ଆମ ଜିଲା ଖବର

ପୋଲ ଉପରେ ଚାଲୁଛି ପାଣି, ଯାତାୟାତ ଠପ୍‌

ଭବାନୀପାଟଣା,୯।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ବଣ୍ଡାକୁଟା ନିକଟସ୍ଥ ହାଲେର ଜୋର ଆପ୍ରୋଚ ପୋଲ ଉପରେ ପୁଣି ଥରେ ପାଣି ଚାଲିଥିବା ଦେଖିବାକୁ ମିଳିଛି। ତେବେ ପୋଲ ଉପରୁ ପାଣି ବଢୁଥିବା ଦେଖି ପ୍ରଶାସନ ପକ୍ଷରୁ ଲୋକଙ୍କ ସୁରକ୍ଷା ପାଇଁ ଦିନ…

ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା: ଜଣେ ମୃତ

ଆରଡି,୯।୮( ଡି.ଏନ.ଏ.): ଭଦ୍ରକ ଜିଲା ଧୂଷୁରୀ ଥାନା ଓ ଆରଡି ଫାଣ୍ଡି ଅଧୀନ କୁଳେଇପଦା ନିକଟ ଭଦ୍ରକ – ଆରଡି ରାଜ୍ୟ ରାଜପଥରେ ମଙ୍ଗଳବାର ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଧୂଷୁରୀ ଥାନା କାସିମପୁର ଗ୍ରାମର ଅଂଶୁପା ନାୟକ(୧୯)…

ଋଷିକୁଲ୍ୟା ନଦୀରେ ଭାସିଯାଉଥିବା ଯୁବକକୁ ଉଦ୍ଧାର କଲେ ଦମକଳବାହିନୀ 

ପୁରୁଷୋତ୍ତମପୁର,୯/୮(ଡିଏନ୍ଏ) ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁରବ୍ଲକ ଅନ୍ତର୍ଗତ ଜଳେଶ୍ବରଖଣ୍ଡି ଗ୍ରାମରେ ସନ୍ତୋଷ ଦାସ ନାମକ ଜଣେ ଯୁବକ ଗ୍ରାମ ନିକଟସ୍ଥ ଋଷିକୁଲ୍ୟା ନଦୀରେ ଗାଧୋଇବା ବେଳେ ଗୋଡଖସିଯାଇ ପାଣିର ପ୍ରଖର ସ୍ରୋତରେ ଭାସିଯାଇଥିଲେ। ଏହାକୁ ଦେଖି ପାଖରେ ଥିବା ଲୋକେ ପୁରୁଷୋତ୍ତମପୁର ଦମକଳ…

ଟ୍ରକ୍‌ ପୋଡି ଦେଲେ ମାଓବାଦୀ

କୋରୁକୋଣ୍ଡା,୯।୮(ଡି.ଏନ୍‌.ଏ.): ଛତିଶଗଡ଼ ସୁକମା ଜିଲାରେ ପୁଣି ମାଓବାଦୀ ହିଂସା ଦେଖାଦେଇଛି। କାମରେ ନିୟୋଜିତ ଥିବା ଏକ ଟ୍ରକକୁ ମାଓବାଦୀମାନେ ନିଆଁ ଲଗାଇ ପୋଡି ଦେଇଛନ୍ତି। ପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି। ମିଳିଥିବା ସୂଚନା ମୁତାବକ, ଲଗାଣ ବର୍ଷା ଯୋଗୁ ସୁକମା ଜିଲା…

ଗାଁରେ ଆତଙ୍କ ଖେଳାଉଛି ଗୋଠଛଡ଼ା ହାତୀ

ଟେନ୍‌ସା,୯।୮(ଡି.ଏନ.ଏ.): ଗୋଠଛଡ଼ା ଦନ୍ତା ହାତୀକୁ ଟ୍ରାଙ୍କୁଲାଇଜ କରୁନିି ବଣାଇ ବନ ବିଭାଗ। ଦିନରାତି ଗାଁରେ ଆତଙ୍କ ଚଳାଉଛି ଗୋଠଛଡ଼ା ଦନ୍ତା ହାତୀ। ରବିବାର ବିଳମ୍ବିତ ରାତିରେ ସୁନ୍ଦରଗଡ଼ ଜିଲା କୋଇଡ଼ା ବନାଞ୍ଚଳ ରାଣୀଶାଳ ଫରେଷ୍ଟ ବିଟ୍‌ ଅନ୍ତର୍ଗତ ବଳଡିହି ଓ ପୋଡା…

ମାଲକାନଗିରି ବନ୍ୟା: ଯୋଗାଯୋଗ ବିଚ୍ଛିନ୍ନ

କୋରୁକୋଣ୍ଡା,୯।୮(ଡି.ଏନ୍‌.ଏ.): ରାଜ୍ୟରେ ଜାରି ରହିଛି ଲଘୁଚାପ ବର୍ଷା। ଏହାର ପ୍ରଭାବରେ ମାଲକାନଗିରି ଜିଲା କାଙ୍ଗୁରକୋଣ୍ଡା ପୋଲ ଉପରେ ୪ଫୁଟ୍‌ର ବନ୍ୟା ପାଣି ପ୍ରବାହିତ ହେଉଛି l ଏହି ବନ୍ୟା ପାଣି ଯୋଗୁ ଉଭୟ କୂଳରେ ଶତାଧିକ ଗାଡି ଅଟକି ରହିଛି। ସେହିପରି…

