୩୧ ମଣ୍ଡପରେ ପୂଜାପାଇବେ ଗଜଲକ୍ଷ୍ମୀ

ଖୋର୍ଦ୍ଧା ଅଫିସ,୧୬ା୯: ଦୁଇ ବର୍ଷ ପରେ ବିନା କଟକଣାରେ ହେବ ଗଜଲକ୍ଷ୍ମୀ ପୂଜା। ଓଡ଼ିଶାର ଢେଙ୍କାନାଳ ପରେ ଖୋର୍ଦ୍ଧା ସହରରେ ଆଡ଼ମ୍ବରରେ ପାଳିତ ହୋଇଥାଏ ଗଜଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା। ଏଥିଲାଗି ସମସ୍ତ ପୂଜା କମିଟି ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ଶାନ୍ତିଶୃଙ୍ଖଳାର ସହ ଗଜଲକ୍ଷ୍ମୀ ପୂଜା ଆୟୋଜନ ହେବ ସେନେଇ ଖୋର୍ଦ୍ଧା ବ୍ୟବସାୟୀ ମହାସଂଘ ଆନୁକୂଲ୍ୟରେ ସ୍ଥାନୀୟ ପୂର୍ତ୍ତବଙ୍ଗଳାଠାରେ ଗୁରୁବାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବେଗୁନିଆ ବିଧାୟକ ତଥା ବ୍ୟବସାୟୀ ମହାସଂଘ ସଭାପତି ରାଜେନ୍ଦ୍ର ସାହୁ ଏଥିରେ ଅଧ୍ୟକ୍ଷତା କରି ବ୍ୟବସ୍ଥିତ ଢଙ୍ଗରେ ପୂଜା ଆୟୋଜନ ନେଇ ଗୁରୁତ୍ୱାରୋପ କରିଥିଲେ। ଚଳିତବର୍ଷ ୩୧ଟି ପୂଜା ମଣ୍ଡପରେ ମା’ଗଜଲକ୍ଷ୍ମୀଙ୍କ ପୂଜା ଆୟୋଜନ ହେବ। ଏଥର ଆକର୍ଷଣୀୟ ସାଜସଜ୍ଜା, ତୋରଣ, ଲାଇଟଗେଟ, ଆଲୋକମାଳାରେ ଝଲସିବ ଖୋର୍ଦ୍ଧା ସହର। ଗତ ୨୦୦୫ରୁ ମିଳିତ ଗଜଲକ୍ଷ୍ମୀ ଭସାଣି ଉତ୍ସବ ଆୟୋଜିତ ହୋଇ ଆସୁଛି। ଚଳିତବର୍ଷ ୧୮ତମ ସାମୁହିକ ଭସାଣି ଉତ୍ସବ କରାଯିବ। ଭସାଣି ଉତ୍ସବକୁ ଅଧିକ ଆକର୍ଷିତ କରାଯିବା ନେଇ ସ୍ଥିର ହୋଇଛି।
ନଭେମ୍ବର ୯ରୁ ୧୫ ପର୍ଯ୍ୟନ୍ତ ସପ୍ତାହ ବ୍ୟାପୀ ପୂଜାମଣ୍ଡପରେ ପୂଜା ପାଇବେ ଧନଲକ୍ଷ୍ମୀ। ୧୬ତାରିଖ ଅପରାହ୍ନ ୨ଟାରୁ ପୂଜା କମିଟି ପ୍ରତିମୂର୍ତ୍ତି ଧରି ପଟୁଆରରେ ଅପରାହ୍ନ ୫ଟା ସୁଦ୍ଧା ବିଜେବି ହାଇସ୍କୁଲ ପଡିଆରେ ପହଞ୍ଚିବେ। ସେଠାରୁ ଏକାଠି ହୋଇ ଟ୍ରାଫିକ ଛକ, ପୁରୁଣା ବସଷ୍ଟାଣ୍ଡ, ସମବାୟ ଛକ, ନୂଆବସଷ୍ଟାଣ୍ଡ, ଟିଏଲସି ଦେଇ ପୌର ପ୍ରଶାସନ ପକ୍ଷରୁ ଆୟୋଜନ କରାଯାଇଥିବା ଅସ୍ଥାୟୀ ପୋଖରୀ ଏବଂ ଟିଏଲସି ଖଣି ପୋଖରୀରେ ବିସର୍ଜନ କରାଯିବ। ସମସ୍ତ ପୂଜା କମିଟି ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ। ବ୍ୟବସାୟୀ ସଂଘ ଏବଂ ଜିଲା ପ୍ରଶାସନ ପକ୍ଷରୁ ମିଳିତ ଆନୁକୂଲ୍ୟରେ ଶୃଙ୍ଖଳିତ ପୂଜାମଣ୍ଡପ, ସାଜସଜ୍ଜା ଏବଂ ସୁନ୍ଦର ପ୍ରତିମୂର୍ତ୍ତିକୁ ପୁରସ୍କୃତ କରାଯିବ। ଏଥିସହିତ ସମସ୍ତ ପୂଜା କମିଟି ସଭାପତି ଓ ସମ୍ପାଦକଙ୍କୁ ମଧ୍ୟ ସମ୍ବର୍ଦ୍ଧିତ କରାଯିବା ଲାଗି ନିଷ୍ପତ୍ତି ନିଆଯାଇଛି। ପୂଜା ଆୟୋଜନ ପୂର୍ବରୁ ସଡକ, ଡ୍ରେନ, ପରିମଳ, ସର୍ବସାଧାରଣ ଶୌଚାଳୟ ପରି ଭତ୍ତିଭୂମି ସହ ଖାଦ୍ୟ ନିରାପତ୍ତା ଉପରେ ମଧ୍ୟ ଆଲୋଚନା କରାଯାଇଥିଲା। ସହରରେ ଏକାଧିକ ଡ୍ରେନ ମୁକୁଳା ପଡିଥିବା ବେଳେ ଅନେକ ସ୍ଥାନରେ ରାସ୍ତା ନିର୍ମାଣ ପାଇଁ ଖୋଳାଯାଇଛି। ପୂଜା ଆୟୋଜନ ସମୟରେ ଯେପରି କୌଣସି ଅସୁବିଧା ନ ହୁଏ, ତାହାକୁ ନଜରରେ ରଖି ରାସ୍ତା ମରାମତି, ଷ୍ଟ୍ରିଟ ଲାଇଟ ମରାମତି, ଅନାବଶ୍ୟକ ଗଛକଟା ଯିବା ଲାଗି ପୌର ପ୍ରଶାସନକୁ ଅନୁରୋଧ କରାଯିବ। ପୌର ପ୍ରଶାସନ ପକ୍ଷରୁ ସ୍ଥିର କରାଯାଇଥିବା ଅସ୍ଥାୟୀ ପୋଖରୀରେ ମୂର୍ତ୍ତି ବିସର୍ଜନ କରାଯିବ। ପୂଜା ମଣ୍ଡପରେ ଯେପରି କୌଣସି ଅଘଟଣ ନଘଟିବ, ସେଥିପ୍ରତି ଗୁରୁତ୍ୱ ଦିଆଯିବ। ଚଳିତବର୍ଷ ପୂଜାମଣ୍ଡପରେ ଶତାଧିକ ଶ୍ରଦ୍ଧାଳୁଙ୍କ ଭିଡ ଜମିବା ସମ୍ଭାବନା ରହିଛି। ଏହାକୁ ଦୃଷ୍ଟିରେ ରଖି ସମସ୍ତ ପୂଜା ମଣ୍ଡପ ଶ୍ରଦ୍ଧାଳୁଙ୍କ ଶୃଙ୍ଖଳିତ ଦର୍ଶନ, ଭିଡ ନିୟନ୍ତ୍ରଣ ଉପରେ ଗୁରୁତ୍ୱ ଦେବେ। ଯେପରି କୌଣସି ବିଶୃଙ୍ଖଳା ନ ହେବ ସେଥିପ୍ରତି ସମସ୍ତଙ୍କ ଉତ୍ତରଦାୟିତ୍ୱ ରହିଛି ବୋଲି ବିଧାୟକ ସାହୁ ପରାମର୍ଶ ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ମଦନ ମୋହନ ରାମ ଓ କମିଟି ସମ୍ପାଦକ ଜୟନ୍ତ ରାୟ ପ୍ରମୁଖ ମଞ୍ଚାସୀନ ଥିଲେ। ୩୧ଟି ଗଜଲକ୍ଷ୍ମୀ ପୂଜା କମିଟିର ସଭାପତି, ସମ୍ପାଦକ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?