ହାତଠାରି ଡାକେ କାଶତଣ୍ଡି…

ବିଷମକଟକ,୨୪ା୯(ଡି.ଏନ୍‌.ଏ.): ଶରତ ଆକାଶରେ ଏବେ କାଶତଣ୍ଡୀର ସମ୍ଭାର। ସବୁଜ ଧାନକ୍ଷେତର ହାତଠାରି ଡାକରା ଧରାପୃଷ୍ଠକୁ ମା’ ଜଗଜ୍ଜନନୀ ଦଶଭୁଜାଙ୍କ ଆଗମନର ଦେଲାଣି ସୂଚନା। ମେଘମୁକ୍ତ ଆକାଶରେ ଚହଟିଲାଣି ପରିବେଶ। ଦିଗ୍‌ବଳୟ ଫାଙ୍କରୁ ଓଢ଼ଣା ଟେକି ମୁହଁ ଦେଖାଇଲାଣି ଶୀତ। ପ୍ରତିବର୍ଷ ମା’ ଏହି ପାର୍ବଣ ଋତୁରେ ନିଜ ସନ୍ତାନଙ୍କ ଦୁଃଖ ସୁଖ ବୁଝିବା ପାଇଁ ଧରାପୃଷ୍ଠକୁ ଆସିଥାନ୍ତି। ନିଜ ସନ୍ତାନଙ୍କ ସୁରକ୍ଷା ପାଇଁ ସେ ସାଜିଥିଲେ ମହିଷାସୁର ମର୍ଦ୍ଦିନୀ। ମାଆଙ୍କ ବାହନ ସିଂହ ହୋଇଥିଲେ ମଧ୍ୟ ଅଶ୍ୱ, ନୌକା, ଗଜ, ଶାରୀ ଏହି ୪ଟି ହେଉଛି ମାଆଙ୍କ ମଞ୍ଚକୁ ଆଗମନର ମାଧ୍ୟମ l ତେବେ ପ୍ରତିବର୍ଷ ମାଆ ଏହି ୪ଟି ବାହନରୁ ଗୋଟିଏ ବାହନରେ ବିରାଜିଥାନ୍ତି। ପୂଜାମଣ୍ଡପରେ ମାଆଙ୍କ ମୃଣ୍ମୟୀ ପ୍ରତିମା ଦର୍ଶନରେ ମନପ୍ରାଣ ଉଲ୍ଲସିତ ହୋଇଯାଏ। ସେହି ମଙ୍ଗଳମୟୀ ମହାଦେବୀଙ୍କ ଶୁଭ ଆଗମନର ବାର୍ତ୍ତା ଦେଉଛି ରାୟଗଡ଼ା ଜିଲା ଦେଇ ପ୍ରବାହିତ ବଂଶଧାରା, ନାଗାବଳୀ ନଈ ପଠା, ରାସ୍ତାକଡ଼, ବିଲ ହୁଡ଼ାରେ ପଡ଼ିଛି ଯେମିତି କାଶତଣ୍ଡୀର ଧବଳବେଣୀ। ଏହାର ସ୍ପର୍ଶରେ ଶାନ୍ତ ସ୍ନିଗ୍ଧ ହୋଇ ପଡିଛି ସମଗ୍ର ଧରା। ଆନନ୍ଦ ମୁଖର ହୋଇ ଉଠୁଛି ସମଗ୍ର ପଲ୍ଲୀ । ଏହି ଆନନ୍ଦର ଅପୂର୍ବ ଧାରା ସାଧାରଣ ଜନଜୀବନ ଯେତିକି ପ୍ରଭାବିତ କରିଛି, କବି, ଲେଖକଟିଏକୁ ମଧ୍ୟ ସେତିକି କରିଛି ଆନମନା। ଲେଖକଟିଏ ତାଙ୍କ ଲେଖନୀରେ କାଶତଣ୍ଡୀର ସ୍ନିଗ୍‌ଧ ମନଲୋଭା ରୂପକୁ ତୋଳି ଧରିଥିବା ବେଳେ ଚିତ୍ରକର ମଧ୍ୟ ଆଙ୍କିବାକୁ ଭୁଲିନାହାନ୍ତି ତାଙ୍କ କନ୍‌ଭାସରେ ରୂପସୀ କାଶତଣ୍ଡୀକୁ।


Enter your email to get our daily news in your inbox.

All Right Reserved By Dharitri.Com

ମାଡ଼ ମାରି ଭାଉଜଙ୍କ ହାତ ଭାଙ୍ଗିଦେଲେ ଦିଅର, ଆଉ ତା’ପରେ…

ଦିଗପହଣ୍ଡି,୧୩।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଖଣ୍ଡଦେଉଳି ଗ୍ରାମର ବନିତା ପ୍ରଧାନଙ୍କୁ ରବିବାର ତାଙ୍କ ଦିଅର ପଦ୍ମ ଲୋଚନ ପ୍ରଧାନ ଆକ୍ରମଣ କରି ବାମ…

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭେଟିଲେ ବାଲ୍ୟବନ୍ଧୁ, BJP ବିଧାୟକଙ୍କୁ ନେଇ ଆଣିଲେ ବଡ଼ ଅଭିଯୋଗ! ଛାନିଆ ହୋଇଗଲେ….

