ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ ନେଇ ଅସନ୍ତୋଷ

ନିରାକାରପୁର,୧୬।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ନୂଆ ଜଗନ୍ନାଥ ସଡ଼କ ଉପରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ତ୍ତ ବିଭାଗ ଓ ରେଲଓ୍ବେ ଅଧିକାରୀ ସ୍ଥିତି ଦେଖିବା ସହ ନକ୍ସା ପ୍ରସ୍ତୁତ କରିସାରିଲେଣି। ଏପରିକି ସେଠାରେ ମୋରମ ଓ ଯନ୍ତ୍ରାଂଶ ମଧ୍ୟ ରଖାଯାଇଛି। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ଜରୁରୀ ହୋଇଥିବାରୁ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହେଉଛି। ଏନେଇ ଗତ ମଙ୍ଗଳବାର ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ରମାକାନ୍ତ ନାୟକ ଓ ପଦ୍ମିନୀ କୁମାର ବେହେରା ପ୍ରମୁଖ ନିରାକାରପୁର ରେଳ ଫାଟକ ଅଞ୍ଚଳରେ ପହଞ୍ଚି ସ୍ଥିତି ତଦାରଖ କରି ଫେରିଛନ୍ତି।
ସୂଚନାଥାଉ କି, ନୂଆ ଜଗନ୍ନାଥ ସଡ଼କରେ ରେଳ ବିଭାଗର ୨୧୯ନମ୍ବର ରେଳ ଫାଟକ ରହିଛି। ଏହି ଫାଟକଟି ଦୈନିକ ଟ୍ରେନ୍‌ ଯାତାୟାତ ଯୋଗୁ ପ୍ରତି ୧୫/୨୦ ମିନିଟ୍‌ରେ ଥରେ ପଡୁଥିବାରୁ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେବେଳେ ଉଭୟ ପାର୍ଶ୍ୱରୁ ଲଗାତର ଟ୍ରେନ ଆସିବା ଯୋଗୁ ପ୍ରାୟ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ଏପରିକି ଆମ୍ବୁଲାନ୍ସ ଓ ଦମକଳବାହିନୀ ଗାଡିଗୁଡିକ ମଧ୍ୟ ଏହି ଗହଳିରେ ଅନେକ ସମୟରେ ଫସି ରହୁଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ପକ୍ଷରୁ ଉକ୍ତ ସ୍ଥାନରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ବହୁବାର ଦାବି ହୋଇଆସୁଥିଲା। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇ ପୂର୍ତ୍ତ ବିଭାଗ ଓ ରେଳ ବିଭାଗର ଅଧିକାରୀମାନେ ଏହି ସ୍ଥାନକୁ ଆସି ନକ୍ସା ଦେଖିଥିଲେ। ଏଥିସହିତ ସୀମା ନିର୍ଦ୍ଧାରଣ ପାଇଁ ଦାଗ ଦିଆସରିଛି ଏବଂ ବିଭିନ୍ନ ପରୀକ୍ଷା ନିରୀକ୍ଷା ସହିତ ଏହାର ଆପ୍ରୋଚ ରୋଡ ତିଆରି ପାଇଁ କିଛି ମୋରମ ମଧ୍ୟ ରଖାଗଲା। ହେଲେ ଏ ପର୍ଯ୍ୟନ୍ତ ଓଭରବ୍ରିଜ୍‌ ନିର୍ମାଣ ହୋଇପାରୁନାହିଁ। ପରେ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଦେହୁରୀ ଓ ଅନ୍ୟ ଅଧିକାରୀମାନେ ଉକ୍ତ ରେଳଫାଟକ ନିକଟରେ ପହଞ୍ଚତ୍ ସ୍ଥିତି ପରଖିଛନ୍ତି। ଏ ସମ୍ପର୍କରେ ଟାଙ୍ଗୀ ଅତିରିକ୍ତ ତହସିଲଦାର କହିଛନ୍ତି, ନକ୍ସା ଅନୁସାରେ ରେଳ ବିଭାଗ ଆପ୍ରୋଚ ରାସ୍ତା କରୁଥିଲା, ହେଲେ ଉକ୍ତ ସ୍ଥାନରେ ରାସ୍ତା ପାଇଁ ଏନଓସି ମିଳି ନ ଥିଲା। ତେଣୁ ଉପର ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଉକ୍ତ ସ୍ଥାନକୁ ଯାଇ କୌଣସି ବେସରକାରୀ ଲୋକଙ୍କ ଜମି ଥିବା ନେଇ ଅଭିଯୋଗ ଥିବାରୁ ସେନେଇ ତଦନ୍ତ କରାଯାଇଛି। ଏହି ରିପୋର୍ଟ ଗଲା ପରେ ସେହି ଅନୁଯାୟୀ କାର୍ଯ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଆପ୍ରୋଚ ରାସ୍ତା ପାଇଁ ଏନ୍‌ଓସି ମିଳି ନ ଥିଲା, ତେବେ ରେଳ ବିଭାଗ ଖାଲି ନକ୍ସାକୁ ଧରି କିଭଳି ରାସ୍ତା କରୁଥିଲା ବୋଲି ବୃଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଶାଢ଼ି ସେଣ୍ଟର ନାଁରେ ବଲାଙ୍ଗୀରରୁ ଗଞ୍ଜେଇ ଚାଲାଣ, ଆମାଜନ୍ ନାଁରେ ପାର୍ସଲ କରି ବିକୁଥିଲେ

