କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ କୁଡୁମୀ ସଂଗଠନର ପ୍ରତିବାଦ

ବାରିପଦା ଅଫିସ,୨୩।୯: କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ଜଳଶକ୍ତି ଓ ଆଦିବାସୀ ବ୍ୟାପାର କେନ୍ଦ୍ର ମନ୍ତ୍ରୀ ଇଂ ବିଶ୍ବେଶ୍ବର ଟୁଡୁଙ୍କ ବିବାଦୀୟ ବୟାନକୁ ନେଇ ବିଭିନ୍ନ ସଂଗଠନର କର୍ମକର୍ତ୍ତାମାନେ ଶୁକ୍ରବାର ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ନାରାବାଜି କରିଥିଲେ। ଏପରିକି ଆନ୍ଦୋଳନକାରୀମାନେ ମନ୍ତ୍ରୀଙ୍କ କୁଶପତ୍ତଳିକା ଦାହ କରିଥିଲେ।

ସୂଚନା ମୁତାବକ, ମଙ୍ଗଳବାର ସର୍ବଭାରତୀୟ ଟୋଟେମିକ କୁଡୁମୀ
ସମାଜର ଆହ୍ବାନ କ୍ରମେ ବାରିପଦାର ଭଞ୍ଜପୁର ରେଳଷ୍ଟେସନଠାରେ ମୟୂରଭଞ୍ଜ ଜିଲା ମିଳିତ କୁଡୁମୀ ସଂଗଠନ ପକ୍ଷରୁ ରେଳରୋକୋ କରି ଆନ୍ଦୋଳନ କରିଥିଲେ। ଏହି ଘଟଣାକୁ ନେଇ କେନ୍ଦମନ୍ତ୍ରୀ ଟୁଡୁ ଦେଇଥିବା ମନ୍ତବ୍ୟକୁ ନେଇ ଏବେ ବିବାଦୀୟ ପରିସ୍ଥିତି ଉପୁଜୁଛି। କୁଡୁମୀ ଜାତିକୁ ଆଦିବାସୀ ମାନ୍ୟତା ଦାବିରେ ବିଭିନ୍ନ ସଙ୍ଗଠନର ନେତାମାନେ ଶହେ ବର୍ଷ ଧରି ଆନ୍ଦୋଳନ କଲେ ମଧ୍ୟ ଆଦିବାସୀ ହୋଇପାରିବେ ନାହିଁ । ଭୋଟ ବ୍ୟାଙ୍କ ଆଧାରରେ ଲୋକଙ୍କୁ ଭୁଆଁ ବନାଉଛନ୍ତି। ଆଦିବାସୀ ମାନ୍ୟତା ପାଇବା ପାଇଁ ସ୍ବତନ୍ତ୍ର ପ୍ରକ୍ରିୟା ରହିଛି ବୋଲି କେନ୍ଦମନ୍ତ୍ରୀ ଟୁଡୁ ଦେଇଥିବା ମନ୍ତବ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହାକୁ ନେଇ ବିଭିନ୍ନ ସଙ୍ଗଠନର କର୍ମକର୍ତ୍ତାମାନେ ଜିଲାପାଳଙ୍କ କାର୍ଯାଳୟ ସମ୍ମୁଖରେ ପ୍ରତିବାଦ ଜଣାଇ ବିକ୍ଷୋଭ ପ୍ରଦର୍ଶନ କରି କେନ୍ଦ୍ରମନ୍ତ୍ରୀଙ୍କ ଇସ୍ତଫା ଦାବି କରିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଜିତିଗଲା ପ୍ରେମ:ବିବାହ ବନ୍ଧନରେ ଆବଦ୍ଧ ହେଲେ ପ୍ରମୋଦିନୀ

ତିର୍ତ୍ତୋଲ,୨ା୩(ଡି.ଏନ୍‌.ଏ.): ଏସିଡ୍‌ ଆକ୍ରମଣ ଶିକାର ହୋଇଥିବା ଜଗତ୍‌ସିଂହପୁର ଜିଲା ତିର୍ତ୍ତୋଲ ଥାନା ଅଧୀନ କନକପୁର ଅଞ୍ଚଳର ପ୍ରମୋଦିନୀ ରାଉଳ ସୋମବାର ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।...

ମିଳିବ ନିଃଶୁଳ୍କ ପ୍ରଶିକ୍ଷଣ

ଅନୁଗୋଳ ଅଫିସ, ୭।୧୨ ରାଜ୍ୟର ଶିକ୍ଷିତ ଯୁବତୀଯୁବକଙ୍କୁ ନିଃଶୁଳ୍କ ଧନ୍ଦାମୂଳକ ଶିକ୍ଷା ପ୍ରଦାନ କରାଯିବ। ଇଲେକ୍ଟ୍ରିସିଆନ, ରାଜମିସ୍ତ୍ରି ଏବଂ ୱେଲ୍ଡର ଟ୍ରେଡ୍‌ରେ ଉଚ୍ଚମାନର ପ୍ରଶିକ୍ଷଣ ଦିଆଯିବା...

କଲ୍ୟାଣ ମଣ୍ଡପ ସ୍ଥାନ ନିରୂପଣ ନେଇ ବିବାଦ

ଧାମନଗର,୧୧।୨(ଡି.ଏନ.ଏ.)- ଭଦ୍ରକ ଜିଲା ଧାମନଗର ବ୍ଲକ ବୟାଙ୍ଗଡିହି ପଞ୍ଚାୟତରେ କଲ୍ୟାଣ ମଣ୍ଡପ ନିର୍ମାଣ ଆରମ୍ଭ ହେବାକୁ ଥିବାବେଳେ ସ୍ଥାନ ନିରୂପଣ ନେଇ ବିବାଦ ସୃଷ୍ଟି ହୋଇଛି।...

ଜି.ଆର.ଏସଙ୍କ ବଦଳି ଉପରେ ଲାଗିଲା ରହିତାଦେଶ

ପାଟଣା,୫।୧୨(ସ୍ବ.ପ୍ର.): କେନ୍ଦୁଝର ଜିଲାର ୧୩ଟି ବ୍ଲକ ମଧ୍ୟରୁ କେବଳ ତେଲକୋଈ ବ୍ଲକକୁ ଛାଡିଦେଲେ ବାକି ୧୨ଟି ବ୍ଲକରେ କାର୍ଯ୍ୟରତ ୨୦୦ରୁ ଉଦ୍ଧର୍‌ବ ଗ୍ରାମ ରୋଜଗାର ସେବକ(ଜି.ଆର.ଏସ)ଙ୍କୁ...

୪ ମହଲା ଉପରୁ ଖସି ଶ୍ରମିକଙ୍କ ଜୀବନଗଲା

କୋକସରା,୨୯।୨(ଡି.ଏନ୍‌.ଏ.): କଳାହାଣ୍ଡି ଜିଲା କୋକସରା ବ୍ଲକ ଅନ୍ତର୍ଗତ ବଡ଼ପୋଡ଼ାଗୁଡ଼ା ଗ୍ରାମର ହେମରାଜ ଦୁର୍ଗା (୨୬)ଙ୍କ ଶନିବାର ହାଇଦ୍ରାବାଦଠାରେ ସେଣ୍ଟ୍ରିଙ୍ଗ କାମ କରୁଥିବା ବେଳେ ୪ ମହଲା...

ଜଳୁଛି ଗୋଜିଆ ଜଙ୍ଗଲ

ଗୋଲାମୁଣ୍ଡା,୨୫।୨(ଡି.ଏନ.ଏ.): ଗ୍ରୀଷ୍ମ ଋତୁ ଆସିନି ହେଲେ ଜଙ୍ଗଲରେ ଲାଗିଲାଣି ନିଆଁ। ନିଆଁ ବଢି ଚାଲିଥିବା ବେଳେ ଲିଭିବାର ନାଁ ନେଉନି। ଏବେଠାରୁ ନିଆଁକୁ ଆୟତ୍ତ କରା...

ଜଳିଗଲା ଆଇରନ ବୋଝଇ ଟ୍ରକ

ଗଞ୍ଜାମ,୨୭।୨(ଡି.ଏନ.ଏ): ୧୬ ନମ୍ବର ଜାତୀୟ ରାଜପଥ ଶନିମନ୍ଦିର ଛକ ଠାରେ ସୋମବାର ପାହାନ୍ତିଆ ଭୋରୁ ଏକ ଆଇରନ ବୋଝଇ ଟ୍ରକରେ ନିଆଁ ଲାଗିଯାଇଥିଲା l ଖବର...

ଉପନିର୍ବାଚନ କାର୍ଯ୍ୟରେ ନିୟୋଜିତ ହୋମଗାର୍ଡଙ୍କ ମୃତ୍ୟୁ

ଝାରସୁଗୁଡା ଅଫିସ୍‌,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ନିୟୋଜିତ ହୋଇଥିବା ଜଣେ ଅସୁସ୍ଥ ହୋମ୍‌ଗାର୍ଡଙ୍କ ଚିକିତ୍ସାଧିନ ଅବସ୍ଥାରେ ବୁର୍ଲା ବଡ ମେଡିକାଲ୍‌ରେ ମଙ୍ଗଳବାର ମୃତ୍ୟୁ ଘଟିଛି। ମୃତ...

Advertisement
Archives

Model This Week