ମୁମ୍ବାଇ,୧୩।୯: ମହାରାଷ୍ଟ୍ରର ଭାୟନ୍ଦରରେ ଜମି ବିବାଦକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବାଲ୍ୟବନ୍ଧୁ ଅସଗରଅଲି ଭୋରା ତାଙ୍କୁ ଭେଟିଛନ୍ତି । ୮ ସେପ୍ଟେମ୍ବରରେ ୮୧ ବର୍ଷୀୟ ଭୋରା…

ପଶ୍ଚିମବଙ୍ଗରେ ବନ୍ଦ ହେଲା ୨୫୨ ମଦ୍ରାସା

କୋଲକାତା,୧୩ା୯: ପଶ୍ଚିମବଙ୍ଗ ସରକାର ରାଜ୍ୟରେ ଚାଲୁଥିବା ଇସ୍‌ଲାମୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ସମୀକ୍ଷା କରିବା ପରେ ୨୫୨ ମଦ୍ରାସାକୁ ବନ୍ଦ କରିବା ପାଇଁ ନୋଟିସ ଜାରି କରିଛନ୍ତି। ଯାଞ୍ଚ ପ୍ରକ୍ରିୟାର…

ବ୍ୟବସାୟିକ ଜାହାଜ ଉପରେ ଆକ୍ରମଣ: ଭାରତୀୟ ନାବିକ ନିଖୋଜ

ନୂଆଦିଲ୍ଲୀ,୧୩ା୯: ଓମାନ ଉପକୂଳରେ ବ୍ୟବସାୟିକ ଜାହାଜ ଏମ୍‌ଟି ଏଲ୍‌ ଗାଇଆ ଉପରେ ଆକ୍ରମଣ ହେବାରୁ ଜଣେ ଭାରତୀୟ ନାବିକ ନିଖୋଜ ହୋଇଥିବା ବହିର୍ବ୍ୟାପାର ମନ୍ତ୍ରଣାଳୟ ରବିବାର ସ୍ପଷ୍ଟ…

ଖଟିଆରେ ଗର୍ଭବତୀଙ୍କୁ ବୁହାହେବା ଘଟଣା, ନବଜାତ ଶିଶୁ-ମା’ଙ୍କୁ ଭେଟିଲେ ସିଡିପିଓ

ଗୁଡାରି,୧୩।୯(ପ୍ରମୋଦ କୁମାର ପତି): ଶନିବାର ଦିନ ବ୍ଳକର ଶିରିଗୁଡା ଗ୍ରାମପଂଚାୟତ ଅନ୍ତର୍ଗତ ସାଡାକଣା ଗ୍ରାମର ଗର୍ଭବତୀ ମହିଳାଙ୍କୁ ଖଟିଆରେ ୩ କିଲୋମିଟର ବୋହିବା ପରେ ଆମ୍ବୁଲାନ୍ସ ଯୋଗେ…

ତାତିଲେ ମହିଳା, ଭାଙ୍ଗିଲେ ମଦ ଭାଟି

ମୋହନ,୧୩।୯(ମନ୍ମଥ ମିଶ୍ର): ଗାଁରେ ଚାଲିଥିଲା ମଦ ଭାଟି। ଏନେଇ ଗାଁରେ ଅଶାନ୍ତ ପରିବେଶ ସୃଷ୍ଟି ହେବା ଯୁବପିଢୀ ପଥଭ୍ରଷ୍ଟ ହେଉଥିଲେ। ବାରମ୍ବାର ଅଭିଯୋଗ ପରେ ବି କାହାର…

ସନତ ସଭାପତି, ଉମାକାନ୍ତ ସାଧାରଣ ସମ୍ପାଦକ ନିର୍ବାଚିତ

ବରଗଡ଼,୧୩।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ହାବିଲଦାର, କନେଷ୍ଟବଲ ଆସୋସିଏଶନ ନିର୍ବାଚନ ଫଳାଫଳ ରବିବାର ଘୋଷଣା ହୋଇଛି। ଏଥିରେ ସଭାପତି ସନତ କୁମାର ହୋତା ସଭାପତି ନିର୍ବାଚିତ ହୋଇଛନ୍ତି।…

ମୋଟାପଣ, ଅଣସଂକ୍ରାମକ ରୋଗ ବଡ଼ ସ୍ବାସ୍ଥ୍ୟ ସମସ୍ୟା; BRICS ନେତା କହିଲେ…

ନୂଆଦିଲ୍ଲୀ, ୧୩ା୯ : ମୋଟାପଣ ଏବଂ ଅଣସଂକ୍ରାମକ ରୋଗ (ଏନ୍‌ସିଡି) ବର୍ତ୍ତମାନ ବିଶ୍ୱବ୍ୟାପୀ ଏକ ବଡ଼ ସ୍ବାସ୍ଥ୍ୟ ସମସ୍ୟାରେ ପରିଣତ ହୋଇଛି । ଏହାକୁ ନେଇ ବ୍ରିକ୍ସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?