ଜମାଖାତାରୁ ଟଙ୍କା ଉଠାଇବାକୁ ଦେଉନାହାନ୍ତି ବ୍ୟାଙ୍କ କର୍ମଚାରୀ

ନବରଙ୍ଗପୁର,୧୪।୯(ବି.ପ୍ର.) ଚାଷୀଙ୍କ ସହାୟତା ପାଇଁ ସରକାର ବ୍ୟାଙ୍କ ମାଧ୍ୟମରେ ଋଣ ପ୍ରଦାନ, ମଣ୍ଡିରେ ଧାନ ଦେବା ପରେ ସିଧାସଳଖ ଆକାଉଣ୍ଟକୁ ଟଙ୍କା ଦେଉଛନ୍ତି। ଚାଷୀଙ୍କୁ କାଳିଆ ଯୋଜନା ଟଙ୍କା ମଧ୍ୟ ମିଳୁଛି। କିନ୍ତୁ ହିତାଧିକାରୀଙ୍କ ଖାତାରେ ଟଙ୍କା ଥାଇ, କଓ୍ବୋଇସି ଅପ୍‌ଡେଟ୍‌ ହୋଇ ମଧ୍ୟ କଷ୍ଟାର୍ଜିତ ଟଙ୍କା ଉଠାଇ ପାରୁନାହାନ୍ତି ଚାଷୀ। ଧାରଉଧାରକରି ଚାଷ କରିଥିବା ଟଙ୍କା ଶୁଝି ନ ପାରିଲେ ବାଧ୍ୟହୋଇ ଆତ୍ମହତ୍ୟା କରୁଛନ୍ତି। ୨ ବର୍ଷ ତଳେ ମୃତ୍ୟୁବରଣ କରିଥିବା ଜଣେ ଚାଷୀଙ୍କ ବ୍ୟାଙ୍କଖାତାରୁ ଲକ୍ଷାଧିକ ଟଙ୍କା ଉଠାଯାଇଛି। ଉକ୍ତ ଟଙ୍କା ହିତାଧିକାରୀ ସେଲ୍‌ଫ ଚେକ୍‌ ମାଧ୍ୟମରେ ଉଠାଇଥିବା କହିଛନ୍ତି ବ୍ୟାଙ୍କ ମ୍ୟାନେଜର। ଘଟଣାର ତଦନ୍ତକରି କାର୍ଯ୍ୟାନୁଷ୍ଠାନ ନେବାକୁ ଚାଷୀ ଓ ମୃତକଙ୍କ ପରିବାର ଦାବି କରିଛନ୍ତି।
ନବରଙ୍ଗପୁର ଜିଲା କୋଷାଗୁମୁଡା ବ୍ଲକ କୋଦଭଟା ଗାଁର ସନସିଂ ମାଝିଙ୍କର ୨୦୨୦ ଅକ୍ଟୋବର ୯ରେ ମୃତ୍ୟୁ ହୋଇଥିଲା। ପାପଡାହାଣ୍ଡି କେସିସି ବ୍ୟାଙ୍କ ଖାତାରେ ତାଙ୍କର ୨ ଲକ୍ଷ ୯୭ ହଜାର ୩୭୬ ଟଙ୍କା ଥିଲା। ଧାନ ବିକ୍ରି ଟଙ୍କା ବ୍ୟାଙ୍କ ଖାତାରେ ଥିବା ଜାଣିବା ପରେ ମୃତ୍ୟୁ ପ୍ରମାଣପତ୍ର ଓ ଅନ୍ୟ କାଗଜପତ୍ର ନେଇ ପରିବାର ଲୋକେ ବ୍ୟାଙ୍କକୁ ଯାଇଥିଲେ। ସନସିଂଙ୍କ ଆକାଉଣ୍ଟ ନମ୍ବର (୦୧୦୦୫୩୦୦୭୩୦୬)ରୁ ସେଲ୍‌ଫ ଚେକ୍‌ରେ ଅଗଷ୍ଟ ୩୦, ସେପ୍ଟେମ୍ବର ୩ ଓ ୫ରେ ୪୯ ହଜାର ଟଙ୍କା ଲେଖାଏ ଉଠାଣ ହୋଇଛି ା ଚେକ୍‌ ନମ୍ବର ୨୬୯୬୦୭, ୨୬୯୬୦୪,୨୬୯୬୦୫ରେ ମୋଟ ୧ଲକ୍ଷ ୪୭ ହଜାର ଟଙ୍କା ଉଠାଯାଇଛି। ସନସିଂଙ୍କ ପୁଅ ନକୁଞ୍ଜ ବ୍ୟାଙ୍କକୁ ଯାଇ ପଚାରିବାରୁ କେୱାଇସି ଦେଇ ସେଲ୍‌ଫ ଚେକ୍‌ରେ ଟଙ୍କା ଉଠାଯାଇଥିବା ନେଇ ବ୍ୟାଙ୍କ ମ୍ୟାନେଜର ପଲ୍ଲବୀ ଏପାତି କହିଛନ୍ତି। କେୱାଇସିରେ ଆଧାର ଲିଙ୍କ୍‌ରେ ସନସିଂଙ୍କ ଆଧାର କାର୍ଡ ନମ୍ବର ୪୬୩୨୦୧୮୭୧୪୮୦ ଓ ଫଟୋ ଅନ୍ୟ ଜଣଙ୍କର ଲାଗିଛି। ସନସିଂଙ୍କ ପ୍ରକୃତ ଆଧାର କାର୍ଡ ୭୦୬୩୯୮୪୯୪୨୦୨ ରହିଥିବା ବେଳେ ଫଟୋ ଓ ଆଧାର ଲିଙ୍କ୍‌ରେ ଚଞ୍ଚକତା କରାଯାଇ ଟଙ୍କା ଉଠାଯାଇଛି ବୋଲି ନକୁଞ୍ଜ ଅଭିଯୋଗ କରିଛନ୍ତି।
କୋଷାଗୁମୁଡା ବ୍ଲକର ଅଞ୍ଚଳା, ଟେମରା, ଘାଟଚୁରା, ଟିକିରାଚୁରା, ଭଇଁସାବେଡ଼ା, ବଡଆମ୍ବଡ଼ା, ତରିଗୁଡ଼ା, ମୁଣ୍ଡିଧାରା, ବେଲପୁଟି, ପୂଜାରିଗୁଡା, ମାଝି ଧନୁଆ, ବରିପଦର, ଭସୁଲି, ଟେମରା ଓ କୋଷାଗୁମୁଡାର ୨୯ ଜଣ ଚାଷୀ ମଣ୍ଡିରେ ଧାନ ଦେଇଥିଲେ। ପାପଡାହାଣ୍ଡି କେସିସି ବ୍ୟାଙ୍କରେ ସେମାନଙ୍କ ପାସ୍‌ବୁକ ରହିଛି। ମଣ୍ଡିରେ ଧାନ ଦେବା ପରେ ହିତାଧିକାରୀଙ୍କ ଖାତାକୁ ଟଙ୍କାଯାଇଥିଲା। ହିତାଧିକାରୀ ବ୍ୟାଙ୍କକୁ ଟଙ୍କା ଉଠାଇବାକୁ ଗଲେ କର୍ମଚାରୀ ବିଭିନ୍ନ ଆଳ ଦେଖାଇ ଫେରସ୍ତ କରି ଦେଉଛନ୍ତି। ଉମର ଗାଁର ହିତାଧିକାରୀ ସମାରୁ ମାଝି ନିଜ ଟଙ୍କା ଉଠାଇବା ପାଇଁ ବ୍ୟାଙ୍କକୁ ଯିବାପରେ କେୱାଇସି ଅପ୍‌ଟୁଡେଟ୍‌ ହୋଇ ନାହିଁ ବୋଲି କୁହାଯାଇଥିଲା। କେୱାଇସି ଅପ୍‌ଟୁଡେଟ୍‌ କରିବାପରେ ଟଙ୍କା ଉଠାଇବାକୁ ଯିବାରୁ ଆକାଉଣ୍ଟ ଲକ୍‌ ହୋଇଯାଇଛି କହି ଫେରାଇ ଦିଆଯାଇଥିବା ଚାଷୀ କହିଛନ୍ତି। ୩ ମାସ ହେବ ବ୍ୟାଙ୍କକୁ ଦୌଡି ନୟାନ୍ତ ହୋଇଥିଲେ ମଧ୍ୟ ସୁଫଳ ମିଳୁନାହିଁ ବୋଲି ଚାଷୀ କହିଛନ୍ତି। ପାପଡାହାଣ୍ଡି କେସିସି ବ୍ୟାଙ୍କରେ ମଧ୍ୟ ଶତାଧିକ ଚାଷୀ ମଣ୍ଡିରେ ଧାନ ବିକ୍ରି ଟଙ୍କା ଉଠାଇପାରୁନାହାନ୍ତି। ଏନେଇ କେସିସି ବ୍ୟାଙ୍କ ମ୍ୟାନେଜର ପଲ୍ଲବୀ ଏପାତିଙ୍କୁ ପଚାରିବାରୁ ସମସିଂ ଚଳିତ ବର୍ଷ ଅଗଷ୍ଟ ଓ ସେପ୍ଟେମ୍ବରରେ ଆସି ଟଙ୍କା ଉଠାଇଛନ୍ତି। ସମସିଂ ମାଝି ନାମରେ ଅନେକ ଆକାଉଣ୍ଟ ରହିଛି। ନକୁଞ୍ଜ ଯେଉଁ ଅଭିଯୋଗ ଆଣିଛନ୍ତି ସେ ନେଇ ଚିନ୍ତା କରୁଛୁ ବୋଲି ସେ କହିଛନ୍ତି। ଯେଉଁ ଭିନ୍ନ ଫଟୋ ଓ କେୱାଇସି ସମସିଂଙ୍କ ଆକାଉଣ୍ଟ ସହ ସଂଯୋଗ କରାଯାଇଛି ତାଙ୍କ ବାପାଙ୍କ ନାମ, ଅନ୍ୟ ତଥ୍ୟ କେୱାଇସିରେ ନାହିଁ। ଖାତା ଖୋଲାଯାଇଥିବା ମୂଳ ଦସ୍ତଖତ ଦେଖିବାକୁ ନକୁଞ୍ଜ ଚାହିଁଥିଲେ ମଧ୍ୟ ମ୍ୟାନେଜର ସହଯୋଗକରି ନ ଥିଲେ। ସମସିଂ ଖାତା ଖୋଲିଥିବା ସମୟର ଫର୍ମ ଯାଞ୍ଚ କରାଯିବାକୁ କହିବାରୁ ସେହି ଫର୍ମ ବ୍ୟାଙ୍କରେ ନ ଥିବା ମ୍ୟାନେଜର କହିଛନ୍ତି। ସେହିଭଳି ହିତାଧିକାରଙ୍କ ଟଙ୍କା କାହିଁକି ଉଠାଣ କରିବାକୁ ଦିଆଯାଉ ନାହିଁ ବୋଲି ପାରିବାରୁ ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶ ରହିଛି। ସେଥିପାଇଁ ଟଙ୍କା ଉଠାଣ କରିପାରିବେ ନାହିଁ ବୋଲି କହିଛନ୍ତି। ଏନେଇ କୌଣସି ଚିଠି ରହିଛି କି ବୋଲି ପଚାରିବାରୁ ସେମିତି କିଛି ନାହିଁ ବୋଲି କହିଥିଲେ। ଉପରିସ୍ଥ ଅଧିକାରୀ ଟଙ୍କା ଉଠାଣ ପାଇଁ ମନା କରିବା କଥା ଲିଖିତଭାବେ ଦିଅନ୍ତୁ ବୋଲି ଚାଷୀ ମ୍ୟାନେଜରଙ୍କୁ କହିବାରୁ ସେ ଏପରି କରିହେବ ନାହିଁ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୋକସରାରେ ବର୍ଷା ବିତ୍ପାତ, ଘରେ ପଶିଲା ପାଣି

