ଡିଇଓଙ୍କ କାର୍ଯ୍ୟାଳୟରେ ଝାଡୁ ମାରିଲେ ଶିକ୍ଷକ

ନବରଙ୍ଗପୁର,୨୩।୯(ବି.ପ୍ର.): ନବରଙ୍ଗପୁର ଜିଲା ଚନ୍ଦାହାଣ୍ଡି ଭେଣ୍ଡିଆ ୟୁଜି ହାଇସ୍କୁଲର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଜଗଦିଶ ଗୌଡ଼ଙ୍କୁ ଏଡିଇଓ ରେଶମ ଲାଲ ନାୟକ ସ୍କୁଲରେ ୮ ତାରିଖ ଦିନ ଝାଡୁ କରିବାକୁ କହିବା ସହ ଏହାର ଭିଡିଓ ଉତ୍ତୋଳନ କରି ଭାଇରଲ କରିବାକୁ ନବରଙ୍ଗପୁର ଜିଲା ପ୍ରାଥମିକ ଶିକ୍ଷକ ସଂଘ (ଅନୁବନ୍ଧିତ ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡରେସନ) ବିରୋଧ କରିଛି। ଏହା ଜଣେ ଶିକକଙ୍କ ଆତ୍ମସମ୍ମାନ ପ୍ରତି କୋଠାରଘାତ। ଶିକ୍ଷକ ସମାଜ, ଛାତ୍ରୀଛାତ୍ର ଓ ଅଭିଭାବକଙ୍କୁ ଏହି ଘଟଣା ବ୍ୟଥିତ କରିଛି ବୋଲି ସଂଘ ପକ୍ଷରୁ କୁହାଯାଇଛି। ଗୁରୁବାର ଅପରାହ୍ନରେ ସଂଘ ସଦସ୍ୟମାନେ ଡିଇଓ ଅଫିସ ଓ ରାସ୍ତାରେ ଝାଡୁ ମାରିଥିଲେ। ଡିଇଓ ଅଫିସ ଉପର ମହଲା ପାହାଚରେ ଥିବା ଆବର୍ଜନା, ପାନ ଗୁଟ୍‌ଖା ଛେପ ସଫା କରିବା ସହ ଏଡିଇଓଙ୍କ ଚାମ୍ବରରେ ଝାଡୁ ମାରି ଚାହା କପି ଓ କାଗଜ ହଟାଇଥିଲେ। ଡିଇଓ ପ୍ରଦୀପ ନାଗ ଘଟଣା ସ୍ଥଳରେ ପହଞ୍ଚତ୍ ସେମାନଙ୍କ ସହ ଆଲେଚନା କରିବା ସହ କ୍ଷମା ମାଗିଥିଲେ। ତେବେ ଏଡିଇଓ କ୍ଷମା ନ ମାଗିବା ଯାଏ ଶିକ୍ଷକମାନେ ଆନ୍ଦୋଳନରୁ ହଟିବେ ନାହିଁ ବୋଲି ଜିଦ୍‌ ଧରି ବସିଥିଲେ। ସନ୍ଧ୍ୟାରେ ଏଡିଇଓ ନାୟକ ଶିକ୍ଷକମାନଙ୍କୁ କ୍ଷମା ମାଗିବା ପରେ ସେମାନେ ଧାରଣାରୁ ହଟିଥିଲେ।
ଶିକ୍ଷକ ମାନଙ୍କୁ ପ୍ରତିଦିନ ଡାଟା ମଗା ଯାଉଛି। ବିଇଓ କାର୍ଯ୍ୟାଳୟରେ କର୍ମଚାରୀ ଅଛନ୍ତି ସେମାନେ ଡାଟା ଏଣ୍ଟ୍ରି କରନ୍ତୁ ପରେ ଆମକୁ ଅନ୍ୟ ତଥ୍ୟ ମଗାନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଥିଲା। ବିଇଓମାନେ ମନଇଛା ଶିକ୍ଷକଙ୍କୁ ଡେପୁଟେଶନ କରୁଛନ୍ତି। ଜିଲାରେ ଶିକ୍ଷକ ଅଭାବ। ଶିକ୍ଷୟିତ୍ରୀ ଶିକ୍ଷକମାନେ ବିଦ୍ୟାଳୟରେ ଝାଡୁ ମାରିବା, ପାଇଖାନା ସଫା କରିବା, ପରିବେଶ ସଫାସୁତୁରା ରଖିବା, ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା ବୁଝିବା ସହ ଛାତ୍ରୀ ଛାତ୍ରଙ୍କୁ ପାଠ ପଢ଼ାଉଛନ୍ତି। ଏପରି କ୍ଷେତ୍ରରେ ଜଣେ ଶିକ୍ଷକଙ୍କୁ ଝାଡୁ କରାଇ ଏହାର ଭିଡିଓ ଭାଇରଲ କରାଯିବା କେତେଦୂର ଯୁକ୍ତିଯୁକ୍ତ ବୋଲି ପ୍ରଶ୍ନ କରିଥିଲା ସଂଘ। ଏଡିଇଓ କ୍ଷମା