ଶ୍ରୀଚନ୍ଦ୍ରଶେଖରଜୀଉ ୮ ଘଣ୍ଟା ଉପାସ

ଢେଙ୍କାନାଳ ଅଫିସ,୧୬।୯: କପିଳାସ କ୍ଷେତ୍ରାଧିପତି ଶ୍ରୀଚନ୍ଦ୍ରଶେଖରଜୀଉଙ୍କ ପୀଠରେ ଗୁରୁବାର ଚରମ ବିଭ୍ରାଟ ଦେଖାଦେଇଛି। ପ୍ରାପ୍ୟ ବୃଦ୍ଧି ଦାବିରେ ୩ ପୂଜାପଣ୍ଡା ଓ ୬ ସୂପକାର ଇସ୍ତଫା ଦେଇଦେବା ପରେ ଦୈନନ୍ଦିନ ନୀତି ବିଳମ୍ବିତ ହେବା ସହ ୮ ଘଣ୍ଟା ଧରି ଖାଡ଼ା ଉପାସରେ ରହିଥିଲେ ଠାକୁର। ଦେବୋତ୍ତର ବିଭାଗ ପକ୍ଷରୁ ବାହାର ସେବାୟତ ଅଣାଯାଇ ଅପରାହ୍ନ ପ୍ରାୟ ୨ଟାରେ ପ୍ରଥମ ନୀତିକାନ୍ତି ସରିବା ପରେ ସେବା ସ୍ବାଭାବିକ ହୋଇଥିଲା। ଏହାପରେ ଠାକୁରଙ୍କ ନିକଟରେ ଭୋଗ ହୋଇଥିଲା ପ୍ରଥମ ଭୋଗ। ଏଭଳି ଅବ୍ୟବସ୍ଥା ଯୋଗୁ ଦର୍ଶନ ନିମନ୍ତେ ଆସିଥିବା ଶତାଧିକ ଶ୍ରଦ୍ଧାଳୁଙ୍କୁ ନିରାଶରେ ଫେରିବାକୁ ପଡ଼ିଥିଲା। ଆଗକୁ ଦଶହରା ଉପଲକ୍ଷେ ମହାପ୍ରଭୁଙ୍କ ସ୍ବତନ୍ତ୍ର ପୂଜା କରାଯିବାକୁ ଥିବାବେଳେ ଏଭଳି ଅବ୍ୟବସ୍ଥା ଯୋଗୁ ନୀତିକାନ୍ତି ପ୍ରଭାବିତ ହେବା ଆଶଙ୍କା ଦେଖାଦେଇଛି।
କପିଳାସ ପୀଠରେ ନିୟୋଜିତ ପୂଜାପଣ୍ଡା ଓ ସୂପକାରମାନଙ୍କୁ ଦେବୋତ୍ତର ବିଭାଗ ପକ୍ଷରୁ ଜଣକ ପିଛା ୬୪୦୦ ଟଙ୍କା ପାଉଣା ପ୍ରଦାନ କରାଯାଉଛି। ପୂର୍ବରୁ ସେମାନେ ୫,୪୦୦ ଟଙ୍କା ପାଉଥିଲେ। ତେବେ ଅଧିକ ପ୍ରାପ୍ୟ ବୃଦ୍ଧି କରିବାକୁ ଦାବି ପରେ ଗତ ମାର୍ଚ୍ଚରେ ୧୦୦୦ ଟଙ୍କା ଲେଖାଏ ବୃଦ୍ଧି କରାଯାଇଥିଲା। ତେବେ ଏହାକୁ ନେଇ ସେମାନେ ସନ୍ତୁଷ୍ଟ ହୋଇ ନ ଥିଲେ। ପୁନର୍ବାର ଦରମା ବଢ଼ାଇବାକୁ ଦାବି କରିଥିଲେ। ବୁଧବାର ଅପରାହ୍ନରେ ଜିଲା କାର୍ଯ୍ୟାଳୟରେ ଅନୁଷ୍ଠିତ ଏକ ବୈଠକରେ ଜିଲାପାଳ, ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳଙ୍କ ଉପସ୍ଥିତିରେ ହୋଇଥିବା ଆଲୋଚନାବେଳେ ସେମାନେ ପ୍ରାପ୍ୟ ବଢ଼ାଇବା ଦାବି ଦୋହରାଇଥିଲେ। ଜିଲାପାଳଙ୍କ ବହୁ ବୁଝାଶୁଝା ପରେ ସେମାନେ ଜିଦ୍‌ରେ ଅଟଳ ରହିବାରୁ ସମାଧାନର ସୂତ୍ର ବାହାରି ନ ଥିଲା। ଏହାପରେ ୩ ପୂଜାପଣ୍ଡା ଓ ୬ ସୁପକାର ଇସ୍ତଫା ଦେଇ ବୈଠକରୁ ଉଠି ଚାଲି ଆସିଥିଲେ। ମହାପ୍ରଭୁ ଶ୍ରୀଚନ୍ଦ୍ରଶେଖରଙ୍କ ପ୍ରଥମ ନୀତିକାନ୍ତି ପୂର୍ବାହ୍ନ ୧୦ଟା ମଧ୍ୟରେ ଶେଷ ହେଉଥିବାବେଳେ ପୂଜାପଣ୍ଡା ଓ ସୂପକାର ପୂଜା ନ କରିବାରୁ ଗୁରୁବାର ଏଥିରେ ବିଭ୍ରାଟ ହୋଇଥିଲା। ଏ ସମ୍ପର୍କରେ ଦେବୋତ୍ତର ବିଭାଗ ଜାଣିବା ପରେ ବାହାରୁ ପୂଜକଙ୍କୁ ଅଣାଯାଇଥିଲା ଏବଂ ବହୁ ବିଳମ୍ବରେ ଅପରାହ୍ନ ୨ଟା ସୁଦ୍ଧା ଠାକୁରଙ୍କ ପ୍ରଥମ ନୀତିକାନ୍ତି ସମ୍ପନ୍ନ ହୋଇଥିଲା। ତେବେ ଏହି ସମସ୍ୟା ଆଗକୁ ଜଟିଳ ରୂପ ନେବା ଆଶଙ୍କା ରହିଛି। କାରଣ ମୂଳାଷ୍ଟମୀରୁ ମହାଦେବଙ୍କ ସ୍ବତନ୍ତ୍ର ୧୬ ପୂଜା ଆରମ୍ଭ ହୋଇଥାଏ। ଆଗକୁ ଏହି ପୂଜା ଥିବାରୁ ନୀତିରେ ବିଭ୍ରାଟ ହେବା ଆଶଙ୍କା ବେଶି। ଏହାର ସମାଧାନ କରିବା ଲାଗି ଜିଲା ପ୍ରଶାସନ ଏବଂ ଦେବୋତ୍ତର ବିଭାଗ ପକ୍ଷରୁ ଉଦ୍ୟମ କରାଯିବା ଆବଶ୍ୟକ ବୋଲି ପ୍ରତି ଚତୁର୍ଦ୍ଦଶୀରେ ପୀଠକୁ ପୂଜା କରିବାକୁ ଯାଉଥିବା ଶ୍ରଦ୍ଧାଳୁ ସୁକାନ୍ତ କୁମାର ମିଶ୍ର ଦାବି କରିଛନ୍ତି।
ଏ ସଂକ୍ରାନ୍ତରେ ଦେବୋତ୍ତର ନିରୀକ୍ଷକ ପ୍ରଦ୍ୟୁମ୍ନ ତ୍ରିପାଠୀ କୁହନ୍ତି, ପୀଠର ୩ ପୂଜାପଣ୍ଡା ଓ ୬ ସୂପକାର ପ୍ରାପ୍ୟ ବଢ଼ାଇବା ପାଇଁ ଦାବିରେ ଅଟଳ ରହିଥିଲେ। ଗତ ମାର୍ଚ୍ଚ ମାସରେ ସେମାନଙ୍କ ଦରମା ୧ହଜାର ଟଙ୍କା ଲେଖାଏ ବଢ଼ାଯାଇଥିଲା। ଜିଲାପାଳ ବୁଝାଶୁଝା କରିବା ସତ୍ତ୍ୱେ ସେମାନେ ପୂଜା କରିବେ ନାହିଁ ଏବଂ ଇସ୍ତଫା ଦେଉଛୁ ବୋଲି କହି ଚାଲିଯାଇଥିଲେ ା ବାହାରୁ ପୂଜକ ଆଣି ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ଦେବୋତ୍ତର ନିରୀକ୍ଷକ ସୂଚନା ଦେଇଛନ୍ତି। ଜିଲା ଦେବୋତ୍ତର ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ କୁହନ୍ତି, ପ୍ରାପ୍ୟ ବଢାଇବା ପାଇଁ ସେମାନେ ବାରମ୍ବାର ଜିଦ୍‌ କରୁଛନ୍ତି ା ତେବେ ଠାକୁରଙ୍କର ପୂଜାବିଧି ଅଟକିବ ନାହିଁ। ଶ୍ରୀବଳରାମଙ୍କ ମନ୍ଦିରରୁ ପୂଜକ ନେଇ ଠାକୁରଙ୍କ ନୀତିକାନ୍ତି କରାଯାଇଛି ବୋଲି ସେ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସେମିକଣ୍ଡକ୍ଟର ନିର୍ମାଣ କରିବ ଆଇଆଇଟି ଭୁବନେଶ୍ୱର

ଭୁବନେଶ୍ୱର,୨୫।୭ (ବ୍ୟୁରୋ): ରେଳ, ଯୋଗାଯୋଗ ଓ ଇଲେକ୍ଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ରବିବାର ଆଇଆଇଟି ଭୁବନେଶ୍ୱର ଗସ୍ତରେ ଆସି ଛାତ୍ରୀଛାତ୍ରମାନଙ୍କୁ ଷ୍ଟାର୍ଟଅପ୍‌...

ନୀଳାଚଳ ଅକ୍ସିଜେନ୍‌ ପ୍ଲାଣ୍ଟ ଅଚଳ

ଯାଜପୁର ଅଫିସ,୨୩।୪: କରୋନା ସଂକ୍ରମଣର ମହାବିପତ୍ତି ସମୟରେ ଦେଶବ୍ୟାପୀ ଅକ୍ସିଜେନ୍‌ର ଘୋର ଅଭାବ ଦେଖାଦେଇଛି । ନାସିକ କୋଭିଡ୍‌ ହସ୍ପିଟାଲରେ ବୁଧବାର ଅକ୍ସିଜେନ ଅଭାବରୁ ୨୨...

କେସିଙ୍ଗା ୧ ନଂ ଜୋନ୍‌ରେ କଂଗ୍ରେସର ପ୍ରଚାର ଜୋରଦାର

କେସିଙ୍ଗା,୮।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ୧ନଂ ଜୋନ୍‌ରେ କଂଗ୍ରେସ ପକ୍ଷରୁ ଜୋରଦାର ପ୍ରଚାର ଚାଲିଛି। ଏହି ଜୋନ୍‌ରେ ବେଲଖଣ୍ଡି, ହାତୀଖୋଜ, ସିରଜାପାଲି,ତୁଣ୍ଡଳା, ନୂନ ମାଠ,...

ଆବାସ ଯୋଜନାରୁ ବଁଚିତ୍‌ ଜଗଦିଶ

ଖଡିଆଳ, ୧୬।୭ (ଡି.ଏନ୍‌.ଏ): ନୂଆପଡ଼ା ଜିଲା ଖଡ଼ିଆଳ ବ୍ଲକ କୁସମାଲ ଗଁ। ରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ପରକୁତ ହିତାଧିକାରୀ ଯୋଜନାରୁ ବଁଚିତ୍‌ ହେଉଥିବାର ଅଭିଯୋଗ...

୧୭୦ କେଜି ଗଞ୍ଜେଇ ଜବତ, ଜଣେ ଗିରଫ କଣ୍ଟେନର, କାର୍‌ ଜବତ

ବ୍ରହ୍ମପୁର ଅଫିସ,୧୨ା୬: ଅବକାରୀ ଗୋଇନ୍ଦା ଟିମ୍‌ ସୋମବାର ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଗିରିସୋଲା ନିକଟରୁ ଏକ କଣ୍ଟେନର ଓ ଗୋଟିଏ କାରରୁ ଗଞ୍ଜେଇ ଜବତ କରିଛି। କାରରେ...

ସମ୍ପର୍କୀୟଙ୍କୁ ରୋଗୀଙ୍କ ସୂଚନା ଦେବ ହେଲ୍ପ ଡେକ୍ସ

ଭୁବନେଶ୍ୱର,୧୬।୫: ରାଜ୍ୟର ସମସ୍ତ ସରକାରୀ ଏବଂ ଘରୋଇ କୋଭିଡ୍‌ ହସ୍ପିଟାଲରେ ହେଲ୍ପ ଡେକ୍ସ ରଖାଯିବ। ଏନେଇ ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ...

ଆବାସ ଯୋଜନାରେ ଦୁର୍ନୀତି ଅଭିଯୋଗ

ଫୁଲବାଣୀ ଅଫିସ, ୨୯ା୪: କନ୍ଧମାଳ ଜିଲା ଫୁଲବାଣୀ ପୌର ପରିଷଦରେ ଆବାସ ଯୋଜନାରେ ବ୍ୟାପକ ଦୁର୍ନୀତି ହୋଇଛି। ଗୋଟିଏ ଗୋଟିଏ ପରିବାର ୪ରୁ ୫ଟି ଆବାସ...

ରାଜ୍ୟବାସୀଙ୍କୁ ରଥଯାତ୍ରାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୧ା୭(ବ୍ୟୁରୋ): ଆଜି ହେଉଛି ପବିତ୍ର ରଥଯାତ୍ରା। ଦୀର୍ଘ ଦୁଇବର୍ଷ ପରେ ଆଜି ଭକ୍ତମାନଙ୍କ ଗହଣରେ ଗୁଣ୍ଡିଚା ଯାତ୍ରା ଆରମ୍ଭ ହୋଇଛି। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ...

Advertisement
Archives

Model This Week