ମା’ସମଲେଇଙ୍କୁ ଲାଗିହେଲା ନବାନ୍ନ

ସମ୍ବଲପୁର,୨ା୯(ବ୍ୟୁରୋ):ପଶ୍ଚିମ ଓଡ଼ିଶାର କୃଷିଭିତ୍ତିକ ଗଣପର୍ବ ନୂଆଁଖାଇ ଧାର୍ଯ୍ୟ ଲଗ୍ନ ଅନୁସାରେ ଗୁରୁବାର ବେଶ୍‌ ଉତ୍ସାହର ସହ ପାଳିତ ହୋଇଯାଇଛି। ସମ୍ବଲପୁରର ଇଷ୍ଟଦେବୀ ମା’ସମଲେଇଙ୍କଠାରେ ନବାନ୍ନ ଲାଗି ପରେ ଜିଲାବାସୀ ସଭିଏ ନୂଆଁ ଖାଇଛନ୍ତି। ପୂର୍ବାହ୍ନ ୧୦ଟା ୫୬ରୁ ୧୧ଟା ୧୫ମିନିଟ୍‌ ମଧ୍ୟରେ ବିଶୁଦ୍ଧ ତୁଳା ଲଗ୍ନେ ମା’ ସମଲେଇଙ୍କ ପୀଠରେ ନବାନ୍ନ ଭୋଗ ଲାଗିଥିଲା। ପ୍ରାତଃ ସାଢେ ୪ଟାରୁ ସମଲେଇ ଗୁଡିରେ ରୁଦ୍ଧଦ୍ୱାର ନୀତି ହୋଇଥିଲା। ମା’ଙ୍କୁ ନୂଆ ସମ୍ବଲପୁରୀ ପାଟବସ୍ତ୍ର ଓ ସୁନା ରୌପ୍ୟ ଅଳଙ୍କାରରେ ବିଭୂଷିତ କରାଯାଇଥିଲା। ସକାଳ ୮ଟାରେ ୧୧୫ ପାର୍ଶ୍ୱ ଦେବଦେବୀଙ୍କ ନିକଟରେ ପୂଜକମାନେ ବନା (ଝୋଟି) ପକାଇଥିଲେ। କ୍ଷତ୍ରୀୟ ମୁଖ୍ୟ ପୂଜକ ଅମ୍ବିକା ପ୍ରସାଦ ରାୟଙ୍କ ଘରୁ ପୂର୍ବାହ୍ନ ୧୦ଟା ୩୦ ମିନିଟ୍‌ରେ ନବାନ୍ନ ଭୋଗ ମନ୍ଦିର ଗମ୍ଭୀରାକୁ ଯାଇଥିଲା। ପରେ କ୍ରମାନ୍ବୟରେ ଗଙ୍ଗାଧର ରାୟ, କୋଦଣ୍ଡ ରାୟ, ପ୍ରଶାନ୍ତ ରାୟଙ୍କ ଘରୁ ନବାନ୍ନ ଭୋଗ ମନ୍ଦିରକୁ ଆସିଥିଲା। ପରମ୍ପରାନୁସାରେ ଝାଡୁଆପଡା ବେହେରା ପରିବାରରୁ ନୂଆଁଖାଇ ଭୋଗ, ନୂଆ ଚାଉଳ, ପିଠା, କାକରା, ଉଖୁଡା, ଖିରି, ସାରୁ, ଶାଗ ମନ୍ଦିରକୁ ଆସିଥିଲା। ପୂର୍ବାହ୍ନ ୧୦ଟାରେ ଦେବୀଙ୍କ ମୁଖ୍ୟ ଦ୍ୱାର ବନ୍ଦ ହୋଇଥିଲା। ଶଙ୍ଖ ଧ୍ୱନି ସହ ୧୫ଜଣ କ୍ଷତ୍ରୀୟ ପୂଜକ ଭୁବନେଶ୍ୱରୀଙ୍କ ବୀଜମନ୍ତ୍ର ଉଚ୍ଚାରଣ କରିଥିଲେ। ଏଥିସହ ଇଷ୍ଟଦେବୀ ମା’ ସମଲେଇଙ୍କୁ ନବାନ୍ନ ଭୋଗ ଅର୍ପଣ କରିଥିଲେ। ୧୧ଟା ୩୦ ମିନିଟ୍‌ରେ ପୂଜକମାନେ ମନ୍ଦିର ଗମ୍ଭୀରା ଭିତରୁ ବାହାରି ନୂଆ ଚାଉଳ, ଗାଈଘିଅ ଓ ଗୁଡ଼ରେ ପ୍ରସ୍ତୁତ ନବାନ୍ନ ଭୋଗ ୧୧୫ ପାର୍ଶ୍ୱ ଦେବଦେବୀଙ୍କୁ ଅର୍ପଣ କରିଥିଲେ। ମଧ୍ୟାହ୍ନ ୧୨ଟାରେ ଅନ୍ନଭୋଗ ମା’ସମଲେଇଙ୍କ ମହାଆଳତି ଓ ପହଡ଼ ନୀତି ହୋଇଥିଲା। ଅପରାହ୍ନ ସାଢ଼େ ୧୨ଟାରେ ଭକ୍ତଙ୍କ ଦର୍ଶନ ପାଇଁ ମନ୍ଦିର ଦ୍ୱାର ଖୋଲା ହୋଇଥିଲା। ରାତି ୮ଟାରେ ଆଳତି, ୯ଟାରେ ଅନ୍ନଭୋଗ ଓ ୧୦ଟାରେ ମନ୍ଦିର ଦ୍ୱାର ବନ୍ଦ ହୋଇଥିଲା। ଏଥିସହ ବଲାଙ୍ଗୀରର ଇଷ୍ଟଦେବୀ ପାଟଣେଶ୍ୱରୀ, ସୋନପୁର ସୁରେଶ୍ୱରୀ, ଝାରସୁଗୁଡା ସମ୍ବଲେଶ୍ୱରୀ, ବୌଦ୍ଧର ଭୈରବୀ, ବରଗଡ ସମଲେଇ, ନୂଆପଡା ଜିଲାର ଟାନ୍‌ୱାଟ୍‌ କଣାଭଇରା, ସୁନ୍ଦରଗଡ଼ ସମଲେଇ, ଶିଖରବାସିନୀ ପୀଠରେ ରୀତିନୀତରେ ନୂଆଁ ଲାଗିଛି। ଦେବୀ ପୀଠରେ ନୂଆଁ ଲାଗିବା ପରେ ପ୍ରତ୍ୟେକ ନିଜ ଘରେ ଇଷ୍ଟଦେବୀଙ୍କୁ ନବାନ୍ନ ଭୋଗ ଅର୍ପଣ କରିଥିଲେ। ପରିବାର ସଦସ୍ୟ, ବନ୍ଧୁ ପରିଜନ ସମବେତ ହୋଇ ନୂଆଁଖାଇ ତିହାର ପାଳନ କରିଛନ୍ତି। ନୂଆଁଖାଇ ପରେ ସାହି ଓ ପଡାରେ ଜୁହାର ଭେଟ କାର୍ଯ୍ୟକ୍ରମ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ପହଞ୍ଚିଲା ତୃତୀୟ ପର୍ଯ୍ୟାୟ ରଥକାଠ