ମଗନ୍ତୁ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗ ଏହିଭଳି ଭୁଲ ଆଉ ହେବ ନାହିଁ ବୋଲି କହି କ୍ଷମା ମାଗିଥିଲେ। ଏଡିଇଓଙ୍କୁ ଡାକିଥିଲେ ମଧ୍ୟ ସେ ଆଲୋଚନାକୁ ଆସିନଥିଲେ। ଜିଲାରେ ଶିକ୍ଷକମାନେ ଠିକ କାମ କରୁଛନ୍ତି ସେଥିରେ କିଛି ଅସୁବିଧା ନାହିଁ। ଯେଉଁଠି ସିଙ୍ଗଲ ଶିକ୍ଷକ ଅଛନ୍ତି, ଅବସର ପରେ ଜିଲାପାଳଙ୍କ ଅନୁମୋଦନ କ୍ରମେ ସେଠାରେ ଅନ୍ୟ ବିଦ୍ୟାଳୟରୁ ଶିକ୍ଷକ ଡେପୁଟେଶନ କରାଯାଉଛି। ଶିକ୍ଷଙ୍କ ସମସ୍ୟା ନେଇ ଆଲୋଚନା କରିବାକୁ ପ୍ରସ୍ତୁତ ବୋଲି ଡିଇଓ କହିଥିଲେ। ଶନିବାର ଦିନ ଶିକ୍ଷକଙ୍କ ସମସ୍ୟା ନେଇ ପ୍ରଶାସନ ପକ୍ଷରୁ ଆଲୋଚନା ହେବ। କିନ୍ତୁ ଏଡିଇଓ କ୍ଷମା ନ ମାଗିବା ଯାଏ ଏଠାରୁ ଯିବୁ ନାହିଁ ବୋଲି କହି ଶିକ୍ଷକ ସଂଘ ସଦସ୍ୟମାନେ ଅଡ଼ି ବସିଥିଲେ। କ୍ଷମା ନମାଗିଲେ ଆଗାମୀ ଦିନରେ ରାଜରାସ୍ତା ଝାଡୁ ମାରି ପ୍ରତିବାଦ କରିବା ସହ କାର୍ଯ୍ୟାଳୟ ଘେରାଉ କରିବୁ ବୋଲି ସଂଘ ଜିଲା ସମ୍ପାଦକ ରମଣୀ ରଞ୍ଜନ ତ୍ରିପାଠୀ ଚେତାବନୀ ଦେଇଥିଲେ। ଏହାପରେ କିନ୍ତୁ ଏଡିଇଓ ଆସି କ୍ଷମା ମାଗିଥିଲେ। ଏହି ସମୟରେ ରାଜ୍ୟ ଉପସଭାପତି ସନତ ପ୍ରହରାଜ, ଜିଲା ସଭାପତି ବିଷ୍ଣୁ ପ୍ରସାଦ ପାଣିଗ୍ରାହୀ, ଜିଲା ସଂଯୋଜିକା ପ୍ରତିମା ଯାଦବ, ସମ୍ପାଦକ ପ୍ରଦୀପ ସୁନା, ନନ୍ଦାହାଣ୍ଡି ସଭାପତି ଗଲତି ଶଗରିଆ, କୋଷାଗୁମୁଡା ବ୍ଲକ ସଭାପତି ଅଞ୍ଜନ ଖଟୁଆ, ପାପଡାହାଣ୍ଡି ବ୍ଲକ ସଭାପତି ରତିକାନ୍ତ ପଣ୍ଡାଙ୍କ ସମେତ ଜିଲାର ୧୦ ବ୍ଲକର ସମସ୍ତ କର୍ମକର୍ତ୍ତା ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ବସ୍‌ ଧକ୍କାରେ ଚାଲିଗଲା ଜୈନ ସନ୍ନ୍ୟାସିନୀଙ୍କ ଜୀବନ

ଫୁଲନଖରା,୨୮ା୩(ସତ୍ୟରଞ୍ଜନ ଦାସମହାପାତ୍ର): ଭୁବନେଶ୍ୱର-କଟକ ୧୬ ନମ୍ବର ଜାତୀୟ ରାଜପଥର ବମ୍ଫକୁଦ ନିକଟରେ ଏକ ଯାତ୍ରୀବାହୀ ବସ୍‌ ଧକ୍କାରେ ଜଣେ ଜୈନ ସନ୍ନ୍ୟାସିନୀଙ୍କ ମୃତ୍ୟୁ ଘଟିଛି। ସେ...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

ଦୁର୍ଘଟଣାରେ ଶ୍ୱଶୁର ମୃତ, ଜ୍ୱାଇଁ ଗୁରୁତର

ଭେଡ଼େନ,୨୮।୩ (ସୁଦନ ମହାକୁର): ବରଗଡ଼ ଜିଲା ଭେଡ଼େନ ଥାନା ଅଧୀନ ଭେଡ଼େନ-ରେମଣ୍ଡା ରାସ୍ତାର ଅପାମରା ନିକଟରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟିଛି। ଏକ ବାଇାକ୍‌...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri