ଆମ ଜିଲା ଖବର

ବୁଡ଼ିଲା ଅଟ୍ରି ଉଷ୍ଣ ପ୍ରସ୍ରବଣ: ୫୭ ନଂ. ଏନ୍‌ଏଚ୍‌ରେ ଯୋଗାଯୋଗ ବିଚ୍ଛିନ୍ନ

ଖୋର୍ଦ୍ଧା ଅଫିସ,୧୮ା୮: ମହାନଦୀରେ ଜଳସ୍ତର ବଢୁଛି। ଫଳରେ ଶାଖା ନଦୀ ରାଜୁଆ ଓ ଦୟାର ଜଳସ୍ତର ବୃଦ୍ଧି ପାଇ ବିପଦସଙ୍କେତ ଉପରେ ରହିଛି। ଖୋର୍ଦ୍ଧା-ବଲାଙ୍ଗୀର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ-ସାରୁଅ ରାସ୍ତାରେ ୪ଫୁଟ ଉଚ୍ଚର ବନ୍ୟାପାଣି ପ୍ରବାହିତ ହେଉଛି। ଏଥିଯୋଗୁ…

ଟ୍ରେନ୍‌ ଧକ୍କାରେ ଚାଲିଗଲା ଯୁବକଙ୍କ ଜୀବନ

ପାରଳାଖେମୁଣ୍ଡି,୧୮ା୮(ଡି.ଏନ୍‌.ଏ.): ଗଜପତି ଜିଲା ସଦରମହକୁମାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗୁଣପୁର କଟକ ମେମୁ ଟ୍ରେନ୍‌ ଧକ୍କାରେ ଯୁବକଙ୍କ ଜୀବନ ଯାଇଛି। ମୃତକ ହେଉଛନ୍ତି ନିଜାମାବାଦର ୨୮ ବର୍ଷୀୟ ଭି.ମହେଶ। ତିନି ଦିନ ପୂର୍ବେ ପାରଳାଖେମୁଣ୍ଡି ସେରି ସାହିର ଶ୍ୱଶୁରଘରକୁ…

ବୁଢ଼ାପଡ଼ା ସୋମନାଥ ମନ୍ଦିରରେ ପାଣି

ଜଟଣୀ,୧୮।୮(ଡି.ଏନ୍‌.ଏ.): ଜଟଣୀ ବ୍ଲକ ଅଧୀନ ରଥିପୁର ପଞ୍ଚାୟତ ଅଧୀନ ବୁଢାପଡା ଗ୍ରାମରେ ଥିବା ଶୈବପୀଠ ବଡ଼ ସୋମନାଥଙ୍କ ମନ୍ଦିରରେ ବନ୍ୟା ପାଣି ପଶିଯାଇଛି। ଲଘୁଚାପଜନିତ ପ୍ରବଳ ବର୍ଷା ଯୋଗୁ ହୀରାକୁଦ ବନ୍ଧର କିଛି ଗେଟ ଖୋଲାଯାଇଛି। ଫଳରେ ବିଭିନ୍ନ ତଳିଆ ଅଞ୍ଚଳରେ…

ଖୋର୍ଦ୍ଧା: ୩ ପଞ୍ଚାୟତର ୧୦ ଗାଁ ଜଳବନ୍ଦୀ

ଖୋର୍ଦ୍ଧା ଅଫିସ,୧୮ା୮: ହୀରାକୁଦରୁ ବନ୍ୟାଜଳ ଛଡ଼ାଯିବା ପରେ ମହାନଦୀର ଶାଖା ନଦୀ ରାଜୁଆ, ମଲାଗୁଣୀ ଓ ଦୟାର ଜଳସ୍ତର ବୃଦ୍ଧି ପାଇଛି। ଖୋର୍ଦ୍ଧା ବ୍ଲକ ଓରବରସିଂ, ନରଣଗଡ଼ ଓ ବ୍ରଜମୋହନପୁର ପଞ୍ଚାୟତର ୧୦ଟି ଗ୍ରାମ ଜଳବନ୍ଦୀ ହୋଇଛି। ଓରବରସିଂ ପଞ୍ଚାୟତର ଓରବରସିଂ,…

କାମୁଡି ଗୋଡାଉଛନ୍ତି ବନ୍ୟାଜଳରେ ଭାସି ଆସିଥିବା ଗୋରୁ

ସାଲେପୁର,୧୮।୮(ଡି.ଏନ୍‌.ଏ.): ଚିତ୍ରୋତ୍ପଳା ନଦୀ ବନ୍ୟାଜଳରେ ଭାସି ଆସିଥିବା ଗୋରୁ ଲୋକମାନଙ୍କୁ ଆକ୍ରମଣ କରୁଛନ୍ତି। ସେମାନେ ଲୋକମାନଙ୍କୁ କାମୁଡ଼ି ଗୋଡାଉଛନ୍ତି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି ହୋଇଛି। ସୂଚନା ଅନୁଯାୟୀ, ବନ୍ୟାଜଳରେ ଭାସି ଆସିଥିବା ୪ରୁ ୫ଟି…

୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ, ଡଙ୍ଗା ଜାଳିଦେଲେ ଦୁର୍ବୃତ୍ତ

ନିରାକାରପୁର,୧୮ା୮(ଡି.ଏନ୍‌.ଏ.): କାଳୁପଡ଼ା ଘାଟ ଅନ୍ତର୍ଗତ ଜରିପଡ଼ା ଜଗନ୍ନାଥପୁର ଘାଟରେ ଗୁରୁବାର ଡଙ୍ଗା ଏବଂ ଜାଲ ପୋଡ଼ିଦେଇଛନ୍ତି କେହି ଦୁର୍ବୃତ୍ତ। ଫଳରେ ୧୦ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କାର ଜାଲ ଏବଂ ଡଙ୍ଗା ନଷ୍ଟ ହୋଇଛି। ଘଟଣାସ୍ଥଳରେ ପୋଲିସ କିମ୍ବା ନିଆଁକୁ ଆୟତ୍ତ କରିବା…

ଜଗତ୍‌ସିଂହପୁର: ମହାନଦୀର ଘେରି ବନ୍ଧ, ପାଇକା ନଦୀବନ୍ଧରେ ଘାଇ

କୁଜଙ୍ଗ,୧୮ା୮(ଡି.ଏନ୍‌.ଏ.): ଜଗତ୍‌ସିଂହପୁର ଜିଲାରେ ବୁଧବାର କୁଜଙ୍ଗ ବ୍ଲକ ଅଞ୍ଚଳରେ ୨ଟି ଘାଇ ହୋଇଛି। ଗୋଟିଏ ସକାଳେ ମହାନଦୀର ଘେରିବନ୍ଧର ତେରମାଣପୁରଠାରେ ହୋଇଥିବା ବେଳେ ଅପରାହ୍ନରେ ପାଇକା ନଦୀବନ୍ଧର କାଠକୋଟଠାରେ ୫୦ ଫୁଟର ଏକ ଘାଇ ହୋଇଛି। ଏଥିଯୋଗୁ ବ୍ଲକ ଅନ୍ତର୍ଗତ ହଂସୁରା,…

କେନ୍ଦ୍ରାପଡ଼ାରେ ବନ୍ୟା ସ୍ଥିତି ଗମ୍ଭୀର

କେନ୍ଦ୍ରାପଡ଼ା ଅଫିସ, ୧୮ା୮: କେନ୍ଦ୍ରାପଡ଼ା ଜିଲାରେ ବନ୍ୟା ଜଳସ୍ତର ବଢୁଥିବାରୁ ସ୍ଥିତି ଗମ୍ଭୀର ରହିଛି। ବିଭିନ୍ନ ସ୍ଥାନରେ ନଦୀ ଜଳସ୍ତର ବିପଦ ସଙ୍କେତଠାରୁ ଯଥେଷ୍ଟ ଉପରେ ରହିଛି। ଯଦିଓ ହାଇ ଫ୍ଲଡ ଲେବୁଲକୁ ଏହି ଜଳସ୍ତର ଛୁଇଁନାହିଁ, ତେବେ ପାଣି ପରିମାଣ…

ବୈତରଣୀ, ଯମୁନା ନଦୀରେ ଘଡ଼ିଆଳ କୁମ୍ଭୀର

ଯାଜପୁର ସଦର ୧୮ା୮(ଡି.ଏନ.ଏ.): ଯାଜପୁର ଜିଲା ଦେଇ ପ୍ରବାହିତ ବୈତରଣୀ ଏବଂ ଯମୁନା ନଦୀରେ ୨ଟି ଘଡିଆଳ କୁମ୍ଭୀର ଦେଖିବାକୁ ମିଳିଛି। ଦଶରଥପୁର ବ୍ଲକ କୟାଁ ପଞ୍ଚାୟତ ଧରମପୁର ଏବଂ ସଦର ବ୍ଲକର ସିମିଳିଆ ପଞ୍ଚାୟତବାସୀ ଆତଙ୍କିତ ହୋଇ ପଡିଛନ୍ତି। ବୈତରଣୀ…

ଗ୍ୟାସ୍‌ ପାଇପ୍‌ ବିଛା କାମରେ ବ୍ୟାସନଗର ସହର ଖିନ୍‌ଭିନ୍‌

ଯାଜପୁର ରୋଡ,୧୮ା୮(ଡି.ଏନ.ଏ.): ବ୍ୟାସନଗରରେ ସହରରେ ଭାରତ ଗ୍ୟାସ ପକ୍ଷରୁ ପାଇପ ପିଛା କାର୍ଯ୍ୟରେ ନିୟୋଜିତ ଠିକାସଂସ୍ଥାକୁ କଳା ତାଲିକାଭୁକ୍ତ କରିବାକୁ ପ୍ରଶାସନିକ ଚେତାବନୀ ଦିଆଯାଇଛି। କଳିଙ୍ଗନଗର ଅତିରିକ୍ତ ଜିଲାପାଳ ସନ୍ତୋଷ କୁମାର ମିଶ୍ର ଏନେଇ ସୂଚନା ଦେଇଛନ୍ତି। ଗ୍ୟାସ ପାଇପ ଲାଇନ…

ପାଣିକୁଣ୍ଡରେ ପଡ଼ି ଶିଶୁର ଜୀବନଗଲା

ବାଲେଶ୍ୱର ଅଫିସ,୧୮ା୮: ବାଲେଶ୍ୱର ଜିଲା ନୀଳଗିରି ବ୍ଲକ ଅଧିନସ୍ଥ ବେଗୁନିଆ ଗ୍ରାମର ଗୋବିନ୍ଦ ସିଂଙ୍କ ୪ ବର୍ଷର ଶିଶୁପୁତ୍ର ଖେଳୁଥିବା ବେଳେ ଘର ଆଗରେ ଥିବା ପାଣି କୁଣ୍ଡରେ ପଡ଼ିଯାଇଥିଲେ। କିଛି ସମୟ ପରେ ପରିବାର ଲୋକେ ଦେଖି ଶିଶୁପୁତ୍ରଙ୍କୁ ନୀଳଗିରି…

କମୁଛି ପାଣି, ବଢୁଛି ଦୁର୍ଦ୍ଦଶା

ଯାଜପୁର ଅଫିସ,୧୮।୮: ବୈତରଣୀ ନଦୀର ଶାଖା କାଣୀ ନଦୀର ବ୍ରହ୍ମଚାରୀପାଟଣା ଗ୍ରାମଠାରେ ସୋମବାର ୧୦୦ ଫୁଟ୍‌ର ଘାଇ ସୃଷ୍ଟି ହେବା ଫଳରେ ଅଦ୍ୟାବଧି ଦଶରଥପୁର ବ୍ଲକ ଅଧୀନ ୧୧ ପଞ୍ଚାୟତର ୩୩ ଗ୍ରାମର ୧୩,୬୬୫ ଲୋକ ପ୍ରଭାବିତ ହୋଇଛନ୍ତି। ତେବେ ବୁଧବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?