ପୋଲ ଉପରୁ କମିଲା ପାଣି: ଜୁନାଗଡ଼-ଧର୍ମଗଡ଼ ରାଜପଥରେ ଗଡ଼ିଲା ଯାନବାହନ

ଭବାନୀପାଟଣା,୯।୮(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ହାଲେର ଯୋର ଆପ୍ରୋଚ ପୋଲ ଉପରେ ବର୍ଷା ପାଣି କମିବା ପରେ ମଙ୍ଗଳବାର ସକାଳୁ ଯାତାୟାତ ସ୍ବାଭାବିକ ହୋଇଛି। ଫଳରେ ଜୁନାଗଡ଼-ଧର୍ମଗଡ଼ ଜାତୀୟ ରାଜପଥ ୧୩୦(ସି) ମୁଖ୍ୟ ରାସ୍ତାରେ ପୁଣି ଥରେ ଯାନବାହନ ଚଳାଚଳ…

କ୍ରାନ୍ତି ଦିବସ ପାଳିଲା କଂଗ୍ରେସ

ଯାଜପୁର ଅଫିସ,୯।୮: ଯାଜପୁର ଜିଲା କୋରାଇ କଂଗ୍ରେସ ପକ୍ଷରୁ କ୍ରାନ୍ତି ଦିବସ ମଙ୍ଗଳବାର ପାଳନ କରାଯାଇଛି। ତ୍ୟାଗ ଓ ବଳିଦାନର ୭୫ ବର୍ଷ ପୂର୍ତ୍ତି ଅବସରରେ ବ୍ୟାସନଗର ଠାରେ ବ୍ୟାସନଗର ଓ କୋରାଇ ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଏକ ପଦଯାତ୍ରା…

ଜନ୍ତରମନ୍ତରରେ ଭାଷାକର୍ମୀଙ୍କ ଧାରଣା

ବରଗଡ଼ ଅଫିସ,୯।୮: କୋସଲି ସମେତ ଅନ୍ୟ ଅଣସ୍ବୀକୃତ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବିରେ ସୋମବାର ନୂଆଦିଲ୍ଲୀ ଜନ୍ତରମନ୍ତରଠାରେ କ୍ଲିଅର ଅନୁଷ୍ଠାନ ପକ୍ଷରୁ ଧାରଣା ଦିଆଯାଇଥିଲା। ଧାରଣାରେ କୋଶଲି, ଅଙ୍ଗିକା, ବଜ୍ଜିକା, ମଗହି, ଭୋଜପୁରୀ, ବାଡ଼ୁଗୁ, ରାଜସ୍ଥାନୀ, ହୋ, ମୁଣ୍ଡାରି, କୋଡ଼ବା ଆଦି…

୧୪ରେ ରେଳରୋକୋ ଆନ୍ଦୋଳନକୁ ଓହ୍ଲାଇବେ ଚାଷୀ

ବରଗଡ଼ ଅଫିସ,୯।୮: ବରଗଡ଼ ଜିଲାରେ ପ୍ରଧାନମନ୍ତ୍ରୀ ଫସଲବୀମା ଯୋଜନା ବାଟବଣା ହୋଇଛି। ଚାଷୀମାନେ ପ୍ରିମିୟମ୍‌ ରାଶି ଜମା କରିସାରିଥିଲେ ସୁଦ୍ଧା ବୀମା କ୍ଷତିପୂରଣ ପାଇନାହାନ୍ତି। ଅନ୍ୟପଟେ ନାନା ଆଳ ଦେଖାଇ ବୀମା କମ୍ପାନୀ ଯୋଗ୍ୟ ଚାଷୀଙ୍କୁ ବୀମା କ୍ଷତିପୂରଣରୁ ବଞ୍ଚିତ କରୁଥିବା…

ଗାଧୋଇବାବେଳେ ସମୁଦ୍ରରେ ଭାସିଗଲେ ୩ ପର୍ଯ୍ୟଟକ, ଜଣେ ମୃତ

ପୁରୀ ଅଫିସ, ୯।୮: ପୁରୀରେ ପୁଣି ଅଘଟଣ। ସମୁଦ୍ରରେ ଗାଧୋଇବା ବେଳେ ବୁଡିଗଲେ ୩ ପର୍ଯ୍ୟଟକ। ସେମାନଙ୍କ ମଧ୍ୟରୁ ଜଣେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ମୃତ ଯୁବତୀ ଜଣଙ୍କ ହେଲେ ଛତିଶଗଡ…

ଚଣ୍ଡିଖୋଲରେ ପୁଣି ପଲସର ଆତଙ୍କ, ଛଡ଼ାଇନେଲେ ଟଙ୍କା ବ୍ୟାଗ୍‌

ଯାଜପୁର ଅଫିସ,୯।୮: ଯାଜପୁର ଜିଲା ୫୩ ନଂ ଜାତୀୟ ରାଜପଥ ଚଣ୍ଡିଖୋଲ-ଖୋସାଲିପୁର ଓଭରବ୍ରିଜ ନିକଟରେ ମଙ୍ଗଳବାର ସକାଳେ ପୁଣି ପଲସର ଆତଙ୍କ ଦେଖିବାକୁ ମିଳିଛି। ଦୁର୍ବୃତ୍ତ କଳାପଲସର ଆସି ଜଣେ ବାଇକ୍‌ ଆରୋହୀଙ୍କଠାରୁ ସୁନାଅଳଙ୍କାର ଓ ନଗଦ ଟଙ୍କା ଭର୍ତ୍ତି ବ୍ୟାଗ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?