ନଭେମ୍ବର ୭ରୁ କଳିଙ୍ଗ ବାଲିଯାତ୍ରା

ପାରାଦୀପ,୧୬ା୯(ସ୍ବ.ପ୍ର.): ପାରାଦୀପର ବେଳାଭୂମି ବିଜୁ ମୈଦାନରେ ଚଳିତ ବର୍ଷ କଳିଙ୍ଗ ବାଲିଯାତ୍ରା ମହୋତ୍ସବ ନଭେମ୍ବର ୭ରୁ ୧୩ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ସାତଦିନ ଧରି ଏହି ଉତ୍ସବ ପାଳନ କରାଯିବ। ଏ ନେଇ ଗୁରୁବାର ସାରେ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ମଧୁବନ ଅଫିସର୍ସ କ୍ଲବଠାରେ ଅନୁଷ୍ଠିତ ହୋଇଯାଇଛି। ଜିଲାପାଳ ପାରୁଲ ପଟୱାରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଏମ୍‌ପି ଡା. ରାଜଶ୍ରୀ ମଲ୍ଲିକ, ବିଧାୟକ ସମ୍ବିତ ରାଉତରାୟ, ଜିଲା ପରିଷଦ ଅଧ୍ୟକ୍ଷ ମନୋଜ ଭୋଇ, ପାରାଦୀପ ପୌରାଧ୍ୟକ୍ଷ ବସନ୍ତ ବିଶ୍ୱାଳଙ୍କ ସମେତ ଅନ୍ୟ ଅଧିକାରୀ ଜନପ୍ରତିନିଧି ପ୍ରମୁଖ ଯୋଗ ଦେଇଥିଲେ। ୧୯୯୨ରୁ ଆୟୋଜିତ ଏହି ବାଲିଯାତ୍ରା ମହୋତ୍ସବ ଗତ ଦୁଇବର୍ଷ ହେବ କରୋନା କଟକଣା ପାଇଁ ବନ୍ଦ ଥିଲା। ଚଳିତ ବର୍ଷ ଆୟୋଜନ ହେଉଥିବାରୁ ଅଧିକ ଜନ ସମାଗମ ହେବାର ସମ୍ଭାବନା ରହିଛି। ସେଥିପାଇଁ ସମସ୍ତ ପ୍ରକାର ଆନୁଷଙ୍ଗିକ ବ୍ୟବସ୍ଥା ଅକ୍ଟୋବର ପ୍ରଥମ ସପ୍ତାହରୁ ଆରମ୍ଭ କରିବା ପାଇଁ ଜିଲାପାଳ ପରାମର୍ଶ ଦେଇଥିଲେ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ବାଲିଯାତ୍ରା ଉଦ୍‌ଘାଟନ ପାଇଁ ନିମନ୍ତ୍ରଣ କରାଯିବ ବୋଲି ଏମ୍‌ପି ମଲ୍ଲିକ କହିଥିଲେ। ଏହି ବୈଠକରେ ପିପିଏଲ୍‌, ଇଫ୍‌କୋ, ତୈଳ ବିଶୋଧନାଗାର, ପାରାଦୀପ ପୋର୍ଟ, ଏଏମଏନଏସ ଭଳି ପ୍ରମୁଖ କମ୍ପାନୀ ପ୍ରତିନିଧି ଯୋଗ ଦେଇ ବାଲିଯାତ୍ରା ପାଇଁ ଆର୍ଥିକ ସହାୟତା ଯୋଗାଇ ଦେବେ ବୋଲି ଘୋଷଣା କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ରାଜଧାନୀରୁ ଆଉ ୨୮୧ କରୋନା ପଜିଟିଭ ଚିହ୍ନଟ: ସୁସ୍ଥ ହେଲେ ୩୧୫

ଭୁବନେଶ୍ୱର, ୧୩।୧୦(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରୁ ମଙ୍ଗଳବାର ୨୮୧ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏଥିମଧ୍ୟରୁ ୧୯୨ କ୍ୱାରାଣ୍ଟାଇନରୁ ରହିଥିବା ବେଳେ ୮୯ ଲୋକାଲ କେସ୍‌ ରହିଛି।...

ସଂକ୍ରମଣ ହେଲେ ବଞ୍ଚାଇବା କଷ୍ଟକର, କରୋନା କାଳରେ ବୟସ୍କଙ୍କ ସୁରକ୍ଷା ପ୍ରତି ଯତ୍ନବାନ ହୁଅନ୍ତୁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): କରୋନା ସଂକ୍ରମଣ ତାଲିକାରେ ଭାରତ ୪ର୍ଥ ସଂକ୍ରମିତ ରାଷ୍ଟ୍ର ପାଲଟିଲାଣି। ଏଭଳି ସ୍ଥିତି ଲାଗି ରହିଲେ ଆଗାମୀ ଏକ ସପ୍ତାହ ମଧ୍ୟରେ ଭାରତ ୩ୟ...

ଡିସେମ୍ବର ପହିଲାରୁ ସାରା ଦେଶରେ ଏକକ ଟୋଲ ଦେୟ ବ୍ୟବସ୍ଥା: ସାମିଲ ହେବ ଓଡ଼ିଶାର ୧୨ ଜାତୀୟ ରାଜପଥ

ଭୁବନେଶ୍ୱର, ୨୪।୧୧(ବ୍ୟୁରୋ): ଡିସେମ୍ବର ପହିଲାରୁ ସାରା ଦେଶରେ ଲାଗୁ ହେବ ଏକକ ଟୋଲ ଦେୟ ବ୍ୟବସ୍ଥା। ଓଡ଼ିଶାର ବିଭିନ୍ନ ଜାତୀୟ ରାଜପଥରେ ମଧ୍ୟ ଜାତୀୟ ଇଲେକ୍ଟ୍ରୋନିକ...

ଭୁବନେଶ୍ୱର ଟେକ୍‌ ମହିନ୍ଦ୍ରା ଅଫିସ୍‌ ସିଲ୍‌: ୨୦ ତାରିଖ ପର୍ଯ୍ୟନ୍ତ ହୋମ୍‌ କ୍ୱାରାଣ୍ଟାଇନରେ ରହିବେ ସମସ୍ତ କର୍ମଚାରୀ

ଭୁବନେଶ୍ୱର, ୭।୭(ବ୍ୟୁରୋ): ଭୁବନେଶ୍ୱର ମୈତ୍ରୀ ବିହାର ଅଞ୍ଚଳରେ ଥିବା ସଫ୍ଟଓ୍ବେର କମ୍ପାନୀ ଟେକ ମହିନ୍ଦ୍ରା ଅଫିସକୁ ବିଏମ୍‌ସି ପକ୍ଷରୁ ମଙ୍ଗଳବାର ସିଲ୍‌ କରାଯାଇଛି। ୩ ଦିନ...

ଭେଟେରାନ୍‌ ଫୁଟବଲ୍‌ ଟୁର୍ନାମେଣ୍ଟ ରଣପୁର ବିଧାୟକ ଏକାଦଶ ଚାମ୍ପିୟନ

ନୟାଗଡ଼ ଅଫିସ,୧।୧୨- ୭୮୬ ୟୁଥ୍‌ କ୍ଲବ ଓ ଜିଲା ଆଥ୍‌ଲେଟିକ ଆସୋସିଏଶନର ମିଳିତ ଆନୁକୂଲ୍ୟରେ ଆସନ୍ତା ୨ ତାରିଖରେ ନୟାଗଡ଼ ଖେଳପଡ଼ିଆଠାରେ ସର୍ବଭାରତୀୟ ନୟାଗଡ଼ ଫୁଟବଲ୍‌...

ବାର୍‌ହା ଆକ୍ରମଣରେ ୭ ଗୁରୁତର

ହିିଞ୍ଜିଳିକାଟୁ,୪ା୩(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଶେରଗଡ଼ ବ୍ଲକ ତଥା ବ୍ରହ୍ମପୁର ସଦର ଥାନା ଏ ଚନ୍ଦ୍ରମଣିପୁର ଗ୍ରାମରେ ଗୁରୁବାର ପୂର୍ବାହ୍ନରେ ବାର୍‌ହା ଆକ୍ରମଣରେ ୭ଜଣ ଗୁରୁତର ହୋଇଛନ୍ତି।...

ଲକ୍‌ଡାଉନ୍‌ ଅବଧି ଶେଷ ହେବାକୁ ୭ ଦିନ ବାକି: ବିଜେପୁରକୁ ଫେରିବେ ୧୪୭୦ଜଣ, କ୍ୱାରାଣ୍ଟାଇନ୍‌ କଡ଼ାକଡ଼ି କରିବାକୁ ଦାବି

ବିଜେପୁର, ୨୬।୪(ଡି.ଏନ୍‌.ଏ.): କରୋନା ପ୍ରତିହତ ପାଇଁ କରାଯାଇଥିବା ଦ୍ବିତୀୟ ପର୍ଯ୍ୟାୟ ଲକ୍‌ଡାଉନ୍‌ ଖୋଲିବାକୁ ଆଉ ମାତ୍ର ସାତଦିନ ବାକି ରହିଛି। ଏହା ଖୋଲିବା ମାତ୍ରକେ ରାଜ୍ୟ...

ମହାକାଳପଡ଼ାରେ ପ୍ରତିଷ୍ଠା ହେବ ବିଶ୍ୱସ୍ତରୀୟ ଇସ୍ପାତ ପ୍ରକଳ୍ପ, ସ୍ଥିତି ପରଖିଲେ ୫-ଟି ସଚିବ

ମହାକାଳପଡ଼ା,୨୭ା୪(ଡି.ଏନ୍‌.ଏ.): ଚଳିତ ମାସ ପ୍ରଥମ ସପ୍ତାହରେ ରାଜ୍ୟ ସରକାରଙ୍କ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳଙ୍କ ସହିତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାପାନ ଗସ୍ତ କରିଥିଲେ। ଏହି...

Advertisement
Archives

Model This Week