ପୁରୀ,୨୫ା୪: ପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ବ ପ୍ରସିଦ୍ଧ ରଥଯାତ୍ରା ପାଇଁ ନୟାଗଡ଼ରୁ ତୃତୀୟ ପର୍ଯ୍ୟାୟ ରଥକାଠ ଆସି ବଡ଼ଦାଣ୍ଡସ୍ଥିତ ରଥଖଳାରେ ପହଞ୍ଚିଛି। ଆସିଥିବା କାଠରେ ୨୩ ଖଣ୍ଡ...

ନିଜେ ପଞ୍ଚମ ଫେଲ୍, ଚାକିରି ଦେବା ଆଳରେ ଠକିନେଲେ ୨କୋଟିରୁ ଊର୍ଦ୍ଧ୍ୱ ଟଙ୍କା 

ସୋର, ୨୫।୪: (ଜନ୍ମେଜୟ ମିଶ୍ର): ଚାକିରି କରାଇ ଦେବାର ଆଳ ଦେଖାଇ ବାଲେଶ୍ୱର ଜିଲା ସୋର ଅଞ୍ଚଳର ଜଣେ ଯୁବକ ବିଭିନ୍ନ ଲୋକଙ୍କଠାରୁ ୨କୋଟିରୁ ଊର୍ଦ୍ଧ୍ୱ...

ନିଜ ଦେହରେ କିରୋସିନ ନିଆଁ ଲଗାଇ ଦେଲେ ମହିଳା, ରକ୍ଷା କରିବାକୁ ଯାଇ ସ୍ବାମୀ ଗୁରୁତର

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା କାଠକଟା ଗାଁରେ ବୁଧବାର ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଛି। ପରିବାରିକ କଳହରୁ ଜଣେ...

ଅମରେନ୍ଦ୍ରଙ୍କୁ ଖୋଲା ଚ୍ୟାଲେଞ୍ଜ କଲେ ଚିରଞ୍ଜୀବ

ଜଗତ୍‌ସିଂହପୁର, ୨୫ା୪(ପ୍ରମୋଦ କୁମାର ନାୟକ)ବରିଷ୍ଠ କଂଗ୍ରେସ ନେତା ଚିରଞ୍ଜୀବ ବିଶ୍ୱାଳ ଦଳ ଛାଡ଼ି ବିଜେଡିରେ ମିଶିଥିଲେ ସୁଦ୍ଧା ୨୦୨୪ ସାଧାରଣ ନିର୍ବାଚନରେ ପ୍ରାର୍ଥୀ ହୋଇନାହାନ୍ତି। କିନ୍ତୁ...

ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟରେ ଟଳିପଡିଲେ ୨ ମାଓବାଦୀ

ଘଣ୍ଟାପଡ଼ା, ୨୫।୪: (ପ୍ରଭାତ କୁମାର ସାହୁ): କଣ୍ଟାମାଳ ଥାନା ଅନ୍ତର୍ଗତ ବରଗାଁ ପଞ୍ଚାୟତର ପାଢ଼େଲ ଡ୍ୟାମ ନିକଟ ଜଙ୍ଗଲରେ ଗୁରୁବାର ଏସଓଜିଓ ଡିଭିଏଫ ମିଳିତ କମ୍ବିଂ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ବାରବାଟୀ-କଟକ ନଚେତ ସାଲେପୁରରୁ ପ୍ରାର୍ଥୀ ହୋଇପାରନ୍ତି ଅରିନ୍ଦମ

କଟକ, ୨୫ା୪(ଶିଳ୍ପା ପ୍ରିୟଦର୍ଶିନୀ)ଆସନ୍ତା ନିର୍ବାଚନ ପାଇଁ ଭାଜପା ପକ୍ଷରୁ ଷ୍ଟାର୍‌ ପ୍ରଚାରକ ତାଲିକା ପ୍ରକାଶ ପାଇବା ପରେ ଏବେ ରୋଚକ ମୋଡ ନେବାରେ ଲାଗିଛି କଟକ...

ରୋଚକ ସ୍ଥିତିରେ ତ୍ରିମୁଖୀ ଲଢ଼େଇ

ନୟାଗଡ଼,୨୫।୪(ଲୋକନାଥ ମିଶ୍ର)ନୟାଗଡ଼ ବିଧାନସଭା କ୍ଷେତ୍ରରେ ବିଧାୟକ ଅରୁଣ କୁମାର ସାହୁଙ୍କ ଅପରାଜେୟ ରେକର୍ଡ ଭାଙ୍ଗିବାକୁ ଭାଜପା ଓ କଂଗ୍ରେସ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି। ଅରୁଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri