ଆଖି ବୁଜିଲେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ

କେନ୍ଦ୍ରାପଡ଼ା ଅଫିସି,୧୪।୯: କେନ୍ଦ୍ରାପଡ଼ା ଉପକାରାଗାରରେ ଆଜୀବନ କାରାଦଣ୍ଡ ଭୋଗୁଥିବା କଏଦୀ ପୀତାମ୍ବର ନାୟକଙ୍କ ବୁଧବାର ମୃତ୍ୟୁ ଘଟିଛି ।ଜେଲ କର୍ତ୍ତୃପକ୍ଷ ଏହା ହୃଦ୍‌ଘାତଜନିତ ବୋଲି ପ୍ରାଥମିକ ପର୍ଯ୍ୟାୟରେ ସୂଚନା ଦେଇଛନ୍ତି। ତେବେ ମୃତ ନାୟକଙ୍କ ମୃତଦେହ ବ୍ୟବଚ୍ଛେଦ ପରେ ସବିଶେଷ ତଥ୍ୟ ମିଳିପାରିବ ବୋଲି ଆଲୋଚନା ହେଉଛି। କଏଦୀଙ୍କ ମୃତ୍ୟୁ ସମ୍ପର୍କରେ ଜେଲର ଶଶିକାନ୍ତ ମହାଳିକ କହିଛନ୍ତି ଯେ, ଭୋର ପ୍ରାୟ ୪ଟାରେ କଏଦୀ ନାୟକ ଛାତିରେ ଯନ୍ତ୍ରଣା ହେଉଥିବା ଦର୍ଶାଇ ଛାଟିପିଟି ହୋଇଥିଲେ। ଏହାପରେ ତୁରନ୍ତ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତର ଘୋଷଣା କରିଛନ୍ତି। ଜିଲାର ବହୁଚର୍ଚ୍ଚିତ ଆଳି ଥାନା ସିଙ୍ଗିରି ସରପଞ୍ଚ ଚିତ୍ରସେନ ଦାସଙ୍କ ହତ୍ୟା ମାମଲାର ଶୁଣାଣି ଗତ ୧୬ ତାରିଖରେ ଶେଷ ହୋଇଥିଲା। ଏହି ମାମଲା (ଥାନା କେସ୍‌ ନଂ.୧୪୫/୧୬)ରେ ଜିଲା ଦୌରାଜଜ୍‌ ଗୋପାଳ ଚରଣ ବେହେରା ୮ ଜଣଙ୍କୁ ଆଜୀବନ କାରାଦଣ୍ଡ ଶୁଣାଇଥିଲେ। ୨୦୧୬ ଜୁନ୍‌ ୮ରେ ଚିତ୍ରସେନ ଘରୁ ବାହାରି ଆଳି ଯାଉଥିବା ବେଳେ ଚଣ୍ଡିବଜାର ଛକରେ ସୁମନ୍ତ, ସିଙ୍ଗିରି ଗ୍ରାମର କ୍ଷୀରୋଦ ଦାସ, ସଚ୍ଚିଦାନନ୍ଦ ପୃଷ୍ଟି, ବସନ୍ତ ସେଠୀ, ଅଳିହାର ପୀତାମ୍ବର ନାୟକ, ବେଲାରିର ଆଶିଷ ଦାସ, ରାଉତାର ସୁମନ୍ତ ପାଢ଼ୀ ଓ ମହାସାହାଣୀ ଗ୍ରାମର ବିଜୟ ନାୟକ ପ୍ରମୁଖ ତାଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ଚିତ୍ରସେନଙ୍କ ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

କୋରାପୁଟରେ ପ୍ରବଳ ବର୍ଷା: ଦୁଇ ଦିନରେ ଭାଙ୍ଗିଲା ୨୯ ଘର

କୋରାପୁଟ,୨୧।୭(ଅମିତାଭ ବେହେରା ): ଲଘୁଚାପ ଯୋଗୁ କୋରାପୁଟ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ ବହୁ ଗଛ ଓ ଘର ଭାଙ୍ଗି ବ୍ୟାପକ କ୍ଷୟକ୍ଷତି...

ଘର ଉପରେ ପଡ଼ିଲା ଗଛ, ଆଉ ତା’ ପରେ…

ମାଥିଲି,୨୧ା୭(ସୁବାସ ଚନ୍ଦ୍ର ଖୁଡୁପିଆ): ମାଲକାନଗିରି ଜିଲା ମାଥିଲି ବ୍ଲକ ମେକା ପଞ୍ଚାୟତ ଦାମାପଡ଼ାର ସୁବାସ ଅନୁଗୁଳିଆଙ୍କ ଘର ଉପରେ ଏକ ବିରାଟ ଗଛ ଉପୁଡ଼ି ପଡ଼ିଛି।...

କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ଦାବି ନେଇ ଆନ୍ଦୋଳନ ପାଇଁ ସଜବାଜ

କୋରାପୁଟ,୨୧ା୭(ଅମିତାଭ ବେହେରା): କମାରଙ୍କୁ ଆଦିବାସୀ ମାନ୍ୟତା ପ୍ରଦାନ ନେଇ କୋରାପୁଟ ଜିଲା କମାର ସମାଜ ପକ୍ଷରୁ ଦୀର୍ଘ ୧୫ ବର୍ଷ ଧରି ଆନ୍ଦୋଳନ କରି ଆସୁଥିବା...

ମାଓବାଦୀ ଶିବିର ଧ୍ୱଂସ, ବିପୁଳ ସାମଗ୍ରୀ ଜବତ

ମାଲକାନଗିରି,୨୧ା୭(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ କୋଣ୍ଡାଗାଓଁ ଅଞ୍ଚଳରେ ରବିବାର ଯବାନମାନେ ମାଓବାଦୀ ଶିବିର ଧ୍ୱଂସ କରିବା ସହ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରିଛନ୍ତି। ଛତିଶଗଡ଼...

ନଦୀରେ ୩ କିମି ଭାସିଗଲେ ମହିଳା

ସିନାପାଲି,୨୧।୭(ମନଫୁଲ ମେହେର): ନୂଆପଡ଼ା ଜିଲା ସିନାପାଲି ବ୍ଲକ ଅଧୀନ ଗଡ଼ରାମାଳ ଗ୍ରାମର ନମିତା ସାହୁ ନାମ୍ନୀ ଜଣେ ମହିଳା ରବିବାର ଉଦନ୍ତୀ ନଦୀରେ ଭାସିଯାଇ ୩କିମି...

ଛେଳିକୁ ଗିଳିଦେଲା ଅଜଗର

ଖଲ୍ଲିକୋଟ,୨୧ା୭(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିର ୮ ନମ୍ବର ଓ୍ବାର୍ଡ ଶ୍ୟାମସୁନ୍ଦରପୁରରେ ରବିବାରରେ ଏକ ଛେଳିକୁ ଅଜଗର ସାପ ଗିଳି ଦେଇଥିବା ଦେଖିବାକୁ...

୩ ଜଣଙ୍କୁ ଚାପିଦେଲା ଟ୍ରକ

ଟେନସା,୨୧।୭(ସମୀର କୁମାର ପାଢ଼ୀ): ସୁନ୍ଦରଗଡ଼ ଜିଲା ୫୨୦ ନମ୍ବର ଜାତୀୟ ରାଜପଥ କାଲଟା ଫାଣ୍ଡି ବେଞ୍ଜାଢ଼ି ବ୍ରିଜ୍‌ରେ ରବିବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।...

ଡ୍ୟାମକୁ ମାଛ ଧରିବାକୁ ଯାଇଥିଲେ: ଚାଲିଗଲା ୨ ଯୁବକଙ୍କ ଜୀବନ

ସୁନ୍ଦରଗଡ଼,୨୧।୭: ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ମନ୍ଦିରା ଡ୍ୟାମରେ ରବିବାର ଏକ ଅଘଟଣ ଘଟିଛି। ମାଛ ଧରିବାକୁ ଯାଇ ପାଣିରେ ବୁଡ଼ି ୨ଜଣ ଯୁବକଙ୍କ ମୃତ୍ୟୁ ଘଟିଛି।...

Advertisement
Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri