ଫାର୍ମାସୀ କଲେଜ ଛାତ୍ରଙ୍କ ଆତ୍ମହତ୍ୟା ଉଦ୍ୟମ

ସାରସକଣା,୨୦।୯(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଝାରପୋଖରିଆ ସୀମାନ୍ତରେ ଥିବା ଏକ ଫାର୍ମାସୀ କଲେଜର ଜଣେ ଛାତ୍ର ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ଏହି ଘଟଣା ସାରା ଅଞ୍ଚଳରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି।

ମିଳିଥିବା ସୂଚନା ମୁତାବକ, ଛାତ୍ର ଜଣକ ଏକ ମେସ୍‌ରେ ରହୁଥିଲେ। ସୋମବାର ରୁମ୍‌ରେ ସେ ଏକୁଟିଆ ଥିଲେ। ତାଙ୍କ ସହିତ ରହୁଥିବା ଅନ୍ୟ ଜଣେ ସହପାଠୀ ସନ୍ଧ୍ୟାରେ ରୁମକୁ ଆସିବା ବେଳେ ଭିତର ପଟୁ କବାଟ ବନ୍ଦ ଥିବା ଦେଖିବାକୁ ପାଇଥିଲେ। ସେ ବାରମ୍ବାର ଡାକିବା ସତ୍ତ୍ୱେ କବାଟ ନ ଖୋଲିବାରୁ ପଛପଟ ଝରକା ଖୋଲି ଦେଖିବା ବେଳକୁ ଛାତ୍ର ଜଣକ ଅଚେତ ଅବସ୍ଥାରେ ପଡିଥିଲେ। ଏନେଇ ଛାତ୍ରମାନେ ଝାରପୋଖରିଆ ପୋଲିସକୁ ଖବର ଦେଇଥିଲେ। ପୋଲିସ ପହଞ୍ଚି ଛାତ୍ରକୁ ଉଦ୍ଧାର କରି ଶୀର୍ଷା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ଛାତ୍ରଙ୍କୁ ବାରିପଦା ପିଆରଏମ୍‌ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ରୁମରୁ କଳା ଫିନାଇଲ ବୋତଲ ମିଳିବା ସହିତ ବିଛଣାରୁ ମିଳିଥିବା କିଛି ଚିଠିରୁ ପ୍ରେମ ସମ୍ପର୍କକୁ ନେଇ ଛାତ୍ର ଜଣକ ଆତ୍ମହତ୍ୟା ଉଦ୍ୟମ କରିଥାଇପାରନ୍ତି ବୋଲି ପୋଲିସ ଅନୁମାନ କରୁଛି।


Enter your email to get our daily news in your inbox.

All Right Reserved By Dharitri.Com

ତୀରବିଦ୍ଧ ମୃତ ବାର୍‌ହା ଜବତ, ଜଣେ କୋର୍ଟ ଚାଲାଣ

ଠାକୁରମୁଣ୍ଡା,୨୫।୧୧(ଡି.ଏନ୍‌.ଏ.): ମୟୂରଭଞ୍ଜ ଜିଲା ଠାକୁରମୁଣ୍ଡା ରେଞ୍ଜ ଅନ୍ତର୍ଗତ ଚମ୍ପାଝର ଫରେଷ୍ଟ ବିଟ୍‌ ଅଞ୍ଚଳରୁ ବନବିଭାଗ ଏକ ତୀରବିଦ୍ଧ ବାର୍‌ହାର ମୃତଦେହ ଜବତ କରିଥିବାବେଳେ ଏହି ଘଟଣାରେ...

କରୋନା ମୁକାବିଲା ପ୍ରସ୍ତୁତି: ଔଷଧ, ଷ୍ଟାଫ୍‌ ମାଗିଲା ଏସ୍‌ସିବି

କଟକ ଅଫିସ, ୧୩।୩: କରୋନା ମୁକାବିଲା ପାଇଁ କଟକ ଏସ୍‌ସିବି ମେଡିକାଲରେ ଏକ ସ୍ବତନ୍ତ୍ର ଓ୍ବାର୍ଡ ଗଠନ କରାଯାଇଛି। ଏହି ସ୍ବତନ୍ତ୍ର ଓ୍ବାର୍ଡ ପାଇଁ ଔଷଧ...

କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ରୋଗୀ ହୀନସ୍ତା: ୯ ବର୍ଷ ହେଲା ଏକ୍ସ-ରେ ମେଶିନ ଅଚଳ

କାମାକ୍ଷାନଗର, ୨୬।୬(ଡି.ଏନ୍‌.ଏ.)- କାମାକ୍ଷାନଗର ଉପଖଣ୍ଡ ଚିକିତ୍ସାଳୟରେ ଥିବା ଏକ୍ସ-ରେ ମେଶିନ ୯ ବର୍ଷ ହେଲା ଅଚଳ ହୋଇପଡ଼ିଛି। କର୍ମଚାରୀ ଅଭାବ ସମସ୍ୟା ଆଳ ଦେଖାଇ ସ୍ବାସ୍ଥ୍ୟ...

ଭାଷା ଆନ୍ଦୋଳନ ସମିତି ପକ୍ଷରୁ ଖବରଦାତା ସମ୍ମିଳନୀ:ବିଦଗ୍ଧ ପ୍ରତିଭାମାନଙ୍କ ଜୟନ୍ତୀ ପାଳନକୁ ନେଇ କ୍ଷୋଭ

ନୟାଗଡ଼ ଅଫିସ,୨୪ା୧୨: ନୟାଗଡ଼ ଭାଷା ଆନ୍ଦୋଳନ ସମିତି ପକ୍ଷରୁ ସୋମବାର ସ୍ଥାନୀୟ ଏକ ହୋଟେଲଠାରେ ଖବରଦାତା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଜିଲାର ବିଦଗ୍ଧ ପ୍ରତିଭାମାନଙ୍କ...

ମଦଭାଟି ସ୍ଥାନାନ୍ତର ନେଇ ଦାବିପତ୍ର ପ୍ରଦାନ

କେନ୍ଦୁଝର,୨୬।୧୧(ସ୍ବ.ପ୍ର): ଯୋଡ଼ା ବ୍ଳକ ଭଦ୍ରସାହି ପଞ୍ଚାୟତରେ ଏକ ନମ୍ବର ନନ୍ଦ ହଟିଂରେ ମଦ ଭାଟି ପ୍ରତିଷ୍ଠାସ୍‌କୁ ସ୍ଥାନୀୟ ଲୋକ ବିରୋଧ କରି ଆଜି ଜିଲାପାଳଙ୍କୁ ଦାବି...

ଜାତୀୟ ଏକଦା ଦିବସରେ ଗଣଦୌଡ଼

ସଜନାଗଡ଼,୩୧।୧୦(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ନୀଳଗିରି ନିର୍ବାଚନମଣ୍ଡଳିର ଭାଜପା ପକ୍ଷରୁ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ୧୪୫ତମ ଜନ୍ମଦିବସ ପାଳିତ ହୋଇଯାଇଛି। ଏହି ଦିବସକୁ ଜାତୀୟ ଏକତା ଦିବସ...

ଆମେରିକାରେ ଗବେଷଣା କରିବେ ଐଶ୍ୱର୍ଯ୍ୟ ଅଭିଷେକ

ପଦ୍ମପୁର, ୧।୧୦ (ଡି.ଏନ.ଏ.)-ଆମେରିକାର କଲରାଡୋ ବିଶ୍ୱବିଦ୍ୟାଳୟରେ ଉଚ୍ଚତର ଗବେଷଣା ପାଇଁ ମନୋନୀତ ହୋଇଛନ୍ତି ଭଦ୍ରକ ଜିଲା ସଦର ବ୍ଲକ ଅଧୀନ ସାବରଙ୍ଗ ଗ୍ରାମର ଐଶ୍ୱର୍ଯ୍ୟ ଅଭିଷେକ...

ମହିଳା କର୍ମଚାରୀଙ୍କୁ ଅସଦାଚରଣ : ଜିଆର୍‌ଏସ୍‌ ଗିରଫ

ବାସୁଦେବପୁର,୭।୧୧(ଡି.ଏନ୍‌.ଏ.): ଭଦ୍ରକ ଜିଲା ବାସୁଦେବପୁର ବ୍ଲକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ବୁଧବାର ସନ୍ଧ୍ୟାରେ କାର୍ଯ୍ୟାଳୟ ପରିସରରେ ଜିଆର୍‌ଏସ୍‌ ଅସଦାଚରଣ କରି ଗିରଫ ହେବା ଘଟଣା...

Advertisement
Archives

Model This Week