ଏପଟେ ଗୋ’ ପୂଜା, ସେପଟେ ଚାଲାଣ
ନିଶ୍ଚିନ୍ତକୋଇଲି,୧୧ା୮(ସ୍ବ.ପ୍ର.): କଟକ ଜିଲା ନିଶ୍ଚିନ୍ତକୋଇଲି ଥାନା ଅଧିନସ୍ଥ ସୁକରପଡ଼ା ଏକ ପୋଖରୀ ନିକଟରୁ ମଇଁଷି ସମେତ ଦୁଇଟି ଗୋରୁ ଚାଲାଣ କଣ୍ଟେନର ଜବତ ହୋଇଥିବା ଥାନାଧିକାରୀ ସୂଚନା ଦେଇଛନ୍ତି। ଗୋ’ଚାଲାଣ ସମ୍ପର୍କରେ ଖବର ପାଇ ଗୋ ସୁରକ୍ଷା ସମିତି ପକ୍ଷରୁ ପୋଲିସକୁ…
ସାଇବର ଥାନାର କାର୍ଯ୍ୟଦକ୍ଷତା ନେଇ ପ୍ରଶ୍ନ
ପୁରୀ ଅଫିସ,୧୧।୮: ପ୍ରଯୁକ୍ତିବିଦ୍ୟା ସହ ତାଳଦେଇ ନୂଆ ନୂଆ ତରିକାରେ ଆପରାଧିକ କାର୍ଯ୍ୟକଳାପ ହେଉଛି। ସାମାଜିକ ଗଣମାଧ୍ୟମରେ ବିଭିନ୍ନ ଲିଙ୍କ୍ ଓ କଲ୍ ଜରିଆରେ ସାଇବର ଠକମାନେ ଲୋକଙ୍କୁ ଲୁଟୁଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ସରକାର ସବୁ ଜିଲାରେ ସାଇବର ଥାନା…
କୁଆଡେଗଲେ ପୁରୁଷୋତ୍ତମପୁର ବ୍ଲକ ଜିଆରଏସ ସ୍ବାଗତ ପଣ୍ଡା: ଚାରିଦିନପରେ ବି ଖୋଜଖବର ମିଳୁନି
ପୁରୁଷୋତ୍ତମପୁର,୧୧/୮(ଡିଏନ୍ଏ): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ବ୍ଲକ ସୁନାଥର ଓ ଶୋଳଘର ପଞ୍ଚାୟତରେ ଜିଆରଏସ ଭାବେ କାର୍ଯ୍ୟରତ ସ୍ବାଗତ ପଣ୍ଡା ନିଖୋଜ ହେବାର ଚାରିଦିନ ବିତିଥିଲେବି ତାଙ୍କର କୌଣସି ଖୋଜଖବର ମିଳିପାରୁନାହିଁ। ଏହାକୁ ନେଇ ଏଠାରେ ନାନା ପ୍ରକାରର ସଂଦେହ ଘନୀଭୂତ ହୋଇ…
ଶୌଚ ହେବାକୁ ଯାଇଥିଲେ ବୃଦ୍ଧା, ଦଳିଦେଲା ଦନ୍ତା
ଝାରସୁଗୁଡ଼ା ଅଫିସ,୧୧ା୮: ଝାରସୁଗୁଡ଼ା ଜିଲା ବାଗଡିହି ଫରେଷ୍ଟ ରେଞ୍ଜ ଅଧୀନ ବୁଡ଼ାପଡ଼ା ଗ୍ରାମ ନିକଟରେ ଏକ ଦନ୍ତା ଜଣେ ବୃଦ୍ଧାଙ୍କୁ ଦଳି ମାରିଦେଇଛି। ମୃତ ବୃଦ୍ଧା ଜଣଙ୍କ ହେଲେ ବୁଡ଼ାପଡ଼ା ଗ୍ରାମ ରକ୍ସାପାଲିର ସୁବାସି ସିଂନାଏକ(୬୨)। ଏ ସମ୍ପର୍କରେ ଖବରପାଇ ରେଞ୍ଜର…
ଅପରାଧୀଙ୍କ ଠିକଣା ପାଲଟୁଛି ମହାକାଳପଡ଼ା
କେନ୍ଦ୍ରାପଡ଼ା ଅଫିସ,୧୧ା୮: କେନ୍ଦ୍ରାପଡ଼ା ଜିଲାରେ ୪୮ କିଲୋମିଟର ସମୁଦ୍ର ତଟ । ସମୁଦ୍ର ତଟରେ ୬୮୨ ବର୍ଗ କିଲୋମିଟର ଜାତୀୟ ଉଦ୍ୟାନ ଭିତରକନିକା । ତଟ ସୁରକ୍ଷା ବାହିନୀ ତଟାଞ୍ଚଳର ସୁରକ୍ଷା ଦାୟିତ୍ୱରେ ଥିବା ବେଳେ ଜିଲାର ଜମ୍ବୁ, ତାଳଚୁଆ, ତନ୍ତିଆପାଳ…
ହୀରାକୁଦରେ ଖୋଲିଲା ୫ ଗେଟ୍
ସମ୍ବଲପୁର,୧୧।୮(ବ୍ୟୁରୋ): ହୀରାକୁଦ ଡ୍ୟାମ୍ର ୫ଟି ଗେଟ୍ ଖୋଲିଲା। ଉପରମୁଣ୍ଡରେ ଲଗାଣ ବର୍ଷା ଯୋଗୁ ପର୍ଯ୍ୟାୟ କ୍ରମେ ବୁଧବାର ୫ଟି ଗେଟ୍ ଖୋଲାଯାଇଛି। ଏ ନେଇ ହୀରାକୁଦ ଡ୍ୟାମ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । ଦିନ ୧୨ଟା ସୁଦ୍ଧା ୨,୯୬,୭୪୩ କ୍ୟୁସେକ୍ ଜଳ…
କଳା କାହାଣୀକୁ ଝୁରୁଛନ୍ତି ବରୀବାସୀ
ବରୀ,୧୧ା୮(ଡି.ଏନ.ଏ.): ସେଦିନ ଥିଲା ୧୯୪୨ ଅଗଷ୍ଟ ୨୬ ତାରିଖ। ଗହ୍ମା ପୂନେଇଁ ଜହ୍ନ ଉଠିବା ପୂର୍ବରୁ ରକ୍ତରେ ଭିଜି ଯାଇଥିଲା ବରୀ ବ୍ଲକ ଅଞ୍ଚଳର କଳାମାଟିଆ, ଯାହାକି ଆଜି ରକ୍ତତୀର୍ଥ ଭାବେ ପରିଚିତ। ଗୁଳିକାଣ୍ଡରେ ସାଉଁଟି ମଲିକ, ସାନନ୍ଦ ସ୍ବାଇଁ, ହାଡ଼ିବନ୍ଧୁ…
ନିଯୁକ୍ତି ପ୍ରତିଶ୍ରୁତି ଦେଇ ନକଲି ତାଲିମ
ଯାଜପୁର ଅଫିସ,୧୧ା୮: ଦକ୍ଷତା ବିକାଶ କିମ୍ବା ମାର୍କେଟିଂ ପ୍ରଶିକ୍ଷଣ କଥା କହି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଡିଣ୍ଡିମ ପିଟୁଛନ୍ତି, ହେଲେ କାହାକୁ କେଉଁ ଶ୍ରେଣୀରେ କେତେ ନିଯୁକ୍ତି ମିଳିଲା ତାହା ବୁଝିବାକୁ ସମୟ ନାହିଁ। ଏହାର ସୁଯୋଗ ନେଇ…
ବର୍ଷା ଛଡ଼ାଇନେଲା ବାସ
ପରଜଙ୍ଗ, ୧୧।୮(ଡି.ଏନ୍.ଏ.): ଲଘୁଚାପଜନିତ ଲଗାଣବର୍ଷା ଚାଷୀକୁଳ ପାଇଁ ପାଲଟିଛି ଆଶୀର୍ବାଦ। ହେଲେ ଝୁମ୍ପୁଡ଼ି ଘରେ ରହୁଥିବା ଗରିବ ପରିବାରର ସ୍ଥିତି ଦୟନୀୟ ହୋଇପଡ଼ିଛି। କେଉଁଠି ମାଟିକାନ୍ଥ ଭୁଶୁଡ଼ି ପଡ଼ିଛି ତ, ଅନ୍ୟ କେଉଁଠି ନଇଁ ପଡ଼ିଛି ଝାଟିମାଟି ଘର। ବର୍ଷା ବିତ୍ପାତରେ…
ଦୃଢ଼ ଆଭିମୁଖ୍ୟ ପରିବର୍ତ୍ତେ ଦରଦ
ଢେଙ୍କାନାଳ ଅଫିସ, ୧୧।୮: ଗଡ଼ିଚାଲିଛି ଦିନ। କାମ କିନ୍ତୁ ସମ୍ପୂର୍ଣ୍ଣ ହେଉନି। ପ୍ରତିବାଦ କିମ୍ବା ଆନ୍ଦୋଳନ କଲେ ଅଧିକାରୀମାନେ ନିର୍ଭର ପ୍ରତିଶ୍ରୁତି ସିନା ଦେଉଛନ୍ତି, ହେଲେ ପ୍ରକଳ୍ପ ଆଗଉନାହିଁ। ଅନ୍ୟପଟେ ଯେଉଁ ଠିକାସଂସ୍ଥା ଧୋକାଦେଇ ଅଧାରୁ କାମ ଛାଡ଼ି ଚାଲିଯାଇଥିଲା ଜାତୀୟ…
ଫୁଲବାଣୀ ବ୍ଲକରେ ଦେଢ଼ମାସ ହେଲା ଇଣ୍ଟରନେଟ୍ ଫେଲ୍
ଫୁଲବାଣୀ ଅଫିସ, ୧୧ା୮: କନ୍ଧମାଳ ଜିଲା ଫୁଲବାଣୀ ବ୍ଲକରେ ବିଏସ୍ଏନ୍ଏଲ ନେଟର୍ୱାକ ଠିକ୍ ଭାବେ କାମ କରୁନାହିଁ । କଟ୍ରିଙ୍ଗିଅିା ଛକରେ ଥିବା କଷ୍ଟମର ସର୍ଭିସ ପଏଣ୍ଟ (ସିଏସ୍ପି)ରେ ଆଜକୁ ଦେଢ଼ ମାସ ହେଲା ଇଣ୍ଟରନେଟ ସର୍ଭିସ ନାହିଁ । ଫଳରେ…
ଖଡ଼ିକାପଦା ପୋଲ ଉପରେ ୨ଫୁଟ ପାଣି
ବଡ଼ସାହି,୧୧ା୮: ମୟୂରଭଞ୍ଜ ଜିଲା ବଡ଼ସାହି ବ୍ଲକ ଅଧୀନ ଛେଳିଆ(କ) ପଞ୍ଚାୟତ ନିକଟସ୍ଥ ଖଡ଼ିକାପଦା ପୋଲ ଉପରେ ୨ ଫୁଟରୁ ଊର୍ଦ୍ଧ୍ୱ ଜଳ ପ୍ରବାହିତ ହେଉଛି। ଫଳରେ ଆଖପାଖ ଗଁାକୁ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡ଼ିଛି। ଲଗାଣ ବର୍ଷା ଯୋଗୁ ଅଞ୍ଚଳରେ ବନ୍ୟା ସ୍ଥିତି…

