ଆମ ଜିଲା ଖବର

ଧାରଣାରେ ବସିଲେ ସଫେଇ କର୍ମଚାରୀ

ଭଦ୍ରକ ଅଫିସ,୧୯/୮:ଭଦ୍ରକ ପୌରପାଳିକାର ସଫେଇ କର୍ମଚାରୀ ୧୦ ମାସର ଇପିଏଫ ଇଏସଆଇ ଟଙ୍କା ପାଇ ନ ଥିବାରୁ ଶୁକ୍ରବାର ସକାଳ ୬ଟାରୁ ଧାରଣାରେ ବସିଛନ୍ତି। ୩୦୦ରୁ ଉର୍ଦ୍ଧ୍ୱ କର୍ମଚାରୀ ପୌରପାଳିକା କାର୍ଯ୍ୟାଳୟ ଫାଟକ ଆଗରେ ଆମରଣ ଅନଶନରେ ବସି ରହିଛନ୍ତି। କାର୍ଯ୍ୟାଳୟରେ…

୧୨ ଘଣ୍ଟିଆ ସୁନ୍ଦରଗଡ଼ ବନ୍ଦ ପାଳନ

ସୁନ୍ଦରଗଡ,୧୯।୮(ଡି.ଏନ.ଏ.): ସୁନ୍ଦରଗଡ଼ଠାରେ ଦ୍ୱିତୀୟ ଏମ୍ସ ପ୍ରତିଷ୍ଠା ନେଇ ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ପକ୍ଷରୁ ଶୁକ୍ରବାର ୧୨ ଘଣ୍ଟିଆ ବନ୍ଦ ପାଳନ ଡାକରା ଦିଆଯାଇଛି। ସକାଳ ୬ଟାରୁ ଆରମ୍ଭ ହୋଇଥିବା ଏହି ବନ୍ଦ ଡାକରା ସା ୬ଟା ପର୍ଯ୍ୟନ୍ତ ଚାଲିବ। ଏହି ବନ୍ଦ…

ରୋଗୀ ସେବାରେ ଅବହେଳା: ଜିଲାପାଳଙ୍କୁ ଦାବିପତ୍ର

ଢେଙ୍କାନାଳ ଅଫିସ୍‌,୧୯।୮: ଢେଙ୍କାନାଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ଉପର ମହଲା ଦେଇ ୪ ବର୍ଷରେ ୪ ଜଣ ରୋଗୀ ଆତ୍ମହତ୍ୟା କରିବା, ସୁରକ୍ଷା ବ୍ୟବସ୍ଥା ଢିଲା, ଓ ରୋଗୀ ସେବାରେ ଅବହେଳା ପ୍ରଦର୍ଶନ ଆଦି ଦାବିକୁ ନେଇ ଢେଙ୍କାନାଳ ଜିଲା ଭାଜପା…

ସୁଧୁରୁଛି ବନ୍ୟା ସ୍ଥିତି

ଅନୁଗୋଳ ଅଫିସ,୧୯ା୮: ଅନୁଗୋଳ ଜିଲାରେ ବନ୍ୟାସ୍ଥିତିରେ ସାମାନ୍ୟ ସୁଧାର ଆସିଛି। ମହାନଦୀରେ ଜଳସ୍ତର ହ୍ରାସ ପାଉଥିବାରୁ ଅନୁଗୋଳ ଓ ଆଠମଲ୍ଲିକ ବ୍ଲକରେ ବନ୍ୟାପାଣି ଗୁରୁବାର କମୁଥିବା ଦେଖିବାକୁ ମିଳିଛି। କିନ୍ତୁ ବିପନ୍ନଙ୍କ ଦୁଃଖ ଦୁର୍ଦ୍ଦଶା କମିନାହିଁ। ବହୁ ଅଞ୍ଚଳ ପାଣି ଘେରରେ…

ପାଣି ଉଛୁଳିବା ପରେ ବଢ଼ିଲା ଚିନ୍ତା

ଢେଙ୍କାନାଳ ଅଫିସ,୧୯।୮: ଲଗାଣବର୍ଷା ହେଲେ ଢେଙ୍କାନାଳର ଐତିହାସିକ କୁଞ୍ଜକାନ୍ତ ପୋଖରୀର ଚିତ୍ର ବଦଳିଯାଉଛି। ପାଣି ନିଷ୍କାସନ ହୋଇ ନ ପାରି ୩ନଂ. ଓ୍ବାର୍ଡରେ ପ୍ରବାହିତ ହେଉଛି। ଏହି କାରଣରୁ ରାସ୍ତାଘାଟ କ୍ଷତିଗ୍ରସ୍ତ ହେଉଥିବାବେଳେ ପ୍ରଭାବିତ ହେଉଛି ସାଧାରଣ ଲୋକଙ୍କ ଜୀବନଯାତ୍ରା। ଲଘୁଚାପ…

ପଥର ଭରସାରେ ୫ବର୍ଷ

ବଇଣ୍ଡା,୧୯ା୮(ଡି.ଏନ.ଏ.): ବର୍ଷା ହେଲେ ବ୍ରିଜ୍‌ ଉପରେ ପ୍ରବାହିତ ହେଉଛି ପାଣି। କ୍ଷତିଗ୍ରସ୍ତ ହେଉଛି ୨୭ ବର୍ଷର ପୁରୁଣା ପୋଲ। ବର୍ତ୍ତମାନ ସ୍ଥିତି ଏପରି ଯେ ଅତ୍ୟନ୍ତ ବିପଦପୂର୍ଣ୍ଣ ଅବସ୍ଥାକୁ ଚାଲିଆସିଛି ଉକ୍ତ ବ୍ରିଜ୍‌। ୫ ବର୍ଷ ହେଲା ଧୋଇଚାଲିଥିବାରୁ ଆଉ ପୂର୍ବପରି…

ହନୁମାନଙ୍କ ମୂର୍ତ୍ତି ନେଇଗଲେ ଦୁର୍ବୃତ୍ତ

ପାରଳାଖେମୁଣ୍ଡି,୧୯ା୮(ଡି.ଏନ୍‌.ଏ.): ଗଜପତି ଜିଲା ପାରଳାଖେମୁଣ୍ଡିରେ ପୁଣି ଏକ ମନ୍ଦିରରୁ ଚୋରି। ରେଲଓ୍ବେ ଷ୍ଟେଶନ ନିକଟସ୍ଥ ସିଦ୍ଧ ମହାବୀର ମନ୍ଦିରରୁ ଅଷ୍ଟଧାତୁରେ ନିର୍ମିତ ହନୁମାନ ମୂର୍ତ୍ତି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଗୁରୁବାର ବିଳମ୍ବିତ ରାତିରେ ଉକ୍ତ ମନ୍ଦିରର ପ୍ରାୟ ୧୮ କିଲୋ…

କୁନି ଛାତ୍ରଙ୍କ ଭିଡିଓ ଭାଇରାଲ ପରେ ଖୋଲୁଛି ସରକାରୀ ବିଦ୍ୟାଳୟର ଗୁମର

ବାଲେଶ୍ୱର ଅଫିସ,୧୯ା୮: ସରକାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କ ଗୁମର ଖୋଲିଛନ୍ତି ତୃତୀୟ ଶ୍ରେଣୀ ଛାତ୍ର। ବିଦ୍ୟାଳୟକୁ ପଢ଼ିବାକୁ ଆସିଥିବା କୁନି ଛାତ୍ରଙ୍କୁ ପ୍ରଧାନଶିକ୍ଷକ ପ୍ରତ୍ୟେକ ଦିନ ପାଠପଢ଼ା ସମୟରେ ମଧ୍ୟାହ୍ନଭୋଜନ ପାଇଁ ସଉଦା ଆଣିବାକୁ ପଠାଉଛନ୍ତି। ଯାହାର ଭିଡିଓ ଗଣମାଧ୍ୟମ ହାତରେ…

ଘାଟିରେ ବସ୍‌-ଟ୍ରକ୍‌ ମୁହାଁମୁହିଁ, ୨ ଗୁରୁତର

ପାପଡ଼ାହାଣ୍ଡି,୧୯ା୮(ଡି.ଏନ୍‌.ଏ.): ନବରଙ୍ଗପୁର ଜିଲା ପାପଡ଼ାହାଣ୍ଡି ବ୍ଲକ ଆମପାଣି ଘାଟିର ଖଡ଼କା ନିକଟରେ ଶୁକ୍ରବାର ସକାଳୁ ଏକ ବସ୍‌ ଓ ଟ୍ରକ୍‌ ମଧ୍ୟରେ ଧକ୍କା ହୋଇ ଦୁଇ ଡ୍ରାଇଭର ଗୁରୁତର ହୋଇଛନ୍ତି। ସେମାନଙ୍କୁ ପାପଡ଼ାହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପରେ ଅବସ୍ଥା…

ପୁଣି ମାତିଲେ ମାଓବାଦୀ, ଜଣଙ୍କୁ କଲେ ହତ୍ୟା, ମୃତଦେହ ନିକଟରେ ଛାଡ଼ିଗଲେ ପୋଷ୍ଟର

ନୂଆପଡ଼ା ଅଫିସ,୧୯ା୮: ନୂଆପଡ଼ା ଜିଲା କୋମନା ଥାନା ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ଢେକୁନପାନି ଗାଁ ନିକଟରେ ପୋଲିସ ଇନ୍‌ଫର୍ମର ସନ୍ଦେହରେ ଜଣକୁ ହତ୍ୟା କରିଛନ୍ତି ମାଓବାଦୀ। କେବଳ ସେତିକି ନୁହେଁ, ମୃତଦେହ ନିକଟରେ ପୋଷ୍ଟର ଛାଡ଼ି ଚାଲି ଯାଇଥିବା ନେଇ…

ଗଛରେ ଝୁଲିପଡ଼ିଲେ ପ୍ରେମୀଯୁଗଳ

ଦେବଗଡ଼,୧୯ା୮(ଡି.ଏନ୍‌.ଏ.): ଦେବଗଡ଼ ଜିଲା କୁଣ୍ଢେଇଗୋଳା ଥାନା ଆଉଁଳି ଗ୍ରାମରୁ ଶୁକ୍ରବାର ପ୍ରେମୀଯୁଗଳଙ୍କ ମୃତଦେହ ଜବତ କରାଯାଇଛି। ଏକ ମହୁଲ ଗଛରେ ରଶି ଲଗାଇ ଏହି ପ୍ରେମୀଯୁଗଳ ଆତ୍ମହତ୍ୟା କରିଥିବା ବେଳେ ଶୁକ୍ରବାର ସକାଳୁ ଗ୍ରାମବାସୀ ଦେଖିବାକୁ ପାଇଥିଲେ। ମୃତ ଯୁବକ ଆଉଁଳି…

ମା’ ସମ୍ମୁଖରେ ପୁଅଙ୍କୁ ଖଣ୍ଡାରେ ହାଣି ହତ୍ୟା ଘଟଣା: ପୋଲିସକୁ ଚାଞ୍ଚଲ୍ୟକର ତଥ୍ୟ ଦେଲେ ଅଭିଯୁକ୍ତ, ୪ ଗିରଫ

ବଲାଙ୍ଗୀର ଅଫିସ,୧୯ା୮: ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲ କ୍ୟାମ୍ପସ ପରିସରରେ ମଙ୍ଗଳବାର ସକାଳୁ ସୁଦପଡ଼ା ନିବାସୀ ଅଜୁ ଦୋରା (୨୫)ଙ୍କୁ ଖଣ୍ଡାରେ ହାଣି ହତ୍ୟା କରାଯାଇଥିଲା । ପୋଲିସ ଏହି ହତ୍ୟାକାଣ୍ଡର ପର୍ଦ୍ଦାଫାଶ କରିଛି। ୨ ଅଭିଯୁକ୍ତ ଶୁକ୍ରବାର ସକାଳେ ହତ୍ୟାକାଣ୍ଡର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?