ସଡ଼କ ସୂଚନା ବ୍ୟବସ୍ଥାକୁ ଆର୍‌ଡିର ଅବହେଳା

ଯାଜପୁର ଅଫିସ,୨୧ା୯: ଜନଜୀବନର ସୁରକ୍ଷା ଏବଂ ନିରାପଦ ଯାତାୟାତ ପାଇଁ ସାରା ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନରେ ରାସ୍ତା ଓ ବ୍ରିଜ ନିର୍ମାଣ ହେଉଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ରାସ୍ତା ନିର୍ମାଣ ସମୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଜାତୀୟ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଛକ ସ୍ଥାନରେ ସଡ଼କ ସୁରକ୍ଷା ଏବଂ ଉପଯୁକ୍ତ ସଡ଼କ ସୂଚନା ବ୍ୟବସ୍ଥା ବା ରୋଡ ଇନଫର୍ମେଶନ ସିଷ୍ଟମ (ଆର୍‌ଇଏସ୍‌) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରାୟ ୨ ବର୍ଷ ମଧ୍ୟରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ୫ରୁ ଊର୍ଦ୍ଧ୍ୱ ଥର ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ହୋଇଆସିଛି। ଏପରିକି ଏଥିରେ ଅବହେଳା କରିଥିବା ୪୮ ଜଣ ନିର୍ବାହୀ ଯନ୍ତ୍ରୀଙ୍କୁ ଗତ ଅକ୍ଟୋବର ୨୦୨୧ରେ କାରଣ ଦର୍ଶାଅ ନୋଟିସ ହୋଇଥିଲା। କିନ୍ତୁ ରାସ୍ତା ଓ ବ୍ରିଜ ନିର୍ମାଣ କାର୍ଯ୍ୟରେ ବିପୁଳ ଅର୍ଥ ବେଆଇନ ଭାବେ ରୋଜଗାର ହେଉଥିବାରୁ ଲୋକେ ଦୁର୍ଘଟଣାରେ ମଲେ ଯାଏ ଆସେ କେତେ ନୀତିରେ ଏହି ନିଷ୍ପତ୍ତିକୁ ଅଣଦେଖା କରାଯାଉଥିବା ମନେହେଉଛି। ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର(ପ୍ଲାନ ରୋଡ) ୧୭ା୯ା୨୦୨୨ରେ ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପୁଣି ମନେପକାଇ ୨୫ା୯ା୨୦୨୨ ସୁଦ୍ଧା ସୂଚନା ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସଡ଼କ ସୁରକ୍ଷାରେ ସୁପ୍ରିମକୋର୍ଟ କମିଟି ୫୦ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆରଡି ବିଭାଗ ଅଧିକାରୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗ୍ରାମ୍ୟ ରାସ୍ତାଗୁଡିକର ଛକ ଓ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରି ସାଇନ ବୋର୍ଡ ଲଗାଇବା, ରେଜ ପେଭମେଣ୍ଟ ମାର୍କର(ଆରପିଏମ୍‌), ରୋଡ ମାର୍କିଂ, ଷ୍ଟ୍ରିଟ ଲାଇଟ, ପ୍ରପର ସାଇଟ ଡିସ୍‌ଟେନ୍ସ, ରମ୍ବଲ ଷ୍ଟ୍ରିପ୍ସ, ଷ୍ଟପ ସାଇନବୋର୍ଡ ପ୍ରଭୃତି ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ବିଭାଗୀୟ ନିର୍ଦ୍ଦେଶ ଆସିଥିଲେ ହେଁ ଏହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ଚଳିତ ନିର୍ଦ୍ଦେଶକୁ ଅତି ଗୁରୁତର ଭାବେ ଗ୍ରହଣ କରିବାକୁ ପତ୍ରରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଭାରତରେ ବାର୍ଷିକ ପ୍ରାୟ ୧.୫୦ ଲକ୍ଷ ଲୋକଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। କ୍ରାଇମବ୍ରାଞ୍ଚ ଓ ସିଆଇଡି ରିପୋର୍ଟ ଅନୁସାରେ ଓଡ଼ିଶା ଦୁର୍ଘଟଣାଜନିତ ମୃତ୍ୟୁରେ ୧୨ନଂ. ସ୍ଥାନରେ ରହିଛି। ଜାତୀୟ ଓ ରାଜ୍ୟ ରାଜପଥ ବ୍ୟତୀତ ଗ୍ରାମ୍ୟ ରାସ୍ତାଗୁଡିକର ଛକ ସ୍ଥାନ ଏବଂ ବୁଲାଣି ସ୍ଥାନରେ ମଧ୍ୟ ଦୁର୍ଘଟଣା ଘଟୁଛି। ତେଣୁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଗତ ୩୧ା୩ା୨୦୨୧, ୬ା୪ା୨୦୨୧, ୧୯ା୮ା୨୦୨୧, ୮ା୧୨ା୨୦୨୧, ୩ା୩ା୨୦୨୨ରେ ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଦୁର୍ଘଟଣାପ୍ରବଣ ସ୍ଥାନରେ ଉପରୋକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସୂଚନା ଫଳକ ଆଦି ଲଗାଇବାକୁ କିଲୋମିଟର ପିଛା ୧୦ ହଜାର ଟଙ୍କା ମଧ୍ୟ ମଞ୍ଜୁର ହୋଇ ପ୍ରଦାନ କରାଯାଇଥିଲା। ୨୦୨୧ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ୨୧ା୯ା୨୦୨୧ରେ ଆରଡି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କାର୍ଯ୍ୟର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ କର୍ତ୍ତବ୍ୟରେ ଏଭଳି ଅବହେଳା ଯୋଗୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେନେଇ ୫ା୧୦ା୨୦୨୧ରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। କିନ୍ତୁ ଏହି ସମ୍ବେଦନଶୀଳ ବିଷୟକୁ ଅଣଦେଖା କରୁଥିବା ବିଭାଗୀୟ ଅଧିକାରୀଙ୍କ ନାମରେ ଏଭଳି ଶସ୍ତା କାର୍ଯ୍ୟାନୁଷ୍ଠାନର କୌଣସି ଫରକ ପଡିଲା ନାହିଁ, ଯାହାକି ଚିଫ୍‌ ଇଞ୍ଜିନିୟରଙ୍କ ୧୭ା୯ା୨୦୨୨ ପତ୍ରରୁ ଜଳଜଳ ହୋଇ ଦିଶୁଛି। ପୂର୍ବରୁ ୭ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୃଷ୍ଟି ହେଲା ଆଉ ଏକ ଲଘୁଚାପ, ପ୍ରବଳ ବର୍ଷିବ

ଭୁବନେଶ୍ୱର, ୨୬ା୭(ଅନୁରାଧା ମହାରଣା) – ଲଘୁଚାପ ପ୍ରଭାବରେ ଓଡ଼ିଶାରେ ତୁହାକୁ ତୁହା ବର୍ଷା ଲାଗିରହିଥିବାବେଳେ ପ୍ରାୟ ସବୁ ଜିଲାରେ ସ୍ଥିତି ବିଗିଡ଼ିବାରେ ଲାଗିଛି। ବର୍ଷା ଯୋଗୁ...

ମମତାଙ୍କୁ ଚିଠି ଲେଖିବା ନେଇ ନବୀନଙ୍କୁ ଟାର୍ଗେଟ କଲା ଭାଜପା

ଭୁବନେଶ୍ୱର, ୨୬।୭(ସୁନିତ୍‌ ମିଶ୍ର): ନିଜ ୨୪ ବର୍ଷ ଶାସନରେ ନବୀନ ପଟ୍ଟନାୟକଙ୍କ ନେତୃତ୍ୱାଧୀନ ବିଜେଡି ସରକାର ଓଡ଼ିଶାକୁ କୌଣସି କ୍ଷେତ୍ରରେ ଆତ୍ମନିର୍ଭରଶୀଳ ରାଜ୍ୟ ଭାବେ ଗଢ଼ି...

କୃଷି ବିଭାଗରେ ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୨୬।୭(ଶର୍ମିଷ୍ଠା ପାଣିଗ୍ରାହୀ): କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଏହାର ନିର୍ଦ୍ଦେଶାଳୟ ଏବଂ ବିଭାଗ ଅଧିନରେ ଥିବା ଅନ୍ୟ ଅଧସ୍ତନ କାର୍ଯ୍ୟାଳୟଗୁଡିକରେ ସମସ୍ତ ସରକାରୀ କାର୍ଯ୍ୟ...

ଅଗ୍ନିବୀର ଯୋଜନା ନେଇ ବଡ଼ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି

ଭୁବନେଶ୍ୱର,୨୬।୭: ଅଗ୍ନିବୀରଙ୍କୁ ପାଇଁ ବଡ଼ ଘୋଷଣା କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝି। ରାଜ୍ୟର ସବୁ ୟୁନିଫର୍ମ ସେବାରେ ସେମାନଙ୍କୁ ଗ୍ରହଣ କରାଯିବ ବୋଲି ଘୋଷଣା...

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ଆଳୁ ଦରକୁ ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ବୟାନ, ୨ ଦିନ ମଧ୍ୟରେ…

ଭୁବନେଶ୍ୱର,୨୬।୭: ଆଳୁ ଦର ସମୀକ୍ଷା ପରେ ଗଣମାଧ୍ୟମରେ ପ୍ରତିକ୍ରୟା ଦେଇଛନ୍ତି ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ୨ ଦିନ ମଧ୍ୟରେ ସମସ୍ୟାର ସମାଧାନ ହେବ କହଛନ୍ତି...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri