ସ୍ମାର୍ଟ କ୍ଲାସରେ ସାଉଣ୍ଡ ଶୁଣିପାରୁନାହାନ୍ତି ଛାତ୍ରୀଛାତ୍ର

ଲାଠୋର,୨୩ା୯(ଡି.ଏନ.ଏ.): ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର,ମାଲପଡ଼ା ଏବଂ ବେନ୍ଦେର ଉଚ୍ଚ ବିଦ୍ୟାଳୟରେ ଚାଲିଥିବା ସ୍ମାର୍ଟ କ୍ଲାସ ରୁମରେ ସାଉଣ୍ଡ ସିଷ୍ଟମର ସୁବିଧା ଏଯାବତ୍‌ କରାଯାଇନାହିଁ। ଫଳରେ ଶିକ୍ଷା ଗ୍ରହଣ କଲା ବେଳେ ନା ନା ସମସ୍ୟାର ସମ୍ମୁଖୀନ ହେବାକୁ ପଡୁଥିବା ଛାତ୍ରୀଛାତ୍ରମାନେ ଅଭିଯୋଗ କରିଛନ୍ତି। ଲାଠୋର ଦୁର୍ଗେଶ୍ୱରୀ ସରକାରୀ ନୋଡ଼ାଲ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ୧୨୫ ଏବଂ ଦଶମ ଶ୍ରେଣୀରେ ୧୨୪ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ସେହିପରି ମାଲପଡ଼ା ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନବମ ଶ୍ରେଣୀରେ ୧୨୬ ଏବଂ ଦଶମ ଶ୍ରେଣୀରେ ୧୪୭ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ବେନ୍ଦେର ସରକାରୀ ଉଚ୍ଚ ବିଦ୍ୟାଳୟରେ ନବମ ଶ୍ରେଣୀରେ ୩୯ ଏବଂ ଦଶମ ଶ୍ରେଣୀରେ ୨୬ ଜଣ ଛାତ୍ରୀଛାତ୍ର ଅଧ୍ୟୟନ କରୁଛନ୍ତି। ଏହି ତିନି ଗୋଟି ବିଦ୍ୟାଳୟରେ ସର୍ବମୋଟ ୫୮୭ ଜଣ ଛାତ୍ରୀଛାତ୍ର ପାଠ ପଢୁଛନ୍ତି। ତିନୋଟି ବିଦ୍ୟାଳୟର ପ୍ରତି ଶ୍ରେଣୀରେ ପିଲା ସଂଖ୍ୟା ଅଧିକ ରହିଥିବା ବେଳେ ସେକସନର ବ୍ୟବସ୍ଥା ନ ଥିବା ହେତୁ ଗୋଟିଏ କୋଠରୀରେ ସଂଖ୍ୟାଧିକ ପିଲା ବସି ପାଠ ପଢୁଛନ୍ତି। ସଂପୃକ୍ତ ବିଦ୍ୟାଳୟ ଗୁଡ଼ିକ ସରକାରଙ୍କ ୫-ଟି ଯୋଜନାରେ ସାମିଲ ହୋଇଥିବା ଯୋଗୁ ପିଲା ମାନେ ଡ଼ିଜିଟାଲ ମାଧ୍ୟମରେ ଶିକ୍ଷା ଗ୍ରହଣ କରୁଛନ୍ତି। ହେଲେ ସାଉଣ୍ଡ ସିଷ୍ଟମ ସଂପୃକ୍ତ ବିଦ୍ୟାଳୟ ଗୁଡିକରେ ନ ଥିବା ଯୋଗୁ ଶିକ୍ଷକମାନେ ପାଠ ପଢାଇବା ସମୟରେ ଯାହା କହୁଛନ୍ତି ତାହା ପଛରେ ବସୁଥିବା ଛାତ୍ରୀଛାତ୍ର ଶୁଣି ପାରୁନାହାନ୍ତି। ୫-ଟି ଯୋଜନା ମାଧ୍ୟମରେ ସାଉଣ୍ଡ ସିଷ୍ଟମ ଉପଲବ୍ଧ କରିବାର ବ୍ୟବସ୍ଥା ରହିଥିଲେ ହେଁ ଅଦ୍ୟାବଧି ସାଉଣ୍ଡ ସିଷ୍ଟମ କରାଯାଇ ନ ଥିବା ବିଦ୍ୟାଳୟ କର୍ତ୍ତୃପକ୍ଷମାନେ ପ୍ରକାଶ କରିଛନ୍ତି। ଏନେଇ ଖପ୍ରାଖୋଲ ବିଡ଼ିଓ ରଶ୍ମିରଞ୍ଜନ ରାଉତଙ୍କୁ ପଚାରିବାରେ ଯେଉଁଠାରେ ଏପରି ସମସ୍ୟା ରହିଛି, ସେମାନେ ଆମକୁ ପ୍ରସ୍ତାବ ଦେଲେ ଆମେ ଉପରିସ୍ଥ ଅଧିକାରୀଙ୍କୁ ପଠାଇ ସମସ୍ୟାର ସମାଧାନ କରିବୁ ବୋଲି କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମ୍ୟାନେଜରଙ୍କଠାରୁ ଲୁଟି ଧରାପଡିଲେ

ରାଇରଙ୍ଗପୁର,୯ା୨(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ଯାମଦା ଥାନା ଅଧୀନ ଲକ୍ଷ୍ମୀପୋଷି ଗ୍ରାମ ନିକଟସ୍ଥ ରାସ୍ତାରେ ଗତ ୨ ତାରିଖରେ ଏକ ଅର୍ଥ ଲଗାଣକାରୀ ସଂସ୍ଥାର ମ୍ୟାନେଜରଙ୍କଠାରୁ ଲୁଟ...

କାଳବୈଶାଖୀ ତାଣ୍ଡବ: ବଜ୍ରପାତରେ ଚାଷୀଙ୍କ ମୃତ୍ୟୁ

ମହାକାଳପଡ଼ା,୮।୬(ଡି.ଏନ୍‌.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଞ୍ଚଳରେ ସୋମବାର ଅପରାହ୍ନରେ କାଳବୈଶାଖୀ ତାଣ୍ଡବ ରଚିଥିଲା। ବର୍ଷା ପବନ ସାଙ୍ଗକୁ ବଜ୍ରପାତ ହୋଇଥିଲା। ବଜ୍ରପାତରେ ବାରଡାଙ୍ଗ ପଞ୍ଚାୟତ...

ପ୍ରାର୍ଥିପତ୍ର ପ୍ରତ୍ୟାହାର କରିନେଲେ ଭାଜପା, କଂଗ୍ରେସ

ବରଗଡ଼ ଅଫିସ୍‌/ଅମ୍ବାଭୋନା,୨୪।୧: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନକୁ ନେଇ ଚାଲିଛି ଛକାପଞ୍ଝା । ଏଭଳି ସ୍ଥିତିରେ ସୋମବାର ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଜିଲା ପରିଷଦ ଜୋନ-୨ରୁ...

ମହାପ୍ରଭୁ ୧୪ ଘଣ୍ଟା ଉପାସରେ ରହିବା ଘଟଣା: ୩ଜଣଙ୍କୁ ନୋଟିସ, ଜାନୁୟାରୀ ୪ରୁ ଶୁଣାଣି

ପୁରୀ ଅଫିସ, ୨୧ା୧୨: ଗତବର୍ଷ ଡିସେମ୍ବର ୨୮ ତାରିଖରେ ଶ୍ରୀମନ୍ଦିରରେ ଘଟିଥିଲା ଚରମ ବିଭ୍ରାଟ। ମହାପ୍ରଭୁ ୧୪ ଘଣ୍ଟା ଭୋକ ଉପାସରେ ରହିଥିଲେ। ତେବେ ଏଥିପାଇଁ...

ଆଧାର ସଂଯୋଗ ନାହିଁ, ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ଦିବ୍ୟାଙ୍ଗ ଯୁବତୀ

ରାଇସୁଆଁ,୧୪ା୫(ଡି.ଏନ୍‌.ଏନ୍‌.): ଆଧାର ସଂଯୋଗ ନାହିଁ ବୋଲି ଜଣେ ଦିବ୍ୟାଙ୍ଗ ଯୁବତୀ ରାଶନ ସାମଗ୍ରୀ ପାଇବାରୁ ବଞ୍ଚିତ ହୋଇଛନ୍ତି। ସରକାର ଦିବ୍ୟାଙ୍ଗ ଅସହାୟମାନଙ୍କ ପାଇଁ ବିଭିନ୍ନ ସରକାରୀ...

ଅଲିମ୍ପିକ୍ସକୁ ନେଇ ଚିତ୍ରକଳା ପ୍ରଦର୍ଶନ

ସମ୍ବଲପୁର,୨୯ା୭ (ବ୍ୟୁରୋ): ଅଲିମ୍ପିକ୍ସକୁ ନେଇ ଇଣ୍ଡିଆନ କଣ୍ଟେମ୍ପରାରି ଆଟର୍‌ସ ଆସୋସିଏଶନ ଦ୍ୱାରା ଆନ୍ତର୍ଜାତୀୟ ଭର୍ଚୁଆଲ ଆର୍ଟ ଶୋ ପ୍ରଦର୍ଶିତ ହୋଇଛି। ଏଥିରେ ପଶ୍ଚିମ ଓଡ଼ିଶାର ୮...

ବନ୍ଦେ ଉତ୍କଳ ଜନନୀ ଗାନ ବେଳେ ବିଭ୍ରାଟ ଘଟଣା: ଡିଆଇପିଆର୍‌ଓଙ୍କୁ ସ୍ପଷ୍ଟୀକରଣ ମାଗିଲେ ଜିଲାପାଳ

ଅନୁଗୋଳ ଅଫିସ, ୨।୬- କରୋନା ଯୋଦ୍ଧାଙ୍କୁ ଉତ୍ସାହିତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମେ ୩୦ ଅପରାହ୍ନ ୫ଟା ୩୦ରେ ବନ୍ଦେ ଉତ୍କଳ ଜନନୀ ଗାନ...

ପଶ୍ଚିମବଙ୍ଗ ଫେରନ୍ତା ସରକାରୀ କର୍ମଚାରୀଙ୍କୁ ବ୍ରଜରାଜନଗର ବଙ୍ଗଳାରେ ରଖିଲା ପ୍ରଶାସନ, ଲୋକଙ୍କ ବିରୋଧ ପରେ କ୍ୱାରାଣ୍ଟାଇନ ସେଣ୍ଟରକୁ ସ୍ଥାନାନ୍ତର

ଝାରସୁଗୁଡା ଅଫିସ,୨୭ା୪- ଓଡିଶାରେ ବଢ଼ୁଥିବା କରୋନା ପଜିଟିଭର ମୁଖ୍ୟ କାରଣ ପଶ୍ଚିମବଙ୍ଗ ଲିଙ୍କ୍‌ ଦର୍ଶାଯାଉଛି। ଏମିତି ଜଣେ କଲିକତାରୁ ଝାରସୁଗୁଡା ଫେରନ୍ତା ବ୍ୟକ୍ତିଙ୍କୁ ନେଇ ବ୍ରଜରାଜନଜରରେ...

Advertisement
Archives

Model This Week