ଓଭରବ୍ରିଜ୍‌ ନିର୍ମାଣ ବିଳମ୍ବ ନେଇ ଅସନ୍ତୋଷ

ନିରାକାରପୁର,୧୬।୯(ଡି.ଏନ୍‌.ଏ.): ଖୋର୍ଦ୍ଧା ଜିଲା ନିରାକାରପୁର ପଞ୍ଚାୟତ ନୂଆ ଜଗନ୍ନାଥ ସଡ଼କ ଉପରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇଛି। ଏଥିପାଇଁ ପୂର୍ତ୍ତ ବିଭାଗ ଓ ରେଲଓ୍ବେ ଅଧିକାରୀ ସ୍ଥିତି ଦେଖିବା ସହ ନକ୍ସା ପ୍ରସ୍ତୁତ କରିସାରିଲେଣି। ଏପରିକି ସେଠାରେ ମୋରମ ଓ ଯନ୍ତ୍ରାଂଶ ମଧ୍ୟ ରଖାଯାଇଛି। ଦୀର୍ଘଦିନ ବିତିଯାଇଥିଲେ ମଧ୍ୟ ନିର୍ମାଣ କାର୍ଯ୍ୟ ଆରମ୍ଭ ହେଉ ନ ଥିବାରୁ ସ୍ଥାନୀୟ ଲୋକେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହି ରାସ୍ତା ସ୍ଥାନୀୟ ଲୋକଙ୍କ ପାଇଁ ଜରୁରୀ ହୋଇଥିବାରୁ ଶୀଘ୍ର କାର୍ଯ୍ୟ ଆରମ୍ଭ କରିବାକୁ ଦାବି ହେଉଛି। ଏନେଇ ଗତ ମଙ୍ଗଳବାର ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ କୁମାର ଦେହୁରୀ, ସ୍ଥାନୀୟ ରାଜସ୍ବ ନିରୀକ୍ଷକ ରମାକାନ୍ତ ନାୟକ ଓ ପଦ୍ମିନୀ କୁମାର ବେହେରା ପ୍ରମୁଖ ନିରାକାରପୁର ରେଳ ଫାଟକ ଅଞ୍ଚଳରେ ପହଞ୍ଚି ସ୍ଥିତି ତଦାରଖ କରି ଫେରିଛନ୍ତି।
ସୂଚନାଥାଉ କି, ନୂଆ ଜଗନ୍ନାଥ ସଡ଼କରେ ରେଳ ବିଭାଗର ୨୧୯ନମ୍ବର ରେଳ ଫାଟକ ରହିଛି। ଏହି ଫାଟକଟି ଦୈନିକ ଟ୍ରେନ୍‌ ଯାତାୟାତ ଯୋଗୁ ପ୍ରତି ୧୫/୨୦ ମିନିଟ୍‌ରେ ଥରେ ପଡୁଥିବାରୁ ଏହି ରାସ୍ତା ଦେଇ ଯିବାଆସିବା କରୁଥିବା ଜନସାଧାରଣ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବେଳେବେଳେ ଉଭୟ ପାର୍ଶ୍ୱରୁ ଲଗାତର ଟ୍ରେନ ଆସିବା ଯୋଗୁ ପ୍ରାୟ ଅଧଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡିଥାଏ। ଏପରିକି ଆମ୍ବୁଲାନ୍ସ ଓ ଦମକଳବାହିନୀ ଗାଡିଗୁଡିକ ମଧ୍ୟ ଏହି ଗହଳିରେ ଅନେକ ସମୟରେ ଫସି ରହୁଥିବା ଦେଖିବାକୁ ମିଳିଛି। ଏ ନେଇ ସ୍ଥାନୀୟ ଅଞ୍ଚଳବାସୀ ପକ୍ଷରୁ ଉକ୍ତ ସ୍ଥାନରେ ଏକ ଓଭରବ୍ରିଜ ନିର୍ମାଣ ପାଇଁ ବହୁବାର ଦାବି ହୋଇଆସୁଥିଲା। ଏହି ଅଭିଯୋଗକୁ ଦୃଷ୍ଟିରେ ରଖି ଏଠାରେ ଓଭରବ୍ରିଜ ନିର୍ମାଣ ପାଇଁ ନିଷ୍ପତ୍ତି ହୋଇ ପୂର୍ତ୍ତ ବିଭାଗ ଓ ରେଳ ବିଭାଗର ଅଧିକାରୀମାନେ ଏହି ସ୍ଥାନକୁ ଆସି ନକ୍ସା ଦେଖିଥିଲେ। ଏଥିସହିତ ସୀମା ନିର୍ଦ୍ଧାରଣ ପାଇଁ ଦାଗ ଦିଆସରିଛି ଏବଂ ବିଭିନ୍ନ ପରୀକ୍ଷା ନିରୀକ୍ଷା ସହିତ ଏହାର ଆପ୍ରୋଚ ରୋଡ ତିଆରି ପାଇଁ କିଛି ମୋରମ ମଧ୍ୟ ରଖାଗଲା। ହେଲେ ଏ ପର୍ଯ୍ୟନ୍ତ ଓଭରବ୍ରିଜ୍‌ ନିର୍ମାଣ ହୋଇପାରୁନାହିଁ। ପରେ ଟାଙ୍ଗୀ ଅତିରିକ୍ତ ତହସିଲଦାର ଶରତ ଦେହୁରୀ ଓ ଅନ୍ୟ ଅଧିକାରୀମାନେ ଉକ୍ତ ରେଳଫାଟକ ନିକଟରେ ପହଞ୍ଚତ୍ ସ୍ଥିତି ପରଖିଛନ୍ତି। ଏ ସମ୍ପର୍କରେ ଟାଙ୍ଗୀ ଅତିରିକ୍ତ ତହସିଲଦାର କହିଛନ୍ତି, ନକ୍ସା ଅନୁସାରେ ରେଳ ବିଭାଗ ଆପ୍ରୋଚ ରାସ୍ତା କରୁଥିଲା, ହେଲେ ଉକ୍ତ ସ୍ଥାନରେ ରାସ୍ତା ପାଇଁ ଏନଓସି ମିଳି ନ ଥିଲା। ତେଣୁ ଉପର ଅଧିକାରୀଙ୍କ ପକ୍ଷରୁ ନିର୍ଦ୍ଦେଶ ଆସିବା ପରେ ଉକ୍ତ ସ୍ଥାନକୁ ଯାଇ କୌଣସି ବେସରକାରୀ ଲୋକଙ୍କ ଜମି ଥିବା ନେଇ ଅଭିଯୋଗ ଥିବାରୁ ସେନେଇ ତଦନ୍ତ କରାଯାଇଛି। ଏହି ରିପୋର୍ଟ ଗଲା ପରେ ସେହି ଅନୁଯାୟୀ କାର୍ଯ୍ୟ ହେବ ବୋଲି ସେ ସୂଚନା ଦେଇଛନ୍ତି। ଯଦି ଆପ୍ରୋଚ ରାସ୍ତା ପାଇଁ ଏନ୍‌ଓସି ମିଳି ନ ଥିଲା, ତେବେ ରେଳ ବିଭାଗ ଖାଲି ନକ୍ସାକୁ ଧରି କିଭଳି ରାସ୍ତା କରୁଥିଲା ବୋଲି ବୃଦ୍ଧିଜୀବୀ ମହଲରେ ପ୍ରଶ୍ନବାଚୀ ସୃଷ୍ଟି କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?