ବଲାଙ୍ଗୀର,୨ା୯(ସୁନିଲ କୁମାର ମହାନ୍ତି): ସମ୍ବଲପୁରୀ ଶାଢ଼ି ସେଣ୍ଟର ନାଁରେ କୋରିଅରରେ ଚାଲିଥିଲା ଗଞ୍ଜେଇ ଚାଲାଣ । ମାଡ଼ିବସିଲା ବଲାଙ୍ଗୀର ପୋଲିସ । ଅନଲାଇନରେ ଦିଲ୍ଲୀ, ଗଜିଆବାଦ ପରି…

ପୋଡ଼ମପେଟା ସମୁଦ୍ର ବେଳାଭୂମିରେ ରହସ୍ୟମୟ ଦଧିନଉତି, ସ୍ଥାନୀୟ ଲୋକେ କହୁଛନ୍ତି….

ଗଞ୍ଜାମ,୨।୯ (ବିଦ୍ୟାଧର ସାହୁ ): ସମୁଦ୍ର ବେଳାଭୂମିରେ ଦେଖାଯାଉଛି ଏକ ମନ୍ଦିରର ଦଧିନଉତି । ଗଞ୍ଜାମ ଜିଲା ଗଞ୍ଜାମ ବ୍ଲକ ଅନ୍ତର୍ଗତ ପୁରୁଣା ପୋଡ଼ମପେଟା ସମୁଦ୍ର ବେଳାଭୂମିରେ…

ମୋବାଇଲ୍ ଟାୱାର ଚଢ଼ି ଆତ୍ମହତ୍ୟା ଧମକ ଦେଲେ ଯୁବକ, ପ୍ରେମିକାକୁ ଭାଇମାନେ….

ଦେବଗଡ,୨।୯(ଶଶାଙ୍କ ଶେଖର ଝାଙ୍କର): ମୋବାଇଲ ଟାୱାର ଉପରେ ଚଢି ଯୁବକଙ୍କ ଆତ୍ମହତ୍ୟା ଧମକ । ବାରକୋଟ ଥାନା ଝୁମ୍ପୁରା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି ।…

ସନତ ପାଢ଼ୀ ହେଲେ ବରଗଡ଼ DIPRO, ଦାୟିତ୍ଵ ନେଇ ସହଯୋଗ…

ବରଗଡ଼,୨।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ର ନୂତନ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ(ଡିଆଇପିଆରଓ)ଭାବେ ଦାୟିତ୍ବ ଗ୍ରହଣ କଲେ ସନତ ପାଢୀ । ସେ ପଦ୍ମପୁର ଉପଖଣ୍ଡ ସୂଚନା ଓ…

ଗୁରୁବାର BCCIର ବଡ଼ ବୈଠକ, ରୋହିତ ଶର୍ମାଙ୍କ ଭବିଷ୍ୟତ ଉପରେ ହେବ….

ନୂଆଦିଲ୍ଲୀ,୨।୯: ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ଗୁରୁବାର ୩ ସେପ୍ଟେମ୍ବରରେ ମୁମ୍ବାଇ ସ୍ଥିତ ଅଫିସ୍‌ରେ ଏକ ହାଇ-ଲେଭଲ୍ ମିଟିଂ କରିବ। ଏହି ବୈଠକରେ ବୋର୍ଡର ସମସ୍ତ…

ପୌରପରିଷଦ ନିର୍ବାଚନ ପୂର୍ବରୁ ଛତ୍ରପୁର ରାଜନୀତି ସରଗରମ: ବିଜେଡି ଛାଡ଼ି…

ଛତ୍ରପୁର,୨ା୯(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦର ଉପାଧ୍ୟକ୍ଷଙ୍କ ସମେତ ୧୦ ଜଣ କାଉନସିଲର ବୁଧବାର ବିଜେଡି ଛାଡି ଭାଜପାରେ ସାମିଲ ହେବେ। ଏଥିପାଇଁ ସେମାନେ ଛତ୍ରପୁର…

ସ୍କୁଲରେ ୩୦ ଛାତ୍ରଙ୍କୁ ମାଡ଼ ଘଟଣା: ସ୍ଥିତି ପରଖିଲେ ଶିଶୁ ସୁରକ୍ଷା ଆୟୋଗ ଅଧ୍ୟକ୍ଷା

ରାୟଗଡ଼ା,୨ା୯(ଦୀପକ କୁମାର ପରିଡ଼ା): କୋଲନରା ବ୍ଲକ ଅନ୍ତର୍ଗତ ରିଭଲକଣା ସରକାରୀ ଏସ୍‌ଏସ୍‌ଡି ହାଇସ୍କୁଲ ହଷ୍ଟେଲରେ ଜଣେ ଦଶମ ଶ୍ରେଣୀ ଛାତ୍ର ଅନ୍ୟ ପ୍ରାୟ ୩୦ ଜଣ ସହପାଠୀଙ୍କୁ…

ପ୍ରକାଶ ପାଇଲା OTET-୨୦୨୬ ରେଜଲ୍ଟ: ପାସ୍ ହାର ୬୪.୪୮%

କଟକ,୨।୯: ମାଧ୍ୟମିକ ଶିକ୍ଷା ପରିଷଦ (BSE), ଓଡ଼ିଶା ଦ୍ୱାରା ପରିଚାଳିତ ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା (OTET)-୨୦୨୬ର ଫଳାଫଳ ବୁଧବାର ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି। ଚଳିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri