ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟ ଆଗରେ ଲାଞ୍ଜିଆ ସୌରାଙ୍କ ଧାରଣା

ଗୁଣପୁର,୨୩ା୯(ଡି.ଏନ୍‌.ଏ.): ଆଦିମ ଜନଜାତି ଲାଞ୍ଜିଆ ସୌରା ବର୍ଗର ଲୋକଙ୍କ ଜୀବନ ଜୀବିକା, ସାମାଜିକ, ଆର୍ଥିକ, କୃଷି ଭିତ୍ତିକ ଉନ୍ନତି ସାଧନ ପାଇଁ ରାଜ୍ୟ ସରକାର ସ୍ବତନ୍ତ୍ର ଭାବେ ଲାଞ୍ଜିଆ ସୌରା ଉନ୍ନୟନ ସଂସ୍ଥା(ଏଲ୍‌ଏସ୍‌ଡିଏ), ଓଡ଼ିଶା ସଶକ୍ତୀକରଣ ଓ ଜୀବିକା ମିଶନ ଭଳି ଅନେକ ଉପ ବିଭାଗ କରିଛନ୍ତି। ଏଥିରେ ଅନେକ କର୍ମଚାରୀ କାର୍ଯ୍ୟ କରୁଥିବା ବେଳେ ଏ ବାବଦରେ ଅନୁଦାନ ମଧ୍ୟ ଯୋଗାଇ ଦିଆଯାଉଛି। ହେଲେ ସଂସ୍ଥାରେ କାର୍ଯ୍ୟରତ କର୍ମଚାରୀଙ୍କ କାର୍ଯ୍ୟଧାରାକୁ ନେଇ ଅସନ୍ତୋଷ ବ୍ୟକ୍ତ କରିଛନ୍ତି ଆଦିମ ଜନଜାତିର ଲୋକେ। କର୍ମଚାରୀମାନେ ମନମୁଖୀ କାର୍ଯ୍ୟ କରୁଥିବା ଅଭିଯୋଗ କରି ଶୁକ୍ରବାର ପୁଟାସିଂ ସ୍ଥିତ ଏଲ୍‌ଏସ୍‌ଡିଏ କାର୍ଯ୍ୟାଳୟ ସମ୍ମୁଖରେ ଲାଞ୍ଜିଆ ସୌରା ବର୍ଗର ଲୋକେ ଧାରଣାରେ ବସିଥିଲେ। ସମସ୍ୟା ସମାଧାନର ପ୍ରତିଶ୍ରୁତି ପରେ ଧାରଣାରୁ ହଟିଛନ୍ତି।
କର୍ମଚାରୀ ମାନେ କାର୍ଯ୍ୟାଳୟରେ ଅନୁପସ୍ଥିତ ରହିବା, ଶଗଡ଼ା ଗ୍ରାମର ହିଲ୍‌ କିଙ୍ଗ୍‌ ଏସ୍‌ଏଚ୍‌ଜି ମହିଳାଙ୍କୁ ଧାନକଟା ଯନ୍ତ୍ର ପ୍ରଦାନ କରାଯିବାକୁ ପ୍ରତିଶ୍ରୁତି ଦେଇ ଭଣ୍ଡେଇବା, ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ରେ ପଥର ବନ୍ଧ କାର୍ଯ୍ୟର ପ୍ରାପ୍ୟ ନ ଦେବା, ଉନ୍ନୟନ ସଂସ୍ଥାରେ କାର୍ଯ୍ୟ କରୁଥିବା ପିଅନ, ଗାଡ଼ି ଚାଳକ, ରାତ୍ରି ଜଗୁଆଳି ଓ ୫ ଏମ୍‌ପିଡବ୍ଲୁଙ୍କୁ ବିନା ସର୍ତ୍ତରେ କାର୍ଯ୍ୟରୁ ଅନ୍ତର କରିବା, ସମସ୍ତ ଭିଡିସି କମିଟି ସଭାପତି ଭାବେ ଅଶିକ୍ଷିତ ମହିଳାଙ୍କୁ ରଖିବା ଯୋଗୁ କାର୍ଯ୍ୟରେ ବାଧା ସୃଷ୍ଟି ହେବା ଭଳି ଗୁରୁତର ଅଭିଯୋଗ ଲାଞ୍ଜିଆ ସୌରା ବର୍ଗର ଲୋକଙ୍କ ପକ୍ଷରୁ କରାଯାଇଥିଲା। ଶଗଡ଼ା ଓ ପୁଟାସିଂ ପଞ୍ଚାୟତର ଜନ ପ୍ରତିନିଧି ଏବଂ ଅଞ୍ଚଳବାସୀ ଦିବସ ରାଇକା, ମାଥ୍ୟୁ ଦଳବେହେରା, ଜୁନେସ ଶବର, ମିଖାଏଲ ଗମାଙ୍ଗ, ଇର୍‌ଫାନ ଗମାଙ୍ଗ, ସୁରିନ କାର୍ଯୀ, ସୋମନାଥ ଗମାଙ୍ଗ ଓ ରାଜେଶ ଗମାଙ୍ଗଙ୍କ ନେତୃତ୍ୱରେ ଲାଞ୍ଜିଆ ସୌରା ଲୋକେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଥିଲେ। ପରେ ଉନ୍ନୟନ ସଂସ୍ଥାର ସ୍ବତନ୍ତ୍ର ଅଧିକାରୀ ଓ ଜୀବିକା ମିଶନର ଅଧିକାରୀ ସମସ୍ୟା ସମାଧାନର ଲିଖିତ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ରୋଗ୍‌ରେ ଶଢ଼ୁଛନ୍‌ ବନମାଳୀ:ସରକାରୀ ସୁବିଧାରୁ ବଁଚିତ୍‌ ଅସାହା ପରିବାର

ଭବାନୀପାଟଣା,୧୭।୫(ଡି.ଏନ.ଏ.): କଳାହାଣ୍ଡି ଜିଲା କଲମପୁର ବ୍ଲକ ଅଧୀନ ମଣ୍ଡଳ ଗଁାର ବନମାଳୀ ପାଲ। ସେ ଝନେ ନିହାତି ଗରିବ୍‌ ଲୋକ୍‌ ହେଇଥିଲାବେଲେ କୁଟୁମ ପୁଷବାର ଲାଗି...

ଲଗାଣ ବର୍ଷାରେ ଘର କାନ୍ଥ ଭୁଶୁଡ଼ିଲା: ସ୍ବାମୀ ମୃତ; ସ୍ତ୍ରୀ,ଜ୍ୱାଇଁ ଗୁରୁତର

କେନ୍ଦୁଝର/ଢେଙ୍କିକୋଟ, ୨୫ା୧୦(ଡି.ଏନ.ଏ./ସ୍ବ.ପ୍ର.)-କେନ୍ଦୁଝର ଜିଲା ହରିଚନ୍ଦନପୁର ବ୍ଲକ ମିଶ୍ରମାଳରେ ଲଗାଣବର୍ଷା ଯୋଗୁ ଘରର କାନ୍ଥ ଭୁଶୁଡ଼ି ପଡିବାରୁ ସେଥିରେ ଚାପି ହୋଇ ଜଣଙ୍କ ମୃତ୍ୟୁ ଘଟିଛି ା...

ଷ୍ଟକ୍‌ୟାର୍ଡକୁ ନେଇ ଚିନ୍ତା ଘାରିଛି

ଯାଜପୁର ଅଫିସ,୧୫।୧: ଯାଜପୁର ଜିଲା କଳିଙ୍ଗନଗର ମାନପୁର ରେଲୱେ ସାଇଡିଂରୁ ନିର୍ଗତ ଧୂଳିଧୂଅଁା ଦାନଗଦି ବ୍ଲକ ଧୂଳିଗଡ ଗ୍ରାମ ପଞ୍ଚାୟତବାସୀଙ୍କୁ ଅତିଷ୍ଠ କରିଛି। ଉକ୍ତ ସାଇଡିଂ ପ୍ରଦୂଷଣ...

ନିହତ ହୋଇଥିବା ୨ ମାଓବାଦୀ ଛତିଶଗଡ଼ କ୍ୟାଡର୍‌, ହୋଇଥିଲା ୪ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା: ଆଇଜି ଅମିତାଭ

ବଲାଙ୍ଗୀର ଅଫିସ, ୨୫।୧୧: ବଲାଙ୍ଗୀର-ବରଗଡ ଜିଲା ସୀମା ଗନ୍ଧମାର୍ଦ୍ଦନ ପାହାଡ଼ରେ ଗୁରୁବାର ମାଓବାଦୀ-ପୋଲିସ ମଧ୍ୟରେ ଗୁଳି ବିନିମୟ ହୋଇଥିଲା। ଏଥିରେ ୨ ଜଣ ମହିଳା ମାଓବାଦୀ...

କୁଲାରେ ହେବ କଳାକୃତି

ଢେଙ୍କାନାଳ ଅଫିସ, ୧୪।୯: ୬୫ ଫୁଟ ଉଚ୍ଚ ଓ ୪୦ଫୁଟ ଓସାରରେ ନିର୍ମାଣ ହେବ ଭବ୍ୟ ତୋରଣ। ହେଲେ ଏଥିରେ ଲାଗିବନି ଡିଜିଟାଲ ଏଲ୍‌ଇଡି ଲାଇଟ୍‌।...

ବର୍ଷା-ଅନୁଭବ ମାମଲା, ୭ରେ ଶୁଣାଣି

କଟକ ଅଫିସ, ୩୦ା୮: ବହୁଚର୍ଚ୍ଚିତ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଏବଂ ଅଭିନେତା ତଥା କେନ୍ଦ୍ରାପଡ଼ା ଏମ୍‌ପି ଅନୁଭବ ମହାନ୍ତି ପାରିବାରିକ ବିବାଦ ମାମଲାରେ ବର୍ଷାଙ୍କ ଆବେଦନର...

ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାଶ

ଗଞ୍ଜାମ,୧୦।୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ହୁମ୍ମା ଫାଣ୍ଡି ଅନ୍ତର୍ଗତ ବୀରଭଦ୍ର ହାଇସ୍କୁଲରୁ ଚୋରି ଘଟଣାର ପର୍ଦ୍ଦାଫାଶ କରିଛି। ଉକ୍ତ ଚୋରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ପୋଲିସ...

ଏସ୍‌ଓପି ମାନୁନାହାନ୍ତି ମଦ ବିକ୍ରେତା

ଖୋର୍ଦ୍ଧା ଅଫିସ,୨୪ା୧୨: ଖୋର୍ଦ୍ଧା ଜିଲାରେ ମଦ ବିକ୍ରେତା ମାନୁନାହାନ୍ତି ଅବକାରୀ ବିଭାଗର ଷ୍ଟାଣ୍ଡାର୍ଡ ଅପରେଟିଙ୍ଗ ପ୍ରେସିଡିଓର (ଏସ୍‌ଓପି)। ଧାର୍ଯ୍ୟ ଦରଠାରୁ ଚଢ଼ା ଦରରେ ବିକ୍ରି କରୁଛନ୍ତି।...

Advertisement
Archives

Model This Week