ତୋରଣରେ ବ୍ରହ୍ମୋସ କ୍ଷେପଣାସ୍ତ୍ର

ବଅଁରପାଳ,୧୪।୯(ଡି.ଏନ.ଏ.): ମାତ୍ର ୩ ଦିନ ପରେ ବିଶ୍ୱକର୍ମା ପୂଜା। ଦେବଶିଳ୍ପୀଙ୍କୁ ଆରାଧନା ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି। ନାଲ୍‌କୋନଗରରେ ଚାଲିଛି ଜୋର୍‌ଦାର ସାଜସଜ୍ଜା। ହାତରେ ଆଉ କିଛି ଘଣ୍ଟା ସମୟ ଥିବାରୁ ମୂର୍ତ୍ତି କାରିଗର ଦିନରାତି ଲାଗିଛନ୍ତି କାମରେ। ତୋରଣ ନିର୍ମାଣ, ଲାଇଟ୍‌ ଲଗାଇବା କାର୍ଯ୍ୟ ସରି ସରି ଆସୁଛି। ପୂଜାର ଦିନକ ପୂର୍ବରୁ ସମସ୍ତ କାମ ଶେଷ କରାଯିବାର ଲକ୍ଷ୍ୟ ରଖାଯାଇଛି। ବିଶେଷକରି ତୋରଣକୁ ଆକର୍ଷଣୀୟ ରୂପ ଦେଉଥିବା ଲାଇଟ୍‌ ସଂଯୋଗ ଶୀଘ୍ର ସାରିବାକୁ ଉଦ୍ୟମ କରାଯାଉଛି। ଦୀର୍ଘ ୨ ବର୍ଷ ପରେ ନାଲ୍‌କୋନଗରରେ ଧୁମ୍‌ଧାମରେ ବିଶ୍ୱକର୍ମାଙ୍କ ପୂଜା ପାଳନ କରାଯିବାକୁ ଥିବାରୁ ଏହାକୁ ନେଇ ପୂଜା କମିଟିଗୁଡ଼ିକଠାରୁ ଆରମ୍ଭ କରି ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ୍‌ ଉତ୍ସାହ ଦେଖାଦେଇଛି। ମଣ୍ଡପ ନିର୍ମାଣରେ ସର୍ବାଗ୍ରେ ରହିବାକୁ ଏକପ୍ରକାର ପ୍ରତିଯୋଗିତା ଚାଲିଛି। ୧୮ଟି ପୂଜା କମିଟି ବଜେଟ୍‌ରେ ଚଳିତବର୍ଷ କିଛିଟା ବୃଦ୍ଧି ପରିଲକ୍ଷିତ ହୋଇଛି। ଏଥର ୧୭ ବର୍ଷରେ ପଦାର୍ପଣ କରିବାକୁ ଯାଉଥିବା ନାଲ୍‌କୋ ସିପିପି ସିଏଚ୍‌ପି ପୂଜା କମିଟିର ବଜେଟ୍‌ ୫ ଲକ୍ଷ ଟଙ୍କା ରଖାଯାଇଛି। ୨୦୦୫ରେ ମାତ୍ର ଦେଢଲକ୍ଷ ଟଙ୍କା ବ୍ୟୟରେ କମିଟି ପକ୍ଷରୁ ଦେବଶିଳ୍ପୀଙ୍କ ପୂଜା ଆରମ୍ଭ କରାଯାଇଥିଲା। ଏହା ଧୀରେ ଧୀରେ ବୃଦ୍ଧି ପାଇ ୫ ଲକ୍ଷ ଟଙ୍କାରେ ପହଞ୍ଚିଲାଣି। ତେବେ କରୋନା କାରଣରୁ ଗତ ୨ ଥର ପୂଜାରେ ଆଡ଼ମ୍ବର ନ ଥିଲା। କେବଳ ଫଟୋ ପୂଜାରେ ଏହାକୁ ସୀମିତ ରଖାଯାଇଥିଲା। ଅଞ୍ଚଳବାସୀ ମଧ୍ୟ ପୂଜାର ମଜା ନେଇପାରି ନ ଥିଲେ। ତେଣୁ ଏଥର ପୂଜାକୁ ଆକର୍ଷଣୀୟ କରାଯିବାର ଯୋଜନା ରଖାଯାଇଛି। ସେଥିପାଇଁ ବଙ୍ଗୀୟ କାରିଗରଙ୍କ ଦ୍ୱାରା ମୂର୍ତ୍ତି ନିର୍ମାଣ କରାଯାଉଛି। ରାଜ୍ୟ ବାହାରୁ ଆଲୋକ ସାଜସଜ୍ଜା ପାଇଁ ଲାଇଟ୍‌ ମଗାଯାଇଛି। ବ୍ରହ୍ମୋସ କ୍ଷେପଣାସ୍ତ୍ର ଭଳି ତୋରଣ ତିଆରି କରାଯାଉଛି। ଦର୍ଶକଙ୍କ ମଧ୍ୟରେ ସଚେତନ ସୃଷ୍ଟି କରିବା ପାଇଁ ମଣ୍ଡପ ପାର୍ଶ୍ୱରେ ବ୍ୟବସ୍ଥା କରାଯାଉଛି। ୧୭ରୁ ୨୩ ତାରିଖ ଯାଏ ପୂଜା ପାଳନ ହେବାକୁ ଥିବାରୁ ଦୈନିକ ଶ୍ରଦ୍ଧାଳୁମାନଙ୍କୁ ପ୍ରସାଦ ବଣ୍ଟନ ଯୋଜନା ରହିଛି। ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଭସାଣିକୁ ନେଇ ଭିନ୍ନ ଯୋଜନା କରାଯାଇଛି।

 

ଦର୍ଶକଙ୍କ ପାଇଁ ଆକର୍ଷଣ ସାଜିବ
ନାଲ୍‌କୋ ସିଏଚ୍‌ପି ବିଭାଗ ତରଫରୁ ଏଥର ବ୍ରହ୍ମୋସ କ୍ଷେପଣାସ୍ତ୍ର ଭଳି ତୋରଣ ନିର୍ମାଣ କରାଯାଉଛି। ଏହା ଦର୍ଶକମାନଙ୍କ ପାଇଁ ନିଶ୍ଚିତ ଆକର୍ଷଣ ସାଜିବ ବୋଲି ଆଶା କରାଯାଉଛି। ସେହିପରି ଲାଇଟ୍‌ ସାଜସଜ୍ଜା ଉପରେ ଗୁରୁତ୍ୱ ଦିଆଯାଉଛି।
-ବିଶ୍ୱନାଥ ଗଡ଼ନାୟକ, ସମ୍ପାଦକ, ପୂଜା କମିଟି
ସ୍ଥାନ ପାଇବ ଦଶାବତାର
ଚଳିତବର୍ଷ ପୂଜା ବଜେଟ୍‌କୁ ୫ ଲକ୍ଷ ଟଙ୍କା କରାଯାଇଛି। ତୋରଣ ଓ ସାଜସଜ୍ଜା ସହ ମଣ୍ଡପରେ ପ୍ରଭୁଙ୍କ ଦଶାବତାର ଦୃଶ୍ୟକୁ ସ୍ଥାନିତ କରାଯିବାର ଯୋଜନା ରହିଛି। ଭକ୍ତମାନଙ୍କ ପାଇଁ ପ୍ରସାଦ ବଣ୍ଟନ ବ୍ୟବସ୍ଥା କରାଯାଉଛି।
-ମଳୟ କୁମାର ଖଟୁଆ, କୋଷାଧ୍ୟକ୍ଷ
ସଚେତନ କରିବ ପାର୍ଶ୍ୱ ମୂର୍ତ୍ତି
ନାଲ୍‌କୋ ସିପିସି ସିଏଚ୍‌ପି ପୂଜା କମିଟିରେ ପ୍ରାୟ ୭୦ ସଦସ୍ୟ ରହିଛିନ୍ତି। ୨ ବର୍ଷ ପରେ ଧୁମ୍‌ଧାମରେ ପୂଜା ପାଳନ କରାଯିବାକୁ ଥିବାରୁ ଭିନ୍ନ କିଛି ଯୋଜନା ହୋଇଛି। ପାର୍ଶ୍ୱବର୍ତ୍ତୀ ମୂର୍ତ୍ତି ମାଧ୍ୟମରେ ସଚେତନତା ସୃଷ୍ଟିର ଚେଷ୍ଟା ଜାରି ରହିଛି।
-ନିରଞ୍ଜନ ଦେହୁରୀ, ସଦସ୍ୟ


Enter your email to get our daily news in your inbox.

All Right Reserved By Dharitri.Com

ପାର୍ବଣକୁ ନେଇ ଆନନ୍ଦପୁରରେ କଡ଼ା ସୁରକ୍ଷା: ନାକା ଡ୍ୟୁଟିରେ ପୋଲିସଙ୍କ ସହ ସାମିଲ ହେଲେ ଉପଜିଲାପାଳ

ବଞ୍ଚୋ, ୩/୧୦ (ପ୍ରଦୋଷ ବିଶ୍ୱାଳ): ପାର୍ବଣ ଋତୁ ଆରମ୍ଭ ହୋଇଥିବାରୁ ଆନନ୍ଦପୁର ଅଞ୍ଚଳରେ ଶାନ୍ତିଶୃଙ୍ଖଳା ଓ ସୁରକ୍ଷା ବଜାୟ ରଖିବା ପାଇଁ ପୋଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା…

ଫୁଟବଲରେ କର୍ଲାମୁଣ୍ଡା ବ୍ଲକ ଚାମ୍ପିୟନ, ୩ ଖେଳାଳି ରାଜ୍ୟସ୍ତରକୁ ମନୋନୀତ

କର୍ଲାମୁଣ୍ଡା,୩।୧୦(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲାସ୍ତରୀୟ ବିଦ୍ୟାଳୟ ଖେଳକୁଦ ପ୍ରତିଯୋଗିତାରେ କର୍ଲାମୁଣ୍ଡା ବ୍ଲକକୁ ମିଳିଛି ବଡ଼ ସଫଳତା। ୧୭ ବର୍ଷରୁ କମ ବର୍ଗର ଫୁଟବଲ ପ୍ରତିଯୋଗିତାରେ କର୍ଲାମୁଣ୍ଡା…

‘ମାତୃଭୂମି’କୁ ମିଳିଲା ଗ୍ରୀନ ସିଗ୍‌ନାଲ: ଏବେ ସଲମାନ…

ମୁମ୍ବାଇ,୩।୧୦: ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଆଗାମୀ ୱାର୍‌-ଡ୍ରାମା ଫିଲ୍ମ ନେଇ ଆସିଛି ଖୁସି ଖବର। ଦୀର୍ଘଦିନ ଧରି ରିଲିଜକୁ ନେଇ ଚାଲିଥିବା ଅନିଶ୍ଚିତତା ମଧ୍ୟରେ ଫିଲ୍ମକୁ…

ଦୁର୍ଘଟଣାରେ ମୃତ ଅନିଲଙ୍କ ପରିବାରକୁ ମିଳିଲା ୪ ଲକ୍ଷ ଟଙ୍କାର ସହାୟତା

ଗଞ୍ଜାମ, ୩/୧୦ (ଅନାଥ ତରାଇ): ଦୁର୍ଘଟଣାରେ ଅକାଳରେ ପ୍ରାଣ ହରାଇଥିବା ଗଞ୍ଜାମ ଏନ୍‌ଏସି ସାମନ୍ତରା ସାହିର ଅନିଲ ମହାପାତ୍ରଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀ ରିଲିଫ୍‌ ପାଣ୍ଠିରୁ ୪ ଲକ୍ଷ…

ଅଭିଷେକ କିମ୍ବା ତିଲକ ନୁହଁନ୍ତି, ଏହି ଦୁଇ ବୋଲର୍‌ ଟିମ ଇଣ୍ଡିଆକୁ ଦେଲେ ସ୍ବର୍ଣ୍ଣ ପଦକ, ନାମ ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୩।୧୦: ଭାରତୀୟ ପୁରୁଷ କ୍ରିକେଟ ଦଳ ୨୦୨୬ ଏସୀୟ କ୍ରୀଡ଼ାରେ ସ୍ବର୍ଣ୍ଣ ପଦକ ଜିତିଛି। ଫାଇନାଲ ମ୍ୟାଚରେ ଭାରତୀୟ ଦଳ ପାକିସ୍ତାନକୁ ୧୯ ରନରେ ପରାସ୍ତ କରିଛି।…

AAP କୁ ଶକ୍ତ ଝଟକା, ଦଳ ଛାଡିବାର ଅସଲ କାରଣ କହି ହାତ ଧରିଲେ ପ୍ରିୟଙ୍କା

ନୂଆଦିଲ୍ଲୀ,୩।୧୦: ଆମ ଆଦମୀ ପାର୍ଟି (AAP)ର ଜାତୀୟ ମୁଖ୍ୟ ମୁଖପାତ୍ର ପ୍ରିୟଙ୍କା କକ୍କର କଂଗ୍ରେସ ଦଳରେ ଯୋଗ ଦେଇଛନ୍ତି। କକ୍କର ଦୀର୍ଘ ଦିନ ଧରି AAP ସହିତ…

ହର୍ମୁଜରେ କୁୱେତ ଟ୍ୟାଙ୍କର ଉପରେ ଆକ୍ରମଣ; ୫ ଭାରତୀୟ ନାବିକ ଉଦ୍ଧାର

ତେହରାନ,୩।୧୦: ହର୍ମୁଜ ପ୍ରଣାଳୀ (Strait of Hormuz) ରେ କୁୱେତୀ ପତାକାବାହୀ ଏକ ଅଶୋଧିତ ତୈଳ ଟ୍ୟାଙ୍କର ଉପରେ ଏକ ପ୍ରକ୍ଷେପାସ୍ତ୍ର (projectile) ମାଡ଼ ହେବା ପରେ,…

କନ୍ଧମାଳ ଏମ୍‌ପିଙ୍କ ନୂଆ ପ୍ରତିନିଧି ନିଯୁକ୍ତି: ଜାଣନ୍ତୁ କାହାକୁ କେଉଁ ଦାୟିତ୍ବ …

ଦାରିଙ୍ଗବାଡ଼ି, ୩/୧୦ (ଅରୁଣ ସାହୁ): କନ୍ଧମାଳ ଏମ୍‌ପି ସୁକାନ୍ତ କୁମାର ପାଣିଗ୍ରାହୀ ତାଙ୍କ ପ୍ରତିନିଧି ମଣ୍ଡଳ ପାଇଁ ଜିଲା ପ୍ରଶାସନକୁ ନାମ ତାଲିକା ପଠାଇଥିବା ଜଣାପଡ଼ିଛି। ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?