କୋକସରା,୨୩।୮(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଶନିବାରଠାରୁ ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ କଳାହାଣ୍ଡି ଜିଲା କୋକସରା ଅଞ୍ଚଳରେ ବେହାଳ ପରିସ୍ଥିତି ସୃଷ୍ଟି ହୋଇଛି। ପ୍ରାୟ ୩୦ ଘଣ୍ଟାରୁ…

ଲୋକଙ୍କୁ ବିକୁଥିଲେ ନକଲି ବ୍ରାଣ୍ଡ୍‌ ଘଣ୍ଟା, ୪ଜଣଙ୍କୁ ବାନ୍ଧିଲା ପୋଲିସ

ରାଉରକେଲା,୨୩।୮(ସଙ୍ଗୀତା ଜେନା): ନକଲି ବ୍ରାଣ୍ଡ୍‌ ଘଣ୍ଟା ବିକ୍ରି ଅଭିଯୋଗରେ ପ୍ଲାଣ୍ଟସାଇଟ୍‌ ଥାନା ପୋଲିସ ୪ ଜଣଙ୍କୁ ରବିବାର ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବିଶ୍ରା ଜିନତ…

ବସ୍‌ଷ୍ଟାଣ୍ଡରେ ବିକୁଥିଲେ କଫ୍‌ସିରପ୍‌, ମାଡ଼ି ବସିଲା ପୋଲିସ

ବରଗଡ଼,୨୩।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଥାନା ପୋଲିସ ଶନିବାର ରାତିରେ ବେଆଇନ ଭାବେ ଚାଲିଥିବା କଫସିରପ୍‌ କାରବାରକୁ ଠାବ କରିଛି। ପୋଲିସ ଏହି କାରବାରରେ ୨ଜଣ…

ଅନଲାଇନ ପେମେଣ୍ଟ କଲେ ଦିଗପହଣ୍ଡି ଚାଷୀଙ୍କୁ ମିଳୁଛି ସାର, ହନ୍ତସନ୍ତ ହେଉଛନ୍ତି….

ଦିଗପହଣ୍ଡି,୨୩।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଅଞ୍ଚଳରେ ଥିବା ପ୍ରାଥମିକ ସେବା ସମବାୟ ସମିତିରେ ଚଳିତବର୍ଷ ଅନଲାଇନ୍ ଜରିଆରେ ଚାଷୀଙ୍କୁ ସାର ବିକ୍ରୀ ବ୍ୟବସ୍ଥାକୁ ନେଇ…

ବସରୁ ଜବତ ହେଲା ୭ କାର୍ଟୁନ ଗୁଟଖା, ଅଡ଼ବା ପୋଲିସ…

ମୋହନା,୨୩।୮(ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ପୋଲିସ ପକ୍ଷରୁ ଅବୈଧ ଭାବେ ଗୁଟଖା ଚାଲାଣ ବିରୋଧରେ ଚଢ଼ାଉ କରାଯାଇ ୭ ଗୋଟି ଗୁଟଖା କାର୍ଟୁନ ଜବତ କରିଛି…

ଅବ୍ୟବସ୍ଥାରେ ବଡ଼ଛତ୍ରଙ୍ଗ ହାଇସ୍କୁଲ, ଛାତରୁ ଝରୁଛି ପାଣି, ନାହାନ୍ତି ଶିକ୍ଷକ

ଥୁଆମୂଳ ରାମପୁର,୨୩।୮(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଐତିହାସିକ ସରକାରୀ ଉଚ୍ଚ ବିଦ୍ୟାଳୟ ବଡ଼ଛତ୍ରଙ୍ଗରେ ଶିକ୍ଷାବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡ଼ିଛି। ୧୯୬୬ରୁ ସ୍ଥାପିତ ଏହି…

କଲମ୍ବୋ ଟେଷ୍ଟରେ ଗିଲଙ୍କ ରେକର୍ଡ: ଭାଙ୍ଗିଲେ କୋହଲି-ଧୋନିଙ୍କ ରେକର୍ଡ

ନୂଆଦିଲ୍ଲୀ,୨୩।୮: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଚାଲିଥିବା ଟେଷ୍ଟ ସିରିଜର ଦ୍ୱିତୀୟ ମୁକାବିଲା କଲମ୍ବୋର SSC ଗ୍ରାଉଣ୍ଡରେ ଖେଳାଯାଉଛି । ଟସ୍ ଜିତି ଭାରତୀୟ ଅଧିନାୟକ ଶୁଭମନ…

ଲଗାଣ ବର୍ଷାରେ ପାପଡ଼ାହାଣ୍ଡିରେ ବନ୍ୟା, ଭାଙ୍ଗିଲା ୩୮ ଘର, ୧୦୦ଜଣଙ୍କୁ ସ୍ଥାନାନ୍ତର

ପାପଡ଼ାହାଣ୍ଡି, ୨୩।୮(ସ୍ବପ୍ନଜିତ ପଟ୍ଟନାୟକ): ଗତ ୨ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷାରେ ରବିବାର ପାପଡ଼ାହାଣ୍ଡି ବ୍ଲକରେ ବନ୍ୟା ପରିସ୍ଥିତି ଉପୁଜିଛି। ପାପଡ଼ାହାଣ୍ଡି ସଦର ସମେତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri