ଇଏଲ୍‌ରେ ଥାଇ ମଧ୍ୟ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା

ନବରଙ୍ଗପୁର,୨୪୩ା୯(ବି.ପ୍ର.): ସରକାରୀ ନିୟମ ଉଲ୍ଲଂଘନ କରୁଛି ଜିଲା ଶିକ୍ଷା ବିଭାଗ। ମାସେରୁ ଅଧିକ ସମୟ ଇଏଲ୍‌ରେ ଥିଲେ ମଧ୍ୟ ଜଣେ ଶିକ୍ଷୟିତ୍ରୀଙ୍କୁ ମିଳୁଛି ନିୟମିତ ଦରମା। ଏଭଳି ଘଟଣାକୁ ନେଇ ଜିଲା ଶିକ୍ଷା ବିଭାଗ ଏବେ ଚର୍ଚ୍ଚାରେ। ନବରଙ୍ଗପୁର ଜିଲା ମେଣ୍ଟ୍ରି ୟୁଜି ହାଇସ୍କୁଲରେ ଏପରି ଏକ ଘଟଣା ଘଟିଛି।
ନବରଙ୍ଗପୁର ଜିଲା ନନ୍ଦାହାଣ୍ଡି ବ୍ଲକ ମେଣ୍ଟ୍ରି ୟୁଜି ହାଇସ୍କୁଲର ପିଇଟି ଶିକ୍ଷୟିତ୍ରୀ ଗୀତାଞ୍ଜଳୀ ଚାନ୍ଦ। ଜୁନ୍‌ ୧୭ରେ ସ୍କୁଲ ଖୋଲିବା ଦିନଠାରୁ ଶିକ୍ଷୟିତ୍ରୀ ଜଣଙ୍କ ବିଦ୍ୟାଳୟରେ ଅନୁପସ୍ଥିତ। ଅତିରିକ୍ତ ଜିଲା ଶିକ୍ଷା ଅଧିକାରୀ ଶିକ୍ଷୟିତ୍ରୀଙ୍କୁ ୩ ମାସ ହେବ ଅନୁକମ୍ପା ଦେଖାଇଛନ୍ତି। ଜୁନ୍‌ ୬ରୁ ସ୍କୁଲ ଛୁଟି ହୋଇ ୧୭ରେ ଖୋଲିଲା। ଶିକ୍ଷୟିତ୍ରୀ ଜଣକ ଜୁନ୍‌ ୧୭ରୁ ଜୁଲାଇ ୧୫ ତାରିଖ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ପ୍ରଧାନ ଶିକ୍ଷକଙ୍କୁ ଦରଖାସ୍ତ ଦେଇଥିଲେ । ଦରଖାସ୍ତରେ ଛାତି ଯନ୍ତ୍ରଣା ହେଉଥିବା ନେଇ ଉଲ୍ଲେଖ ରହିଛି। ଇତିମଧ୍ୟରେ ୪ ଥର ଛୁଟି ଦରଖାସ୍ତ ପୋଷ୍ଟାଲରେ ପଠାଇଛନ୍ତି। ୧୬ ଜୁଲାଇରୁ ୩୧, ଅଗଷ୍ଟ ୧ରୁ ୩୧ ଓ ୧ ସେପ୍ଟେମ୍ବରରୁ ୩୦ ପର୍ଯ୍ୟନ୍ତ ଛୁଟିରେ ରହିବେ ବୋଲି ଦରଖାସ୍ତରେ ଜଣାଇ ଚାଲିଛନ୍ତି। ଏହା ମଧ୍ୟରେ ଶିକ୍ଷୟିତ୍ରୀ ଜଣଙ୍କ ଅଗଷ୍ଟ ପ୍ରଥମ ସପ୍ତାହରେ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦରଖାସ୍ତ ମାଧ୍ୟମରେ ନିଜ ସମସ୍ୟା ଜଣାଇଛନ୍ତି। ବିବାହ ପରଠାରୁ ଶାଶୁଘର ଲୋକେ ଅତ୍ୟାଚାର କରୁଛନ୍ତି। ସ୍ବାମୀ ମଧ୍ୟ ମାନସିକ ଓ ଶାରୀରିକ ଯନ୍ତ୍ରଣା ଦେବା ସହ ଜୀବନରେ ମାରିଦେବାକୁ ଧମକ ଦେଉଛନ୍ତି। ତେଣୁ ତାଙ୍କୁ ବାପଘର ଭଦ୍ରକ ଜିଲାକୁ ବଦଳି କରାଯାଉ ବୋଲି ଶିକ୍ଷୟିତ୍ରୀ ଜଣକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଦେଇଥିବା ଦରଖାସ୍ତରେ ଉଲ୍ଲେଖ ରହିଛି। ଏବେ ସେ ଛୁଟିରେ ଭଦ୍ରକରେ ରହୁଛନ୍ତି ବୋଲି ଲିଖିତ ଭାବେ ଦର୍ଶାଇଛନ୍ତି। ଏହାପରେ ଅଗଷ୍ଟ ୭ରେ ବିଭାଗୀୟ ଯୁଗ୍ମ ସଚିବ ଜିଲା ଶିକ୍ଷା ଅଧିକାରୀଙ୍କୁ ଚିଠି କରି ଘଟଣା ସମ୍ପର୍କରେ ଜଣାଇଛନ୍ତି। ଯୁଗ୍ମ ସଚିବଙ୍କ ଚିଠି ପାଇବା ପରେ ମଧ୍ୟ ଶିକ୍ଷୟିତ୍ରୀ ଚାନ୍ଦଙ୍କ ଦରମା ବିଲ୍‌ ଜୁନ୍‌, ଜୁଲାଇ, ଅଗଷ୍ଟ ମାସରେ ଅନୁକମ୍ପା ଦେଖାଇ ପ୍ରଦାନ କରାଯାଇଛି। ଶିକ୍ଷୟିତ୍ରୀ ଚାନ୍ଦ ଇଏଲ୍‌ରେ ଅଛନ୍ତି ଓ ତାଙ୍କ ଦରମା ନ କରିବାକୁ ଷ୍ଟେଟ୍‌ମେଣ୍ଟ ଜିଲା ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ପ୍ରତି ମାସ ଦାଖଲ କରୁଛନ୍ତି ବୋଲି ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପବିତ୍ର କୁମାର ମିଶ୍ର କହିଛନ୍ତି। ଘଟଣା ସମ୍ପର୍କରେ ଜାଣିବା ପାଇଁ ଶିକ୍ଷୟିତ୍ରୀ ଚାନ୍ଦଙ୍କୁ ତାଙ୍କ ମୋବାଇଲ ନମ୍ବର ୭୦୦୮୩୪୭୯୫୨ ଓ ୯୧୭୮୧୦୩୬୦୬କୁ ଯୋଗାଯୋଗ କରିଥିଲେ ମଧ୍ୟ ସେ ଏହାର ଉତ୍ତର ଦେଇନାହାନ୍ତି। ଏନେଇ ଜିଲା ଶିକ୍ଷା ଅଧିକାରୀ ପ୍ରଦୀପ କୁମାର ନାଗଙ୍କୁ ପଚାରିବାରୁ ଏହି ବିଷୟରେ ଜାଣିନାହିଁ ବୋଲି କହିବା ସହ କାର୍ଯ୍ୟାଳୟ କର୍ମଚାରୀଙ୍କୁ ଡାକି ଘଟଣା ବିଷୟରେ ପଚାରି ବୁଝିଥିଲେ। ବିଦ୍ୟାଳୟ ଖୋଲିବା ଦିନରୁ ଯଦି ଶିକ୍ଷୟିତ୍ରୀ ଛୁଟିରେ ଅଛନ୍ତି ତେବେ ତାଙ୍କର ଦରମା ଜୁନ୍‌ ମାସରୁ ହିଁ ହେବା କଥା ନୁହେଁ। ଯଦି ସ୍ବାସ୍ଥ୍ୟଗତ ସମସ୍ୟା ନେଇ ଛୁଟି ନେଇଛନ୍ତି, ତେବେ ଜଏନ୍‌ କରି ସମସ୍ତ ତଥ୍ୟ ଦେବା ପରେ ହିଁ ଦରମା ହେବା କଥା ବୋଲି ସେ କହିଛନ୍ତି। ଯଦି ଜୁନ୍‌, ଜୁଲାଇ, ଅଗଷ୍ଟ ମାସର ଦରମା ପ୍ରଦାନ କରାଯାଇଛି ତେବେ ତାହା ରିକଭରି କରାଯିବ ବୋଲି ସେ କହିଛନ୍ତି। ଇଏଲ୍‌ରେ ଥିବା ଶିକ୍ଷୟିତ୍ରୀଙ୍କ ସମସ୍ତ ତଥ୍ୟ ଥାଇ ଯେଉଁମାନେ ଦରମା କରିଛନ୍ତି ସେମାନଙ୍କ ବିରୋଧରେ ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଲକ୍‌ଡାଉନ୍‌ରେ କୋଳିମାଟି ସାପ୍ତାହିକ ହାଟ ବନ୍ଦ: ନିୟମକୁ ମାନିଲେ ଅଞ୍ଚଳବାସୀ

କୋଳିମାଟି,୨୬।୩(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ କୋଳିମାଟି ପଞ୍ଚାୟତର ସାପ୍ତାହିକ ହାଟ ଗୁରୁବାର ସମ୍ପୂର୍ଣ୍ଣ ବନ୍ଦ ରହିଥିବା ଦେଖିବାକୁ ମିଳିଛି। କରୋନା ମୁକାବିଲା ଲାଗି ୨୧...

ବିଜେପୁର ଉପନିର୍ବାଚନ: ୧୧ଟା ସୁଦ୍ଧା ୨୫.୭% ମତଦାନ

ବରଗ ଅଫିସ /ବିଜେପୁର, ୨୧।୧୦(ଡି.ଏନ୍‌.ଏ.): ବରଗଡ଼ ଜିଲା ବିଜେପୁର ଉପନିର୍ବାଚନ ପାଇଁ ସୋମବାର ମତଦାନ ଚାଲିଛି। ନିର୍ବାଚନ ମଣ୍ଡଳୀର ୨୮୫ ବୁଥ୍‌ରେ ମତଦାନ ପ୍ରକ୍ରିୟା ଚାଲିଥିବା...

ମହିଳାଙ୍କୁ ପ୍ରତାରଣା, ଯୁବକ ଗିରଫ

ବ୍ରହ୍ମପୁର ଅଫିସ,୧୯ା୯: ଜଣେ ଦଳିତ ମହିଳାଙ୍କୁ ପ୍ରତାରଣା କରିବା ସହ ତାଙ୍କ ଅଶ୍ଳୀଳ ଫଟୋ ଭାଇରାଲ କରିଥିବା ଅଭିଯୋଗରେ ଟାଉନ ଥାନା ପୋଲିସ ଜଣେ ଯୁବକଙ୍କୁ...

ନଦୀ ତୁଠରେ ପଡ଼ିରହିଛି କୁଡ଼କୁଡ଼ ବ୍ୟବହୃତ ପିପିଇ କିଟ୍‌

ବାରିପଦା ଅଫିସ, ୧୪।୫: ମୟୂରଭଞ୍ଜ ଜିଲା ବାରିପଦା ସହରର ୱାର୍ଡ ନଂ.୧୪ କବରଖାନା ନିକଟରେ ଦେଇ ଯାଇଥିବା ସରାଳି ନଦୀ ଗାଧୁଆ ତୁଠରେ ପଡ଼ିରହିଛି କୁଡକୁଡ...

ଛାତରୁ ପଡ଼ି ନୌସେନା ଯବାନଙ୍କ ମୃତ୍ୟୁ

ଆସିକା,୧୬ା୪(ଡି.ଏନ.ଏ.): ଗଞ୍ଜାମ ଜିଲା ଗାଙ୍ଗପୁର ଥାନା ଅନ୍ତର୍ଗତ ଗୋବରା ପଞ୍ଚାୟତ ବାସୁଦେବପୁର ଗ୍ରାମରେ ଶୁକ୍ରବାର ଘର ଛାତରୁ ପଡି ଜଣେ ନୌସେନା ଯବାନଙ୍କ ମୃତ୍ୟୁ ଘଟିଛି।...

ଖୋର୍ଦ୍ଧା ପୌର କାର୍ଯ୍ୟାଳୟ ବନ୍ଦ: କର୍ମଚାରୀଙ୍କୁ ଅଫିସ ମନା

ଖୋର୍ଦ୍ଧା ଅଫିସ,୨।୭: ଖୋର୍ଦ୍ଧା ପୌର ପରିଷଦ କାର୍ଯ୍ୟଳୟର ଜଣେ କର୍ମଚାରୀ ଏବଂ ତାଙ୍କ ପୁଅ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଗୁରୁବାର ପ୍ରଶାସନ ପକ୍ଷରୁ ପୌର...

କୂଅରୁ ମା’, ପୁଅଙ୍କୁ ଉଦ୍ଧାର: ଅଗ୍ନିଶମ ବାହିନୀଙ୍କୁ ପ୍ରଶଂସା କଲେ ଡିଜି

ଛତ୍ରପୁର,୩୧।୮(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ଛତ୍ରପୁର ବ୍ଲକ ପୋଡାପଦର ପଞ୍ଚାୟତ ଅଧୀନ କୁମାରବେଗପଲ୍ଲୀ ଗ୍ରାମରେ ରବିବାର ଏକ ଖୋଲା କୂଅ ଭିତରେ ପଡ଼ିଯାଇଥିବା ବୃଦ୍ଧା ମା’ଙ୍କୁ ଉଦ୍ଧାର...

ବାସନ୍ତୀ ଦୁର୍ଗାଙ୍କ ଅଷ୍ଟମୀ ପୂଜା

ଅନୁଗୋଳ ଅଫିସ୍‌, ୧୦ା୪ – ଅନୁଗୋଳ ଅମଲପଡ଼ାସ୍ଥିତ ମା’ ବାସନ୍ତୀ ଦୁର୍ଗାଙ୍କ ଅଶୋକାଷ୍ଟମୀ ପୂଜା ଶନିବାର ଅନୁଷ୍ଠିତ ହୋଇଯାଇଛି। ଏହି ଉପଲକ୍ଷେ ଅପରାହ୍ନରେ ହୋମଯଜ୍ଞ ପରେ...

Advertisement
Archives

Model This Week