ପୋଲିସ କବ୍‌ଜାରେ ୭ ଡକାୟତ

ସୋନପୁର,୧୪।୯(ନି.ପ୍ର.): ସୁବର୍ଣ୍ଣପୁର ଜିଲା ତରଭା ଥାନା ଅଇଁଳାପାଲି ଛକରେ ଗତ ଅଗଷ୍ଟ ୨୫ ତାରିଖରେ ଡକାୟତି ହୋଇଥିଲା। ଫାଇନାନ୍ସ କମ୍ପାନୀ କର୍ମଚାରୀଙ୍କ ନିକଟରୁ ଡକାୟତ ଦଳ ୧ଲକ୍ଷ ୮୨ହଜାର ୯୯୦ଟଙ୍କା ଲୁଟି ନେଇଥିଲେ। ଏହି ଘଟଣାରେ ତରଭା ପୋଲିସ ୭ଜଣଙ୍କୁ ଗିରଫ କରିଛି। ସେହିଭଳି ଘଟଣାରେ ସମ୍ପୃକ୍ତ ଥିବା ଜଣେ ନାବାଳକଙ୍କୁ ପୋଲିସ ଅଟକ ରଖି ପଚାରାଉଚରା କରୁଛି। ଗିରଫ ଅଭିଯୁକ୍ତମାନେ ହେଲେ ସୁବର୍ଣ୍ଣପୁର ଜିଲା ତରଭା ଥାନା ବୁରୋମୁଣ୍ଡା ଗ୍ରାମର ଶ୍ରୀରାମ ରଣା(୨୪), ସୀତାରାମ ରଣା(୨୧), ଦୁର୍ଜନ ରଣା(୨୦), ଅଶ୍ୱିନୀ ରଣା(୨୦), ଝିଲିମୁଣ୍ଡା ଗ୍ରାମର ଅର୍ଜୁନ ଷାଣ୍ଢ(୨୪), ଡଙ୍ଗରଯୋର ଗ୍ରାମର ଜିତେଶ କୁମ୍ଭାର(୨୨) ଓ ବଲାଙ୍ଗୀର ଜିଲା ପୁଇଁନ୍ତଳା ଥାନା ଡାହିମାଳ ଗ୍ରାମର ସୁଶିଲ ରଣା(୨୪) । ଅଭିଯୁକ୍ତଙ୍କୁ ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଛି। ସେମାନଙ୍କ ନିକଟରୁ ନଗଦ ୨୪ହଜାର ଟଙ୍କା, ୬ଟି ମୋବାଇଲ ଫୋନ, ଗୋଟିଏ ଟଙ୍କା ବ୍ୟାଗ, ଡାଏରୀ ଓ ଭାରତ ଫାଇନାନ୍ସ ଲିମିଟେଡ କମ୍ପାନୀର କିଛି କାଗଜପତ୍ର ଜବତ ହୋଇଛି। ଡକାୟତମାନେ ଡାଏରୀ ଓ ଟଙ୍କା ବ୍ୟାଗ୍‌କୁ ସ୍ଥାନୀୟ କୁଲତାଗୁଡା ଜଙ୍ଗଲରେ ଫିଙ୍ଗି ଦେଇଥିଲା ବେଳେ ପୋଲିସ ସେଗୁଡିକୁ ଜବତ କରିଥିବା ଏସ୍‌ପି ଅମରେଶ କୁମାର ପଣ୍ଡା ମଙ୍ଗଳବାର ଏକ ଖବରଦାତା ସମ୍ମିଳନୀରେ ସୂଚନା ଦେଇଛନ୍ତି। ସେହିପରି ଅଟକ ନାବାଳକଙ୍କୁ ରାଉରକେଲାସ୍ଥିତ ବାଳ ସ୍ବଧାର ଗୃହକୁ ପଠାଯିବ।
ଗତ ଫେବୃୟାରୀ ୨୩ ତାରିଖରେ ସୁବଳୟା ଥାନା ଅଞ୍ଚଳରେ ଭାରତ ଫାଇନାନ୍ସ କମ୍ପାନୀର ୨ଜଣ କର୍ମଚାରୀଙ୍କ ନିକଟରୁ ୭୭ହଜାର ୨୩୬ଟଙ୍କା ଲୁଟ୍‌ ହୋଇଥିଲା। ଏଥିରେ ତରଭା ଡକାୟତି ଘଟଣାରେ ଗିରଫ ୪ଡକାୟତଙ୍କ ସମ୍ପୃକ୍ତି ଥିବା ତଦନ୍ତରୁ ଜଣା ପଡିଥିବା ଏସ୍‌ପି କହିଛନ୍ତି। ସୂଚନା ଅନୁଯାୟୀ ଗତ ଅଗଷ୍ଟ ୨୫ ତାରିଖରେ ଫାଇନାନ୍ସ କମ୍ପାନୀର କର୍ମଚାରୀ ତଥା ତରଭା ଥାନା ମନହିରା ଗ୍ରାମର ଶେଷଦେବ ସରଭଙ୍ଗ(୨୭) ନିଜର ସହଯୋଗୀ ନରୋତ୍ତମ ବିଶି ଓ ସୁବୋଧ କୁମ୍ଭାରଙ୍କ ସହ ମହିଳା ସ୍ବୟଂ ସହାୟକ ଗୋଷ୍ଠୀଙ୍କ ନିକଟରୁ ଟଙ୍କା ସଂଗ୍ରହ କରି ବିଲେଇବେର୍ଣ୍ଣା ଗ୍ରାମରୁ ଦୁଇଟି ବାଇକ୍‌ରେ ତୁଷୁରା ଅଭିମୁଖେ ଫେରୁଥିଲେ। ଅଇଁଳାପାଲି ଛକ ନିକଟରେ ଡକାୟତମାନେ ସେମାନଙ୍କ ନିକଟରୁ ଟଙ୍କା ଓ ସାମସଙ୍ଗ ଟାବଲେଟ ଲୁଟି ନେଇଥିବା ଶେଷଦେବ ଗତ ୨୬ ତାରିଖରେ ତରଭା ଥାନାରେ ଅଭିଯୋଗ କରିଥିଲେ। ତରଭା ଥାନାରେ ଏ ସମ୍ପର୍କରେ ଏକ ମାମଲା ରୁଜୁ ହୋଇ ତଦନ୍ତ ଜାରି ରହିଥିଲା। ଅନ୍ୟପକ୍ଷେ ଫାଇନାନ୍ସ କମ୍ପାନୀର କର୍ମଚାରୀମାନେ ନଗଦ ଟଙ୍କା ସଂଗ୍ରହ ନ କରି ଅନଲାଇନ ଟ୍ରାନ୍‌ଜାକସନ କରିବା ଓ ନଗଦ ଟଙ୍କା ନେଲା ବେଳେ ସ୍ଥାନୀୟ ପୋଲିସକୁ ସୂଚନା ଦେବାକୁ ଏସ୍‌ପି ପଣ୍ଡା ପରାମର୍ଶ ଦେଇଛନ୍ତି। ଏହି ଖବରଦାତା ସମ୍ମିଳନୀରେ ସୋନପୁର ଏସ୍‌ଡିପିଓ ପୁଷ୍ପାଞ୍ଜଳି ନିଙ୍ଗି, ତରଭା ଥାନା ଆଇଆଇସି ସୁବ୍ରତ ପାଣିଗ୍ରାହୀ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ଣ୍ଣାୟକ ହେବ ଆଦିବାସୀ ଭୋଟ୍‌

ପ୍ରେମାନନ୍ଦ ଖମାରୀ ବରଗଡ଼ ଅଫିସ୍‌,୩୦।୧୧: ବରଗଡ଼ ଜିଲା ପଦ୍ମପୁର ଉପନିର୍ବାଚନରେ ଆଞ୍ଚଳିକ ସମସ୍ୟା ମୁଖ୍ୟ ପ୍ରସଙ୍ଗ ପାଲଟିଛି। ତଥାପି ଜାତିଭିତ୍ତିକ ଭୋଟ୍‌ ଉପରେ ୩ ପ୍ରମୁଖ...

ଚାଲି ଚାଲି ବିଶାଖାପାଟଣାରୁ ଉତ୍ତରପ୍ରଦେଶ

ନୂଆପଡା ଅଫିସ,୧୨ା୫: କରୋନା ପାଇଁ ସାରା ଦେଶ ଲକ୍‌ ଡାଉନ୍‌ ରହିଛି। କାମ ଧନ୍ଦା ବନ୍ଦ ହୋଇଯିବାରୁ ଶ୍ରମିକମାନେ ଚିନ୍ତାରେ ପଡ଼ିଛନ୍ତି। ଗାଡ଼ିମୋଟର ବନ୍ଦ ଥିବାରୁ...

ଲେବର ବଜେଟ ପ୍ରଶିକ୍ଷଣ ଶିବିର ଉଦ୍‌ଯାପିତ

କର୍ଲାମୁଣ୍ଡା,୨୮।୯(ଡି.ଏନ.ଏ.) କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରାଜୀବ ଗାନ୍ଧି ସେବାକେନ୍ଦ୍ରଠାରେ ଏମ୍‌ଜିଏନ୍‌ଆରଇଜିଏସ୍‌ର ସଫଳତା ପାଇଁ ପ୍ଲାନିଙ୍ଗ କମିଟି ସଭ୍ୟାସଭ୍ୟମାନଙ୍କୁ ନେଇ ଗୁରୁବାରଠାରୁ ଚାଲିଥିବା ଲେବର ବଜେଟ...

ବାଳସୁଧାର ଗୃହରେ ଆତ୍ମହତ୍ୟା କଲେ ଅନ୍ତେବାସୀ

ବ୍ରହ୍ମପୁର ଅଫିସ,୨୯ା୬ : ସବୁବେଳେ ଚର୍ଚ୍ଚାରେ ରହିଆସୁଥିବା ଗଞ୍ଜାମ ଜିଲା ବ୍ରହ୍ମପୁର ସହର ବୈଦ୍ୟନାଥପୁର ଥାନା ଅଞ୍ଚଳରେ ଥିବା ଜଣେ ଅନ୍ତେବାସୀ ରବିବାର ରାତିରେ ଆତ୍ମହତ୍ୟା...

ସେଲ୍‌ଫି ହେଲା କାଳ

ଟିକିରି,୧୫ା୨(ଡି.ଏନ୍‌.ଏ.): ରାୟଗଡ଼ା ଜିଲା ଭାଲୁମସ୍କା ଗ୍ରାମକୁ ଏକ ବିବାହ ଉତ୍ସବକୁ ଯାଇଥିଲେ ୩ ପିଲା। ସେଠାରୁ ୩ ଜଣ ସାଙ୍ଗ ହୋଇ ନିକଟସ୍ଥ ରେଳଷ୍ଟେଶନକୁ ଯାଇଥିଲେ।...

ପକ୍କାଘର ଯୋଗାଇଦେବାକୁ ନିର୍ମାଣ ସଂଘ ଏବଂ ଅନ୍ୟାନ୍ୟ ସଂଘର ଦାବି

ଦାରିଙ୍ଗବାଡ଼ି,୨୩।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକର ବ୍ରାହ୍ମଣୀଗାଁ ସମେତ ଝିଞ୍ଜିରିଗୁଡ଼ା, ହାତିମୁଣ୍ଡା, କୁମ୍ଭାରିଗାଁ ଏବଂ ତାଜୁଙ୍ଗିଆ ପଞ୍ଚାୟତର କୋଠାବାଡ଼ି ନିର୍ମାଣ ଏବଂ ଅନ୍ୟାନ୍ୟ ସଂଘ ପକ୍ଷରୁ...

କୂଅରୁ ଉଦ୍ଧାର ପରେ ଛୁଆକୁ ନେଉନି ମା’ ହାତୀ

ଚମ୍ପୁଆ/ଯୋଡ଼ା,୨୪ା୧୦(ଡି.ଏନ.ଏ.): କେନ୍ଦୁଝର ଜିଲା ଚମ୍ପୁଆ ରେଞ୍ଜ ଅଧୀନ ବସନ୍ତପୁର ପଞ୍ଚାୟତର ନେଧିଗୋଠରେ ଗତ ଶନିବାର କୂଅରେ ପଡ଼ିଯାଇଥିବା ହାତୀ ଛୁଆକୁ ବନ ବିଭାଗ ଜେସିବି ସହାୟତାରେ...

ଆକର୍ଷଣୀୟ ହେବ ଅଙ୍ଗନୱାଡି କେନ୍ଦ୍ର:ଏସ୍‌ଏଚ୍‌ଜି ପାଇଁ ମାର୍କେଟ ୟାର୍ଡ

ଛତ୍ରପୁର,୧୧ା୬(ଡି.ଏନ.ଏ)-ଗଞ୍ଜାମ ଜିଲାରେ ଥିବା ଅଙ୍ଗନୱାଡି କେନ୍ଦ୍ରଗୁଡିିକୁ ଅଧିକ ଆକର୍ଷଣୀୟ କରାଯିବ। ଛୋଟ ପିଲାଙ୍କୁ ଆକୃଷ୍ଟ କଲା ଭଳି ଚଟାଣରେ ଭିନାଇଲ୍‌ ଫ୍ଲୋରିଂ କାର୍ପେଟ ପଡ଼ିବ। ବିଦ୍ୟୁତ,...

Advertisement
Archives

Model This Week