। ୧୧ଟା ୩୦ ମିନିଟ୍‌ରେ ପୂଜକମାନେ ମନ୍ଦିର ଗମ୍ଭୀରା ଭିତରୁ ବାହାରି ନୂଆ ଚାଉଳ, ଗାଈଘିଅ ଓ ଗୁଡ଼ରେ ପ୍ରସ୍ତୁତ ନବାନ୍ନ ଭୋଗ ୧୧୫ ପାର୍ଶ୍ୱ ଦେବଦେବୀଙ୍କୁ ଅର୍ପଣ କରିଥିଲେ। ମଧ୍ୟାହ୍ନ ୧୨ଟାରେ ଅନ୍ନଭୋଗ ମା’ସମଲେଇଙ୍କ ମହାଆଳତି ଓ ପହଡ଼ ନୀତି ହୋଇଥିଲା। ଅପରାହ୍ନ ସାଢ଼େ ୧୨ଟାରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା। ରାତି ୮ଟାରେ ଆଳତି, ୯ଟାରେ ଅନ୍ନଭୋଗ ଓ ୧୦ଟାରେ ମନ୍ଦିର ଦ୍ୱାର ବନ୍ଦ ହୋଇଥିଲା। ଏଥିସହ ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୋନପୁର ସୁରେଶ୍ୱରୀ, ଝାରସୁଗୁଡା ସମ୍ବଲେଶ୍ୱରୀ, ବୌଦ୍ଧର ଭୈରବୀ, ବରଗଡ ସମଲେଇ, ନୂଆପଡା ଜିଲାର ଟାନ୍‌ୱାଟ୍‌ କଣାଭଇରା, ସୁନ୍ଦରଗଡ଼ ସମଲେଇ, ଶିଖରବାସିନୀ ପୀଠରେ ରୀତିନୀତରେ ନୂଆଁ ଲାଗିଛି। ଦେବୀ ପୀଠରେ ନୂଆଁ ଲାଗିବା ପରେ ପ୍ରତ୍ୟେକ ନିଜ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରିଥିଲେ। ପରିବାର ସଦସ୍ୟ, ବନ୍ଧୁ ପରିଜନ ସମବେତ ହୋଇ ନୂଆଁଖାଇ ତିହାର ପାଳନ କରିଛନ୍ତି। ନୂଆଁଖାଇ ପରେ ସାହି ଓ ପଡାରେ ଜୁହାର ଭେଟ କାର୍ଯ୍ୟକ୍ରମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସମସ୍ୟା ଘେରରେ ଡୁମେରମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ: ଗେଟ ଆଗରେ ବସିଲେ ଛାତ୍ରୀଛାତ୍ର

ଲାଞ୍ଜିଗଡ଼, ୧୨।୧୦ (ରମେଶ ଚନ୍ଦ୍ର ନାୟକ): ବିଦ୍ୟାଳୟରେ ନାହିଁ ପିଇବା ପାଣିର ସୁବିଧା, ବିଜୁଳି ସଂଯୋଗ ଓ ସୁରକ୍ଷା ପାଚେରୀ। ଶୌଚାଳୟ ଓ ଜଳର ସୁବ୍ୟବସ୍ଥା ନଥିବାରୁ…

ଦକ୍ଷିଣ ଓଡ଼ିଶା ଜୋନ-ଏ କ୍ରିକେଟ ଟୁର୍ନାମେଣ୍ଟ: ପୋଡ଼ାମାରିକୁ ହରାଇ ପାଟପୁର ଚାମ୍ପିୟନ

ଦିଗପହଣ୍ଡି,୧୨।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁରସ୍ଥିତ ବିଶ୍ୱାସରାୟ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଚାଲିଥିବା ଦକ୍ଷିଣ ଓଡ଼ିଶା ଜୋନ-ଏ ଆନ୍ତଃ…

ଜଙ୍ଗଲକୁ କାଠ ପାଇଁ ଯାଉଥିଲେ ସୁଲୋଚନା, ନଦୀ ପାର୍‌ ହେବା ସମୟରେ ଘଟିଲା…

ମୋହନା.,୧୨।୧୦(ମନ୍ମଥ ମିଶ୍ର): ନଦୀ ପାର ହେବା ସମୟରେ ଭାସି ଯାଇ ମହିଳାଙ୍କ ମୃତ୍ୟୁ ଘଟିଛି l ଏଭଳି ଏକ ଦୁଃଖଦ ଘଟଣା ଘଟିଛି ଗଜପତି ଜିଲା ରା…

ମାଣିକେଶ୍ୱରୀ ଛକ ନିକଟରୁ ମିଳିଲା ଅଜଣା ବୃଦ୍ଧାଙ୍କ ମୃତଦେହ: ବଢୁଛି ସନ୍ଦେହ

ଭବାନୀପାଟଣା,୧୨।୧୦(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଭବାନୀପାଟଣା ସହର ମାଣିକେଶ୍ୱରୀ ଛକ ଯାତ୍ରୀ ପ୍ରେକ୍ଷାଳୟରୁ ସୋମବାର ଅପରାହ୍ନରେ ଜଣେ ଅଜଣା ବୃଦ୍ଧାଙ୍କ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ…

ଥୁଆମୂଳ ରାମପୁରରେ ୧୭ ଦିନ ହେଲା ପାନୀୟ ଜଳ ସଙ୍କଟ: ‘ପାଣ୍ଠି ଅଭାବ’ ସଫେଇକୁ ନେଇ ଅସନ୍ତୋଷ

ଥୁଆମୂଳ ରାମପୁର, ୧୨।୧୦ (ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସଙ୍କଟ ଗୁରୁତର ରୂପ ନେଇଛି। ‘ବସୁଧା’ ଯୋଜନାରେ ଜଳ…

୧୩ରୁ ୨୨ ଯାଏ ୧୦ ଟ୍ରେନ୍‌ ବାତିଲ, କେଉଁ କେଉଁ ଟ୍ରେନ୍‌ ହେଲା ବାତିଲ୍‌ ଜାଣନ୍ତୁ…

ଜୟପୁର,୧୨ା୧୦(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ମାଳିଗୁଡ଼ା ଓ ଛତ୍ରୀପୁଟ ରେଳ ଷ୍ଟେଶନ ମଧ୍ୟରେ ଭୂସ୍ଖଳନ ଯୋଗୁ ଚାଲିଥିବା ପୁନରୁଦ୍ଧାର କାର୍ଯ୍ୟ ପାଇଁ ପୂର୍ବତଟ ରେଲଓ୍ବେ ରାୟଗଡ଼ା…

ଛାତ୍ର ସଂସଦ ନିର୍ବାଚନକୁ ନେଇ କଲେଜ ଚଳଚଞ୍ଚଳ: ସଭାପତି ପଦ ପାଇଁ ୪ ପ୍ରାର୍ଥୀ, ଏବିଭିପିର ପ୍ରଚାର ଜୋରଦାର

ପାଟଣା, ୧୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲ୍ଲା ସ୍ୱାମପାଟଣା ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରଚାର ଜୋରଦାର ହୋଇଛି। ଆସନ୍ତା ୧୫ ତାରିଖରେ…

ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌, ଜଣେ ଗିରଫ

ହାଟଡିହୀ/ଛେନାପଦୀ, ୧୨।୧୦ (ଶୁଭକାନ୍ତ ନାୟକ/ନିରାକାର ପରିଡ଼ା): କେନ୍ଦୁଝର ଜିଲା ହାଟଡିହୀ-ଜଳକଳଙ୍ଗ ବଜାରରେ ବ୍ୟାଙ୍କ ନିକଟରେ ଥିବା ଏକ ଗ୍ରୋସରୀ ଦୋକାନରୁ ଦେଢ଼ ଲକ୍ଷ ଟଙ୍କା ଲୁଟ୍‌ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?