ଅଢ଼େଇ ବର୍ଷ ଝିଅଙ୍କ ବୟାନ ଭିତ୍ତିରେ ଅଭିଯୁକ୍ତ ଗିରଫ

ଉମରକୋଟ, ୨୪।୯(ସ୍ବ.ପ୍ର.): କାମ କରିବାକୁ ଉମରକୋଟର ସିଲାଟି ଗ୍ରାମର ମାଣିକ ଘୋଷ ସପରିବାର ଯାଇଥିଲେ ଆନ୍ଧ୍ରପ୍ରଦେଶର କାକିନାଡ଼ା। ସେଠାରେ କିନ୍ତୁ ସ୍ତ୍ରୀ ଲିପିକାଙ୍କ ତଣ୍ଟି ଚିପି ହତ୍ୟା କରିଛନ୍ତି। ପ୍ରତ୍ୟେକ୍ଷଦର୍ଶୀ ଥିବା ଅଢ଼େଇବର୍ଷର ଝିଅ ପୋଲିସ ଆଗରେ ଘଟଣା ସମ୍ପର୍କରେ ସବୁ କହିବା ପରେ ମାଣିକଙ୍କୁ କାକିନାଡ଼ା ପୋଲିସ ଗିରଫ କରିଛି। ଶୁକ୍ରବାର ଲିପିକାଙ୍କ ମୃତଦେହ ଉମରକୋଟରେ ପହଞ୍ଚତ୍ବା ପରେ ଶେଷକୃତ୍ୟ ସମ୍ପନ୍ନ ହୋଇଛି। ଜ୍ୱାଇଁ ମାଣିକଙ୍କୁ ଫାଶୀ ଦିଆଯାଉ ବୋଲି ଲିପିକାଙ୍କ ବାପା ତପନ ଦାବି କରିଛନ୍ତି। ଲିପିକାଙ୍କ ନାଁରେ ଥିବା ୪ ଏକର ଜମିକୁ ମାଣିକ ତାଙ୍କ ଭିଣୋଇଙ୍କୁ ବିକ୍ରୀ କରିଦେଇଥିବା ତପନ ଅଭିଯୋଗ କରିଛନ୍ତି।
୭ ବର୍ଷ ତଳେ ଲିପିକା ଓ ମାଣିକଙ୍କ ବିବାହ ହୋଇଥିଲା। ମେ ୮ ତାରିଖରେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ ନେଇ ଝଗଡ଼ା ହୋଇଥିଲା। ଏହାପରେ ଲିପିକା ଉମରକୋଟ ଥାନାରେ ଏତଲା ଦେଇ ବାପଘରକୁ ପଳାଇଥିଲେ। ମାଣିକ ଲିପିକାଙ୍କୁ ନେବାକୁ ଆସିବାରୁ ଜୁନ୍‌ ମାସରେ ଗାଁରେ ଏକ ବୈଠକ କରାଯାଇ ଥିଲା। ଉକ୍ତ ବୈଠକ ନିଷ୍ପତ୍ତି ପରେ ଲିପିକା ତାଙ୍କ ଶାଶୁଘରକୁ ଯାଇଥିଲେ। ସେଠାରୁ ଉଭୟେ କାକିନାଡ଼ା ଯାଇଥିଲେ। ମାଣିକ କାକିନାଡ଼ାରେ ଏକ ହୋଟେଲରେ କାମ କରୁଥିଲେ। ସୋମବାର କାକିନାଡ଼ାରେ ରହୁଥିବା ଜଣେ ସାଙ୍ଗଙ୍କୁ ମାଣିକ ଫୋନ୍‌ କରି ମୂର୍ଚ୍ଛା ରୋଗରେ ଲିପିକାଙ୍କ ମୃତ୍ୟୁ ହୋଇଥିବା ଜଣାଇଥିଲେ। କିନ୍ତୁ ସାଙ୍ଗ ଜଣଙ୍କ ସେଠାରେ ପହଞ୍ଚତ୍ ଲିପିକାଙ୍କ ବେକରେ ଦାଗ ଥିବା ଦେଖିଥିଲେ। ଖବରପାଇ ପୋଲିସ ସେଠାରେ ପହଞ୍ଚତ୍ ତଦନ୍ତ କରିଥିଲା। ବାପା ହିଁ ମୋ ମା ର ଗଳାଚିପି ହତ୍ୟା କରିଛି ବୋଲି ଅଢ଼େଇବର୍ଷର ଝିଅ ମାହି ବୟାନ ଦେଇଥିଲେ। ଏହାପରେ ପୋଲିସ ମାଣିକଙ୍କୁ ଗିରଫ କରିଛି। ଲିପିକାଙ୍କୁ ମୂର୍ଚ୍ଛା ବେମାର ହେବା ପରେ ପାଟି ପାଖରେ ଆଙ୍ଗୁଠି ରଖିଥିଲି। ସେ ଆଙ୍ଗୁଠି କାମୁଡି ଦେବାରୁ ରାଗିକି ଗଳା ଚିପି ମାରିଦେଲି ବୋଲି ମାଣିକ କହିଛନ୍ତି। ଖବରପାଇ ଲିପିକାଙ୍କ ବାପା ତପନ କାକିନାଡ଼ା ଯାଇଥିଲେ। ସେଠାରୁ ଲିପିକାଙ୍କ ମୃତଦେହ ଓ ନାତୁଣୀଙ୍କୁ ଧରି କାରାଗାଁରେ ଫେରିଥିଲେ। ଲିପିକାଙ୍କ ମୃତଦେହ ସତ୍କାର ଶାଶୁଘର ଗାଁ ସିଲାଟିରେ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ମିଳିଲା ୱାର୍ଡରଙ୍କ ମୃତଦେହ, ଗାଡ଼ି ଆସିଲେ ମଧ୍ୟ ସେ ଡ୍ୟୁଟିକୁ ନ ଯିବାରୁ ବଢ଼ିଲା …

ଦିଗପହଣ୍ଡି,୧୪|୮(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ସାହାସପୁର ଗ୍ରାମ ନିକଟ ଦିଗପହଣ୍ଡି ସବଜେଲ କ୍ୱାଟର୍ସରୁ ଶୁକ୍ରବାର ସନ୍ଧ୍ୟାରେ ଜଣେ ଜେଲ ୱାର୍ଡରଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତକ…

ସୂର୍ଯ୍ୟ-ଗୁରୁଙ୍କ ଯୋଗରେ ୫ ରାଶି ପାଇଁ ଭାରି ଭଲ; ପ୍ରଚୁର ଧନଲାଭକୁ ଅମାପ ସମ୍ପତ୍ତି ମିଳିବ…

ଦ୍ରିକ ପାଞ୍ଜି ଅନୁସାରେ, ୨୩ ଅଗଷ୍ଟ, ୨୦୨୬ ରେ ସୂର୍ଯ୍ୟ ଏବଂ ବୃହସ୍ପତି କେବଳ ୧୮° ଦୂରତାରେ ଅବସ୍ଥିତ ହେବେ। ଜ୍ୟୋତିଷ ଶାସ୍ତ୍ରରେ ଏହାକୁ ଅଷ୍ଟଦଶ ଯୋଗ…

ଚାମ୍ବରରେ ଧସେଇ ପଶି ଏମିତି କ’ଣ କହିଦେଲେ ଭାଜପା ନେତା, ଚେୟାରରେ ଚେତାଶୂନ୍ୟ ହୋଇ ପଡ଼ିଗଲେ ବିଡିଓ

ଡେରାବିଶ, ୧୪।୮ (ବେବର୍ତ୍ତା ଅଜୟ ଦାସ): କେନ୍ଦ୍ରାପଡ଼ା ଜିଲା ଡେରାବିଶ ବ୍ଲକ କାର୍ଯ୍ୟାଳୟରେ ଶୁକ୍ରବାର ଅପରାହ୍ନରେ ଏକ ଅଭାବନୀୟ ପରିସ୍ଥିତି ସୃଷ୍ଟି ହୋଇଛି। ବିଡିଓ ନମିତା ବାରିକ…

ସୁପ୍ରିମକୋର୍ଟରୁ ସମୟ ରୈନାଙ୍କୁ ବଡ଼ ଆଶ୍ୱସ୍ତି

ନୂଆଦିଲ୍ଲୀ,୧୪।୮: ‘ଇଣ୍ଡିଆ ଗଟ ଲ୍ୟାଟେଣ୍ଟ’ ମାମଲାରେ ହାସ୍ୟ ଅଭିନେତା ସମୟ ରୈନାଙ୍କୁ ସୁପ୍ରିମକୋର୍ଟରୁ ବଡ଼ ଆଶ୍ୱସ୍ତି ମିଳିଛି। ସୁପ୍ରିମକୋର୍ଟ ସମୟ ରୈନା ଏବଂ ଅନ୍ୟ ଅଭିଯୁକ୍ତଙ୍କ ବିରୋଧରେ…

ଘୁମୁସର ସ୍ବର ଶୁଣିବେ ଶ୍ରୋତା, ‘ରେଡିଓ ଆଇନା’ର ଲୋକାର୍ପଣ କରି ବିଧାୟକ କହିଲେ…

ଭଞ୍ଜନଗର,୧୪ା୮(ବାବୁଲା ପ୍ରଧାନ): ରେଡିଓର ବିକାଶ ଓ ଏହାକୁ ଲୋକଙ୍କ ନିକଟତର କରିବା ଲକ୍ଷ୍ୟରେ ଭଞ୍ଜନଗର ମାଲସାହିଠାରେ ଶୁକ୍ରବାର ‘ରେଡିଓ ଆଇନା’ର ଲୋକାର୍ପଣ ହୋଇଛି। ଭଞ୍ଜନଗର ବିଧାୟକ ପ୍ରଦ୍ୟୁମ୍ନ…

କେମିତି ଅଛନ୍ତି ଜେପି ନଡ୍ଡା? ଏମ୍ସ ଜାରି କଲା ବୟାନ

ନୂଆଦିଲ୍ଲୀ,୧୪।୮: କେନ୍ଦ୍ର ସ୍ବାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡାଙ୍କ ସ୍ବାସ୍ଥ୍ୟାବସ୍ଥା ସମ୍ପର୍କରେ ଏମ୍ସ ଏକ ଅପଡେଟ ପ୍ରଦାନ କରିଛି। ହସ୍ପିଟାଲ ଅନୁଯାୟୀ, ତାଙ୍କ ଅବସ୍ଥା ବର୍ତ୍ତମାନ ସ୍ଥିର ଅଛି, ଏବଂ…

ବିଦ୍ୟୁତ୍‌ ଆଘାତରେ ନାବାଳିକାଙ୍କ ଜୀବନ ଗଲା, କ୍ଷତିପୂରଣ ଦାବିରେ…

କାଲିମେଳା,୧୪ା୮(ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କୁର୍ମାନୁର ପଞ୍ଚାୟତର ଗୁରାଲୁର ଗ୍ରାମରେ ବିଦ୍ୟୁତ୍‌ ଆଘାତରେ ଜଣେ ୧୩ ବର୍ଷୀୟା ନାବାଳିକାଙ୍କ ମୃତ୍ୟୁ ଘଟିଛି।…

ଅଭିଜିତ ଦୀପକେଙ୍କ ବଡ଼ ବୟାନ: ‘ସୌରଭଙ୍କ ଗୋଟିଏ ଭିଡିଓ ଯୋଗୁଁ…’

ନୂଆଦିଲ୍ଲୀ,୧୪।୮: ‘କକ୍ରୋଚ ଜନତା ପାର୍ଟି’ର ପ୍ରତିଷ୍ଠାତା ଅଭିଜିତ ଦୀପକେ ଶୁକ୍ରବାର (୧୪ ଅଗଷ୍ଟ) କହିଛନ୍ତି ଯେ ସୌରଭ ଦାସ ଯେଉଁ କାମ କରୁଛନ୍ତି ତାହା ଦେଶର ହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri