୧୩ଯାତ୍ରୀଙ୍କୁ ଧରି ଯାଉଥିବା ଅଟୋ ଓଲଟିଲା

କୋଟଗଡ଼,୨୪।୯(ଡି.ଏନ୍‌.ଏ.): କନ୍ଧମାଳ ଜିଲା ବାଲିଗୁଡା ଥାନା ଅଧୀନ ମିଡିଆକିଆ ଗଡମାହା ଘାଟରେ ଶନିବାର ଏକ ଅଟୋ ଓଲଟି ୧୩ ଜଣ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି।

ମିଳିଥିବା ସୂଚନା ମୁତାବକ, ମିଡିଆକିଆ ଗ୍ରାମର ୧୩ ଜଣ ଯାତ୍ରୀ ଏକ ଅଟୋରେ ବାଲିଗୁଡ଼ା ବଜାରକୁ ଆସୁଥିଲେ। ହେଲେ ଗଡମାହା ଘାଟରେ ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଫଳରେ ଅଟୋରେ ଥିବା ସମସ୍ତ ଆହତ ହେଇଥିଲେ। ୩ଜଣଙ୍କ ଅବସ୍ଥା ଗୁରୁତର ଥିବା ବେଳେ ଜଣଙ୍କ ଅବସ୍ଥା ସଙ୍କଟାପତ୍ନ ଥିବାରୁ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଆହତମାନଙ୍କୁ ବାଲିଗୁଡ଼ା ମେଡିକାଲରେ ଚିକିତ୍ସା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପାନୀରେ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବା ପାଇଁ ବିଧାୟକଙ୍କ ସମୀକ୍ଷା, ମନମୁଖୀ କାର୍ଯ୍ୟ ନେଇ…

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଛତ୍ରପୁର ଉପକଣ୍ଠରେ ଭାରତୀୟ ବିରଳ ମୃତ୍ତିକା ସଂରକ୍ଷଣ (ଆଇଆର୍‌ଇଏଲ୍‌) କମ୍ପାନୀରେ ସ୍ଥାନୀୟ ଅଞ୍ଚଳର ଦକ୍ଷତା ଭିତ୍ତିକଏବଂ ବେକାର ଯୁବତୀ/ଯୁବକଙ୍କୁ ନିଯୁକ୍ତି ଦେବା ସହିତ ଅନ୍ୟାନ୍ୟ…

୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ୪୫ କିଲୋଗ୍ରାମ ଗଞ୍ଜେଇ ଜବତ, ୩ ଜଣଙ୍କୁ ବାନ୍ଧିଲା…

ମୋହନା, ୩।୭ (ମନ୍ମଥ ମିଶ୍ର): ଗଜପତି ଜିଲାର ଅଡବା ପୋଲିସ ପକ୍ଷରୁ ଜାଙ୍ଗୁଡ଼ି ଓ ଖାରିଗୁଡ଼ା ନିକଟରେ ପାଟ୍ରୋଲିଂ କରାଯିବା ସହ କଡ଼ାକଡ଼ି ଯାଞ୍ଚ କରାଯାଇଥିଲା। ଏହି…

T20 ବିଶ୍ୱକପ ଫାଇନାଲରେ ପହଞ୍ଚିବା ପରେ ଭାବପ୍ରବଣ ହୋଇଗଲେ ବିଶ୍ୱର ସବୁଠାରୁ ସୁନ୍ଦରୀ କ୍ରିକେଟର

ନୂଆଦିଲ୍ଲୀ,୩।୭: ଚଳିତ ମହିଳା T20 ବିଶ୍ୱକପରେ ଇଂଲଣ୍ଡ ଦ୍ୱିତୀୟ ଫାଇନାଲିଷ୍ଟ ହୋଇଛି। ଟୁର୍ଣ୍ଣାମେଣ୍ଟର ଦ୍ୱିତୀୟ ସେମିଫାଇନାଲ ଗତ ଗୁରୁବାର (ଜୁଲାଇ ୨) ଲଣ୍ଡନର କେନିଂଟନ ଓଭାଲରେ ଇଂଲଣ୍ଡ…

ନ୍ୟାଶନାଲ ପେନକାକ୍ ସ୍ପୋର୍ଟ ଚାମ୍ପିୟନଶିପ୍‌ରେ ଶିବ ପ୍ରସାଦ ଜେନାଙ୍କୁ ସ୍ୱର୍ଣ୍ଣ ପଦକ

ଗଞ୍ଜାମ,୩।୭ (ବିଦ୍ୟାଧର ସାହୁ): ମହାରାଷ୍ଟ୍ରର ନାସିକଠାରେ ଆୟୋଜିତ ନ୍ୟାଶନାଲ ପେନକାକ୍ ସ୍ପୋଟ୍ସ ଚାମ୍ପିୟନଶିପ୍‌ରେ ସବ୍-ଜୁନିୟର ବର୍ଗରେ ଶିବ ପ୍ରସାଦ ଜେନା (୧୪) ସ୍ୱର୍ଣ୍ଣ ପଦକ ହାସଲ କରି…

ଟିମ ଇଣ୍ଡିଆ ଜର୍ସି ପିନ୍ଧି ପଡ଼ିଆକୁ ଓହ୍ଲାଇଥିଲେ ସଚିନ ତେନ୍ଦୁଲକର! ‘ନମ୍ବର ୧୦’ ଦେଖି ପ୍ରଶଂସକଙ୍କ ମଧ୍ୟରେ ଖେଳିଗଲା…

ନୂଆଦିଲ୍ଲୀ,୩।୭: ସଚିନ ତେନ୍ଦୁଲକର ନୀଳ ୧୦ ନମ୍ବର ଜର୍ସି ପିନ୍ଧି ପଡ଼ିଆକୁ ପାଦ ଦେଇଥିଲେ। ଏହି ଚିତ୍ରଗୁଡ଼ିକ ଦେଖି ପ୍ରଶଂସକଙ୍କ ମଧ୍ୟରେ ତୁରନ୍ତ ଏକ ସ୍ମୃତିର ଭାବନା…

ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ: ଗ୍ରାମୀଣ ରୋଜଗାର ନୂଆ ଗ୍ୟାରେଣ୍ଟି

ଛତ୍ରପୁର,୩ା୭(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାସ୍ତରୀୟ ଜନସମ୍ମିଳନୀ ଓ ଭିବିଜୀ-ରାମଜୀ ଯୋଜନାର ଶୁଭାରମ୍ଭ କାର୍ଯ୍ୟକ୍ରମ ଗଞ୍ଜାମ ଜିଲା ପରିଷଦର ଋଷିକୂଲ୍ୟା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଗଞ୍ଜାମ…

କରିଥିଲେ ପ୍ରେମ ବିବାହ: ଦୁର୍ଘଟଣାରେ ଗୁରୁତର ହେଲେ ସ୍ବାମୀ, ଶେଷରେ ଝିଅର ହତ୍ୟା ଅଭିଯୋଗ…

ବାଲେଶ୍ୱର,୩।୭(ବାଞ୍ଛାନିଧି ଦେ): ବାଲେଶ୍ୱର ଜିଲାର ଚାନ୍ଦିପୁର ଥାନା ଅନ୍ତର୍ଗତ ସାହଦା ଗ୍ରାମର ମନିଷ କୁମାର ସାହୁଙ୍କ ପତ୍ନୀ ମମତା ସାହୁ (୨୧) ଗୁରୁବାର ରାତିରେ ଘରେ ଫାଶୀ…

ଜୟପୁର ଏସ୍‌ଡିଆଇପିଆରଙ୍କୁ ମିଳିଲା ନୂଆ ଦାୟିତ୍ୱ

କୋରାପୁଟ,୩ା୭(ଅମିତାଭ ବେହେରା): ଜୟପୁର ଉପଖଣ୍ଡ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଯଶୋଦା ଗାଦବାଙ୍କୁ କୋରାପୁଟ ଜିଲାର ଭାରପ୍ରାପ୍ତ ଜିଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ (ଡିଆଇପିଆରଓ) ଭାବେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri