ବର୍ଷା କାରଣରୁ ବାତିଲ ହେଲା ପର୍ବତାରୋହଣ କାର୍ଯ୍ୟକ୍ରମ

କୋକସରା,୨୦।୯(ଡି.ଏନ.ଏ.): କଳାହାଣ୍ଡି ଜିଲାର ପର୍ଯ୍ୟଟନସ୍ଥଳୀ ଗୁଡହାଣ୍ଡି ଡୋକରୀଚଞ୍ଚରାରେ ୨୧ ତାରିଖ ବୁଧବାର ଦିନ ଏନ୍‌.ସି.ସି ପକ୍ଷରୁ ଅଲ୍‌ ଇଣ୍ଡିଆ ଟ୍ରାଇବଲ୍‌ ପର୍ବତାରୋହଣ ଶିବିର ଅନୁଷ୍ଠିତ ପାଇଁ କଳାହାଣ୍ଡି ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ଡିଗ୍ରୀ ମହାବିଦ୍ୟାଳୟ କୋକସରା ପକ୍ଷରୁ ଆୟୋଜନ କରାଯାଇଥିଲା। କାର୍ଯ୍ୟକ୍ରମରେ ଆନ୍ତର୍ଜାତିକ ପର୍ବତାରୋହୀ ଯୋଗବ୍ୟାସ ଭୋଇ ସମେତ ଡିଗ୍ରୀ ମାଧ୍ୟମିକ ମହାବିଦ୍ୟାଳୟ ଓ ଉଚ୍ଚ ବିଦ୍ୟାଳୟର ଏନ୍‌ସିସି ଛାତ୍ରଛାତ୍ରୀ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ତେବେ ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ ସୋମବାରଠାରୁ ଲଘୁଚାପ ଜନିତ ବର୍ଷା ଲାଗି ରହିଥିବା କାରଣରୁ ବୁଧବାର ଅନୁଷ୍ଠିତ ହେବାକୁ ଥିବା କାର୍ଯ୍ୟକ୍ରମକୁ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଘୁଞ୍ଚାଇ ଦିଆଯାଇଛି। ଏନେଇ ଆୟୋଜକ କୋକସରା ଡିଗ୍ରୀ ମହାବିଦ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିପଦସଙ୍କୁଳ ଅବସ୍ଥାରେ ଖଣ୍ଡିଆ ବନ୍ଧ ପୋଲ, ରାସ୍ତା

ଜେନାପୁର,୧୯ା୮(ଡି.ଏନ୍‌.ଏ.): ଧର୍ମଶାଳା ବ୍ଲକ ଅନ୍ତର୍ଗତ ଜେନାପୁର ରେଳବାଇ ଲେବୁଲ କ୍ରସିଂ ନିକଟସ୍ଥ ଖଣ୍ଡିଆ ବନ୍ଧ ପୋଲ ଓ ରାସ୍ତା ବିପଦସଙ୍କୁଳ ଅବସ୍ଥା ରହିଛି। ଏହି ପୁରାତନ...

ଆବାସ ଯୋଜନାରେ ନାମ ତାଲିକାଭୁକ୍ତ ପାଇଁ ଭିଡ଼

ବନ୍ତ,୧୪ା୨(ସ୍ବ.ପ୍ର./ଡି.ଏନ.ଏ.)-ବନ୍ତ ବ୍ଲକର ସମସ୍ତ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖ କାନ୍ଥରେ ଦୁଇଦିନ ତଳେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ତାଲିକାଭୁକ୍ତ ହୋଇଥିବା ହିତାଧିକାରୀମାନଙ୍କ ନାମ ପ୍ରକାଶ ପାଇଛି। ଏହି...

୨ ଦିନ ହେଲା ଗଞ୍ଜାମରେ ଟିକାକରଣ ବନ୍ଦ

ଛତ୍ରପୁର,୩୦।୬(ଡି.ଏନ୍‌.ଏ.): ଗଞ୍ଜାମ ଜିଲାରେ ମେଗା କରୋନା ଟିକାକାରଣ ଚାଲିଥିଲା। ତେବେ ଟିକା ଅଭାବ ଯୋଗୁ ଜିଲାରେ ଦୁଇ ଦିନ ଧରି ଟିକାକାରଣ ବନ୍ଦ ରହିଛି ।...

ବଡ଼ବିଲ ଥାନା ଅଞ୍ଚଳରୁ ମୋବାଇଲ ଚୋରି ଘଟଣା: ଅଭିଯୁକ୍ତ ଗିରଫ, ୩ ମୋବାଇଲ ଜବତ

ବଡ଼ବିଲ,୫।୬(ସ୍ବ.ପ୍ର.): କେନ୍ଦୁଝର ଜିଲା ବଡ଼ବିଲ ଥାନା ପୋଲିସ ବୁଧବାର ମୋବାଇଲ ଚୋରି ଘଟଣାରେ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୩ ଟି...

କେନ୍ଦୁଝରରେ କୁହୁଡ଼ିଆ ପରିବେଶ

କେନ୍ଦୁଝର, ୫।୯(ସ୍ବ.ପ୍ର.)-କେନ୍ଦୁଝର ସହରରେ ବୁଧବାର ସକାଳେ କୁହୁଡ଼ିଆ ପରିବେଶ ସମସ୍ତଙ୍କୁ ବିମୋହିତ କରିଛି। ଚଳିତ ବର୍ଷ ଶୀତ ଋତୁ ପୂର୍ବରୁ ଏଭଳି ପରିବେଶକୁ ନେଇ ପରିବେଶପ୍ରେମୀ...

ପୂର୍ବତନ ଏମ୍‌ପି ମୋରିସ କୁଜୁରଙ୍କ ପରଲୋକ

ସୁନ୍ଦରଗଡ଼,୧୨।୧(ଡି.ଏନ୍‌.ଏ.): ବରିଷ୍ଠ କଂଗ୍ରେସ ନେତା ତଥା ପୂର୍ବତନ ରାଜ୍ୟ ସଭା ଏମ୍‌ପି ମୋରିସ କୁଜୁରଙ୍କ ରବିବାର ସକାଳେ ପରଲୋକ ଘଟିଛି। ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ...

ବାତ୍ୟା ପରେ ବନ୍ୟା, ତଳିଆ ଅଞ୍ଚଳ ଲୋକେ ଆତଙ୍କିତ

ବାଲେଶ୍ୱର ଅଫିସ,୨୮ା୫: ବାତ୍ୟା ‘ୟାସ୍‌’ ପ୍ରଭାବରେ ଉପରମୁଣ୍ଡରେ ପ୍ରବଳ ବର୍ଷା ଲାଗି ରହିଥିବାରୁ ବାଲେଶ୍ବର ଦେଇ ପ୍ରବାହିତ ସୁବର୍ଣ୍ଣରେଖା ସମେତ ବୁଢ଼ାବଳଙ୍ଗ ଏବଂ ଜଳକା ନଦୀର...

କୋଇଲା ଖନନ ପାଇଁ ଗ୍ରାମ ଉଚ୍ଛେଦକୁ ବିରୋଧ: ହିଙ୍ଗୁଳା ଖଣି ଅଞ୍ଚଳରେ ତୀବ୍ର ଉତ୍ତେଜନା

ତାଳଚେର, ୨୯ା୧୦(ନି.ପ୍ର.)- ଅନୁଗୋଳ ଜିଲା ତାଳଚେରସ୍ଥିତ ଏମ୍‌ସିଏଲ୍‌ର ହିଙ୍ଗୁଳା କୋଇଲା ଖଣି ନିକଟରେ ଥିବା ଭାଲୁଗାଡିଆ ଗ୍ରାମକୁ ମଙ୍ଗଳବାର ଜବରଦସ୍ତ ଉଚ୍ଛେଦ ବେଳେ ତୀବ୍ର ଉତ୍ତେଜନା...

Advertisement
Archives

Model This Week