ସଡ଼କ ସୂଚନା ବ୍ୟବସ୍ଥାକୁ ଆର୍‌ଡିର ଅବହେଳା

ଯାଜପୁର ଅଫିସ,୨୧ା୯: ଜନଜୀବନର ସୁରକ୍ଷା ଏବଂ ନିରାପଦ ଯାତାୟାତ ପାଇଁ ସାରା ରାଜ୍ୟରେ ଗ୍ରାମ୍ୟ ଉନ୍ନୟନ(ଆର୍‌ଡି) ବିଭାଗ ଅଧୀନରେ ରାସ୍ତା ଓ ବ୍ରିଜ ନିର୍ମାଣ ହେଉଛି। ଏଥିପାଇଁ ରାଜ୍ୟ ସରକାର ବିପୁଳ ଅର୍ଥ ବ୍ୟୟ କରୁଛନ୍ତି। ରାସ୍ତା ନିର୍ମାଣ ସମୟରେ ଦୁର୍ଘଟଣାଜନିତ ମୃତ୍ୟୁସଂଖ୍ୟା ହ୍ରାସ କରିବାକୁ ସୁପ୍ରିମକୋର୍ଟ ସଡ଼କ ସୁରକ୍ଷା କମିଟି ବିହିତ ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ରାଜ୍ୟ ସରକାରଙ୍କ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଜାତୀୟ ଓ ରାଜ୍ୟ ରାଜପଥକୁ ସଂଯୋଗ କରୁଥିବା ଛକ ସ୍ଥାନରେ ସଡ଼କ ସୁରକ୍ଷା ଏବଂ ଉପଯୁକ୍ତ ସଡ଼କ ସୂଚନା ବ୍ୟବସ୍ଥା ବା ରୋଡ ଇନଫର୍ମେଶନ ସିଷ୍ଟମ (ଆର୍‌ଇଏସ୍‌) କାର୍ଯ୍ୟକାରୀ କରିବାକୁ ନିଷ୍ପତ୍ତି ହୋଇଥିଲା। ପ୍ରାୟ ୨ ବର୍ଷ ମଧ୍ୟରେ ଏହି ନିଷ୍ପତ୍ତିକୁ କାର୍ଯ୍ୟକାରୀ କରିବାକୁ ୫ରୁ ଊର୍ଦ୍ଧ୍ୱ ଥର ବିଭାଗୀୟ ଅଧୀକ୍ଷଣ ଯନ୍ତ୍ରୀ ଓ ନିର୍ବାହୀ ଯନ୍ତ୍ରୀମାନଙ୍କୁ ନିର୍ଦ୍ଦେଶ ହୋଇଆସିଛି। ଏପରିକି ଏଥିରେ ଅବହେଳା କରିଥିବା ୪୮ ଜଣ ନିର୍ବାହୀ ଯନ୍ତ୍ରୀଙ୍କୁ ଗତ ଅକ୍ଟୋବର ୨୦୨୧ରେ କାରଣ ଦର୍ଶାଅ ନୋଟିସ ହୋଇଥିଲା। କିନ୍ତୁ ରାସ୍ତା ଓ ବ୍ରିଜ ନିର୍ମାଣ କାର୍ଯ୍ୟରେ ବିପୁଳ ଅର୍ଥ ବେଆଇନ ଭାବେ ରୋଜଗାର ହେଉଥିବାରୁ ଲୋକେ ଦୁର୍ଘଟଣାରେ ମଲେ ଯାଏ ଆସେ କେତେ ନୀତିରେ ଏହି ନିଷ୍ପତ୍ତିକୁ ଅଣଦେଖା କରାଯାଉଥିବା ମନେହେଉଛି। ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର(ପ୍ଲାନ ରୋଡ) ୧୭ା୯ା୨୦୨୨ରେ ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କୁ ପୁଣି ମନେପକାଇ ୨୫ା୯ା୨୦୨୨ ସୁଦ୍ଧା ସୂଚନା ଦେବାକୁ ନିର୍ଦ୍ଦେଶ ଜାରି କରିଛନ୍ତି।
ଓଡ଼ିଶାରେ ଦୁର୍ଘଟଣାଜନିତ ମୃତ୍ୟୁହାର ବୃଦ୍ଧି ପାଇବାରେ ଲାଗିଛି। ଫଳରେ ସଡ଼କ ସୁରକ୍ଷାରେ ସୁପ୍ରିମକୋର୍ଟ କମିଟି ୫୦ ପ୍ରତିଶତ ଦୁର୍ଘଟଣାଜନିତ ମୃତ୍ୟୁ ହ୍ରାସ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି କ୍ରମରେ ଆରଡି ବିଭାଗ ଅଧିକାରୀମାନଙ୍କ ବହୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଗ୍ରାମ୍ୟ ରାସ୍ତାଗୁଡିକର ଛକ ଓ ଦୁର୍ଘଟଣା ପ୍ରବଣ ସ୍ଥାନ ଚିହ୍ନଟ କରି ସାଇନ ବୋର୍ଡ ଲଗାଇବା, ରେଜ ପେଭମେଣ୍ଟ ମାର୍କର(ଆରପିଏମ୍‌), ରୋଡ ମାର୍କିଂ, ଷ୍ଟ୍ରିଟ ଲାଇଟ, ପ୍ରପର ସାଇଟ ଡିସ୍‌ଟେନ୍ସ, ରମ୍ବଲ ଷ୍ଟ୍ରିପ୍ସ, ଷ୍ଟପ ସାଇନବୋର୍ଡ ପ୍ରଭୃତି ଉପରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦିଆଯାଇଛି। ପୂର୍ବରୁ ଏନେଇ ବିଭାଗୀୟ ନିର୍ଦ୍ଦେଶ ଆସିଥିଲେ ହେଁ ଏହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ନେଇ ଗ୍ରାମ୍ୟ ନିର୍ମାଣ ବିଭାଗର ଚିଫ୍‌ ଇଞ୍ଜିନିୟର ଉଦ୍‌ବେଗ ପ୍ରକାଶ କରିଛନ୍ତି। ତେଣୁ ଚଳିତ ନିର୍ଦ୍ଦେଶକୁ ଅତି ଗୁରୁତର ଭାବେ ଗ୍ରହଣ କରିବାକୁ ପତ୍ରରେ ଦର୍ଶାଯାଇଛି।
ସୂଚନାଯୋଗ୍ୟ, ଭାରତରେ ବାର୍ଷିକ ପ୍ରାୟ ୧.୫୦ ଲକ୍ଷ ଲୋକଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟୁଛି। କ୍ରାଇମବ୍ରାଞ୍ଚ ଓ ସିଆଇଡି ରିପୋର୍ଟ ଅନୁସାରେ ଓଡ଼ିଶା ଦୁର୍ଘଟଣାଜନିତ ମୃତ୍ୟୁରେ ୧୨ନଂ. ସ୍ଥାନରେ ରହିଛି। ଜାତୀୟ ଓ ରାଜ୍ୟ ରାଜପଥ ବ୍ୟତୀତ ଗ୍ରାମ୍ୟ ରାସ୍ତାଗୁଡିକର ଛକ ସ୍ଥାନ ଏବଂ ବୁଲାଣି ସ୍ଥାନରେ ମଧ୍ୟ ଦୁର୍ଘଟଣା ଘଟୁଛି। ତେଣୁ ଗ୍ରାମ୍ୟ ନିର୍ମାଣ ବିଭାଗ ପକ୍ଷରୁ ଗତ ୩୧ା୩ା୨୦୨୧, ୬ା୪ା୨୦୨୧, ୧୯ା୮ା୨୦୨୧, ୮ା୧୨ା୨୦୨୧, ୩ା୩ା୨୦୨୨ରେ ନିର୍ବାହୀ ଓ ଅଧୀକ୍ଷଣ ଯନ୍ତ୍ରୀମାନଙ୍କୁ ଦୁର୍ଘଟଣାପ୍ରବଣ ସ୍ଥାନରେ ଉପରୋକ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ନିର୍ଦ୍ଦେଶ ହୋଇଥିଲା। ସୂଚନା ଫଳକ ଆଦି ଲଗାଇବାକୁ କିଲୋମିଟର ପିଛା ୧୦ ହଜାର ଟଙ୍କା ମଧ୍ୟ ମଞ୍ଜୁର ହୋଇ ପ୍ରଦାନ କରାଯାଇଥିଲା। ୨୦୨୧ ସେପ୍ଟେମ୍ବର ୩୦ ତାରିଖ ସୁଦ୍ଧା ଏହି କାର୍ଯ୍ୟ ସମ୍ପନ୍ନ କରିବାକୁ ନିର୍ଦ୍ଦେଶ ହୋଇଥିଲା। ତେବେ ୨୧ା୯ା୨୦୨୧ରେ ଆରଡି ବିଭାଗର ଅତିରିକ୍ତ ମୁଖ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମୀକ୍ଷା ବୈଠକରେ କାର୍ଯ୍ୟର ଅଗ୍ରଗତି ନୈରାଶ୍ୟଜନକ ହୋଇଥିବାରୁ ଉଦ୍‌ବେଗ ପ୍ରକାଶ ପାଇଥିଲା। ତେଣୁ କର୍ତ୍ତବ୍ୟରେ ଏଭଳି ଅବହେଳା ଯୋଗୁ ସଂପୃକ୍ତ ନିର୍ବାହୀ ଯନ୍ତ୍ରୀ ଓ ଅଧୀକ୍ଷଣ ଯନ୍ତ୍ରୀଙ୍କ ନାମରେ କାହିଁକି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଯିବ, ସେନେଇ ୫ା୧୦ା୨୦୨୧ରେ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା। କିନ୍ତୁ ଏହି ସମ୍ବେଦନଶୀଳ ବିଷୟକୁ ଅଣଦେଖା କରୁଥିବା ବିଭାଗୀୟ ଅଧିକାରୀଙ୍କ ନାମରେ ଏଭଳି ଶସ୍ତା କାର୍ଯ୍ୟାନୁଷ୍ଠାନର କୌଣସି ଫରକ ପଡିଲା ନାହିଁ, ଯାହାକି ଚିଫ୍‌ ଇଞ୍ଜିନିୟରଙ୍କ ୧୭ା୯ା୨୦୨୨ ପତ୍ରରୁ ଜଳଜଳ ହୋଇ ଦିଶୁଛି। ପୂର୍ବରୁ ୭ ଦିନ ମଧ୍ୟରେ ଆବଶ୍ୟକ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ହୋଇଥିଲେ ହେଁ ତାହା ଏଯାଏ କାର୍ଯ୍ୟକାରୀ ହୋଇ ନ ଥିବା ଉକ୍ତ ପତ୍ରରେ ଉଲ୍ଲେଖ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ତୃତୀୟ ଟି୨୦ ଜିତିଲା ଭାରତ, ୨-୧ରେ ସିରିଜ୍‌ ଆଗୁଆ

ଇନ୍ଦୋର,୧୧ା୧୦: ଅଭିଷେକ ଶର୍ମାଙ୍କ ବିସ୍ଫୋରକ ଅର୍ଦ୍ଧଶତକ ପରେ ଅର୍ଶଦୀପ ସିଂଙ୍କ ଘାତକ ବୋଲିଂ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୧୪ ରନରେ…

ଚାଲିଥିଲା ବଡ଼ଧରଣର ଜୁଆ ଆଡ୍ଡା: ମାଡ଼ି ବସିଲା ପୋଲିସ, ୭୦ ଅଟକ

ପାରଳାଖେମୁଣ୍ଡି,୧୧।୧୦(ଗିରିଧାରୀ ପରିଚ୍ଛା): ଗଜପତି ଜିଲା ପାରଳାଖେମୁଣ୍ଡି ପୋଲିସକୁ ମିଳିଛି ଏକ ବଡ଼ ସଫଳତା। ଦେବୀତି ଗ୍ରାମରେ ଚାଲିଥିବା ଏକ ବଡ଼ଜୁଆ ଆଡ୍ଡା ଉପରେ ପୋଲିସ ଚଢ଼ାଉ କରି…

ବଡ଼ ଘୋଷଣା କଲେ ଟ୍ରମ୍ପ, ରୁଷିଆ-ୟୁକ୍ରେନ ମଧ୍ୟରେ ହେଲା….

ଓ୍ବାଶିଂଟନ,୧୧।୧୦: ରୁଷିଆ ଓ ୟୁକ୍ରେନ୍ ମଧ୍ୟରେ ଚାଲିଥିବା ଯୁଦ୍ଧକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରବିବାର ବଡ଼ ଘୋଷଣା କରିଛନ୍ତି । ଦୁଇ ଦେଶ ମଧ୍ୟରେ…

ଗଣ୍ଡ ସମାଜର ନୂଆଁଖାଇ ଭେଟ୍‌ଘାଟ୍‌, ଏକତା, ସଂଗଠନକୁ ସୁଦୃଢ଼ କରିବାକୁ ଆହ୍ବାନ

କୋକସରା,୧୧।୧୦ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ କୋକସରା ଧାନ ମଣ୍ଡି ପରିସରରେ କୋକସରା ବ୍ଲକ ଗଣ୍ଡ ସମାଜ ପକ୍ଷରୁ ନୂଆଁଖାଇ ଭେଟ୍‌ଘାଟ୍‌ କାର୍ଯ୍ୟକ୍ରମ…

ଜୁଆ ଆଡ୍ଡା ଉପରେ ପୋଲିସର ଚଢ଼ାଉ, ୮ ଗିରଫ

ଛତ୍ରପୁର,୧୧ା୧୦(ଦିଲ୍ଲୀପ ସାମଲ/ଦ୍ଵାରିକା ପଟ୍ଟନାୟକ ) : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଗଞ୍ଜାମ ପୋଲିସ ପକ୍ଷରୁ ଜୁଆ ଆଡ୍ଡାରେ ଚଢାଉ ଜାରି ରହିଛି । ଶନିବାର ବିଳମ୍ବିତ…

ଅଭିଷେକଙ୍କ ବିସ୍ଫୋରକ ବ୍ୟାଟିଂ, ଓ୍ବେଷ୍ଟଇଣ୍ଡିଜ୍‌ ଆଗରେ ୨୨୪ ରନ୍‌ର ଟାର୍ଗେଟ ରଖିଲା ଭାରତ

ଇନ୍ଦୋର,୧୧ା୧୦: ହୋଲ୍କର ଷ୍ଟାଡିୟମରେ ରବିବାର ଅନୁଷ୍ଠିତ ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ୍‌ ପରସ୍ପରକୁ ଭେଟିଛନ୍ତି। ଆମନ୍ତ୍ରଣ ପାଇ ପ୍ରଥମେ ବ୍ୟାଟିଂ କରିଥିବା ଭାରତ ଅଭିଷେକ ଶର୍ମାଙ୍କ ବିସ୍ଫୋରକ…

‘କୃଷି, ଏକତା ଅଘରିଆଙ୍କ ଶକ୍ତି’

ବଲାଙ୍ଗୀର,୧୧।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ୮୪ ଘର ଅଘରିଆ ସମାଜ ପକ୍ଷରୁ ରବିବାର ସ୍ଥାନୀୟ କୋଶଳ କଳା ମଣ୍ଡଳରେ ନୂଆଁଖାଇ ଭେଟ୍‌ଘାଟ୍‌ ଅନୁଷ୍ଠିତ ହୋଇଯାଇଛି। ଅଘରିଆ ସମାଜର…

କୋର୍ଟରେ ଜାମିନ ନାମଞ୍ଜୁର ଜେଲ ଗଲେ ଅଭିଯୁକ୍ତ, ଜାଣନ୍ତୁ କ’ଣ ଥିଲା ମାମଲା…

ଦିଗପହଣ୍ଡି,୧୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ପିଣ୍ଟୁ ସାହୁଙ୍କୁ ରବିବାର ଦିଗପହଣ୍ଡି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?