୧୪ ଲକ୍ଷ ଟଙ୍କାର ବ୍ରାଉନ୍‌ସୁଗାର ଜବତ : ମହିଳା ମାଷ୍ଟରମାଇଣ୍ଡ ସହ ସହଯୋଗୀ ଗିରଫ

ଅନୁଗୋଳ,୧୪।୯: ଅନୁଗୋଳରୁ ପୁଣି ବ୍ରାଉନ୍‌ସୁଗାର ଜବତ ହୋଇଛି।ଏହାକୁ ବିକ୍ରି ପାଇଁ ନେଉଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଅବକାରୀ ବିଭାଗ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ଅଧିକାରୀମାନେ ଘଟଣାରେ ସମ୍ପୃକ୍ତ ମହିଳା ମାଷ୍ଟରମାଇଣ୍ଡଙ୍କ ସହ ତାଙ୍କ ସହଯୋଗୀଙ୍କୁ ଧରିବାରେ ସଫଳ ହୋଇଥିଲେ।

ମାଷ୍ଟରମାଇଣ୍ଡ ଜଣଙ୍କ ହେଲେ ନାଲ୍‌କୋ ଥାନା ଅଞ୍ଚଳ ଗିରାଙ୍ଗ ଗ୍ରାମର ଝିଲି ସାହୁ(୨୪) ଏବଂ ତାଙ୍କ ସହଯୋଗୀ ବ୍ରହ୍ମପୁର ଅଞ୍ଚଳର ପ୍ରଦ୍ୟୁମ୍ନ କୁମାର ସାହୁଙ୍କୁ ଗିରଫ କରାଯାଇଥିବା ଅବକାରୀ ଏସ୍‌ପି ମଧୁସ୍ମିତା ନାଏକ ସୂଚନା ଦେଇଛନ୍ତି। ସେମାନଙ୍କ ନିକଟରୁ ୧୪୨ ଗ୍ରାମ୍‌ ବ୍ରାଉନ୍‌ସୁଗାର ଜବତ କରାଯାଇଛି, ଯାହାର ମୂଲ୍ୟ ୧୪ ଲକ୍ଷ ୨୦ ହଜାର ଟଙ୍କା ବୋଲି ଏସ୍‌ପି ନାଏକ କହିଛନ୍ତି। ଏଥିସହ ତାଙ୍କଠାରୁ ଏକ ସ୍କୁଟି(ନଂ.ଓଡି୧୯-ଇୟୁ-୫୬୨୬) ଜବତ କରାଯାଇଛି। ଦୁହେଁ ସ୍କୁଟି ଯୋଗେ ନାଲ୍‌କୋ ଅଞ୍ଚଳରୁ ତାଳଚେରକୁ ଏହି ବ୍ରାଉନ୍‌ସୁଗାର ଚାଲାଣ କରୁଥିବା ବେଳେ ମୁଣ୍ଡାବଜାର ଛକରେ ତାଳଚେର ଅବକାରୀ ଇନ୍ସପେକ୍ଟର ଅନିତା ଓଝାଙ୍କ ସହ ଟିମ୍‌ ସେମାନଙ୍କୁ କାବୁ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସୁବର୍ଣ୍ଣରେଖା, ଦେଓ ପ୍ରକଳ୍ପର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧୨।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ମୟୁରଭଞ୍ଜ ଗସ୍ତ କରି ସୁବର୍ଣ୍ଣରେଖା ଜଳସେଚନ ପ୍ରକଳ୍ପ ଏବଂ ଦେଓ ଜଳସେଚନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଏହା ପରେ...

ଖଟିଆରେ ବୁହାହେଲେ ରୋଗୀ

ନୟାଗଡ଼ ଅଫିସ,୨୬ା୭: ସବୁ ଦିନିଆ ରାସ୍ତାଟିଏ ନ ଥବାରୁ ୪ କିମି ପର୍ଯ୍ୟନ୍ତ ଖଟିଆରେ ଜଣେ ରୋଗୀଙ୍କୁ ବୋହି ନେବାକୁ ପଡ଼ିଛି। ଆମ୍ବୁଲାନ୍ସ କର୍ମଚାରୀ ଓ...

ରାଜ୍ୟରେ ଆଇନଶୃଙ୍ଖଳା ବିପର୍ଯ୍ୟସ୍ତ

ଭୁବନେଶ୍ୱର,୧୬।୭(ବ୍ୟୁରୋ): ରାଜ୍ୟରେ ଅରାଜକତା ଦେଖାଦେଇଛି। ଆଇନ କାନୁନ ବୋଲି କିଛି ନାହିଁ। ଦିନ ଦ୍ୱିପ୍ରହରରେ ଅପରାଧୀମାନେ ଗୋଡ଼ାଇ ଗୋଡ଼ାଇ ହତ୍ୟା କରୁଛନ୍ତି। ବଳାତ୍କାର, ଚୋରି, ଡକାୟତି...

ମାଓବାଦୀ ନେତା ସବ୍ୟସାଚୀଙ୍କୁ ଆଜୀବନ କାରାଦଣ୍ଡ

ବ୍ରହ୍ମପୁର ଅଫିସ, ୧୮।୫: ୨୦୧୪ ଜୁଲାଇ ୧୭ ତାରିଖ ବିଳମ୍ବିତ ରାତିରେ ବଡ଼ବଜ଼ାର ଥାନା ଅନ୍ତର୍ଗତ ମଙ୍ଗଲବରମ ପେଟାସାହିର ଏ. ଚନ୍ଦ୍ରା ରାଓଙ୍କ ଘରୁ ମାଓବାଦୀ...

CORONAVIRUS UPDATE: ରାଜ୍ୟରୁ ଆଜି ୩,୯୧୩ପଜିଟିଭ୍‌ ଚିହ୍ନଟ, ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ବୃଦ୍ଧି

ଭୁବନେଶ୍ୱର,୧୩ା୯(ବ୍ୟୁରୋ): ରବିବାର ମୋଟ୍‌ ୩୦ ଜିଲାରୁ ୩,୯୧୩ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୦, ୮୦୭ରେ ପହଞ୍ଚିଥିବା...

ଚୂନରା ସେବାୟତଙ୍କ ଜୀବନ ବୀମା ନାହିଁ

ପୁରୀ ଅଫିସ,୨୫।୭: ଚୂନରା ସେବାୟତ ପ୍ରତିଦିନ ଜୀବନକୁ ବାଜି ଲଗାଇ ଶ୍ରୀମନ୍ଦିର ଉପରକୁ ଚଢ଼ି ବାନା ଲଗାଇଥାନ୍ତି। ସେହିପରି ରତ୍ନବେଦି ଉପରକୁ ପ୍ରାୟ ୪୦ ଫୁଟ୍‌...

ଆଜି ବାର୍ଡ ଫ୍ଲୁ ସଂକ୍ରମିତ ଅଞ୍ଚଳ ପରିଦର୍ଶନରେ ଆସୁଛନ୍ତି କେନ୍ଦ୍ରୀୟ ଟିମ୍‌

ଭୁବନେଶ୍ୱର, ୩୦ା୧(ବ୍ୟୁରୋ): ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ (ଓୟୁଏଟି)ର କୁକ୍କୁଟ ପ୍ରଜନନ ଓ ଗବେଷଣା କେନ୍ଦ୍ର ଫାର୍ମରେ ବାର୍ଡ ଫ୍ଲୁ ଭୂତାଣୁ ଚିହ୍ନଟ ହେବାପରଠାରୁ...

ଧାର୍ଯ୍ୟଲକ୍ଷ୍ୟ ପୂରଣ ନେଇ ଆଶଙ୍କା

ବଅଁରପାଳ,୨୭।୧୨(ଡି.ଏନ.ଏ.)  ଡିସେମ୍ବରରୁ ଏପ୍ରିଲ ରବି ଋତୁର ମାସେ ଶେଷ ହେବାକୁ ବସିଲାଣି। ହେଲେ ଅନୁଗୋଳ କୃଷି ଜିଲା ଅନ୍ତର୍ଗତ ଅନୁଗୋଳ ବ୍ଲକର ଚାଷୀମାନଙ୍କୁ ଆବଶ୍ୟକତା ଅନୁଯାୟୀ ବିହନ...

Advertisement
Archives

Model This Week