ପୋଲିସ କବ୍‌ଜାରେ ୭ ଡକାୟତ

ସୋନପୁର,୧୪।୯(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଇଁଳାପାଲି ଛକରେ ଗତ ଅଗଷ୍ଟ ୨୫ ତାରିଖରେ ଡକାୟତି ହୋଇଥିଲା। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଡକାୟତ ଦଳ ୧ଲକ୍ଷ ୮୨ହଜାର ୯୯୦ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ତରଭା ପୋଲିସ ୭ଜଣଙ୍କୁ ଗିରଫ କରିଛି। ସେହିଭଳି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖି ପଚାରାଉଚରା କରୁଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲା ତରଭା ଥାନା ବୁରୋମୁଣ୍ଡା ଗ୍ରାମର ଶ୍ରୀରାମ ରଣା(୨୪), ସୀତାରାମ ରଣା(୨୧), ଦୁର୍ଜନ ରଣା(୨୦), ଅଶ୍ୱିନୀ ରଣା(୨୦), ଝିଲିମୁଣ୍ଡା ଗ୍ରାମର ଅର୍ଜୁନ ଷାଣ୍ଢ(୨୪), ଡଙ୍ଗରଯୋର ଗ୍ରାମର ଜିତେଶ କୁମ୍ଭାର(୨୨) ଓ ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଡାହିମାଳ ଗ୍ରାମର ସୁଶିଲ ରଣା(୨୪) । ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୨୪ହଜାର ଟଙ୍କା, ୬ଟି ମୋବାଇଲ ଫୋନ, ଗୋଟିଏ ଟଙ୍କା ବ୍ୟାଗ, ଡାଏରୀ ଓ ଭାରତ ଫାଇନାନ୍ସ ଲିମିଟେଡ କମ୍ପାନୀର କିଛି କାଗଜପତ୍ର ଜବତ ହୋଇଛି। ଡକାୟତମାନେ ଡାଏରୀ ଓ ଟଙ୍କା ବ୍ୟାଗ୍‌କୁ ସ୍ଥାନୀୟ କୁଲତାଗୁଡା ଜଙ୍ଗଲରେ ଫିଙ୍ଗି ଦେଇଥିଲା ବେଳେ ପୋଲିସ ସେଗୁଡିକୁ ଜବତ କରିଥିବା ଏସ୍‌ପି ଅମରେଶ କୁମାର ପଣ୍ଡା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି ଅଟକ ନାବାଳକଙ୍କୁ ରାଉରକେଲାସ୍ଥିତ ବାଳ ସ୍ବଧାର ଗୃହକୁ ପଠାଯିବ।
ଗତ ଫେବୃୟାରୀ ୨୩ ତାରିଖରେ ସୁବଳୟା ଥାନା ଅଞ୍ଚଳରେ ଭାରତ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀଙ୍କ ନିକଟରୁ ୭୭ହଜାର ୨୩୬ଟଙ୍କା ଲୁଟ୍‌ ହୋଇଥିଲା। ଏଥିରେ ତରଭା ଡକାୟତି ଘଟଣାରେ ଗିରଫ ୪ଡକାୟତଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣା ପଡିଥିବା ଏସ୍‌ପି କହିଛନ୍ତି। ସୂଚନା ଅନୁଯାୟୀ ଗତ ଅଗଷ୍ଟ ୨୫ ତାରିଖରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ତଥା ତରଭା ଥାନା ମନହିରା ଗ୍ରାମର ଶେଷଦେବ ସରଭଙ୍ଗ(୨୭) ନିଜର ସହଯୋଗୀ ନରୋତ୍ତମ ବିଶି ଓ ସୁବୋଧ କୁମ୍ଭାରଙ୍କ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିକଟରୁ ଟଙ୍କା ସଂଗ୍ରହ କରି ବିଲେଇବେର୍ଣ୍ଣା ଗ୍ରାମରୁ ଦୁଇଟି ବାଇକ୍‌ରେ ତୁଷୁରା ଅଭିମୁଖେ ଫେରୁଥିଲେ। ଅଇଁଳାପାଲି ଛକ ନିକଟରେ ଡକାୟତମାନେ ସେମାନଙ୍କ ନିକଟରୁ ଟଙ୍କା ଓ ସାମସଙ୍ଗ ଟାବଲେଟ ଲୁଟି ନେଇଥିବା ଶେଷଦେବ ଗତ ୨୬ ତାରିଖରେ ତରଭା ଥାନାରେ ଅଭିଯୋଗ କରିଥିଲେ। ତରଭା ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ଅନ୍ୟପକ୍ଷେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନଗଦ ଟଙ୍କା ସଂଗ୍ରହ ନ କରି ଅନଲାଇନ ଟ୍ରାନ୍‌ଜାକସନ କରିବା ଓ ନଗଦ ଟଙ୍କା ନେଲା ବେଳେ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ ଏସ୍‌ପି ପଣ୍ଡା ପରାମର୍ଶ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହାତୀ ଆକ୍ରମଣରେ ମୃତକ ପରିବାରକୁ ମିଳିଲା ଆର୍ଥିକ ସହାୟତା

କେସିଙ୍ଗା,୨୬ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା ଯାଦବ ମହାସଭା ଅନ୍ତର୍ଗତ କେସିଙ୍ଗା ବ୍ଲକର ଶିରୋଲ ଆଞ୍ଚଳିକ ଯାଦବ ସମାଜ ଅଧୀନସ୍ଥ ପୋଢ଼ଖମ୍ବ ଗ୍ରାମର ସ୍ବର୍ଗତ ଅକ୍ରୁର ହେର୍ନା ଗତ…

ନବଗ୍ରହଙ୍କ ରାଜା ସୂର୍ଯ୍ୟଙ୍କ ନଜରରେ ୫ ରାଶି: ରବିବାରଠୁ ଭାଗ୍ୟରେ ଲାଗିବ ଲଟେରୀ, ଆୟ ସହିତ ବଢିବ…

ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ସୂର୍ଯ୍ୟଙ୍କୁ ନବଗ୍ରହଙ୍କ ରାଜା ବୋଲି କୁହାଯାଏ। ଆତ୍ମବିଶ୍ୱାସ, ପ୍ରତିଷ୍ଠା, ନେତୃତ୍ୱ କ୍ଷମତା ଓ କର୍ମକ୍ଷେତ୍ରରେ ସଫଳତା ସହ ସୂର୍ଯ୍ୟଙ୍କୁ ଯୋଡ଼ି ଦେଖାଯାଏ। ତେଣୁ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଭାରତର ଏକମାତ୍ର ନଦୀ, ଯାହାର ବାଲିରୁ ମିଳେ ସୁନା! ଓଡ଼ିଶାରେ ବି ବୋହୁଛି…

ନୂଆଦିଲ୍‌ଲୀ,୨୬।୯: ଭାରତରେ ନଦୀଗୁଡ଼ିକୁ କେବଳ ଜଳର ଉତ୍ସ ଭାବେ ଗ୍ରହଣ କରାଯାଏ ନାହିଁ, ବରଂ ଦେଶର ଅର୍ଥନୀତି ଏବଂ ଲୋକଙ୍କ ଦୈନନ୍ଦିନ ଜୀବନରେ ମଧ୍ୟ ଏଗୁଡ଼ିକର ଏକ…

ବୃଦ୍ଧଙ୍କୁ ଶୁଣ୍ଢରେ ଟେକି କଚାଡ଼ି ମାରିଲା ହାତୀ, ପରିବାରକୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା, ଘୋଷଣା କରି…

କୁଆଁରମୁଣ୍ଡା,୨୬ା୯(ମହେନ୍ଦ୍ର କୁମାର ସାହୁ): ସୁନ୍ଦରଗଡ଼ ଜିଲା ବୀରମିତ୍ରପୁର ବନ ରେଞ୍ଜ ଅନ୍ତର୍ଗତ ଝୁନମୁର ଗ୍ରାମର ବିଶ୍ରାଟୋଲିରେ ଶନିବାର ସକାଳେ ଏକ ବଣୁଆ ଦନ୍ତା ହାତୀ ଆକ୍ରମଣରେ ଜଣେ…

‘ତାଙ୍କୁ PM କର’, ଜ୍ଞାନେଶ କୁମାରଙ୍କୁ ପଦ୍ମ ଭୂଷଣ ଦେବା ବୟାନରେ କଟାକ୍ଷ କଲେ ପୱନ ଖେରା

ନୂଆଦିଲ୍ଲୀ,୨୬।୯: ନିର୍ବାଚନ ଆୟୋଗଙ୍କୁ ନେଇ ଚାଲିଥିବା ରାଜନୈତିକ ବିତର୍କ ମଧ୍ୟରେ, କଂଗ୍ରେସ ନେତା ପୱନ ଖେରା ପଶ୍ଚିମବଙ୍ଗ ଭାଜପା ସଭାପତି ସମିକ ଭଟ୍ଟାଚାର୍ଯ୍ୟଙ୍କ ଏକ ମନ୍ତବ୍ୟକୁ ନେଇ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ମଦ୍ୟପାନ ନିଷେଧ ରାଜ୍ୟ ନାଗାଲାଣ୍ଡରେ ହଇଚଇ: ବିଷାକ୍ତ ମଦ ପିଇ ୧୯ ଜଣଙ୍କ ମୃତ୍ୟୁ

କୋହିମା,୨୬।୯: ମଦ ନିଷେଧାଦେଶ ଲାଗୁ ଥିବା ରାଜ୍ୟ ନାଗାଲାଣ୍ଡରେ ମଦ ଯୋଗୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ରାଜ୍ୟର ମୋକୋକଚୁଙ୍ଗ (Mokokchung) ଏବଂ ଟୁଏନସାଙ୍ଗ (Tuensang) ଜିଲାରେ ଭେଜାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?