ଜମାଖାତାରୁ ଟଙ୍କା ଉଠାଇବାକୁ ଦେଉନାହାନ୍ତି ବ୍ୟାଙ୍କ କର୍ମଚାରୀ

ନବରଙ୍ଗପୁର,୧୪।୯(ବି.ପ୍ର.) ଚାଷୀଙ୍କ ସହାୟତା ପାଇଁ ସରକାର ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ, ମଣ୍ଡିରେ ଧାନ ଦେବା ପରେ ସିଧାସଳଖ ଆକାଉଣ୍ଟକୁ ଟଙ୍କା ଦେଉଛନ୍ତି। ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ମଧ୍ୟ ମିଳୁଛି। କିନ୍ତୁ ହିତାଧିକାରୀଙ୍କ ଖାତାରେ ଟଙ୍କା ଥାଇ, କଓ୍ବୋଇସି ଅପ୍‌ଡେଟ୍‌ ହୋଇ ମଧ୍ୟ କଷ୍ଟାର୍ଜିତ ଟଙ୍କା ଉଠାଇ ପାରୁନାହାନ୍ତି ଚାଷୀ। ଧାରଉଧାରକରି ଚାଷ କରିଥିବା ଟଙ୍କା ଶୁଝି ନ ପାରିଲେ ବାଧ୍ୟହୋଇ ଆତ୍ମହତ୍ୟା କରୁଛନ୍ତି। ୨ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଜଣେ ଚାଷୀଙ୍କ ବ୍ୟାଙ୍କଖାତାରୁ ଲକ୍ଷାଧିକ ଟଙ୍କା ଉଠାଯାଇଛି। ଉକ୍ତ ଟଙ୍କା ହିତାଧିକାରୀ ସେଲ୍‌ଫ ଚେକ୍‌ ମାଧ୍ୟମରେ ଉଠାଇଥିବା କହିଛନ୍ତି ବ୍ୟାଙ୍କ ମ୍ୟାନେଜର। ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ଓ ମୃତକଙ୍କ ପରିବାର ଦାବି କରିଛନ୍ତି।
ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଦଭଟା ଗାଁର ସନସିଂ ମାଝିଙ୍କର ୨୦୨୦ ଅକ୍ଟୋବର ୯ରେ ମୃତ୍ୟୁ ହୋଇଥିଲା। ପାପଡାହାଣ୍ଡି କେସିସି ବ୍ୟାଙ୍କ ଖାତାରେ ତାଙ୍କର ୨ ଲକ୍ଷ ୯୭ ହଜାର ୩୭୬ ଟଙ୍କା ଥିଲା। ଧାନ ବିକ୍ରି ଟଙ୍କା ବ୍ୟାଙ୍କ ଖାତାରେ ଥିବା ଜାଣିବା ପରେ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟ କାଗଜପତ୍ର ନେଇ ପରିବାର ଲୋକେ ବ୍ୟାଙ୍କକୁ ଯାଇଥିଲେ। ସନସିଂଙ୍କ ଆକାଉଣ୍ଟ ନମ୍ବର (୦୧୦୦୫୩୦୦୭୩୦୬)ରୁ ସେଲ୍‌ଫ ଚେକ୍‌ରେ ଅଗଷ୍ଟ ୩୦, ସେପ୍ଟେମ୍ବର ୩ ଓ ୫ରେ ୪୯ ହଜାର ଟଙ୍କା ଲେଖାଏ ଉଠାଣ ହୋଇଛି ା ଚେକ୍‌ ନମ୍ବର ୨୬୯୬୦୭, ୨୬୯୬୦୪,୨୬୯୬୦୫ରେ ମୋଟ ୧ଲକ୍ଷ ୪୭ ହଜାର ଟଙ୍କା ଉଠାଯାଇଛି। ସନସିଂଙ୍କ ପୁଅ ନକୁଞ୍ଜ ବ୍ୟାଙ୍କକୁ ଯାଇ ପଚାରିବାରୁ କେୱାଇସି ଦେଇ ସେଲ୍‌ଫ ଚେକ୍‌ରେ ଟଙ୍କା ଉଠାଯାଇଥିବା ନେଇ ବ୍ୟାଙ୍କ ମ୍ୟାନେଜର ପଲ୍ଲବୀ ଏପାତି କହିଛନ୍ତି। କେୱାଇସିରେ ଆଧାର ଲିଙ୍କ୍‌ରେ ସନସିଂଙ୍କ ଆଧାର କାର୍ଡ ନମ୍ବର ୪୬୩୨୦୧୮୭୧୪୮୦ ଓ ଫଟୋ ଅନ୍ୟ ଜଣଙ୍କର ଲାଗିଛି। ସନସିଂଙ୍କ ପ୍ରକୃତ ଆଧାର କାର୍ଡ ୭୦୬୩୯୮୪୯୪୨୦୨ ରହିଥିବା ବେଳେ ଫଟୋ ଓ ଆଧାର ଲିଙ୍କ୍‌ରେ ଚଞ୍ଚକତା କରାଯାଇ ଟଙ୍କା ଉଠାଯାଇଛି ବୋଲି ନକୁଞ୍ଜ ଅଭିଯୋଗ କରିଛନ୍ତି।
କୋଷାଗୁମୁଡା ବ୍ଲକର ଅଞ୍ଚଳା, ଟେମରା, ଘାଟଚୁରା, ଟିକିରାଚୁରା, ଭଇଁସାବେଡ଼ା, ବଡଆମ୍ବଡ଼ା, ତରିଗୁଡ଼ା, ମୁଣ୍ଡିଧାରା, ବେଲପୁଟି, ପୂଜାରିଗୁଡା, ମାଝି ଧନୁଆ, ବରିପଦର, ଭସୁଲି, ଟେମରା ଓ କୋଷାଗୁମୁଡାର ୨୯ ଜଣ ଚାଷୀ ମଣ୍ଡିରେ ଧାନ ଦେଇଥିଲେ। ପାପଡାହାଣ୍ଡି କେସିସି ବ୍ୟାଙ୍କରେ ସେମାନଙ୍କ ପାସ୍‌ବୁକ ରହିଛି। ମଣ୍ଡିରେ ଧାନ ଦେବା ପରେ ହିତାଧିକାରୀଙ୍କ ଖାତାକୁ ଟଙ୍କାଯାଇଥିଲା। ହିତାଧିକାରୀ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଗଲେ କର୍ମଚାରୀ ବିଭିନ୍ନ ଆଳ ଦେଖାଇ ଫେରସ୍ତ କରି ଦେଉଛନ୍ତି। ଉମର ଗାଁର ହିତାଧିକାରୀ ସମାରୁ ମାଝି ନିଜ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯିବାପରେ କେୱାଇସି ଅପ୍‌ଟୁଡେଟ୍‌ ହୋଇ ନାହିଁ ବୋଲି କୁହାଯାଇଥିଲା। କେୱାଇସି ଅପ୍‌ଟୁଡେଟ୍‌ କରିବାପରେ ଟଙ୍କା ଉଠାଇବାକୁ ଯିବାରୁ ଆକାଉଣ୍ଟ ଲକ୍‌ ହୋଇଯାଇଛି କହି ଫେରାଇ ଦିଆଯାଇଥିବା ଚାଷୀ କହିଛନ୍ତି। ୩ ମାସ ହେବ ବ୍ୟାଙ୍କକୁ ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଚାଷୀ କହିଛନ୍ତି। ପାପଡାହାଣ୍ଡି କେସିସି ବ୍ୟାଙ୍କରେ ମଧ୍ୟ ଶତାଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି ଟଙ୍କା ଉଠାଇପାରୁନାହାନ୍ତି। ଏନେଇ କେସିସି ବ୍ୟାଙ୍କ ମ୍ୟାନେଜର ପଲ୍ଲବୀ ଏପାତିଙ୍କୁ ପଚାରିବାରୁ ସମସିଂ ଚଳିତ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ ଆସି ଟଙ୍କା ଉଠାଇଛନ୍ତି। ସମସିଂ ମାଝି ନାମରେ ଅନେକ ଆକାଉଣ୍ଟ ରହିଛି। ନକୁଞ୍ଜ ଯେଉଁ ଅଭିଯୋଗ ଆଣିଛନ୍ତି ସେ ନେଇ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି। ଯେଉଁ ଭିନ୍ନ ଫଟୋ ଓ କେୱାଇସି ସମସିଂଙ୍କ ଆକାଉଣ୍ଟ ସହ ସଂଯୋଗ କରାଯାଇଛି ତାଙ୍କ ବାପାଙ୍କ ନାମ, ଅନ୍ୟ ତଥ୍ୟ କେୱାଇସିରେ ନାହିଁ। ଖାତା ଖୋଲାଯାଇଥିବା ମୂଳ ଦସ୍ତଖତ ଦେଖିବାକୁ ନକୁଞ୍ଜ ଚାହିଁଥିଲେ ମଧ୍ୟ ମ୍ୟାନେଜର ସହଯୋଗକରି ନ ଥିଲେ। ସମସିଂ ଖାତା ଖୋଲିଥିବା ସମୟର ଫର୍ମ ଯାଞ୍ଚ କରାଯିବାକୁ କହିବାରୁ ସେହି ଫର୍ମ ବ୍ୟାଙ୍କରେ ନ ଥିବା ମ୍ୟାନେଜର କହିଛନ୍ତି। ସେହିଭଳି ହିତାଧିକାରଙ୍କ ଟଙ୍କା କାହିଁକି ଉଠାଣ କରିବାକୁ ଦିଆଯାଉ ନାହିଁ ବୋଲି ପାରିବାରୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି। ସେଥିପାଇଁ ଟଙ୍କା ଉଠାଣ କରିପାରିବେ ନାହିଁ ବୋଲି କହିଛନ୍ତି। ଏନେଇ କୌଣସି ଚିଠି ରହିଛି କି ବୋଲି ପଚାରିବାରୁ ସେମିତି କିଛି ନାହିଁ ବୋଲି କହିଥିଲେ। ଉପରିସ୍ଥ ଅଧିକାରୀ ଟଙ୍କା ଉଠାଣ ପାଇଁ ମନା କରିବା କଥା ଲିଖିତଭାବେ ଦିଅନ୍ତୁ ବୋଲି ଚାଷୀ ମ୍ୟାନେଜରଙ୍କୁ କହିବାରୁ ସେ ଏପରି କରିହେବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ପାଣିପିଆ ଘଣ୍ଟା’ ଅଭିଯାନ: ଭିଭିଗିରି ବାଳିକା ଉଚ୍ଚ ବିଦ୍ୟାଳୟରେ ବାଜିଲା ଘଣ୍ଟା

ବ୍ରହ୍ମପୁର ଅଫିସ,୨୫।୧୧: ଛାତ୍ରୀଛାତ୍ରଙ୍କ ପାଇଁ ଗଞ୍ଜାମ ଜିଲାରେ ଏକ ଅଭିନବ ଅଭିଯାନ ଆରମ୍ଭ ହୋଇଛି। ପାଣି ପିଇବା ପାଇଁ ପିଲାମାନଙ୍କୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ସୋମବାରଠାରୁ...

ନାବାଳିକା ବଳାତ୍କାରୀଙ୍କୁ ୧୦ବର୍ଷ ସଶ୍ରମ କାରାଦଣ୍ଡ

ଫୁଲବାଣୀ ଅଫିସ, ୧୭-୯:ଜଣେ ନାବାଳିକାଙ୍କୁ ବଳାତ୍କାର ମାମଲାର ରାୟ ସୋମବାର ପ୍ରକାଶ ପାଇଛି। ରେଡ ଫ୍ଲାଗ ତାଲିକାଭୁକ୍ତ ଏହି ମାମଲାର ବିଚାର କରି ଫୁଲବାଣୀ ଅତିରିକ୍ତ...

ବାହାରିଲା ମଲା କୁକୁର

ବାହାନଗା, ୨୨।୩(ଡି.ଏନ.ଏ.): ବାଲେଶ୍ୱର ଜିଲା ବାହାନଗା ବ୍ଲକ ୧୬ ନମ୍ବର ଜାତୀୟ ରାଜପଥ ନାୟିକବନ୍ଧ ଛକ ନିକଟରେ ଥିବା ପୋଲତଳେ ବସ୍ତା ଭିତରେ କଟାମୁଣ୍ଡ ଥିବା...

ବାଇକ୍‌କୁ ଧକ୍କା ଦେଲା ମିନି ଟ୍ରକ୍‌ : ଗୃହରକ୍ଷୀ ମୃତ, ଶିଶୁ କନ୍ୟା ଓ ବଡ଼ ବାପା ଗୁରୁତର

ରିଆମାଳ,୧୬।୧୨(ଡି.ଏନ୍‌.ଏ)- ଦେବଗଡ଼ ଜିଲା ରିଆମାଳ ଥାନା ଅଧିନ ରେଙ୍ଗାଳବେଡା ହନୁମାନ ମନ୍ଦିର ନିକଟରେ ୫୩ ନମ୍ବର ଜାତୀୟ ରାଜପଥରେ ମଙ୍ଗଳବାର ସନ୍ଧ୍ୟାରେ ଦୁର୍ଘଟଣା ଘଟିଛି। ମିନିଟ୍ରକ...

ସ୍ବାଭିମାନ ଅଞ୍ଚଳରେ ଗଣତନ୍ତ୍ର ଦିବସ ପାଳନ କଲେ ପୋଲିସ ଉଚ୍ଚ ପଦାଧିକାରୀ

ମାଲକାନଗିରି,୨୬।୧(ଡି.ଏନ.ଏ.): ମାଲାକନଗିରି ଜିଲା ଚିତ୍ରକୋଣ୍ଡା ବ୍ଲକ ସ୍ବାଭିମାନ ଅଞ୍ଚଳର ଜଡାମ୍ବ ଥାନାରେ ପୋଲିସ ଉଚ୍ଚ ପଦାଧିକାରୀମାନେ ଉପସ୍ଥିତ ରହି ଗୁରୁବାର ୭୪ତମ ଗଣତନ୍ତ୍ର ଦିବସ ପାଳନ...

ପାଣି ସମସ୍ୟା ଦୂର ନ ହେଲେ ଭୋଟ ବର୍ଜନ

ଖୋର୍ଦ୍ଧା ଅଫିସ,୩୧ା୧: ରାଜ୍ୟ ସରକାର ଗ୍ରାମାଞ୍ଚଳର ଭିତ୍ତିଭୂମି ବିକାଶ ଉପରେ ଗୁରୁତ୍ୱ ଦେଉଛନ୍ତି। ପ୍ରତ୍ୟେକ ଗ୍ରାମକୁ ପାଇପ୍‌ ମାଧ୍ୟମରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦେବାକୁ ପଦକ୍ଷେପ...

ନରସିଂହପୁରରେ ଦନ୍ତାକୁ ଗୁଳିମାଡ଼ ଘଟଣା: ହାଇକୋର୍ଟରେ ମାମଲା ରୁଜୁ

କଟକ ଅଫିସ,୯।୬: ନରସିଂହପୁରରେ ହାତୀକୁ ଗୁଳିମାଡ଼ ଘଟଣାକୁ ନେଇ ହାଇକୋର୍ଟରେ ମାମଲା ରୁଜୁ ହୋଇଛି । ଆଇନରେ ଶିକାରୀଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା ନ...

ନାଁକୁ ଚାଲିଛି ଖତ ପ୍ରକ୍ରିୟାକରଣ,ବର୍ଜ୍ୟବସ୍ତୁ ପରିଚାଳନା

ଜଗତ୍‌ସିଂହପୁର ଅଫିସ,୧୭ା୨: ରାଜ୍ୟ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ପକ୍ଷରୁ ରାଜ୍ୟର ୧୧୪ଟି ସହରାଞ୍ଚଳରେ ଖତ ପ୍ରକ୍ରିୟାକରଣ (ଏମ୍‌ସିସି) ଏବଂ ବର୍ଜ୍ୟବସ୍ତୁ ପରିଚାଳନା...

Advertisement
Archives

Model This Week