ଲଜ୍‌ରୁ ୫୯ ଲକ୍ଷ ଟଙ୍କା ଜବତ

ବଲାଙ୍ଗୀର ଅଫିସ/କଣ୍ଟାବାଞ୍ଜି,୧୬ା୯(ଡି.ଏନ୍‌.ଏ.): କଣ୍ଟାବାଞ୍ଜି ଥାନା ପୋଲିସ ସହରର ଏକ ନିର୍ଦ୍ଦିଷ୍ଟ ଲଜ୍‌ରେ ଗୁରୁବାର ରାତିରେ ଚଢ଼ାଉ କରି ପ୍ରାୟ ୫୯ ଲକ୍ଷ ଟଙ୍କା ଜବତ କରିବା ସହ ରାଜ୍ୟ ବାହାରର ୭ ଜଣଙ୍କୁ ଅଟକ ରଖିଛନ୍ତି । ଉକ୍ତ ଲଜ୍‌ରେ ଜୁଆଖେଳ ଚାଲିଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୋଲିସ ଟିମ୍‌ ସେଠାରେ ଚଢ଼ାଉ କରିଥିଲା। ଉକ୍ତ ଲଜରୁ ପୋଲିସ ୪ ପ୍ୟାକେଟ୍‌ ତାସ, ୭ଟି ମୋବାଇଲ ସହ ନଗଦ ୫୮ ଲକ୍ଷ ୫୬ ହଜାର ଟଙ୍କା ଜବତ କରିଥିଲା। ନୂଆଖାଇ ତିହାର ସରିବା ପରେ ଏହି ଅଞ୍ଚଳରୁ ଦାଦନ ଶ୍ରମିକ ଚାଲାଣ ହୋଇଥାଏ। ରାଜ୍ୟ ବାହାରୁ ଦାଦନ ସର୍ଦ୍ଦାରମାନେ କଣ୍ଟାବାଞ୍ଜି ଆସି ଦାଦନ ଦଲାଲଙ୍କ ଜରିଆରେ ଶ୍ରମିକଙ୍କୁ ମୂଲଚାଲ କରି ରାଜ୍ୟ ବାହାରକୁ ନେଇଥାନ୍ତି। ଏହି ଉଦ୍ଦେଶ୍ୟରେ ଅଟକ ୭ ଜଣ ଆସିଥିବା ଅନୁମାନ କରାଯାଉଛି। ତେବେ ପୋଲିସ ସମଗ୍ର ଘଟଣା ଉପରେ ତଦନ୍ତ ଜାରି ରଖିଛି ଓ ପରେ ସବୁକଥା ସ୍ପଷ୍ଟ ହେବ ବୋଲି କଣ୍ଟାବାଞ୍ଜି ଏସ୍‌ଡିପିଓ ହୃଷୀକେଶ ମେହେର ସୂଚନା ଦେଇଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଶିକ୍ଷାନୁଷ୍ଠାନରେ ଛାତ୍ରୀ ନିର୍ଯାତନା ବଢୁଛି

ନୟାଗଡ଼,୧୧ା୮(ଲୋକନାଥ ମିଶ୍ର): ନୟାଗଡ଼ ଜିଲାର ସରକାରୀ ଓ ବେସରକାରୀ ଅନୁଷ୍ଠାନ ଛାତ୍ରୀଙ୍କ ପାଇଁ ନିରାପଦ ନୁହେଁ। ସ୍କୁଲ, କଲେଜ ଓ ଟିଉଶନ ପରି ଅନୁଷ୍ଠାନରେ ବଳାତ୍କାର,...

କଟକ ସହରରୁ ୨୧୦ କରୋନା ଆକ୍ରାନ୍ତ ଚିହ୍ନଟ

କଟକ ଅଫିସ,୨।୯-କଟକ ସହରରୁ ବୁଧବାର ୨୧୦ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। କ୍ବାରାଣ୍ଟାଇନରୁ ୧୩୮ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ୭୨ ଲୋକାଲ କଣ୍ଟାକ୍ଟ କେସ...

୩୫ ନେତାଙ୍କୁ ନୋଟିସ୍‌, ୨ ଡ୍ରାଇଭର ଗିରଫ

ଭୁବନେଶ୍ୱର,୨୬।୪(ବ୍ୟୁରୋ):ରାଜଧାନୀରେ ଡ୍ରାଇଭର ମହାସଂଘ ପକ୍ଷରୁ ଗତ ୧୮ ତାରିଖରେ ହୋଇଥିବା ହିଂସାତ୍ମକ ଆନ୍ଦୋଳନ ଘଟଣାକୁ ନେଇ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଆଇନକୁ ହାତକୁ...

କର୍ଲାପାଟରେ ପୁଣି ହାତୀ ମୃତ୍ୟୁ

ଭବାନୀପାଟଣା,୯।୩(ସ୍ବ.ପ୍ର.): କଳାହାଣ୍ଡି ଜିଲା ଦକ୍ଷିଣ ବନଖଣ୍ଡ ଅଧୀନ କର୍ଲାପାଟ ଅଭୟାରଣ୍ୟରେ ପୁଣି ଏକ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି। ଯାକମରୁ ୧୦୦ ମିଟର କୁକୁରଘାଟିର...

୩ ମାସର ଜନ ଶୁଣାଣି ତାରିଖ ଘୋଷଣା

ଜଗତ୍‌ସିଂହପୁର ଅଫିସ,୩୧ା୧୨: ଜାନୁୟାରୀ, ଫେବୃୟାରୀ ଓ ମାର୍ଚ୍ଚ ମାସ ପାଇଁ ଜିଲା ପ୍ରଶାସନ ପକ୍ଷରୁ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର ତାରିଖ ଘୋଷଣା ହୋଇଛି।...

ତୀର୍ଥଯାତ୍ରାରେ ଗଲେ ୯୭୬ ବରିଷ୍ଠ ନାଗରିକ

ବ୍ରହ୍ମପୁର ଅଫିସ,୨୯।୨: ଗରିବ ଲୋକମାନଙ୍କ ପାଇଁ ତୀର୍ଥଯାତ୍ରା ସ୍ବପ୍ନ ଥିଲା। ଅର୍ଥାଭାବରୁ ତୀର୍ଥସ୍ଥାନକୁ ଯାଇ ପୂଣ୍ୟ ଅର୍ଜନ କରିବା ଆଶା ମଉଳି ଯାଉଥିଲା। ରାଜ୍ୟରେ ଗରିବ...

୨୦୩୫ ପର୍ଯ୍ୟନ୍ତ ଦେଶରେ ଖାଦ୍ୟାଭାବ ଭୟ ନାହିଁ

କଟକ ଅଫିସ, ୨୯।୫: ସମ୍ପ୍ରତି ଚାଇନା ବିଶ୍ୱରେ ସର୍ବାଧିକ ଧାନ ଉତ୍ପାଦନକାରୀ ରାଷ୍ଟ୍ର ଭାବେ ପରିଗଣିତ ହେଉଛି। ଚାଇନାରେ ହେକ୍ଟର ପିଛା ହାରାହାରି ୬୦ କୁଇଣ୍ଟାଲ...

ବିଦ୍ୟୁତ୍‌ ଖୁଣ୍ଟରେ ବାନ୍ଧି ପୀଡ଼ିତାଙ୍କୁ ମାଡ଼

ନୟାଗଡ଼ ଅଫିସ/ ରଣପୁର,୧ା୪(ସ୍ବ.ପ୍ର.): ନୟାଗଡ଼ ଜିଲା ରଣପୁର ଥାନାଠାରୁ ୫ କି.ମି. ଦୂର ଏକ ଗାଁରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଘରୁ ଟେକି ନେଇ...

Advertisement
Archives

Model This Week